STORYMIRROR

Himalini Hota

Horror

3  

Himalini Hota

Horror

ସେହି କାଳ ରାତ୍ରୀର କାହାଣୀ

ସେହି କାଳ ରାତ୍ରୀର କାହାଣୀ

4 mins
117

ସେ ଦିନ ସମସ୍ତେ ଗଲା ପରେ କବାଟ ଦେଇ ଯେତେବେଳେ ରୁମ ଭିତରକୁ ପ୍ରବେଶ କଲି କାହିଁକି ନା କେଜାଣି ରୁମ ଭିତର ଟା ମାଡି ମାଡି ପଡିଲା ପରି ଲାଗିଥିଲା , ଅସମ୍ଭବ ନୀରବତା ସାଙ୍ଗକୁ କିଛିଟା ଅଲଗା ଶବ୍ଦ ରାତ୍ରୀ ସମୟ , ତା ସହ ବୋଧେ ଏକୁଟିଆ ପଣ ପାଇଁ (ଏକୁଟିଆ ରହିବାର ଅଭ୍ୟାସ ନଥାଏ ପୂର୍ବରୁ ), ତେଣୁ ଏପରି ହେଉଛି ଭାବି ମନ କୁ ବୁଝେଇ ଦେଇଥିଲି । ମତେ ସେମିତି ରେ ବି ଭୂତ  ପ୍ରେତ ,ଡାହାଣୀ ,ଚିରୁଗୁଣୀ ଆଦି ଯେତିକି ଯେତିକି ନକରାତ୍ମକ ଶକ୍ତି ଅଛନ୍ତି ସେମାନଙ୍କୁ ଆଦୌ ଭୟ ଲାଗେ ନାହିଁ ।କାରଣ ମୋ ମନରେ ଗୋଟେ ବିଶ୍ୱାସ ଯେ ହନୁମାନ ଚାଳିସା ,ମହା ମୃତ୍ୟୁଞ୍ଜୟ ମନ୍ତ୍ର ଆଉ ପ୍ରଭୂ ନୃସିଂହ ଙ୍କ ବୀଜ ମନ୍ତ୍ର ଯାହାକୁ ଆସୁଥାଏ ତା ଉପରେ ଏହି ନକରାତ୍ମକ ଶକ୍ତି ର କୌଣସି ଖରାପ ପ୍ରଭାବ ପଡେ ନାହିଁ । ମନ୍ତ୍ର ଉପରେ ଏତେ ବିଶ୍ୱାସ ଥିବା ସତ୍ତ୍ୱେ ବି ସେଦିନ କାହିଁକି ସେପରି ବ୍ୟତିକ୍ରମ ହୋଇଥିଲା କିଛି ଜଣା ପଡୁ ନଥିଲା ।ମନ ପରିବର୍ତ୍ତନ କରିବା ପାଇଁ ଚୁପ ଚାପ ବେଡ଼ ଉପରେ ପଡି ରହି ଇଏର ଫୋନ କାନରେ ଦେଇ କିଛି ଗୋଟାଏ ହାସ୍ୟ ରସାତ୍ମକ କାର୍ଯ୍ୟ କ୍ରମ ଦେଖିବାରେ ମନୋନିବେଶ କଲି, କିନ୍ତୁ ଏକୁଟିଆ ପଣ ପାଇଁ ମନ ରେ ଉପୁଜିଥିବା ଭୟ ମୋ ମନ ସହ ସାଥ ଦେବାପାଇଁ ଆଦୌ ରାଜି ନଥିଲା।ଯେତେ ମନ ଟାକୁ ଭୁଲେଇବା ପାଇଁ ଚେଷ୍ଟା କରୁଥିଲି ମନ ସେ ଭୟ ଆଡକୁ ସେତେ ଶୀଘ୍ର ଆକର୍ଷିତ ହୋଇ ଗତି କରୁଥିଲା । ଭୟ ର କାରଣ ଥିଲା ଶୋଇବା ଘର କାନ୍ଥ ଭିତରୁ ଆସୁଥିବା ଏକ ବିଚିତ୍ର ଆବାଜ (କବାଟ କୁ ନକ କଲେ ଯେଉଁ ଆବାଜ ଆସେ ) ଠିକ ସେପରି ଆବାଜ ।ଏକୁଟିଆ ପଣ କୁ ନିଶବ୍ଦ ରାତିର ଏହି ପ୍ରକାର ର ଆବାଜ ଭୟ ସୃଷ୍ଟି ହେବା ବି ସ୍ୱାଭାବିକ, ତଥାପି ମନରୁ ଭୟ ଟା କୁ ହଟେଇବା ପାଇଁ ଆଉ କୋଉ କାରଣ ଯୋଗୁଁ ସେପରି ହେଉଛି ବୋଲି ,ମନରେ ଉଠିଥିବା ତୀବ୍ର ଜିଜ୍ଞାସା କୁ ଏଡେଇ ନ ପାରି ଶବ୍ଦ ଆସୁଥିବା ଜାଗାରେ ଟଙ୍ଗା ହୋଇଥିବା ଫୋଟ ଫ୍ରେମ ଟିକୁ ହଟେଇ ଦେଇଥିଲି ।ଭାବିଥିଲି ଝିଟିପିଟି ବୋଧେ ସେହି ଫ୍ରେମ ପଛରେ ରହି ଏପରି ଶବ୍ଦ ସୃଷ୍ଟି କରୁଛି ଯାହାକି ରାତ୍ରୀ ର ନିଶବ୍ଦତା କୁ ଆହୁରି ଭୟଙ୍କର କରି ଦେଉଛି । ଫ୍ରେମ ହଟେଇଲା ପରେ ,କିଛି ସମୟ ପାଇଁ ଶବ୍ଦ ଟି ବନ୍ଦ ହୋଇଯାଇଥିଲା ମୁଁ ଅlଶ୍ୱସ୍ତି ଲାଭ କରିଥିଲି କିନ୍ତୁ ଘଣ୍ଟା କଣ୍ଟା ଯେତେବେଳେ ରାତ୍ରୀ ବାର ଟା ର ସୂଚନା ଦେଇଥିଲା ପୁଣି ଥରେ ସେହି ଏକା ପ୍ରକାର ଶବ୍ଦ ଆସିବାକୁ ଲାଗିଥିଲା ଶୂନ୍ୟ କାନ୍ଥ ରୁ । ମନ ଟା କୁ ଅସମ୍ଭବ ଭାବରେ ବିଚଳିତ କରିବାରେ ଲାଗିଥିଲା ବର୍ତ୍ତମାନ ସେହି ଠକ ଠକ ଆବାଜ । ସବୁଠୁ ଆଶ୍ଚର୍ଯ୍ୟ ର ବିଷୟ ଏୟା ଥିଲା ଯେ ସିମେଣ୍ଟ କାନ୍ଥ ଭିତରୁ କାଠ କବାଟ କୁ ଠକ ଠକ କଲେ ଯେଉଁ ଆବାଜ ଆସେ ସେପରି ଆସୁଥିଲା । ଆଉ ରହି ପାରିଲି ନାହିଁ ଫୋନ ନମ୍ବର ଡାଏଲ କଲି ଘର ଲୋକ ଙ୍କ ନିକଟକୁ । ପୁଣି କଣ ଭାବି କାଟି ଦେଲି ।କାହିଁକି ନା ରାତି ଅଧରେ କାହାକୁ ନିଜର ସମସ୍ୟା ପାଇଁ ଡିଷ୍ଟରଵ କରିବା ଆଦୌ ଠିକ ନୁହେଁ । ତା ପରେ ସେମାନେ ଯେତେବେଳେ ଯାଇଛନ୍ତି ବ୍ୟସ୍ତ ଥିବେ ସେହି ଶୋକକୁଳ ପରିବେଶ ରେ ,ମୋ ଠାରୁ ଫୋନ ପାଇ ଅଯଥା ବ୍ୟସ୍ତ ହେବେ । ଆଉ ବେଡ଼ ଉପରେ ଚାହିଁ କି ବି ଶୋଇ ପାରିଲି ନାହିଁ । ଉଠି ବସିଲି ...ଆବାଜ ଆସୁଥିବା କାନ୍ଥ କୁ ଗୋଟେ ଲୟ ରେ ଲକ୍ଷ୍ୟ କରି ରହିଲି । ମନରେ ଅନେକ ଅସମାହିତ ପ୍ରଶ୍ନ ଏପରି ଆବାଜ ଆସିବାର କାରଣ କଣ ହୋଇ ଥାଇ ପାରେ .... ପୁଣି ମନକୁ ଆସିଥିଲା ଅପର ପlର୍ଶ୍ଵ ରେ ବୋଧେ ମୂଷା କି ଚୁଚୁନ୍ଦ୍ରା ଅଛନ୍ତି!!!।ସେମାନେ ବୋଧେ ଏପରି ଶବ୍ଦ କରୁଛନ୍ତି ... କଣ ଭାବି ,ଚେକ କରିବା ପାଇଁ ସେହି ରୁମ ର ଦରଜା ଖୋଲି ଅନ୍ୟ ରୁମ କୁ ଗଲି ।କିନ୍ତୁ ସେପଟେ ବି , ମୋ ଭାବନା ଅନୁରୂପ କୌଣସି କଥା ଦେଖିବାକୁ ପାଇ ନଥିଲି ।ଭୟ ଟା ମନ ଭିତରେ କାହିଁକି କେଜାଣି ଆହୁରି ଅଧିକ ଭାବରେ ପୁଞ୍ଜିଭୂତ ହେବାରେ ଲାଗିଲା । ପୁଣି ଥରେ ମନକୁ ଦୃଢ଼ କଲି ଏ ସବୁ ଫିଲ୍ମି ଏଫେକ୍ଟ ହୋଇ ଥାଇ ପାରେ । ହରର ଫିଲ୍ମ ପ୍ରତି ମୋର ଏକ ଦୁର୍ବାର ଆକର୍ଷଣ ଯୋଗୁଁ ବି ଏମିତି ଲାଗୁଥାଇ ପାରେ ,କହି ମନକୁ ବୁଝେଇଥିଲି ।ହେଲେ ସେ ବିଚିତ୍ର ମନ ମୋର ଏମିତି ହୋଇ ଯାଇଥାଏ ଯେ , ମୋ ବିବେକ ର କଥା ଶୁଣିବାକୁ ବିଲକୁଲ ରାଜି ନ ଥାଏ । ହଁ ମନ ନ ବୁଝିବାର ଆଉ ଗୋଟିଏ କାରଣ ବି ହୋଇ ଥାଇ ପାରେ ଅନ୍ୟ କୌଣସି ଦିନରେ ଏପରି ଯଦି ହୋଇଥାନ୍ତା ଅଲଗା କଥା ହୋଇଥାନ୍ତା । ଯୋଗକୁ ସେହି ଦିନ ଜଣେ ନିକଟ ସମ୍ପର୍କୀୟଙ୍କ ଆକସ୍ମିକ ଅପ ମୃତ୍ୟୁ ତାଙ୍କ ଶେଷ ଦର୍ଶନ ନିମିତ୍ତ ଯାଇଥିଲେ ପରିବାର ର ସମସ୍ତେ । କାଳେ ତାଙ୍କର ଆତ୍ମା ଫାତ୍ମା ଚାଲି ଆସିଗଲା କି ଘରକୁ ?ଏପରି ଭାବନା ବି ମନ ଭିତରକୁ ଉଙ୍କି ଆସିଥିଲା ।ପୁଣି ମନ କୁ ବୁଝେଇ ବାରେ ଲାଗିଥିଲି ହେ ଛାଡ଼ ମ ଏସବୁ କିଛି ନାହିଁ , ଯିଏ ମଲା ସିଏ ଗଲା । ତା ଛଡା ସେ ତାର ନିଜ ଲୋକ ଙ୍କ ପାଖକୁ ନ ଯାଇ ମୋ ପାଖକୁ ଆସିବ କାହିଁକି ?ଏମିତି ଦୁର୍ଭାବନା ସବୁ ମନ ଭିତରେ ବଢି ଚାଲିଥାଏ ଓ ତାକୁ ତାଳ ଦେଇ କାନ୍ଥ ଭିତରୁ ସେ ବିଚିତ୍ର ଆବାଜ ବି ବଢି ଚାଲୁଥାଏ। କାଳ ପଡିବାକୁ କାଉ ରଡିବା ପରି ମୋ ଭାବନା କୁ କୁଠାର ଘାତ କରି ହଠାତ୍ ନିଆଁ ଲଗା କରେଣ୍ଟ ବି ସେ ସମୟ ରେ ଚାଲି ଯାଇଥିଲା । ସେତେବେଳେ ଯାଏଁ ହୃଦୟ ଓ ବିବେକ କୁ ସାନ୍ତ୍ୱନା ଦେଇ ବସିଥିବା ଏଇ ମନ ,ନିଜ ଉପରୁ ଆୟତ୍ତ ନ ରଖି ପାରି ଏକ ରକମ ଦୌଡ଼ି ବାରେ ଲାଗିଥିଲା ସିଡି ପରେ ସିଡି ଅତିକ୍ରମ କରି ଘର ର ମୁଖ୍ୟ ଦରଜା ଆଡକୁ । ଭାବିଥିଲି ସେହି ପାଖରେ ବସି ବସି ରାତି ଟା ପୁହାଇ ଦେବି ଆଉ ବା କେତେ ସମୟ, ଦୁଇ କି ତିନି ଘଣ୍ଟା ବସିଲା ପରେ ତିନିଟା ବାଜିଯିବ ଆଉ ରାତି ବି ପାହିଯିବ। ମନକୁ ଶକ୍ତ କରି ଚଉକି ଟିଏ ଟାଣି ଆଣି ପ୍ରବେଶ ଗୃହ ର ଦରଜା କୁ ଆଉଜି ବସି ରହିଲି ।କିନ୍ତୁ ଦୁର୍ଭାଗ୍ୟ ମୋର ପିଛା ଛାଡି ନ ଥାଏ ବୋଧେ ସେହି ସମାନ ଶବ୍ଦ ବର୍ତ୍ତମାନ ମୁଖ୍ୟ ଦରଜା ପଟୁ ଆସିଲା ।ଆଉ ତାର କମ୍ପନ ଯେତେବେଳେ ମୁଁ ନିଜ ଶରୀର ରେ ଅନୁଭବ କଲି ବାପ ରେ ସେତେବେଳେ କୁ ମୋ ଅବସ୍ଥା ଯାହା ହୋଇ ଥିବ । ଏତେ ସମୟ ଯାଏଁ , ନିଜ ମନକୁ ସିନା ବୁଝାଉଥିଲି ବର୍ତ୍ତମାନ ସ୍ଥିର ହୋଇଯାଇଥିଲି ସତରେ କିଛି ଗୋଟେ ଅଛି । ଆଉ କାଳ ବିଳମ୍ବ ନ କରି ଦୌଡ଼ି ଆସିଥିଲି ଉପର ମହଲା କୁ । ଆଉ ମୋ ପାଦ ସ୍ଥିର ହୋଇଥିଲା ଯାଇ ଠାକୁର ଘର ସାମ୍ନା ରେ । ସେତେବେଳେକୁ ମୁଁ ଗୋଟା ପଣେ ଝାଳ ରେ ଭିଜି ସାରିଥାଏ । ଠାକୁର ଘର ସାମ୍ନା ରେ ପହଞ୍ଚି ବାରୁ ଟିକେ ଭୟ କମିଥିଲା ଓ ଶାନ୍ତି ରେ ନିଶ୍ୱାସ ମାରିଥିଲି ।ସାରା ରାତି ଠାକୁରଙ୍କ ସାମ୍ନାରେ ସେମିତି ବିନିଦ୍ର ଭାବରେ କଟି ଯାଇଥିଲା । କଣ ଥିଲା ନ ଥିଲା ତ ଈଶ୍ୱର ଙ୍କୁ ଜଣା ଏବେ ବି ସେହି କାଳ ରାତିର କଥା ମନକୁ ଆସିଗଲେ ଭୟରେ ରୁମ ମୂଳ ଟାଙ୍କୁରି ଉଠେ ।


Rate this content
Log in

Similar oriya story from Horror