The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyajit Samal

Others

5.0  

Satyajit Samal

Others

ସ୍ମୃତି ସେ ଦିନର...

ସ୍ମୃତି ସେ ଦିନର...

4 mins
556


ଦଶମ ଶ୍ରେଣୀରେ ପଢୁଥିଲି । ପାଠ ସେତେ ଭଲ ହେଉନଥିବାରୁ ଘରେ ସ୍ଥିର କଲେ ମୋତେ ଚକୁଳେଶ୍ୱର କୋଚିଂ ସେଂଟର ପଠାଇବା ପାଇଁ । କାରଣ ସମସ୍ତଙ୍କ ମନରେ ଏହି ବିଶ୍ୱାସ ଥିଲା ଯେ ମାଡ଼ ହେଲେ ପାଠ ହୁଏ । ଆଉ ଉକ୍ତ କୋଚିଂ ସେଣ୍ଟରଟି ମାଡ ଓ ଦଣ୍ଡ ପାଇଁ ପ୍ରସିଦ୍ଧ ଥିଲା ଆମ ବାଙ୍କୀ ଅଞ୍ଚଳରେ । ପ୍ରଥମେ ମନରେ ବହୁତ ଡର ଥିଲା । କାରଣ ପାଠ ନପଢିଲେ ବେତରେ ମାଡ ତ ମାଡ ଗାଁ ରାସ୍ତାରେ ଡିବି ଧରି ଆଣ୍ଠୁଆ ବସାଉଥିଲେ ଏବଂ ସେ ବାଟ ଦେଇ ଯିଏ ଯାଉଥିଲା ତାକୁ ଡାକି କହିବାକୁ ପଡେ ମୋ ନା ଅମକ, ମୁଁ ପାଠ ପଢି ଆସିନଥିବାରୁ ମୋତେ ସାର୍ ଏଇ ଦଣ୍ଡ ଦେଇଛନ୍ତି। ସେ ଯାହା ବି ହେଉ ମାଁ ସରସ୍ୱତୀଙ୍କ ନାମରେ ନାମିତ କୋଚିଂ ସେଣ୍ଟରଟି ଆମ ଘର ଠାରୁ ପ୍ରାୟ 5 କିଲୋମିଟର ଦୂର । ଯିବା ଆସିବା କରିବା ପାଇଁ ମୋ ଦାଦା ମୋ ପାଇଁ ନୂଆ ‘ଏଭନ୍ କ୍ରସ୍’ ସାଇଲେଲ କିଣିଦେଇଥିଲେ । ବାସ୍ ଦଶମ ହାୱା ବହିବା ସହ ଆରମ୍ଭ ହୋଇଯାଇଥିଲା ମୋ ଜୀବନର ଅନ୍ୟ ଏକ ଯାତ୍ରା ।

ଆମ ଗାଁରୁ ମୁଁ ଏକମାତ୍ର ହିଁ ସେହି କୋଚିଂକୁ ଟ୍ୟୁସନ୍ ହେବାକୁ ଯାଏ। ସମୟ ସହ ତାଳ ଦେଇ ଆଗୁକୁ ବଢିଚାଲିଲି । ପ୍ରିଟେଷ୍ଟ ପରେ ଟେଷ୍ଟ ପରୀକ୍ଷା ଆରମ୍ଭ ହୋଇଗଲା । ସ୍କୁଲରେ ଦ୍ୱିତୀୟ ଦିନ ଇଂରାଜୀ ପରୀକ୍ଷା ଦେଇ ଘରକୁ ଆସିଲି । ସେଦିନ ଥାଏ ମଙ୍ଗଳବାର । ମମି ମଙ୍ଗଳବାର ଓଷା କରିଥାଏ । ଓଷାର ନୀତି ମୁତାବକ ସେ ନଦୀକୁ ଯାଇଥାଏ ସେଠାରୁ ମାଠିଆରେ ପାଣି ଆଣି ଗାଁର ମଙ୍ଗଳା ମନ୍ଦିରରେ ଢାଳିବାକୁ। ଏପଟେ ମୁଁ ପରୀକ୍ଷା ଦେଇ ଘରକୁ ଫେରିବା ପରେ ବିଶ୍ରାମ କଲି। ପରଦିନ ଗଣୀତ ପରୀକ୍ଷା । ଗଣିତରେ ଦୁର୍ବଳ ଥିବାରୁ ଟ୍ୟୁସନ ଟାଇମ୍ ସଂଧ୍ୟା 6ଟାରେ ଥିଲେ ହେଁ ଆଗତୁରା କୋଚିଂକୁ ବାହାରି ପଡିଲି । କାରଣ ମୋତେ 5 କିମି ସାଇକେଲରେ ଯିବାର ଅଛି। ଘରେ କେବଳ ଜେଜେ ମା' ଥାଏ । ମୁଁ 4ଟାରେ କୋଚିଂକୁ ଯିବାକୁ ବାହାରିଲି । କିନ୍ତୁ ହଠାତ୍ ସେହି ସମୟରେ ଆକାଶରେ କଳା ବାଦଲ ଆଚ୍ଛାଦିତ ହୋଇ ମାଡିଆସିଲା । ସୁ ସୁ ପବନକୁ ଘଡଘଡି । ମୁଁ ଭାବିଲି ଏବେ ନଗଲେ ଗଣିତ ପରୀକ୍ଷା ଖରାପ ହୋଇଯିବ। ତେଣୁ ଜେଜେ ମା'ର ବାରଣ ସତ୍ତ୍ୱେ ମୁଁ ବାହାରି ପଡିଲି ଟ୍ୟୁସନ ଯିବାକୁ ।

ସାଇକେଲର ସିଟରେ ମୁଁ । ହ୍ୟାଣ୍ଡେଲରେ ଜରି ବ୍ୟାଗ ଏବଂ ବ୍ୟାଗ ଭିତରେ ଛୋଟ ଟିଫିନ୍। ବର୍ଷା ଓ ଘଡଘଡିର ଭୟ ସହ ଜୋରରେ ସାଇକେଲ ପେଡିଲକୁ ମୁଁ ମାରିଚାଲିଥାଏ । ସାନ ଶଙ୍ଖ ବ୍ରିଜ୍ ଠି ହୋଇଛି । ହଠାତ୍ ସ୍ପିଡରେ ଯାଉଯାଉ ହମ୍ପ୍ସରେ ମୁଁ ଟିକେ ଉପରକୁ ଉଠିଗଲି। ଫଳରେ ମୋ ଟିଫିନଟା ମୋ ଠାରୁ କିଛି ଦୂରରେ ଛିଟକି ପଡିଗଲା । କଣ କରିବି ଭାବିପାରୁନଥିଲି । ମନରେ ଭୟ । କାରଣ ସାନ ଶଙ୍ଖ ବ୍ରିଜରେ କୁଆଡେ ଦେବତା ରୁହନ୍ତି ଶୁଣିଥିଲି । କୁଆଡେ ଅନେକ ଦୁର୍ଘଟଣା ହୋଇଛି ସେଠାରେ । ଏହି କଥା ଭାବିଭାବି ମମି କହିବାନୁସାରେ ମୁଁ ମୋର ଟିଫିନ ଖୋଲି ଟିକେ ଖାଦ୍ୟ ବାହାରକୁ ପକାଇ ଦେଲି । ପୁନର୍ବାର ସାଇକେଲକୁ ଧରିଲି କୋଚିଂ ଆଡକୁ ଅଗ୍ରସର ହେବାକୁ । ଆରେ ଏ କଣ । ସାଇକେଲ ସିଟ୍ କଣ ଢିଲା । ଚେନ୍ ବି କେମିତି ଖସିଲା । ହେ ଭଗବାନ୍ ଏବେ କଣ କରିବି । ରାସ୍ତାଘାଟ ଶୂନଶାନ । ଚଡଚଡି, ଘଡଘଡି ଲାଇଟରେ ଥରହର ମୁଁ । ବର୍ଷା ବି ଆରମ୍ଭ ହୋଇଯାଇଥିଲା ସେତେବେଳକୁ । ମୁଁ ଗୋଟେ ଫିକା ସବୁଜ ରଙ୍ଗର ଗଞ୍ଜି ଓ ଗୋଲାପି ପ୍ୟାଣ୍ଟ ପିନ୍ଧି ଥାଏ ।

ସଂଧ୍ୟା 6ଟା । ସାଇକେଲ ଧରି ଚାଲିଲି ଆଗକୁ ଆଗକୁ । ବାଟରେ ବଣ ଜଙ୍ଗଲ ଯିବି କେମିତି । ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ବିଜୁଳି ଆଲୁଅରେ ଆଗକୁ ବଢିଲି। ମୋ ଶରୀର ସମ୍ପୂର୍ଣ୍ଣ ଓଦା ହୋଇସାରିଥାଏ । କୁଶପାଙ୍ଗୀ ବସଷ୍ଟାଣ୍ଡରେ ପହଂଚିଲି । ଚାରିଆଡେ ଅନ୍ଧାର । ନା ମୋତେ କିଛି ଦିଶୁଥିଲା ନା ମୋତେ କେହି ଦେଖିପାରୁଥିଲା । ଘଡଘଡି ଓ ବର୍ଷାର ପ୍ରଚଣ୍ଡ ଶବ୍ଦରେ ଆଗକୁ ବଢିଲି । ଠିକ୍ ସମୟରେ ନ ପହଞ୍ଚିଲେ ଗାଳି ବି ଶୁଣିବି । ଏହି ଭାବନାରେ ମୁଁ ଆଗକୁ ବଢୁଥାଏ । ପାଟିରେ ଜଗନ୍ନାଥ ଓ ଆଉ ଛାତିରେ ମମି ବାପାଙ୍କ କଥା । ଦେହ ବି ଶୀତେଇ ଉଠିଲାଣି । ବହୁତ ବାଜ୍ୟ କଥା ବି ମନକୁ କନ୍ଦୁଳିତ କରୁଥାଏ । ଏତିକି ବେଳେ ଯୋର କିନି ଶବ୍ଦ ହେଲା । ଆଉ ମୁଁ ଚଡଚଡିରେ ମୋ ଆଗରେ ଗୋଟେ ଗଛ ଜଳିଯାଇଥିବାର ଦେଖିଲି । ହେ ଭଗବାନ । ଆଜି ମଲି । ସତ୍ୟ ତୁ ମଲୁ ତୋତେ ଆଉ କେହି ରକ୍ଷା କରିପାରିବେନି ଏମିତି ମୁଁ ଭାବୁଥାଏ । ଏମିତି ଅନେକ ବାଜ୍ୟ ଚିନ୍ତାଧାରା ଓ ଜେଜେ ମା' କଥା ନ ମାନିବା ଭାବି ଭାବି ବିଜୁଳି ଆଲୁଅରେ ସାଇକେଲକୁ ଧରି ଆଗକୁ ବଢିଲି । ବାଟରେ ଜଣେ ଚାଷୀ ଭାଇ ଦେଖା ହେଲେ। ମୁଣ୍ଡରେ ଗୋଚ୍ଛାଏ ଘାସ ଲଦିଥାନ୍ତି। ଭାଇ ଟିକେ ମୋ ସନ୍ତ ମାମୁ ଘରେ ଛାଡିଦେବ । ସେ ମୋ ମାମୁ ହେବେ ତ। ମୁଁ କହିଲି। ସେ କହିଲେ ମୋ ପଛେ ପଛେ ଆସ। ତା' ପରେ ତାଙ୍କ ପଛେ ପଛେ ଗଲି । ସିଏ ବି ମୋତେ ଅଧା ବାଟରେ ଛାଡିଦେଲେ। କହିଲେ ପୁଅ ଏଇଠୁ ଯାଅ । ମୁଁ ଚୁପ ଥାଏ । ବୃଦ୍ଧା ଲୋକ କହିବି ବା କଣ । ମୁଁ କହିଲି ହଉ ଯେ ଏବେ କେଉଁ ବାଟ ଦେଇ ଯିବି । ସିଏ ବାଟ କହିଦେଲେ, ଏମିତି ଯାଅ ବୋଲି । କୁଶପାଙ୍ଗୀ ମୋ ମାମୁ ଘର ଥିବାରୁ ଅନେକ ଥର ଆସିଛି। କିନ୍ତୁ ସେଦିନ ଗାଁରେ ଆନ୍ଧାର ଥିବାରୁ ବାଟ ଜାଣିପାରୁନଥିଲି । ବିଜୁଳି ଲାଇଟ ଓ ପ୍ରଭୁ ଜଗନ୍ନାଥ ହିଁ ସାହା ଭରସା ।

ଆଗକୁ ବଢି ବଢି ଏକ ତ୍ରିକୋଣିଆ ଜାଗାରେ ଛିଡାହେଲି । ଠିକ୍ ବାଟ କେଉଁଟା ବତେଇପାରୁନଥିଲି । ଭଗବାନଙ୍କ ନାଁ ଧରି ଗୋଟେ ସିଧାରେ ଚାଲିଲି ।

ଭାଗ୍ୟବଶତଃ ସେଟା ଠିକ୍ ବାଟ ଥିଲା ଏବଂ ଭଗବାନଙ୍କ ଦୟାରୁ ସେହି ସମୟରେ ସନ୍ତ ମାମୁ ଦୋକାନ ବନ୍ଦ କରୁଥିଲେ। ମୋତେ ଦେଖି କହିଲେ ତୋ ଅବସ୍ଥା କଣ ଏମିତି । ମୁଁ କହିଲି ଟ୍ୟୁସନ ଯାଉଥିଲି ବର୍ଷା ହେଲା ଆଉ ଏମିତି । ସେ କହିଲେ ହଉ ଘରକୁ ଆ...। ବଞ୍ଚିଗଲା ମଣିଷ ମୁଁ ଟିକେ ଆଶ୍ୱସ୍ତ ହେଲି।

ଏପଟେ ବାପା ମମି କୋଚିଂର ଟ୍ୟୁସନ ସାରଙ୍କୁ ଫୋନ କରି ଜାଣିଲେ ମୁଁ କୋଚିଂରେ ନାହିଁ। ବ୍ୟସ୍ତବ୍ୟବ୍ରତ ହୋଇ ସେ କିଛି ଗାଁ ଲୋକଙ୍କୁ ଧରି ମୋତେ ଖୋଜି ପକାଇଲେ। ଏପଟେ କୋଚିଂ ପିଲା ବି ମୋତେ ଖୋଜିବାରେ ଲାଗିଥିଲେ। ଆମ ଗାଁର ଅଧା ଲୋକ ଆଉ ଚକୁଳେଶ୍ୱର କୋଚିଂ ସେଣ୍ଟରର ସବୁ ପିଲା ଓ ସାର୍ ଉଠି ଆସିଥିଲେ ଖୋଜିବାକୁ । ରାସ୍ତା, ରାସ୍ତାର ତଳ, ଜଙ୍ଗଲ, ବଣ ସବୁଆଡେ ଖୋଜି ନୟାନ୍ତ ହୋଇଗଲେ ପଛେ ମୋତେ ପାଇଲେ ନାହିଁ । ଠିକ୍ ସମୟରେ ସନ୍ତ ମାମୁଙ୍କ ଫୋନ ବି କୁଆଡେ ଲାଗୁନାହିଁ । କାହାକୁ ଜଣାଇବେ... ।

ବହୁ ଦୌଡାଡୌଡି ଓ ଖୋଜାଖୋଜି ପରେ କେଉଁଠୁ ଖବର ପାଇ ମମି ଓ ବାପା ପହଂଚିଲେ ସନ୍ତ ମାମୁଙ୍କ ଘରେ । ମୋତେ ଦେଖି ବହୁତ କାନ୍ଦିଲେ। ହୋ...ଯାହା ବି ହେଉ ସକାଳ ହେଲା । ମୁଁ ପୂର୍ବପରି ଢିଲା ସିଟ୍ ସାଇକେଲକୁ ନେଇ କୋଚିଂରେ ପହଞ୍ଚିଲି। ମୋତେ ସବୁ ଦେଖି ହସିଲେ ଆଉ କହିଲେ ସତ୍ୟଜିତ୍ ତୁ ପା କୁଆଡେ ହଜିଯାଇଥିଲୁ ...


Rate this content
Log in