STORYMIRROR

Aravinda Das

Inspirational Abstract

2  

Aravinda Das

Inspirational Abstract

ସ୍ଵଚ୍ଛତାର ସେଲ୍ଫି

ସ୍ଵଚ୍ଛତାର ସେଲ୍ଫି

1 min
15.5K


ମନ୍ତ୍ରୀ ସାହେବ ନିଜ ନିର୍ବାଚନ ମଣ୍ଡଳୀରେ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଗସ୍ତରେ ଯିବା ବାଟରେ ପଡ଼ିଲା , ବିରୋଧୀ ଦଳ ନେତାଙ୍କ ଅଞ୍ଚଳ । ସକାଳୁ ସେ ଅଞ୍ଚଳର ଲୋକମାନେ ଖୋଲାରେ ବସି ଶୌଚକର୍ମ କରୁଥିବାର ଦେଖି,ମନ୍ତ୍ରୀ ନିଜ ପକେଟରୁ ମୋବାଇଲ କାଢି ଫଟୋ ଉଠଇବାରେ ଲାଗିଲେ। "କାଲି ବିଧାନସଭାରେ ଏ ଫଟ ସମସ୍ତଙ୍କୁ ଦେଖାଇବି। ଖବରକାଗଜରେ ଛାପାହେଲେ ସେ ଅଞ୍ଚଳ ଲୋକ ଜାଣିବେ ସ୍ୱଚ୍ଛତାର ମହତ୍ତ୍ୱ। କି ନିର୍ଲଜ ଲୋକଗୁଡାକ ?ଫେସବୁକରେ ବି ଭାଇରାଲ କରିବି ଏ ଫଟୋ। ବିରୋଧୀ ନେତା ଜାଣିବ ମୋ କରାମତି।"

ସଂଧ୍ୟା ବେଳକୁ ମନ୍ତ୍ରୀ ମିଟିଂ ସାରି ଫେରିଲା ବାଟରେ ଗାଡି ଅଟକାଇବାକୁ କହିଲେ ଡ୍ରାଇଭରକୁ।

ପରଦିନ ସକାଳୁ ସବୁ ଖବର କାଗଜ ,ଫେସବୁକରେ ଭାଇରାଲ ହୋଇଥିଲା ମନ୍ତ୍ରୀ ମହାଶୟ ରାସ୍ତା କଡ଼ରେ ପରିସ୍ରା କରୁଥିବା ଫଟୋ।

(ଅରବିନ୍ଦ ଦାସ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational