STORYMIRROR

Dr Jharana Satapathy

Inspirational Others

3  

Dr Jharana Satapathy

Inspirational Others

ସଚେତନତା

ସଚେତନତା

3 mins
137

ହେଟି ଶୁଣୁଛ ଜଳଦି ଗାଡି ଚଲାଅ ମୋ !ଝିଅ ପରା ଆମର ଏକୁଟିଆ ଘରେ ଅଛି। ଚାଲ ଜଲଦି ଯାଇ ପହଞ୍ଚିବା।

ସବୁବେଳେ ଖାଲି ଅଫିସ ଦୁଇ ଜଣକର।ଝିଅ ପାଖରେ ସମୟ ଦେବାକୁ କେଵେ ଛୁଟି ହିଁ ନାହିଁ ଆମର ।ଶନି ରବିବାରେ ହେଲେ ଆମେ ତାକୁ ପାର୍କ ଟିକେ କଣ ବୁଲିବାକୁ ନେଉ ଥିଲେ ରେସ୍ତୋରେଁ ଯାଉଥିଲେ ତାହା ବି ବନ୍ଦ ।କି କରୋନା ଲାଗି।ହଁ ଶୁଣ ଆଜି ଝିଅ ପାଇଁ ଏଵଂ ଆମ ପାଇଁ ଯେମିତି ହେଲେ ମାସ୍କ ନେଇକି ଯିବା। ପାଞ୍ଚ ଛଅ ଦିନ ହେଲାଣି ଖୋଜୁଛେ ମାତ୍ର କେଉଁ ମେଡିସିନ ଦୋକାନରେ ନାହିଁ। ଗାଡି ରଖ ରଖ ଆଉ ଏକ ମେଡିସିନ ଦୋକାନ ଆସିଲା ଏ ଦୋକାନରେ ନିଶ୍ଚିତ ମାସ୍କ ଥିଵ।

ମେଡିସିନ ଦୋକାନରେ ଲିଲିମା ମେଡମ ମାସ୍କ ମାଗିବା ପୂର୍ବରୁ ଦୋକାନ ମାଲିକ ସେପଟେ ଅନ୍ୟ ଏକ ଗ୍ରାହକକୁ କହୁଥାନ୍ତି ସେ ଗୋଟିଏ କଥା, ମାସ୍କ ଆମ ପାଖରେ ନାହିଁ ଆଜ୍ଞା । ଦଶଦିନ ପରେ କାଲି ପଚାଶଟା ଆସିଥିଲା ସଙ୍ଗେ ସଙ୍ଗେ ଖତମ। ଆଉ କେବେ ଆସିବ କହିପାରିବୁ ନାହିଁ।ଅଡର ଫଡର କିଛି ରଖିବୁ ନାହିଁ।କେବେ ଆସିବ ମାସ୍କ ଦୋକାନକୁ ଜଣା ନାହିଁ ବହଣା ପଇସା ରଖି ଲାଭ କଣ?

ସତରେ ବୁଢୀ ମାଆଠୁ ଶୁଣିଥିଲି ହଇଜା ମହାମାରୀ ରୂପେ ପ୍ରବଳ ବେଗରେ ବ୍ୟାପିଥିଲା ବହୁଲୋକଙ୍କ ଏଥିରେ ଜୀବନ ଚାଲି ଯାଇଥିଲା।ତା ଠାରୁ ସାଙ୍ଘାତିକ ହୋଇଗଲା କରୋନା ଭାଇରସ୍ ହେ ପ୍ରଭୁ ଏ କରୋନା ଲାଗି କେତେ ଜଣକର ପ୍ରାଣ ଗଲାଣି । ବର୍ତ୍ତମାନ କରୋନା ଭାଇରସ ସମସ୍ତଙ୍କ ମୁଣ୍ଡ ବଥାର କାରଣ ହୋଇଛି । ଛାତିରେ ଛନକା ପଶିଗଲାଣି।

ନିଦ ହଜିଗଲାଣି ପ୍ରାୟ ସମସ୍ତଙ୍କର। ପାର୍କ,ମଲ ସ୍କୁଲ,କଲେଜ ସବୁ ବି ବନ୍ଦ।ସମସ୍ତଙ୍କ ମୁହଁରେ ଭୟର ବାତାବରଣ।ଘରେ ବାହାରେ ଖାଲି ସେହି କଥା।ପିଲାଙ୍କୁ ସାଙ୍ଗସାଥୀ ସହ ମିଶି ବାହାରକୁ ଖେଳିବାକୁ ଛାଡିବାକୁ ବି ଡର ଲାଗୁଛି।ପିଲାଏ କରିବେ କଣ ଏହା ଭାବି ଭାବି ଅଫିସରୁ ଫେରି ହାତରେ ଧରିଥିବା ଫାଇଲ ଵେଗଟିକୁ ସୋଫା ଉପରେ ଥୋଇ ଧପ ହୋଇ ବସିପଡିଲେ ଲିଲିମା।

ଝିଅ ପାପୁନି ଆସି ଲମ୍ବା ତାଲିକାଟି ଧରାଇଦେଲା । ଯିଦ ଧରିବସିଲା ଚାଲ ମାମା ଆଜି ଵଜାର ଯିବା ସେଠୁ ଜିନିଷ କିଣି ଆଣିବା।ତୁମେ କହୁଥିଲ ନା କରୋନା ଲାଗି ସବୁ ମଲ ବନ୍ଦ।ତୁମର ଏବଂ ବାବାଙ୍କର ସବୁବେଳେ ଅଫିସ୍।କେବେ ବି ତୁମକୁ ସମୟ ନାହିଁ। ଏଵେ କି କରୋନା ଲାଗି ତୁମେ ମତେ ବାହାରକୁ ନେବା ପାଇଁ ଡରୁଛ ? ଠିକ୍ ଅଛି ତୁମ ସହ ମୁଁ ମାସ୍କ ପିନ୍ଧି ଯିବି। ମାମା ତୁମେ ଆଣିଛ ମୋ ପାଇଁ ମାସ୍କ ?

ଆଜିବି ମିଳିଲାନି ମେଡିସିନ ଷ୍ଟୋରରେ।ମତେ ବାହାରକୁ ଖେଳିବାକୁ ଛାଡୁନ ଏଥିପାଇଁ କାଳେ ଧୂଳି,ମଳି ଲାଗିବ ବୋଲି ।

ମାମା ଜାଣିଛ ଜାଣିଛ ଆଜି ମୁଁ ଵାହାରେ ମୁହଁ ରେ ରୁମାଲ ଵାନ୍ଧି ଶ୍ୟାମଳି ସହ ଖେଳିବା ବେଳେ ଗୋଟିଏ ମାସ୍କ ପିନ୍ଧା ଅଙ୍କଲ ମତେ ମାସ୍କ ଦେବା ସହ ଚକେଲେଟ୍ ନେଵା ପାଇଁ ଡାକୁଥିଲେ। ଚେହେରାଟି ସଠିକ୍ ଭାବେ ଦେଖା ଯାଉନଥାଏ।ମୁହଁରେ ସେ ଅଙ୍କଲର ଅଧା ମାସ୍କ ଥାଏ ।

ଆଖି ଦୁଇଟି ତାର ଜଳ ଜଳ ଦେଖାଯାଉଥାଏ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ।ମୁଣ୍ଡରେ ଟୋପି ପିନ୍ଧିଥିଲେ ।ହାତରେ କିଛି ମାସ୍କ ଧରି ପ୍ରଥମେ ମୋ ପାଖକୁ ଆସି ଦେବା ପାଇଁ ଚେଷ୍ଟା କରିଥିଲା ମୁଁ ମନାକରି ଦେଇଥିଲି ।

