Pranati Mahapatra

Inspirational

3.9  

Pranati Mahapatra

Inspirational

ସେ ହିଁ ସୃଷ୍ଟି ସେ ହିଁ ସ୍ରଷ୍ଟା

ସେ ହିଁ ସୃଷ୍ଟି ସେ ହିଁ ସ୍ରଷ୍ଟା

2 mins
223


ରାଜା ହରିଶ୍ଚନ୍ଦ୍ର ବଡ ଦାନବୀର ଥିଲେ । ତାଙ୍କ ପାଖରୁ ରିକ୍ତ ହସ୍ତରେ କେହି କେବେ ଫେରୁ ନ ଥିଲେ। କିନ୍ତୁ ସବୁବେଳେ ଲକ୍ଷ୍ୟ କରାଯାଏ କି ରାଜା ଯେତେବେଳେ ଦାନ ଦେଉଥିଲେ ହସ୍ତ ଯଦିଓ ଉପରକୁ ଥାଏ କିନ୍ତୁ ତାଙ୍କ ମୁଣ୍ଡ ଓ ନୟନ ତଳକୁ ହିଁ ରହୁଥିଲା ।ଏକଥା ଲକ୍ଷ୍ୟ କରି ଅନେକ ଲୋକ କଥା ହୁଅନ୍ତି କି ରାଜା କେମିତିକା ଦାନବୀର ଯେ ସର୍ବଦା ନିଜ ମସ୍ତକ ନିମ୍ନକୁ ରଖୁଛନ୍ତି ! ଏକ ତ ଦାନ ଦେଉଛନ୍ତି ଅଥଚ ନିଜକୁ ନିଜେ ଲଜ୍ଜିତ ବୋଧ କରୁଛନ୍ତି । କଥା ଧୀରେ ଧୀରେ କାନକୁ କାନ ହୋଇ ଗୋସ୍ଵାମୀ ତୁଳସୀଦାସଙ୍କ ପାଖରେ ପହଞ୍ଚିଲା । ଗୋସ୍ଵାମୀ ତୁଳସୀଦାସ ପ୍ରଶ୍ନକଲେ ରାଜାଙ୍କୁ । ହେ ଦାନବୀର ! ତୁମେ ଏଭଳି ଦାନ କାହାଠାରୁ ଶିକ୍ଷା କରିଛ ? ଯାହା କି ତୁମ ହାତ ଯେତେ ଉପରକୁ ଉପରକୁ ଉଠୁଛି ମଥା ଓ ନୟନ ସେତେ ସେତେ ନିମ୍ନକୁ ଆସୁଛି , ଏସବୁର କାରଣ କ' ଣ ? 

ଗୋସ୍ୱାମୀ ତୁଳସୀଦାସଙ୍କର ଏ ପ୍ରଶ୍ନର ଉତ୍ତର ଖୁବ୍ ସୁନ୍ଦର ଭାବରେ ରାଜା ଦେଲେ । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏଭଳି ସନ୍ତୋଷଜନକ ଉତ୍ତର ଏଯାବତ ଏ ଧରାରେ କେହି ଦେଇ ନାହାଁନ୍ତି ।


ରାଜା ଉତ୍ତର ରଖିଲେ କି,ଏ ସଂସାରରେ ଦେଲା ବାଲା ତ ଆଉ ଜଣେ ,ଯିଏ ଦିନ ରାତି ଦେଇ ଚାଲିଛନ୍ତି ।ସେ ପରମାତ୍ମା, ପରଂବ୍ରହ୍ମ, ସଚ୍ଚିଦାନନ୍ଦ ପରମପୁରୁଷ । କିନ୍ତୁ ଲୋକଙ୍କର ଭ୍ରମ କି ମୁଁ ଦେଉଛି ବୋଲି, ରାଜା ଦେଉଛନ୍ତି ବୋଲି ।ମୁଁ ତ କାହାକୁ କିଛି ବି ଦେଉ ନାହିଁ । କାରଣ ମୋର ବୋଲି ତ କିଛି ନାହିଁ ।ତେଣୁ ମୁଁ ଦାନୀ ହେଲି କିପରି ? 

କିନ୍ତୁ ଲୋକମାନେ ଯେ ମୋର ପ୍ରଶଂସା କରୁଛନ୍ତି, ମୋର ଗୁଣଗାନ କରୁଛନ୍ତି । ତେଣୁ ଏସବୁ କଥା ଭାବି ଭାବି ମୋର ନଜର, ମୋର ମଥା, ମୋର ନୟନ ତଳକୁ ଚାଲି ଆସୁଛି । ଲଜ୍ଜିତ ବୋଧ କରେ ବୋଲି ମୁଁ ଏସବୁ ଆପେଆପେ ହୋଇ ଯାଏ ।

ସେ ତ କରୁଛନ୍ତି, ସେ ବି କରାଉଛନ୍ତି ,ସେ ହିଁ ଦାନୀ , ସେ ହିଁ ସବୁ କର୍ମର ମୂଳ ।ସେ ହିଁ ପ୍ରଥମେ ଦେଇଛନ୍ତି ଆମକୁ ଆଉ ଆମ ମାଧ୍ୟମରେ ଅନ୍ୟକୁ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି । ହେ ମାନବ ! କିଛି ଆମର ନୁହେଁ ,ଏଭଳି କି ଯେଉଁ ବାୟୁ ନିଜ ନାକ ପୁଡାରେ ଆମେ ନେଇଛନ୍ତି ସେ ବି ଆମର ନୁହେଁ । ତେବେ ମନରେ ଏତେ ଅହଂକାର କ'ଣ ପାଇଁ ,ଏତେ ଅଭିମାନ,ଏତେ ହିଂସା, ଦ୍ଵେଷ କାହିଁକି ?

ସେ ସ୍ରଷ୍ଟା, ସୃଷ୍ଟି, ସେ ହଁ ସର୍ବମୟ କର୍ତ୍ତା । ସେ ହିଁ ଜନ୍ମ ଦେଇଛନ୍ତି, ସେ ହିଁ ଜୀବନ ନେଉଛନ୍ତି । ତାଙ୍କ ଇସାରାରେ ସବୁ କିଛି ସମ୍ଭବ ଯଦି କାହିଁକି ଏତେ ଟଣାଓଟରା ସାମ୍ପ୍ରତିକ ସମୟରେ ସାମାନ୍ୟ ସାମାନ୍ୟ କଥାବସ୍ତୁକୁ ନେଇ ।

ସମସ୍ତଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ଦିନ ବିତେଇ ଦେଲ ପରମଶାନ୍ତି ମିଳିବ ।

ତେଣୁ ସେହି ପରଂବ୍ରହ୍ମଙ୍କ ଶରଣାପନ୍ନ ହୋଇ ସତ୍, ଚିତ୍, ଆନନ୍ଦକୁ ଅନୁଭବ କରି ସତ୍ୟ, ଧର୍ମ ନ୍ୟାୟ ପଥର ପଥିକ ହୋଇଗଲେ ପରମଶାନ୍ତି ମିଳି ପାରିବ ।



Rate this content
Log in

Similar oriya story from Inspirational