Prasant Kumar Nath

Romance

1.0  

Prasant Kumar Nath

Romance

ସେଇ ଝିଅଟି

ସେଇ ଝିଅଟି

2 mins
7.0K


                    

ଆଦିତ୍ୟର ସେଦିନ କଲେଜ ଯାଉଥାଏ । ଘରଠାରୁ କିଛି ବାଟ ଗଲାପରେ ପଡେ ଜେମାମଣି ଛକ । ସେହି ଛକ ଠାରୁ କଲେଜର ଦୂରତା ପ୍ରାୟ ଚାରି କିଲୋମିଟର । ତେଣୁ ସେହି ଛକରୁ ହିଁ ଅନେକ ସାଙ୍ଗ ଭେଟ ହୋଇ ଯାଆନ୍ତି । 

ସେଦିନ କିନ୍ତୁ ଟିକେ ଲେଟ ହୋଇ ଯାଇଥିଲା । ବୋଧହୁଏ ସବୁ ସାଙ୍ଗ ମନେ ଚାଲିଗଲେଣି । ଆଦିତ୍ୟ ଗାଡିର ସ୍ପୀଡ଼ ବଢ଼ିଇଲା କଣ୍ଟା ଅଶୀକୁ ଛୁଇଁଲା । କିଛି ବାଟ ଗଲାପରେ ଦେଖିଲା ଏକ ସୁନ୍ଦରୀ ତରୁଣୀ ଛାତିରେ ବହି ଜାକି ଠିଆ ହୋଇଛି । ଆଉ ଲିଫ୍ଟ ପାଇଁ ଆମନ୍ତ୍ରଣ କରୁଛି । ପପୁ ଭାବିଲା ଆଜି କାଲି ବେଳକାଳ ଠିକ୍ ନାହିଁ ପୁଣି ଝିଅ ପିଲାଟା ଫସେଇ ଦେବନିତ ? ଏମିତି ଭାବୁ ଭାବୁ ତାର ଗାଡି ବ୍ରେକ ମାରି ସାରିଥିଲା । ଆଉ ସେ ଝିଅଟି ମଧ୍ୟ ବସି ସାରିଥିଲା ଆଦିତ୍ୟର ଗାଡି ପଛରେ । କହିଲା ପ୍ଲିଜ ମୋତେ ଟିକେ କ୍ଷଣପ୍ରଭା କଲେଜ ପାଖରେ ଛାଡ଼ିଦେବେ । 

ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକିନା ସେ ମଧ୍ୟ ସେହି କଲେଜର ଛାତ୍ର । କିନ୍ତୁ ସେ ତ କେବେ ସେଇ ଝିଅଟିକୁ ଦେଖିନି କଲେଜରେ । ପଚାରିଲା ତୁମେ କଲେଜରେ ନୂଆ ବୋଧେ । କାହିଁ ମୁ ତ କେବେ ତୁମକୁ ଦେଖିନି ଆମ କଲେଜରେ । ଝିଅଟି କହିଲା ନାହିଁ ମୋର + ୨ ପ୍ରଥମ ବର୍ଷ । ଏବେ ନୂଆ କରି କଲେଜ ଯାଉଛି । ଆପଣ କଣ ସେହି କଲେଜରେ ପଢ଼ନ୍ତିକି ?

ହଁ ମୋର +୨ ଦ୍ୱିତୀୟ ବର୍ଷ । କହିଥିଲା ଆଦିତ୍ୟ । 

ସେତେବେଳକୁ ଗାଡି ପହଞ୍ଚି ସାରିଥିଲା କଲେଜ ପାଖରେ ଆଉ ଝିଅଟି ଓହ୍ଲେଇ ବାଏ ବାଏ କରି ଚାଲିଯାଇଥିଲା । ବେଳେବେଳେ କଲେଜରେ ସେ ଝିଅ ସହ ଦେଖା ହୁଏ ଅଦିତ୍ୟର । ଦୁହେଁ ଦୁହିଁଙ୍କୁ ଦେଖି ଟିକେ ହସି ଦିଅନ୍ତି ।

କିନ୍ତୁ ସେହିଦିନ ଠାରୁ ସେହି ଜାଗା ଆସିଲେ, ଆଦିତ୍ୟ ଗାଡିର ସ୍ପୀଡ଼ କମିଯାଏ । ତାର ଆଖି ଖୋଜିବୁଲେ ସେହି ଝିଅଟିକୁ କେତେବେଳେ ଦେଖା ହୁଏ ତ କେତେବେଳେ ହୁଏନା । 

ଆଦିତ୍ୟ ବହୁତ ଥର ଭାବିଥାଏ ଏହିଥର ଦେଖା ହେଲେ ତାକୁ ତାର ନାଁ ପଚାରିବି । କାହିଁକିନା ଆଦିତ୍ୟ ମନେ ମନେ ତାକୁ ଭଲ ପାଇଁ ସାରିଥିଲା । କିନ୍ତୁ ତାକୁ ଦେଖିଦେଲେ ସବୁ କିଛି ଭୁଲିଯାଏ । ଯାହାକିଛି ଭାବିଥାଏ କିଛିବି କହିପାରେନି । 

ଆଦିତ୍ୟ ଭାବିଥାଏ ଯାହାବି ହେଉ ଏହି ଥର ଦେଖା ହେଲେ ତାକୁ ମୋର ମନ କଥା ଖୋଲି କହିଦେବି । 

କିଛି ଦିନ ପରେ ଆଦିତ୍ୟ ତାର ସାଙ୍ଗ ବାହାଘରରେ ଯୋଗ ଦେବାକୁ ଯାଇଥିଲା । ତାର ସାଙ୍ଗ ଵାହାଘର ମଧ୍ୟ ସେହି ଗାଁ ହରିପୁରରେ ହେଉଥାଏ । ଆଦିତ୍ୟ ମନରେ ଅନେକ ଉତ୍କଣ୍ଠା । ଯାହା ହେଲେବି ନିଶ୍ଚିତ ତାର ଦେଖା ହେବ ସେହି ଝିଅଟି । ଆଉ ସେଇଠି ହିଁ ସିଏ କହିଦେବ ତାର ମନର କଥା । ବାଣ ରୋଷଣୀରେ ସମସ୍ତେ ବାହାଘରର ମଜା ନେଉଥିବା ବେଳେ ଆଦିତ୍ୟର ମନଥାଏ ସେହି ଝିଅଟି ପାଖରେ କେତେବେଳେ ବର ପହଞ୍ଚିବ କନିଆଁ ଗାଁରେ । ଆଉ ତାର ଦେଖା ହେବ ତାର ସ୍ୱପ୍ନର ପରୀ ସହିତ । 

ବର ପହଞ୍ଚିଗଲା କନିଆଁ ଘର ଗାଁରେ । ଅଦିତ୍ୟର ଆଖି ଖୋଜି ବୁଲୁଥାଏ ସେହି ଝିଅଟିକୁ । କିନ୍ତୁ କେଉଁଠି ବି ଦେଖା ହେଲା ନାହିଁ ସେହି ଝିଅଟି ସହିତ । 

ବର ପହଞ୍ଚିଲା ପରେ ସବୁ ସାଙ୍ଗ ମାନେ ବସିଥାନ୍ତି । ଆଦିତ୍ୟ ଭାବୁଥାଏ ହୁଏତ କନିଆଁ ପାଖରେ ସେହି ଝିଅଟି ଥାଇ ପାରେ । ମୁ ଭାବିକୁ ଦେଖିକି ଆସୁଛି କହି ଆଦିତ୍ୟ ଚାଲିଗଲା କନିଆଁ ବସିଥିବା ସ୍ଥାନକୁ । ସେଠାକୁ ଯାଇ ଯାହା ଦେଖିଲା ସେ ବିଶ୍ୱାସ କରି ପାରିଲା ନାହିଁ । ତାର ପାଦ ତଳୁ ଯେମିତି ମାଟି ଖସି ପଡ଼ିଲା । କାହିଁକିନା କନିଆଁ ବେଶରେ ବସିଥିଲା ସେହି ଝିଅଟି ।

              ~~**~~

ପ୍ରଶାନ୍ତ କୁମାର ନାଥ 

ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର-755013.

ମୋ-08892301143


Rate this content
Log in

Similar oriya story from Romance