jyotsna mayee panda

Inspirational

4  

jyotsna mayee panda

Inspirational

ସେଇ କରୋନା ଯୋଦ୍ଧା

ସେଇ କରୋନା ଯୋଦ୍ଧା

4 mins
197


ଏମିତି ବି ଏକ କାହାଣୀ ଥାଏ ନା ସେ କାହାଣୀ ଟେର ନା ସମାଜ ପାଇପାରେ ନା ସରକାର l ଅଦିନିଆ ଝଡ଼ରେ ଲିଭି ଯାଇ ଜୀବନ ଦୀପ l ସମୟର କରାଳ ସ୍ରୋତରେ ଭାସି ଯାଏ ଭାବନାର କୁଟା ଖିଅ ସବୁ l 

ମିତାଲିର ପୋଷ୍ଟିଙ୍ଗ ଗତ ବର୍ଷ ହୋଇଛି ଏଇ ରାଉରକେଲାରେ l ବାହାଘର ବର୍ଷେ ନ ପୂରୁଣୁ କୋଉ ଅଜଣା ରୋଗରେ ସ୍ୱାମୀ ଚାଲିଗଲେ ଆରପାରିକି l ଛୁଆଟା ଦୁନିଆରେ ବାପା ଶବ୍ଦ ତା ଆଉ ବୁଝି ପାରିଲାନି l ଶାଶୁଘରେ କେତେ କଥା ସହିବାକୁ ପଡିଲା l ସେ କୁଆଡେ ଅଲକ୍ଷିଣୀ ତା ଗୋଡ଼ ପଡିବାରୁ ସେମାନଙ୍କ ପୁଅ କୁଆଡେ ମଲା l ଜୀବନରେ ଏତେ ବୋଝରେ ମିତାଲି ପୁରା ଅଣନିଃଶ୍ୱାସୀ ହୋଇଯାଏ l ସେ ବାହାଘର ପୂର୍ଵରୁ ANM ଟ୍ରେନିଂ କରିଥିଲା l ସେଥିପାଇଁ ତା ପୋଷ୍ଟିଙ୍ଗ ହେଲା l 

ଏବେ ସେ ନିଜ ମାଆ ଆଉ କୁନି ଝିଅକୁ ନେଇ କ୍ୱାର୍ଟଟରରେ ରୁହେ l କରୋନା ଆସିବା ଦିନଠୁ ନା ମିତାଲି ଛୁଆକୁ ଟିକେ ସମୟ ଦେଇ ପାରୁଛି ନା ଘରକୁ l ଛୋଟ ଛୁଆଟିକୁ ନେଇ ମାଆ ବହୁତ କଷ୍ଟେ ରହୁଛନ୍ତି l କରୋନା ସଂକ୍ରମଣର ଭୟରୁ ଆଉ ମାଆ ସହିତ ପାଖ ପଡୋଶୀ ବି ମିଶୁନାହାନ୍ତି l ପ୍ରତ୍ୟକ୍ଷ ଚିକିତ୍ସା କରୁଥିବାରୁ ତାଠୁ ଆଉ ତା ପରିବାରଠୁ ଟିକେ ଦୂରେଇ ରହୁଛନ୍ତି ସମସ୍ତେ l ମାଆଙ୍କୁ ବି କେହି ସାହାଯ୍ୟ କରୁନାହାନ୍ତି l ସରକାର କହୁଛନ୍ତି କରୋନା ଯୋଦ୍ଧା ସେମାନଙ୍କ ପାଇଁ ଥାଳି ଆଉ ତାଳି ମାରି ସ୍ୱାଗତ ଜଣାଉଛନ୍ତି l କିନ୍ତୁ ବାସ୍ତବ ଚିତ୍ର ଓଲଟା l ମାଆ ସହିତ ସଗୁନ (ମିତାଲିର ଝିଅ) ବାହାରକୁ ଗଲେ ଆଉ ଆଗ ଭଳିଆ କେହି ଗେଲ ବି କରୁନାହାନ୍ତି l ମିତାଲିକୁ ସମୟ ନମିଳିଲେ ପଡିସା ଘର ବନ ଭାଇନା ପରିବା ପତ୍ର ବି ଆଣିଦେଉଥିଲେ ହେଲେ କରୋନା ହେବା ଦିନଠୁ ସେ ଘର ଆଡେ ମୁହଁ ମୋଡ଼ି ଚାଲି ଯାଉଛନ୍ତି l 

ସକାଳର ସୂର୍ଯ୍ୟ ସିନ୍ଦୂରା ଫାଟି ଉଇଁଲେଣି ପୁଣି ସେ ଯୁଦ୍ଧ କ୍ଷେତ୍ରକୁ ବାହାରି ପଡିଲା ମିତାଲି l ସ୍କୁଲ ଛୁଟି ଥିବାରୁ ସଗୁନ ଶୋଇଛି ନିଘୋଡ଼ ନିଦରେ l କାହିଁକି ଏଵେ ବହୁତ ଅଭିମାନ କରୁଛି କହୁଛି "ମାଆ ଏଵେ ତୁମେ ମତେ ଆଉ ଗେଲ କରୁନ କି ରାତିରେ ମୋ ପାଖରେ ଶୋଇ ସେ ବୁଡି ଅସୁରୁଣୀ କାହାଣୀ କହୁନ l " କେମିତି ବୁଝେଇବ ତା ଦୁଃଖ l ମାଆ ହାତର ଉଷୁମ ପରଶ ଟିକେ ବି ଦେଇପାରୁନି ତାକୁ l 

ଦୁଃଖ ସବୁକୁ ଲୁଚେଇ ଓଠରେ ଟିକେ ମିଛ ହସରେ ସଜେଇ ଚାଲିଛି l କେଜାଣି କେବେ ସରିବ ଏ ଯୁଦ୍ଧ l ଆଉ କେବେ ଫେରିବ ତା ସୁନ୍ଦର ଦିନ ସବୁ l 

ସବୁ ଦିନ ପରି ସେ ଦିନ ବି ସେ ରାତି ସାତଟାରେ ଆସିଲା ଘରକୁ l ସଗୁନ ଦୌଡ଼ି ଗଲା ହେଲେ ମିତାଲି ତାକୁ ବାରଣ କଲା l କହିଲା "ରହିଯା ମାମା ଆଉ କେତେ ଦିନ କଥା ମୁଁ ତତେ ପୁଣି ପାର୍କ ବୁଲେଇ ନେବି ଆଉ ଚକଲେଟ କିଣିଦେଵି l " ପରିସ୍ଥିତିରେ ପଡି ସେ ବି ଏଵେ ମମିଙ୍କ ସବୁ କଥାକୁ ମାନୁଛି l ବିଚାରୀ ନିରୀହ ଛୁଆଟା କିଛି ନବୁଝି ଚାଲିଗଲା ଆଇଙ୍କ କୋଳକୁ l ଏମିତି କେତେ ରାତି ହେଉ ଛି ପୁଣି ସକାଳ......... ଆଉ କେତେ ଦିନର ଏ ଯୁଦ୍ଧ ସେ ବି ଜାଣେନା ହେଲେ ତାକୁ ଲଢ଼ିବାକୁ ହେବ l 

ଆଜି ଭାରି ଥକା ଲାଗୁଛି... ମନଟା ବି ଟିକେ ଭଲ ଲାଗୁନି l ହେଲେ ଡିଉଟି ତ ଯିବାକୁ ପଡିବ l ପୁଣି ନିଜ ସ୍କୁଟି ନେଇ ଚାଲିଗଲା ମିତାଲି ତାର ଗନ୍ତବ୍ୟ ପଥରେ...... ଆଜି କାହିଁକି ତା ମୁଣ୍ଡଟା ବୁଲେଇ ଗଲା ହଠାତ୍ ତଳେ ପଡିଗଲା...... ଆଉ ଅଣନିଃଶ୍ୱାସୀ ହୋଇ ପଡିଲା..... ଡ଼କ୍ଟର ତାକୁ ରେଷ୍ଟ ନେବାକୁ କହିଲେ... ତା ପିପିଇ ଡ୍ରେସ କାଢି ଦେଲା.... ଡ଼କ୍ଟର ତାର ରକ୍ତ ନମୁନା ପଠାଇଲେ ଟେଷ୍ଟିଙ୍ଗ ପାଇଁ.. l ଆଉ ତାକୁ ଘରକୁ ନଯିବା ପାଇଁ ପରାମର୍ଶ ଦେଲେ..... 

ବେଡ଼ରେ ପଡି ପଡି କଣ ଗୁଡ଼ାଏ ଭାବି ଚାଲି ଥିଲା ମିତାଲି ଆଜି ସଗୁନ ବି ତାକୁ ବହୁତ ମନେ ପଡୁଛି ଇଛା ହେଉଛି ତାକୁ ଟିକେ କୋଳେଇ ନେବି ଆଉ ମନଭରି ଗେଲ କରିବ ତା ସବୁ ଅଭିମାନ ଭାଙ୍ଗି ଦେବି....... ହେଲେ ଆଜି ମୁଁ ଉପାୟ ଶୂନ୍ୟ... 

ଏମିତି ଦୁଇ ଦିନ ବିତିଗଲା ମିତାଲିର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହେବାକୁ ଲାଗିଲା... ଆଜି ସେ ଡ଼କ୍ଟରଙ୍କୁ ଅନୁରୋଧ କରି କହିଲା "ଡ଼କ୍ଟର ପ୍ଲିଜ଼ ମୋଟେ ଟିକେ ଜଲଦି ଟ୍ରିଟମେଣ୍ଟ କରନ୍ତୁ ମୁଁ ଘରକୁ ଯିବାକୁ ଚାହେଁ l ମୋ ଝିଅ ମୋ ବିନା ରହିପାରିବିନି..... ହେଲେ ଡ଼କ୍ଟର କହିଲେ ଚାରିଦିନ ପରେ ରିପୋର୍ଟ ଆସିବ ଆଉ ତାପରେ ଟ୍ରିଟମେଣ୍ଟ ଆରମ୍ଭ କରିବେ..... ହେଲେ କାହିଁକି କେଜାଣି ମିତାଲିର ମନ ଖୁବ ବିବ୍ରତ ହୋଉ ଥିଲା l ସକଳେ ଭିଡ଼ିଓ କଲିଂ କରି ମାଆ ଆଉ ସଗୁନ ସହିତ କଥା ହୋଇଥିଲା ଏବେ ବି ସଗୁନର କାନ୍ଦ କାନ୍ଦ ମୁହଁ ମିତାଲିକୁ ବ୍ୟଥିତ କରି ପକାଉଛି...... ସେ କାନ୍ଦି କାନ୍ଦି କହିଲା "ତୁମକୁ ମୁଁ ଖୋଜୁଛି ମମି ତୁମେ ମୋ ପାଖକୁ କେବେ ଆସିବ... ଡ଼କ୍ଟର ଅଙ୍କଲକୁ ମୁଁ କହିବି...... କାଲି ମୁଁ ଯିବି l" କେମିତି ବୁଝିବ ସେ କେତେ ମାରାତ୍ମକ ଏ ରୋଗ.... 

ମିତାଲି ଭାବୁଛି ତାକୁ କିଛି ହେବନି କରଣ ସେ ତ ସରକାରଙ୍କ ଦେଇ ଥିବା ପିପିଇ କିଟ ପିନ୍ଧି ଟ୍ରିଟମେଣ୍ଟ କରୁଥିଲା ତାକୁ ବା କେମିତି କରୋନା ହେବ????? ସେ କିଟ ପରା କରୋନାର ଅମୋଘ ଅସ୍ତ୍ର l ନିରୀହ ଅଭିମନ୍ୟୁ ପରି ସେ ଆଜି ଯୁଦ୍ଧ କ୍ଷେତ୍ରକୁ ପଶିବା କୌଶଳ ତ ଶିଖିଛି ହେଲେ ଏଠୁ ମୁକୁଳି ବା ବାଟ ପାଉନି l ଧୀରେ ଧୀରେ ସେ କାଳ ରାତ୍ର ଘନେଇ ଆସିଲା ମିତାଲିର ଛାତିରେ ଖୁବ କଷ୍ଟ ଅନୁଭବ କାଳ ଶ୍ୱାସରୁଦ୍ଧ ହୋଇ ଆସିଲା...... ଆଉ ଜୀବନର ରଣାଙ୍ଗନରେ ସେ ସବୁଦିନ ପାଇଁ ଧରାଶାୟୀ ହୋଇଗଲା..... ଆଜି ସେ ହାରିଗଲା କରୋନା ପାଖରେ..... ..ସକାଳ ଖବରରେ କରୋନା ଯୋଦ୍ଧାର କାହାଣୀ ଅତି ରଂଜିତକାରି ପ୍ରକାଶିତ ହେଲା ପଚାଶ ଲକ୍ଷ ବୀମା ପାଇଁ ମଧ୍ୟ ସରକାର ଘୋଷଣା କଲେ.... ତା ପରିବାର ପାଇଁ କିନ୍ତୁ କଣ ଏଇ ପଇସାରେ ଆଉ ସେ ମାଆର ମମତାକୁ ଫେରି ପାଇବ ସେ ଅବୋଧ ଶିଶୁ ନା ମାଆ ବାପ ଛେଉଣ୍ଡ ଛୁଆ ତା ବାପା ମାଆ ପାଖରେ ନିଜ ଅଧିକାର ଜାହିର କାରି ପାରିବ...... 

     

(ନିୟୁଜରେ ସେ କରୋନା ଯୋଦ୍ଧାଙ୍କ ପାଇଁ ଆସୁଥିବା ପିପିଇ କିଟ ଦୁର୍ନୀତି କଥା ଶୁଣିଲା ପରେ ମୋ ମନ ବ୍ୟଥିତ ହୋଇଗଲା ସେଥିପାଇଁ ମୋର ଏ କାହାଣୀ ସେ କରୋନା ଯୋଦ୍ଧାଙ୍କ ପାଇଁ ସମର୍ପିତ...... ଦୟାକରି ଏ ଜୀବନ ରକ୍ଷାକାରି କିଟରେ ଦୁର୍ନୀତିର ଗନ୍ଧ ନ ବାହାରୁ ସରକାରଙ୍କ ପାଖରେ ମୋର ଏତିକି ନିବେଦନ..... )



Rate this content
Log in

Similar oriya story from Inspirational