Satyajit Samal

Romance Fantasy

4.0  

Satyajit Samal

Romance Fantasy

ସେଲଫି

ସେଲଫି

2 mins
157


ସଂଧ୍ୟା ସମୟ । ଝିପି ଝିପି ବର୍ଷା ହେଉଥାଏ । ଭୁବନେଶ୍ୱରର ଏକ ରେସ୍ତୋଁରାରେ ସେ ଆଉ ମୁଁ । ଡାହାଣ ପାର୍ଶ୍ୱରେ ଥିବା ପୁସ୍ତକ ଗୁଡ଼ିକ ଖିଲିଖିଲି ହସରେ ମଗ୍ନ ଥିବା ପରି ମନେ ହୁଅନ୍ତି । ପାଖରେ ଥିବା ଗୋଲାପ ଫୁଲଟି ସତେଜ ଥାଏ । ଟେବୁଲ ଉପରେ ଥିବା ଘଣ୍ଟାର ଘୂର୍ଣ୍ଣନ ଏବଂ ବର୍ଷା ଟୋପାର ତରଙ୍ଗ ଭିନ୍ନ ଅନୁଭୂତି ଦେଉଥାଏ । ଆତ୍ମାକୁ ମହକାଇ ଦେଉଥାଏ ହିନ୍ଦି ଗୀତ “खामोश चेहरा, आँखों पे पहरा, खुद है गवाह, तेरे प्यार का,तेरी झुकी नज़र, तेरी हर अदा ” । 

ଅବାକ୍ଷଣି ଓ୍ୱେଟର ଆସି ଧୀମା ଶବ୍ଦରେ କୁହେ, ମ୍ୟାମ୍ ଦୁଇ କପ୍ ଚା’ ଓ୍ୱିଥ୍ ଲେସ୍ ସୁଗାର୍ । ଧନ୍ୟବାଦ । ଏନି ଥିଙ୍ଗ୍ ଏଲ୍ସ ମ୍ୟାମ୍ । ନା, ବରଂ ପାରୁଛ ଯଦି ସାରଙ୍କୁ କୁହ ମୋ ସହ ଟିକେ୍ କଥା ହେବେ । ହେଁ, ମୁଁ କ’ଣ କଥା ହେବି । ଓ୍ୱେଟରର ବିଦାୟ ନେବା ପରେ ବିଘ୍ନେଶକୁ କହିଲା, ଅନସୂୟା । କି କଥା । ଆଚ୍ଛା କହିଲୁ ମୁଁ ଆଜି ଭଲ ଦିଶୁଛି ନା ନାହିଁ ? । ତୁ ତୁ ନାଲି ଶାଢୀ ପିନ୍ଧିଛୁ ? ନା କାଜଲ୍ ଲଗେଇଛୁ ? ନା । ଆଉ ମେହେନ୍ଦି, ମୁଁ ଯେଉଁ କହିଥିଲି ? ଆଉ ହଁ, ନାଲି ଟୋପା । ପର୍ପଲ ରଙ୍ଗର ଚୁଡି । ପାଉଁଜି ବି ପିନ୍ଧିନୁ । ତା’ ହେଲେ ବିଘ୍ନେଶ କହିଲା । ଆଚ୍ଛା, ତୋତେ ସୁନ୍ଦର ଦିଶିବା ପାଇଁ କ’ଣ ଏତେ ସବୁ ପିନ୍ଧିବା ଦରକାର । ସେମିତି ନାହିଁ, ମୋତେ ତ ତୁ ପସନ୍ଦ । ସେଥିପାଇଁ ମୋ ମନ ପସନ୍ଦର ବାହାଘର ବେଶରେ ତୋତେ ଦେଖୁବାକୁ ଚାହୁଁଥିଲି... ହେ ତୁ ବି ନା.... ଆମର ବାହାଘରର ୧୫ ବର୍ଷ ପୂରିଲାଣି ବୋଧେ । ଅନସୂୟା କହିଲା । ହେ, ତୁ ତ କହଇ ନାହିଁ । ଭାବିଥିଲି ଆଜି ତୋ ସହ ଏତେ ବର୍ଷ ପରେ ଗୋଟିଏ ସେଲଫି ନେବି । ସେଲଫି ନବୁ । ମୋ ସହ... । ଏ ଲଣ୍ଡା ମୁଣ୍ଡି ସହ କ’ଣ ସେଲଫି ନେବୁ ? ସେଲଫି ତ ମୋର ସମୟ ନେଉଛି, ପ୍ରତିଦିନ । ପ୍ରତିଟି ଦର୍ପଣରେ ।


Rate this content
Log in

Similar oriya story from Romance