ସେଇ ତ ମଞ୍ଜି ଜେଜେ
ସେଇ ତ ମଞ୍ଜି ଜେଜେ
Day -2,p-2
ଗୋଟିଏ ଭିଡିଓ ସବୁଆଡେ ଭାଇରାଲ ହେଉଥିଲା।ରିସେପସନ ଘର ଭିତର ଅନ୍ତରଙ୍ଗ ମୁହୂର୍ତ୍ତ ବାର୍ତ୍ତାଳାପ।ଏଇଟି ଥିଲା ହାପି ଓ ନିକି ଙ୍କର ଭିଡିଓ।ପ୍ରେମ ବିବାହ କରିଥିବା ନବ ଦମ୍ପତିଙ୍କ ପ୍ରଥମ ମିଳନ ନ ହୋଇ ବିଚ୍ଛେଦର ଜୀବନ କଥା।ସେମାନେ ପ୍ରେମୀ ନିବେଦନ କରୁଥିଲେ ସମସ୍ତ ମଣିଷଙ୍କୁ।ଦେଉଥିଲେ ସଂଯମତାର ବାର୍ତ୍ତା।ଜୀବନର ସୁରକ୍ଷା ଠାରୁ କିଛି ବି ଜରୁରୀ ନୁହେଁ।ବଞ୍ଚି ରହିଲେ ଅନେକ ମଧୁ ଚନ୍ଦ୍ରିକା ମନେଇ ହେବ।କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ଠାରୁ ରକ୍ଷା ପାଇବାକୁ ହେଲେ ସାମାଜିକତା ଦୁରତାର ଆବଶ୍ୟକତା ରହିଛି।ଚାରି ଆଡୁ ଗଦା ହୋଇ ପଡୁଥିଲା ସୋସିଆଲ ମିଡିଆରେ ବାଃ ବାଃ ହାପି ଓ ନିକିଙ୍କୁ।ସରକାର ବି ତାଙ୍କୁ କରୋନା ଯୋଦ୍ଧା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
କିନ୍ତୁ ଘରେ କାହା ମନ ଭଲ ନଥିଲା।ଠିକ୍ ଦିନରେ ସବୁଶେଷ।ସାଇ ଭାଇ ଅନେଇଁ ବଇଥିଲେ କ୍ଷୀରି ପୁରିରେ ଭାସିବେ ବୋଲି।ମଟନ୍,ଚିଙ୍ଗୁଡ଼ି,କଙ୍କଡା,
ଚିକେନ୍,ମାଛ,ଅଣ୍ଡା,ପନିର୍,ଛତୁ,ଛେନା,ଆଇସିକ୍ରିମ,ଦହିବରା,ଗୁପ୍ଚୁପ୍,ପାନ,ଚା ଵାଲା ସମସ୍ତଙ୍କୁ ଅଧାଧିକ ଟଙ୍କା ଦିଆ ସରି ଥିଲା।ମଣ୍ଡପ ବୁକ୍ ହୋଇଥିଲା।ଭୋଜି ବାବଦକୁ ସବୁ ଜିନିଷ ଘରକୁ ଆସି ଯାଇଥିଲା।ଘରେ କୁଣିଆଁ ମୈତ୍ର ଭିଡ଼ ଜମିଥିଲେ।
ଠିକ୍ ଦିନକୁ ଲକ୍ ଡାଉନ୍ ଘୋଷଣା ସବୁ ଭଣ୍ଡୁରୁ କରିଦେଲା।କୁଣିଆଁ ମାନେ ପରିବାର ଛାଡି ଆମ ଘରେ ରହି ଖାଲି ଅସ୍ତ ବ୍ୟସ୍ତ ହେଲେ।ଭୋଜି ପାଇଁ ଆସିଥିବା ଖାଦ୍ୟ ହଣ୍ଡା ବସି ରୋଷେଇ ହେଲା ସବୁଦିନ।
ମୋ ଜେଜେ କହିଲେ ଇରେ ହାପି ତୁ ତ ଅନହାପି ହୋଇଗଲୁରେ।କେତେ ଦିହ ପଜେଇ ବସିଥିଲୁ ଟିକେ ନାରେ ନାରେ ହେବୁ ବୋଲି ।ଏ କରୋନା କିଏ କିରେ ହାପି ତୋ କୁତୁରୁ କାଳିଆ ମନଟି ଉପରେ ଭୟଙ୍କର ବର୍ଷା ଓ ଝଡ଼ ଅଜାଡ଼ି ପକାଇଲା।ଆମ କାନ ଉଠିଲା ଦିନୁ ଏମିତି ରୋଗଟେ ଅଛି ବୋଲି ଜାଣି ନଥିଲୁ।ଏ କରୋନାଟା ଥିଲା ଥିଲା ମୋ ନାତି ଖୁସିରେ ପାଣି ପକେଇ ଦେଲା।ୟାବ ତା ମା ମରୁ।
ମୁଁ କହିଲା ଜେଜେ ଏ ଗୋଟେ ଭାଇରସ୍।ଏଇଟା ଏତେ ମାରାତ୍ମକ ଯେ ଏ ରୋଗରେ ଆକ୍ରାନ୍ତ ଲୋକର ଛିପ,କଫ,କାଶ ଓ ଛିଙ୍କରୁ ଯାଇ ଅନ୍ୟକୁ ସଂକ୍ରମିତ କରେ।ବିଶେଷତଃ ପାଟି ଓ ନାକ ବାଟେ ଦେହ ଭିତରକୁ ଯାଏ।ପ୍ରଥମେ ଗଳା ଦରଜ କରାଏ।ଜର ହୁଏ,ଏହି ବ୍ୟକ୍ତିଙ୍କର କାଶ,ଛିଙ୍କ ଓ ଛେପ ଆଦି ସଂସ୍ପର୍ଶରେ ଯିଏ ଆସିବ ତାକୁ ଏ ରୋଗଟି ହେବ।ବହୁତି ଭୟଙ୍କର।
ଏ ରୋଗରୁ ରକ୍ଷା ପାଇବା ପାଇଁ କିଛି ବ୍ୟବସ୍ଥା ନାହିଁ କି ରେ ନାତି?
ହଁ ଜେଜେ ଅଛି।କିନ୍ତୁ ସେ କୌଣସି ଔଷଧ ନୁହେଁ।କେବଳ ନିଜେ ଟିକେ ହୁସିଆର ହେଲେ ହେଲା।
ଏ କେମିତି କଥାରେ ନାତି ଔଷଧ ନ ଖାଇଲେ କେଉଁ ରୋଗ କଣ ଭଲ ହୁଏ?
'ସେଇ ତ ମଞ୍ଜି ଜେଜେ"।ଏଇଟା ମାରାତ୍ମକ ମହାମାରୀ ରୋଗ ।କ୍ଷଣେକେ ବ୍ୟାପିଯିବ।ସବୁ ବଡ଼ ବଡ଼ ଦେଶ ବା ହାର ମାଣିଲେଣି ଏ ରୋଗ ଆଗେ।ଜାଣିଛ ଜେଜେ ଏ ରୋଗ ପାଇଁ ଔଷଧ ବାହାରି ନାହିଁ।କେବଳ ଏ ରୋଗରୁ ରକ୍ଷା ପାଇହେବ ଗୋଟିଏ ଉପାୟ କଲେ।
ସେଇଟି କଣ କିରେ ହାପି?
ସଚେତନତା ଓ ସାମାଜିକ ଦୂରତ ଜେଜେ।ନିଜ ଉପରେ ସଂଯମତା ରଖିବା।ଅଯଥାରେ ବାହାରକୁ ଯିବା ନାହିଁ।ଭିଡ଼ କରିବା ନାହିଁ କି ଭିଡ଼ ଜାଗାକୁ ଯିବା ନାହିଁ। ସରକାର ଜଣ ସାଧରଣକୁ ସୁରକ୍ଷା ଦେବା ପାଇଁ ପରା ଲକ୍ ଡାଉନ୍ ଘୋଷଣା କରିଛନ୍ତି।
ଏଇ ଲକ୍ ଡାଉନ୍ ଟା କଣ କି?ଏଇଟା ହୋଇ ଗଲେ କରୋନା ହେବ ନାହିଁ?କହିଲୁ କହିଲୁ କଣ କରିବାକୁ ପଡିବ।
ଆମେ କାମକୁ ଗଲେ ଆମ ଘରେ ତାଲା ପକେଇ ଯାଆନ୍ତି ନା ନାହିଁ ଜେଜେ?
ହଁ ଯାଆନ୍ତି।
ଏ ଲକ୍ ଡାଉନ୍ ଠିକ୍ ସେଇଆ।ନିଜେ ଘରେ ରହିବା,
ନିଜକୁ ବାହାର ପଟୁ ତାଲା ପକାଇବା ପରି।ବାହାରକୁ ଯିବା ନାହିଁ।ନିହାତି ଯଦି ଦରକାର ହେଲା ମାସ୍କ ପିନ୍ଧିଯିବା।ସାମାଜିକତା ଦୂରତା ବଜାଇ ରଖିବା।ହାତ କୋଡିଏ ସେକେଣ୍ଡ ଯାଏ ଧୋଇବା।ବାହାରୁ ଆସିଲେ ଲୁଗା ପଟାକୁ ସଫା କରିବା।ହଁ ଗହଳି ଜାଗାକୁ ଆଦୌ ଯିବା ନାହିଁ।ଗୋଟିଏ ଜାଗାରେ ସାତ ଜଣରୁ ଏକାଠି ହେବା ନାହିଁ।ସେ ସାତ ଜଣ ବି ସାମାଜିକତା ଦୂରତା ବଜାଇ ରଖିବେ।ଏମିତି କଲେ କରୋନା ବ୍ୟାପିବା ସମ୍ଭାବନା ବହୁତ କମ୍ ହେବ।
ସରକାର ସେଥିପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି।ଗାଡି,ମଟର,ରେଳ,ଉଡାଯାହାଜ,ଦୋକାନ,ବଜାର,କଳକାରଖାନା ସବୁ ବନ୍ଦ।କିଛି ବି ଖୋଲା ଯିବ ନାହିଁ।କେବଳ ତେଜରାତି,ଔଷଧ ଓ ପନିପରିବା ଦୋକାନ ଦିନକୁ ଥରେ ମାତ୍ର ଦୁଇ ତିନି ଘଣ୍ଟା ପାଇଁ ଖୋଲିବ।ଗାଡି ନୁହେଁ ଚାଲି ଚାଲି ନିଜ ଭିତରେ ଦୁଇ ତିନି ମିଟର ଦୂରରେ ରହି ସଉଦା ଆଣିବାକୁ ପଡିବ।
ଜେଜେ ପୃଥିବୀ ସାରା ଦେଶ ଏବେ ଭାରି ସଙ୍କଟ ଦେଇ ଗତି କରୁଛନ୍ତି।ଏ ଲକ୍ ଡାଉନ୍ ନିୟମ ମାନି ଚଳିବା ସେମିତି କିଛି ବଡ଼ କଥା ନୁହେଁ ମ୍ ଜେଜେ।ନିକି ଆଉ ମୁଁ
ବିଚାର ବିମର୍ଷ କରି ସେଇଥିପାଇଁ ଭିଡିଓ ଟିଏ ପରା ଛାଡିଛୁ।
ହଁ ହଁ ଛୁଆ ସବୁ କୁହା କୁହି ହେଉଥିଲେ।ସେଥିରେ ତୋ ଚଉଠି ରାତି ଅନ୍ଧାର କଥା ଅଛି କି ରେ?ଦାନ୍ତ ନେଫେଡେଇ ଜେଜେ କହିଲେ?
ହଁ ଜେଜେ।
ଆଁ....ହଇରେ ହାପି ଚଉଠି ରାତିର ଯେଉଁ ଉଠ୍ ପଡ଼ ଛାତି ତୁ ସେଇଟାକୁ ଭିଡିଓ କରି ଲୋକଙ୍କୁ ଦେଖେଉଛୁ।ଛିଃ ଛିଃ ପାଠ ଶାଠ ପଢି ତୁମେ ମାନେ ଅଲାଜୁକ ହୋଇଗଲ।ତୁ ଗୋଟେ ଭଡୁଆ ଟିଏ ବୋଲି ମୋତେ ଜଣା ନ ଥିଲା।ଯା ଯା ଆଉ ମତେ କିଛି କହନା।
ଜେଜେ ତୁମେ ସବୁବେଳେ ସେମିତି।ନଈ ନ ଦେଖୁଣୁ ଲଙ୍ଗଳା ହୋଇ ପଡିବ।ବାହାଘର ,ଭୋଜି ଭାତ,ପ୍ରଥମ ମିଳନ ରାତି ଏ ସମସ୍ତ ପ୍ରେତ୍ୟେକ ଜୀବନରେ ଗୋଟିଏ ଗୋଟିଏ ମନେ ରହିଲା ପରି ଦିନ;ହଁ କି ନାଇଁ ଜେଜେ?
