Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyajit Samal

Abstract

3.5  

Satyajit Samal

Abstract

ନୀଳମଣିଙ୍କ ଅନୁଭୂତି...

ନୀଳମଣିଙ୍କ ଅନୁଭୂତି...

3 mins
396


ଧାର୍ମିକ ବିଶ୍ୱାସୀ ନଥିଲି, କିନ୍ତୁ ସେହି ଘଟଣା ପରେ ମୋ ଗତିପଥ ବଦଳି ଯାଇଥିଲା। ଯେଉଁ ଘଟଣା ଏବେ ବି ମୋ ଆଖି ଆଗରେ ନାଚିଉଠେ ଯେବେ ପ୍ରତିବର୍ଷ ରଥଯାତ୍ରା ଆସିଯାଏ । କିଏ କିଏ ହୁଏତ ମୋ ମମି ପରି ଏହି ଘଟଣା ସତ ଭାବିପାରନ୍ତି କିମ୍ବା କିଏ ମୋ ବାପାଙ୍କ ପରି ସ୍ୱପ୍ନ। କିନ୍ତୁ ସେଦିନର ଘଟଣା ଥିଲା ଅଭୂଲା, ଲୋମଟାଙ୍କୁରା


ନବମ ଶ୍ରେଣୀରେ ପଢୁଥାଏ । ୧୫ ବର୍ଷର ହେଲେ ବି ପିଲାଳିଆମି ବହୁତ ଥାଏ। ସେତେବେଳେ ଠାକୁରଙ୍କୁ ପୂଜା କରୁନଥାଏ। ଖାଲି ନମୋଃ କରିଦିଏ ପରିବାର ଲୋକଙ୍କ କଥାରେ। ଭକ୍ତି ଥିଲା କି ନଥିଲା ଅଜଣା। କିନ୍ତୁ ଘରେ ସଂଧ୍ୟା ଧୂପ ଦିଏ ଅଗାଧୁଆ ପ୍ୟାଣ୍ଟରେ । ମମି କହେ କି ତୁମେ ପିଲା ଲୋକ, କିଛି ହେବନି। ତେବେ ଦିନକର ଘଟଣା, ମୋ ନନା(ଭାଇ) ଆମ ଘର ଆଗରେ ଥିବା ବାରିରେ ମାଟିରେ ଶିବ ଲିଙ୍ଗ କରି ସେଥିରେ ସତସତିକା କ୍ଷୀର ଢାଳୁଥିଲା, ଧୂପ ବି ଦେଉଥିଲା। ସେବେ ବାପା ମୋତେ ପାଖକୁ ଡାକି କହିଲେ ନନାଠୁ କିଛି ଶିଖ୍ । ଠାକୁରଙ୍କୁ ପୂଜା କର। ଏମିତି ତ ପାଠ ପଢୁନୁ, ସେମିତି ହେଲେ କିଛି ହେବ। ନାନାର ସେଇ ପୂଜା କରିବା ଦେଖି ସେହିଦିନ ଠାରୁ ନିଷ୍ପତି ନେଲି ମୁଁ ବି ପୂଜା କରିବି। ଘରେ ଖୋଜିବାକୁ ଲାଗିଲି ଠାକୁରଙ୍କ ଫଟୋ। ଖୋଜୁଖୋଜୁ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ କ୍ୟାଲେଣ୍ଡର ଫଟୋ ପାଇଲି। ବାସ୍ ତା’ପରେ ସେଇ ଫଟୋକୁ ଆଣି ଅଠା ଆଣି ମଝି ଘରେ ଲଗେଇଲି। ତା’ପର ଦିନଠୁ ଆରମ୍ଭ ହୋଇଥିଲା ମୋ ଠାକୁର ପୂଜା। ଦିନ ୧୦ ଟା ହେଉ କି ୧୧ଟା ସେହି ଫଟୋରେ ଠାକୁରଙ୍କୁ ପୂଜା କରିବାଟା ନିଶ୍ଚିତ। ତିନି ଠାକୁରଙ୍କୁ ଗାଧେଇବା ପରେ ଭୋଗ ବି କରେ, କିନ୍ତୁ କଦଳୀ କି ନଡିଆ ନୁହଁ । ଯାହା ମିଳିଲା । ରୋଟି, ପୁରୀ, ଭାତ, ତରକାରୀ, ମିଠା, ପିଠା ଇତ୍ୟାଦି ଇତ୍ୟାଦି। ତାଙ୍କ ପାଟିରେ ଲଗେଇ ଦିଏ ଏସବୁ। ଭାବେ କି ହାତ ନାହିଁ, କେମିତି ଖାଇବେ ମହାପ୍ରଭୁ।


ଆଉ ଦିନକର ଘଟଣା, ରଥଯାତା ସମୟ । ଟିଭିରେ ଦେଖିଲି ପ୍ରଭୁ ଜ୍ୱରରେ ପୀଡିତ । ଥଣ୍ଡା, କାଶରେ କମ୍ପୁଛନ୍ତି ତିନି ଠାକୁର। ସେତେବେଳେ ଜାଣି ନଥିଲି କି, ଏ ସବୁ ନୀତି ବୋଲି। ବାସ ଟିଭିରୁ ଶୁଣିବା ପରେ ଦୌଡ଼ିଲି ମଝି ଘରକୁ। ଜ୍ୱରରେ ପ୍ରଭୁ ଅଛନ୍ତି । ଆହା ସକାଳେ କେତେ ବା ନ ଗାଧୋଇ ଦେଇଛି ଠାକୁରଙ୍କୁ । ଏତିକି କହି ଘରୁ ଧୂଆ ଗାମୁଛା ଆଣି ତ୍ରିମୂର୍ତ୍ତି ଫଟୋକୁ ପୋଛିବାକୁ ଲାଗିଲି ଦୁଃଖରେ। କାହିଁକି କେଜାଣି ସେଦିନ ଲାଗିଲାକି ଶ୍ରୀଜଗନ୍ନାଥଙ୍କ ନାକରୁ ପାଣି ବାହାରୁଛି। ଯେତେ ପୋଛିଲେ ବି ଯାଉନି। ସେଦିନ ଥିଲା ଶନିବାର । ତେଣୁ ୪ଟା ବେଳେ ଟ୍ୟୁସନ ଥିଲା। ଟ୍ୟୁସନ ଗଲି। ସଂଧ୍ୟା 6ଟାରେ ଟ୍ୟୁସନ ଛୁଟି ହେବା ପରେ ଘରକୁ ଫେରି ଟିଭି ଲଗେଇ ଚେୟାରରେ ବସି ପଡ଼ଲି। ସେହି ସମୟରେ ଘରେ କେହି ନଥାନ୍ତି। ଖାଲି ମମି ଆଉ ମୁଁ। ମମି ଆରପଟରେ ରୁଟି ବେଲୁଥାଏ । ଆଉ ଏପଟେ ମୁଁ ଟିଭି ଦେଖିବାରେ ବ୍ୟସ୍ତ ଥିଲି। ଘଣ୍ଟାରେ ୭ କିମ୍ବା ୭.୫ ହେବ । ହଠାତ୍ କଲିଂ ବେଲ ବାଜିଲା । ମମି ସେପଟୁ ଜୋରରେ ପାଟି ଲମ୍ବେଇ କହିଲା, ପୁଅ ଗଲୁ କିଏ କଲିଂ ବେଲ୍ ମାରୁଛି ଦେଖିଲୁ। ମୁଁ ଟିଭି ସାଉଣ୍ଡ ଅଫ୍ କରି ଗଲି କବାଟ ଖୋଲିବାକୁ। କବାଟ ଖୋଲିଲା ମାତ୍ରେ ତିନି ଜଣ ପିଲା । ଆଗରେ ଛିଡା ହୋଇଥିବା ପିଲାଟିର ନାକରୁ ସିଂଘାଣି ବାହାରୁଥାଏ। ମୋତେ ସିଧା ମୁଁହରେ ମୂଚୁକୁନ୍ଦି ହସରେ ଅନେଇ ଥାନ୍ତି। ଆଉ ପଛରେ ଗୋଟେ ପୁଅ ଓ ଝିଅ । ଉପରରୁ ଅର୍ଦ୍ଧ ଉଲଗ୍ନ ଥିଲେ ସମସ୍ତେ। ମୁଁ ଭାବିଲି ଆମ ଗାଁ ବାଉରୀ ସାହୀ ପିଲା ବୋଧେ। କାରଣ ଅନେକ ପିଲା କୌତୁକରେ ଆମ କଲିଂ ବେଲ ମାରି ଦେଇ ପଳାନ୍ତି। ମୁଁ ସେତିକିବେଳେ ଦୃଢ ସ୍ୱରରେ କହିଲି କଣ। ଯାଅ ଏଠାରୁ। ବାସ ଏତିକି କହି କବାଟ ବନ୍ଦ କରିଦେଲି। ଟିକେ ଆଗକୁ ବଢିଛି କି ନାହିଁ, ମନରେ ଆସିଲା ଆରେ... ଏତେ ଛୋଟଛୋଟ ପିଲା ଗୁଡା, କଲିଂ ବେଲ୍ କେମିତି ମାରିଲେ। ହାତ କେମିତି ପାଇଲା ବେଲ ମାରିବାକୁ। ସଙ୍ଗେସଙ୍ଗେ ପୁଣି କବାଟ ଖୋଲିଲି। ଆରେ ଏ କଣ, କୁଆଡେ ଗଲେ । ନା ଦୌଡିବାର ଶବ୍ଦ। ନା ଆଉ କିଛି । ମନରେ ଟିକେ ଭୟ ସଞ୍ଚାର ହେଲେ ବି ପୁଣି ଯାଇ ଟିଭି ଦେଖିଲି। ଶୋଇଲା ବେଳେ ବାସ ସେଇ କଥା ମନେପଡିଲା । ଘଟଣା ପରଦିନ ମମିକି ସବୁ କଥା କହିଲି। ମମି କଣ ଜାଣିଲା କେଜାଣି ହାତ ଯୋଡି ଉପରକୁ ଅନାଇ ମୁଣ୍ଡିଆ ମାରିଲା। କହିଲା ତୁ ମହାପ୍ରଭୁଙ୍କୁ ଦେଖିଛୁ। ମମିର ଏ କଥା ମୋତେ ସତ ଲାଗିଲା । ଗଲି ସେଇ ଫଟୋ ପାଖକୁ। ଚାହିଁ ରହିଲି ଚାତକ ପରି। ବାପା ଯେତେବେଳେ ଘରୁ ଫେରିଲେ ମିମି ତାଙ୍କୁ ସବୁ କଥା କହିଲା। କିନ୍ତୁ ବାପା ଶେଷରେ କହିଲେ ଏ ସ୍ୱପ୍ନ ଦେଖିଛି । କିନ୍ତୁ ମୁଁ କେମିତି କହିଥାନ୍ତି ତାଙ୍କୁ ପିଲାଳିଆମି ସିନା ଥିଲା, ସ୍ୱପ୍ନ ଆଉ ବାସ୍ତବ କଣ ମୁଁ ଜାଣିପାରୁଥିଲି ।


ଏତିକି ମୁଁ ପାଠକ ପାଠିକାଙ୍କୁ କହିବି । ଏହି ଘଟଣା ପରେ ମୁଁ ଜଗନ୍ନାଥ ପ୍ରେମୀ । ଯାହାବି ହେଉ, ସୁଖ, ଦୁଃଖ ମନେମନେ ସେହି ପ୍ରଭୁଙ୍କୁ ଜଣାଏ । ହୁଏତ ସେଥିପାଇଁ ମୋ ଜୀବନରେ ଅନେକ ଅଲୌକିକ ଘଟଣା ଘଟିଛି। ଏହି ଘଟଣା 100 % ସତ୍ୟ । ତିଳେ ମାତ୍ର ମିଛ ନାହିଁ। କାଳ୍ପନିକ ନୁହେଁ ବାସ୍ତବ । ଏତେ ବର୍ଷର ଅଭିଜ୍ଞତା ପରେ ବି ଏବେ ବି ସମ୍ପୂର୍ଣ୍ଣ ଘଟଣାବଳୀ ଟାଇପିଂ କଲା ବେଳେ ମୋ ହାତ ଥରୁଛି। ରେଭେନ୍ସାରେ ଦୁଇ ତିନି ଜଣ ସାଙ୍ଗ ଏବଂ ଖୁଡିଙ୍କୁ ବି ଏ ବିଷୟରେ କହିଛି। ଜାଣିନି କିଏ ସତ ଭାବୁଥିବ କି ମିଛ। କିନ୍ତୁ ମୁଁ ଜାଣଛି ସେ ଦିନ କଣ ଘଟିଥିଲା ମୋ ଜୀବନରେ । ଶେଷରେ ଏତିକି କହିବି ‘ଜୟ ଜଗନ୍ନାଥ’ ।


Rate this content
Log in

More oriya story from Satyajit Samal

Similar oriya story from Abstract