Satyajit Samal

Others

3.2  

Satyajit Samal

Others

ସୁରକ୍ଷା

ସୁରକ୍ଷା

1 min
7.1K


ପାପା କଣ କରୁଛ ? ହାଁ । ପାପା ହମ କଣ ଯେ ...କହୁନ କଣ କରୁଛ ? ଆଉ ଏ ଅଙ୍କଲ କାହିଁକି ଆସିଛନ୍ତି? ମାମା, ତମ ନାଁରେ LIC କରୁଛି । ସେଇଟା ପୁଣି କଣ ଯେ । କାହିଁକି କରାଯାଏ ସେଟା । ତୁମ ସୁରକ୍ଷା ପାଇଁ ମାମା । ଆଗକୁ ତୁମର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ । LIC କଲେ ତୁମେ କେବେ ବି ଅସୁବିଧାରେ ପଡିବନି । ତୁମେ ବଡ ହେଲା ପରେ ସେତେବେଳକୁ ତୁମ ମାମାକୁ ଆଉ ମୋତେ ହଇରାଣ ହେବାକୁ ବି ପଡିବନି । ତା 'ହେଲେ କଣ ପାପା, ମୋ ସାଙ୍ଗ ମୁନିର ବାପା ତା'ର କଣ LIC କରିନାହାନ୍ତି କି ? ମୁନି ଏବେ ହସ୍ପିଟାଲରେ । ଟିନା କହୁଥିଲା କି ମୁନି ମାଆ ମୁଣ୍ଡ ପିଟିପିଟି ବହୁତ କାନ୍ଦୁଥିଲେ । ଆଉ ତାଙ୍କ ଘରକୁ ପୋଲିସ୍ ଅଙ୍କଲ ଆସିଥିଲେ କୁଆଡେ । ଝିଅର କଥା ଶୁଣି ହତବାକ୍ ହୋଇଯାଇଥିଲି। କଣ କହିବି ଭାବି ପାରୁ ନଥିଲି । କେମିତି ଯେ ତାକୁ କହିଥାନ୍ତି ସେ ସୁରକ୍ଷା ଦାୟିତ୍ଵ କେବଳ ଯେ ଆମର ନୁହଁ । ସମଗ୍ର ପୁରୁଷ ଜାତିର । ଭାବିବା ଭିତରେ ରାମ ବାବୁ କହିଲେ କଣ ଭାବୁଛନ୍ତି । ପେପରରେ ଦସ୍ତଖତ କରିଦିଅନ୍ତୁ । ଆଜି ପଇସା ଜମା କରି କାଲି ଆପଣଙ୍କୁ ବଣ୍ଡ ଦେଇଦେବି । ରାମ ବାବୁ ଆଉ କଣ ସବୁ କହିଯାଉଥିଲେ । କିନ୍ତୁ ମୋର ନଜର ମୋ ଝିଅ ଆଡେ ଥିଲା । ଭାବିଲି କି ପଇସା ଦେଇ ଏ ସୁରକ୍ଷା ତ କରିହେବ କିନ୍ତୁ ସେ ସୁରକ୍ଷା କିଏ ଦେବ ?


Rate this content
Log in