ହଁ ରେ ହାପି ଲଗାମ ହିଁନ ବୟସ ପାଇଁ ବିବାହ ବନ୍ଧନ ଗୋଟିଏ ମସ୍ତ ବଡ଼ ଜଞ୍ଜିର।ଏଇ ଲୋଭନୀୟ ଜଞ୍ଜିରରେ ବନ୍ଧା ହେବଟା ବୟସର ଚାହିଁବା।ପ୍ରତ୍ୟେକ ଜୀଵ ପାଇଁ ଆହାର,ନିଦ୍ରା ଓ ମୈଥୁନର ନିହାତି ଆବଶ୍ୟକତା ଅଛି।ବିବାହ ବନ୍ଧନ ଗୋଟେ ଖାଲି ପରମ୍ପରା ନୁହେଁ ରେ ହାପି।ଏହା ଦୁଇଟି ମନ,ଦେହ,ଓ ପରିବାର ମିଳନ ରାସ୍ତା।ସଂସାର ଆଗକୁ ବଢିବାର ଏକ ପ୍ରାକୃତିକ ପ୍ରକ୍ରିୟା। ବାଡୁଆ ବ୍ରେକଲେସ୍ ଗାଡି ପରି ମନକୁ ଶଗଡ଼ ଗୁଳାରେ ଚଳେଇବାର ଏକ ସୁନ୍ଦର ଆକର୍ଷଣୀୟ ଶ୍ରେଷ୍ଠ ମାଧ୍ୟମ।
ସଂକ୍ଷେପରେ କହିବାକୁ ଗଲେ ବିବାହ ବନ୍ଧନ ଗୋଟେ ମୋହ।ଏ ମୋହ ନ ରହିଲେ ସଂସାର ତିଷ୍ଠି ପାରିବ ନାହିଁ।ଜାଣିଛୁ ହାପି ଏ ବନ୍ଧନ ଦୃଢ଼ ସତ କିନ୍ତୁ ଏହାର ଡୋର ଟି ଭାରି ପତଳା।ଟିକେ ଓଲମ ବିଲମ ହେଲେ ଠକ୍ କିନା ଛିଡି ଯାଏ।ଏହି ସାମାଜିକତା ପ୍ରଥା ପରମ୍ପରା ପାଇଁ ଜୀବନ ସୁନ୍ଦର ଓ ଭାରି ଲୋଭନୀୟ ରେ।
ୟା ବୋଲି ତୁ ତୋ ଚଉଠି ରାତି କଥା ସାରା ଜଗତକୁ ଦେଖେଇବୁ।
ସେଇଠି ଅଟକିଛ ଜେଜେ।ତୁମେ ଦେଖିଛ ସେ ଭିଡିଓ।
ହେଇ ଦେଖ।
ଜେଜେ ଆଖି ବୁଜି କହିଲେ ଆରେ ନାଇଁ ନାଇଁ ସେ ଗୁଡା କାହାର ଦେଖନ୍ତି ନାହିଁ?ତୁ ୟାବ ଗୋଟେ ପରମ ବେହିଆ।
ଓ ଜେଜେ ତୁମେ ଦେଖ ତ ଆଗ।
ହଇରେ ହାପି ଏଇଟା କଣ?ଫୁଲ ନାହିଁ,ସଜ ନାହିଁ।ଦି ଟା ବେଡ୍ ଖଣ୍ଡେ ଖଣ୍ଡେ ଦୂରରେ ଥିବା ଗୋଟିଏ ବେଡ୍ ରେ ତୁ;ଆର ଟାରେ ମୋ ଭାଣିଜୀ ବୋହୁ ନିକି।ମୁହଁରେ ତୁଣ୍ଡି ଭିଡିଛ।ମଝିରେ ସେଇଟା କଣ ଗୋଟେ ଷ୍ଟାଣ୍ଡ ଉପରେ ପାନ ପତ୍ର ପରି କଣ ଥୁଆ ହୋଇଛି। ସେଥିରେ ଏଡ଼େ ଏଡ଼େ ଅକ୍ଷରରେ କଣ ଲେଖା ହୋଇଛି।ଜେଜେ ଥଂଗେଇ ଥଂଗେଇ ପଡିଲେ" ସଂଯମୀ ହେବା,ସାମାଜିକତା ଦୂରତା ବଜାଇ ରଖିବା"।
ଓହୋ ତୁମେ ଦିଟା ସବୁ ଆଶା,ସ୍ବପ୍ନକୁ ନିଜ ଭିତରେ ଚାପି ରଖି ଏତେ ସଂଯମତା ଅବଲମ୍ବନ କରୁଛ?ହାପିରେ ତୋତେ ଭଗବାନ କୋଟି ପରମାୟୁ ଦେଇଥାନ୍ତୁ।ମୋ ନାତୁଣୀ ବୋହୁ ହୀରା ଖଣ୍ଡେ।ହଉ ଏ ଲକ୍ ଡାଉନ୍ ସରୁ ମୋ ନାତିର ଜମେଇକି ଚଉଠି କରିବି,ବୁଝିଲୁ ନାତିଆ।
ହଁ ଜେଜେ ନିକି ଆଉ ମୁଁ ଆମ ଅଞ୍ଚଳରେ ବୁଲି ବୁଲି ଯେଉଁମାନେ ବାହାର ରାଜ୍ୟରୁ ଆସିଛନ୍ତି ଘରକୁ ନ ଯାଇ କ୍ବାରେନଟାଇନ୍ ହୋମ୍ ରେ ଚଉଦ ଦିନ ରହିବା ଓ କରୋନା ଟେଷ୍ଟ କରିବା ସଚେତନତା ସୃଷ୍ଟି କରିବୁ।
ଆଉ ଗୋଟେ କଥା ଜେଜେ,ଆମର ଭୋଜି ପାଇଁ ଗୁଡାଏ ଜିନିଷ କିଣା ହୋଇଛି।ସେ ସବୁ ଏଇ ବେଳେ କାମରେ ଲଗାଇ ଦେବା।ମୁଁ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିଛି।ନିକି ବି ଏ ପ୍ରସ୍ତାବଟି ଦେଇଛି।ପ୍ରତି ଦିନ ରୋଷେଇ କରି ଡାକ୍ତର ଖାନାରେ ନେଇ ଲୋକଙ୍କୁ ଖାଇବାକୁ ଦେବା।ଭାରି ହଇରାଣ ହେଉଛନ୍ତି ରୋଗୀ ଓ ରୋଗୀଙ୍କୁ ଦେଖା ଶୁଣା କରୁଥିବା ଲୋକେ।
ଜେଜେ କହିଲେ ସାବାସ୍!ମୋ ନାତୁଣୀ ବୋହୁ "ନିକି"ଟି ଖାଲି ସଂଯମୀ ନୁହେଁ ଖୁବ୍ ସଚେତନ ନାଗରିକ ଟିଏ ବି।ଯାହା କଞ୍ଚା ଓଡ଼ିଆରେ କୁହନ୍ତି ଚଉଆଖିଆ।ହାପି ରେ ତୁ ଭାରି କପାଳିଆ ଏମିତି ଜୀବନ ସାଥିଟିଏ ପାଇଛୁ।
ଭଗବାନ ତୁମକୁ ଖୁସିରେ ରଖନ୍ତୁ।
ହଉ ଜେଜେ ଚାଲ ଚାଲ ରାନ୍ଧିବା ବ୍ୟବସ୍ଥା କରିବା।ବୁଝିଲ ଜେଜେ ନିକି ଓ ମୁଁ ଆମ ଦାମ୍ପତ୍ୟ ଜୀବନ ମଧୁ ଚାଖିବା ପାଇଁ ଗୋଟେ କରୋନା ମୁକ୍ତ ଭାରତ ରାତିର ଅପେକ୍ଷାରେ।