ତୁମେ ମନା କରିଥିଲ ବାହାର ଲୋକଙ୍କଠୁ କୌଣସି ଜିନିଷ ନ ନେବା ପାଇଁ ମୁଁ ନେଲି ନାହିଁ। ତୁମେ ସର୍ବଦା କୁହ ଆଜିକାଲି କୌଣସି ଝିଅ ସୁରକ୍ଷିତ ନୁହେଁ। କିଏ ଅଜଣା ଅଚିହ୍ନା ଲୋକ କେତେବେଳେ କିଏ ଅଘଟଣ ଘଟାଇଦେବ ଜଣାପଡିବ ନାହିଁ ସେଥିପାଇଁ ନିଜକୁ ସତର୍କତା ସହ ରହିବାକୁ ପଡିବ। 

ଆହୁରି ତୁମେ କହିଥିଲ ନା ଆଜିକାଲି ସମସ୍ତଙ୍କ ମୁହଁରେ ଗୋଟିଏ ଗୋଟିଏ ମାସ୍କ ନ ହେଲେ ରୁମାଲ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ। ତୁ କାହାକୁ ଚିହିପାରିବୁ ନାହିଁ।କିଏ ଡାକିଲେ ଯିବୁ ନାହିଁ।

କିନ୍ତୁ ଶ୍ୟାମଳି ମୋ ସାଙ୍ଗ ସେ ମାସ୍କ ଆଣିବାକୁ ସେ ଅଙ୍କଲ ପାଖକୁ ଗଲା ମୁଁ ମନା କଲେ ବି ଶୁଣିଲାନି ସେ ମାସ୍କଟି ତା ମୁହଁରେ ପିନ୍ଧିବା କ୍ଷଣି ଅଚେତ୍ ହୋଇ ପଡିଗଲା।ତାକୁ ସେ ଅଙ୍କଲ ଉଠାଇନେବା ବେଳେ ମୁଁ ଯୋରସେ ପାଟି କଲି ସେ ଯାଗାରେ ତାକୁ ଛାଡି ଧାଇଁ ପଳାଇଗଲା।ମୋର ଚିତ୍କାର ଶୁଣି ଆଖ ପାଖର ଯିବା ଆସିବା ଲୋକ ଆସି ଶ୍ୟାମଳିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଲେ ଏବଂ ତା ବାପା ମାଆଙ୍କୁ ଏ ବିଷୟରେ ଖବର ଦେଲେ।

ପପିନାର ମାଆ ପପିନା ମୁହଁରୁ ଏତିକି କଥା ଶୁଣି ତତ୍କ୍ଷଣାତ୍ ତାକୁ ପାଖକୁ ଆଣି ତାକୁ ସାବାସି ଜଣାଇ କହିଲେ ସତରେ ମୋ ପପିନା ପରି ସମସ୍ତେ ଏ ବିଷୟରେ ଅବଗତ ହେବା ନିହାତି ଜରୁରୀ ଅଟେ। ନ ଜାଣି ଶୁଣି କାହାକୁ ବିଶ୍ବାସ କରି କିଏ କଣ ଦେଲେ ଜମାରୁ ନେବା କଥା ନୁହଁ। 

ଆଜିକାଲି କରୋନାଠୁ ରକ୍ଷାକରିବା ପାଇଁ ଛୋଟ ପିଲାଠାରୁ ଆରମ୍ଭ କରି ବୁଢା,ବୁଢି ପର୍ଯ୍ୟନ୍ତ ସମସ୍ତଙ୍କର ମୁହଁରେ ଗୋଟିଏ ଗୋଟିଏ ମାସ୍କ ନ ହେଲେ ରୁମାଲ ବାନ୍ଧୁଛନ୍ତି ଏ ମାସ୍କ ଲାଗି କାହାକୁ ଦେଖିଲେ ଚିହ୍ନି ହେଉନି କି ଜାଣି ହେଉନି । ଆଖି ଦେଖି, ପରିଚୟରେ କିମ୍ବା ପୋଷାକ ପତ୍ରରୁ, ଚିହ୍ନିବା କଥା ନଚେତ୍ ମାସ୍କଟି ନିଜ ମୁହଁରୁ ଖୋଲିଲେ ହିଁ ଜାଣିବା କଥା ।ଏ ମାସ୍କଟି ମୁହଁରୁ ଖୋଲିଲେ ହିଁ ଜଣେ ଜଣକୁ ଚିହ୍ନିବା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational