Satyajit Samal

Inspirational

4  

Satyajit Samal

Inspirational

ଓଜନ

ଓଜନ

2 mins
189


କିଛି ଦିନ ତଳର କଥା । ଜଣେ ବ୍ୟକ୍ତି ନିଜ ଓଜନ ମାପିବା ପାଇଁ ସର୍ବସାଧାରଣ ସ୍ଥାନରେ ଥିବା ଓଜନ ମାପ ମେସିନ୍ ନିକଟକୁ ଗଲେ । ମେସିନ ଉପରେ ଲେଖାଥିଲା ‘ପୁରୁଣା ଟଙ୍କିକିଆ କଏନ୍ ମେସିନରେ ପକାଇ ନିଜର ଓଜନ ମାପନ୍ତୁ’ । ଏହାପରେ ବ୍ୟକ୍ତି ଜଣକ ନିଜ ପକେଟରେ ଥିବା ସବୁ କଏନ୍ ବାହାର କରି ହାତରେ ରଖିଲେ । ହାତରେ ଥିଲା ଦୁଇଟି ନୂଆ ଦୁଇଟଙ୍କିଆ, ଗୋଟିଏ ପୁରୁଣା ଟଙ୍କିକିଆ ଏବଂ ଦୁଇଟି ନୂଆ ଟଙ୍କିକିଆ କଏନ । ବ୍ୟକ୍ତିଜଣକ ପ୍ରଥମେ ମେସିନରେ ଲେଖାଥିବା ବିଷୟକୁ ନପଢ଼ି ତରତରରେ ଦୁଇଟଙ୍କିଆ କଏନ୍ ମେସିନରେ ପକାଇଦେଲେ । ତେବେ ମେସିନରେ କିଛି ବାହାରିଲା ନାହିଁ । ସମ୍ଭବତଃ ମେସିନ୍ ଭୁଲ ଥିବା ଭାବି ପୁଣି ଥରେ ଦୁଇଟଙ୍କିଆ କଏନ ପକାଇଲେ । ମାତ୍ର ପୂର୍ବଭଳି ମେସିନରୁ କିଛି ବାହାରିଲା ନାହିଁ କିମ୍ବା ପଇସା ବି ଫେରସ୍ତ ଆସିଲାନି । ଏବେ ସେହି ବ୍ୟକ୍ତି ଜଣକ ମେସିନ୍ ଉପରେ ଲେଖାଥିବା ବିଷୟକୁ ପଢ଼ିଲେ ଓ ପନୁର୍ବାର ପୁରୁଣା ଟଙ୍କିକିଆ ଓ ନୂଆ କଏନ ମଧ୍ୟରେ ପାର୍ଥକ୍ୟ କଣ ବୋଲି ଭାବି ନୂଆ ଟଙ୍କିକିଆ ମେସିନରେ ପକାଇଲେ । ଏହା ପରେ ବି ମେସିନରୁ କିଛି ବାହାରିଲା ନାହିଁ । ଇତିମଧ୍ୟରେ ରାଗରେ ତମତମ ହୋଇ ମେସିନ ଖରାପ ହୋଇଯାଇଥିବା ଯୋରରେ କହି ଉକ୍ତ ବ୍ୟକ୍ତିଜଣକ ଚିଲେଇବାକୁ ଲାଗିଲେ ଏବଂ ମେସିନକୁ ଦୁଇ ଗୋଇଠା ପକାଇଦେଲେ । ପରିଶେଷରେ ମାନସିକ ଶାନ୍ତି ହେବା ପରେ ନିଜର ଶେଷ କଏନ ଅର୍ଥାତ୍ ପୁରୁଣା କଏନକୁ ମେସିନରେ ପକାଇଲେ । ଏହା ପରେ ସଙ୍ଗେସଙ୍ଗେ ଘଡଘଡ୍ ସାଉଣ୍ଡ ହେବା ସହ ମେସିନରୁ ଏକ ହଳଦିଆ ରଙ୍ଗର କାଗଜ ଚିଠା ବାହାରିଲା । ବ୍ୟକ୍ତି ଜଣକ ସେହି କାଗଜକୁ ହାତକୁ ନେଇ ଦେଖିଲେ, ସେଥିରେ ଲେଖାଥିଲା Your Weight is 62kg । ବ୍ୟକ୍ତିଜଣକ ଏବେ କଥା ବୁଝିପାରି ନିଜେ ନିଜେ ମନସ୍ତାପ କଲେ ଏବଂ ଜ୍ଞାନମଞ୍ଚରୁ ଭାଷଣ ଦେବାକୁ ଯାଇଥିବା ଉକ୍ତ ବ୍ୟକ୍ତି ଜଣକ ଘରକୁ ଫେରିବା ବେଳେ କାନ୍ଥରେ ଲେଖାଥିବା ଏକ ଲେଖାକୁ ଦେଖିଲେ । ଏହା ପରେ ମୁଣ୍ଡକୁ ତଳକୁ କରି ପାଦର ଓଜନ ଏବଂ ମୁଣ୍ଡର ଓଜନ ଉପରେ ତୁଳନା କରିବାକୁ ଲାଗିଲେ ଏବଂ ସେହି ଲେଖାକୁ ବାରମ୍ବାର ମନେପକାଉଥିଲେ । କାନ୍ଥରେ ଲେଖାଥିଲା “ ବୁଝିବିଚାରି କାମ କରନ୍ତୁ, ଅନ୍ୟର ଦୋଷକୁ ନଦେଖି ପ୍ରଥମେ ନିଜ ଦୋଷକୁ ପରଖନ୍ତୁ ।"

 

 

( ବିଦ୍ର - କୌଣସି କାମ କରିବା ପୂର୍ବରୁ ଜିନିଷକୁ ଭଲରେ ବୁଝି ଆଗକୁ ବଢ଼ନ୍ତୁ ଏବଂ ଠିକ୍ ମୂଲ୍ୟର ବ୍ୟବହାର କରନ୍ତୁ । କାରଣ ବେଳେବେଳେ ଅଧିକ ପଇସା ବି କିଛି କାମ ଦିଏ ନାହିଁ । ତେଣୁ ପଇସା ସମେତ ଅନେକ ମୂଲ୍ୟବାନ କଥାକୁ ମଧ୍ୟ ନିଜର ଜୀବନରେ ଉପଯୋଗ କରିବା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ମୋର ଏହି ଛୋଟ ପ୍ରୟାସ । )


Rate this content
Log in

Similar oriya story from Inspirational