STORYMIRROR

Maitreyee Kamila

Inspirational

2  

Maitreyee Kamila

Inspirational

ସବୁ ଭାଗ୍ୟ

ସବୁ ଭାଗ୍ୟ

2 mins
898


ସବୁ ଭାଗ୍ୟ

ସ୍କୁଲ ରେ ପାଠ ପଢାବେଳେ ଭାରି ଚଗଲା ଥିଲା ମାର୍କଣ୍ଡ। କାହା ପଛରେ ନ ଲାଗିଛି ସେ। ଗଣିତ ରଉତ୍ତର ଠିକ ନଦେଇ ଶ୍ରେଣୀ ଗୃହରେ ଛିଡା ହୋଇଥିଲା ବୋଲି ମନରେ ରାଗ ରଖି ଦୁଇ ଦିନ ପରେ ସମସ୍ତଙ୍କ ସାମ୍ନା ରେ ରତନ ମାଷ୍ଟ୍ରେଙ୍କୁ ଯୋଉ ଅପମାନ ଦେଲା ମନେ ମନେ ମାଷ୍ଟ୍ରେ ଗାଳି ଦେଲେ ସିନା କିଛି କହି ପାରିଲେନି।ଏ ଟୋକାର କିଛି ହବନି। ନିଜେ ପାଠ ପଢ଼ିବନି ଅନ୍ୟମାନଙ୍କୁ ଉସକେଇବ ।କୌଣସି ପ୍ରକାରେ ନବମ ପାସ ହେଲା ପରେ ଆଉ ଆଗକୁ ଗାଡି ଟାଣିଲାନି, ବାପାଙ୍କର ଗାଳି କୁ ଡରି ଦିନେ ଘରୁ ଲୁଚି ପଳେଇଲା। ମାଆର କାନ୍ଦ ବୋବାଳି କିଛି ଦିନ ଚାଲିଲା।ସବୁ ଆଡେ ଖୋଜା ଖୋଜି କଲା ପରେ ଜାଣିବାକୁପାଇଲେ ପିଲାଟା ମୁମ୍ବାଇ ଯାଇ ଗୋଟେ builder ପାଖେ କାମ କରୁଛି। ଭଲ ଦୂ ଇ ପଇସା କମେଇଲା।ଆଉ କାମ ଶିଖିଗଲା। ଦିନେ ମାଆ କୁ ଚିଠି ଲେଖିଲା ତ ପୁଅ ଏଠି କାମ କରୁଛି ଆଉ ଖୋଜା ଖୋଜି କରିବୁନି,ପ୍ରଥମ ମାସ ଦରମା ରୁ କିଛି ପଇସା ପଠାଉଛି ,ଦେହକୁ ଜଗିବୁ ଆଉ ବାପାଙ୍କୁ ମୋର ପ୍ରଣାମ ଜଣେଇବୁ।ବାସ ତା ପରେ ପଛକୁ ଫେରି ଚାହିଁବାର ତାକୁ କେହି ଦେଖିନାହିଁ। କାମ ଶିଖିଲା ପରେ ଗାଁ ରୁ ଦୁଇ ଚାରି ଜଣଙ୍କୁ ଡାକି କାମ ରେ ଲଗେଇଲା।ଆଠ ଦଶ ବର୍ଷ ପରେ ନିଜେ builder ବନିଗଲା। ଆଜିକା ଦିନରେ ତା ପାଖେ ମାର୍କେଟ ରେ ନୂଆ ଆସିଥିବା ଗାଡି ଦୁଇଟା ଘର ତିନି ଟା ।ଗାଁ ଘର କୁ ଭଲ କରି ବନେଇ ଦେଇଛି।ସବୁ ଠୁ ବଡ଼ କଥା ହେଲା ଓଡ଼ିଆ ଲୋକ କେହି କାମ ଚାହୁଁଥିଲେ ସେ ମନା କରନି। କାହା ଘର କୋଉଠି ଜାତି କଣ କିଛି ନବୁଝି ତା ପାଖେ କାମ ଦେଉଛି ଆଉ ବଡ଼ ଭାଇ ପରିକା ସମସ୍ତଙ୍କ ଭଲ ମନ୍ଦ ରେ ଛିଡା ହୋଇଛି। ଏବେ ଦଶ ପନ୍ଦର ଟା ଜାଗାରେ ଅଫିସ ଖୋଲା ହେଲାଣି। ତା ପାଖରେ କାମ କଲା ପରେ ଲୋକ କୁହନ୍ତି ଆମେ ଭାଗ୍ୟବାନ ଯେ ମାର୍କଣ୍ଡ ଭାଇ ଭଳି ଭାଇ ପାଏଇ ଛୁ। ଦିନେ ସାଗରର ସ୍ତ୍ରୀ ର delevry ହେବାର ଥାଏ ।ଘରୁ ପଳେଇ ଆସିଥିବାରୁ ବାପା ମା କେହି ଫୋନ କରୁ ନଥାନ୍ତି ।ଏମିତି ରେ ମାର୍କଣ୍ଡ ର ସ୍ତ୍ରୀ ନିଜ ସାନ ଭାଇ ଭଳି ତାକୁ ସାହାଯ୍ୟ କଲା। ପିଲା ହେବାପରେ ସାଗର କହିଲା ମୋର ନିଜ ଲୋକ ହେଇଥିଲେ ଭି କେହି ଏତେ କରି ନଥାନ୍ତେ।ଆଜିଠୁ ତୁମେ ମୋ ବଡ଼ ଭଉଣୀ କହି ମୁଣ୍ଡିଆ ମାରିଲା। ଦେହ ରେ ଗହଣା ଛାଇ ଯାଇଛି ।ଦେବୀ ପରି ଲାଗୁଛି ମାର୍କଣ୍ଡ ସ୍ତ୍ରୀ ହେଲେ ନିଜ କର୍ତଵ୍ୟ ମଧ୍ୟ ବୁଝିଛି।ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କ ଗର୍ଵ ଅହଂକାର ନାହିଁ।ପଚାରିଲେ କହିବେ କର୍ମ ଅନୁସାରେ ଭାଗ୍ୟ ନିଧାରଣ ହୁଏ। କେହି ଦୁନିଆକୁ ବଡ଼ ଅବା ଛୋଟ ହୋଇ ଆସି ନାଥାଏ। ସବୁ ନିଜର କଲା କର୍ମ।

ମୈତ୍ରେୟୀ କମିଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational