ସ୍ବପ୍ନ ସାକାର
ସ୍ବପ୍ନ ସାକାର
ସ୍ବପ୍ନ ଅଟେ ଅବାସ୍ତବ୍ । ଅବାସ୍ତଵ୍ ଯେତେବେଳେ ବାସ୍ତବରେ ପରିଣତ ହୁଏ । ସ୍ୱପ୍ନଟି ସେତେବେଳେ ସାକାର ହୁଏ । ଜୀବନରେ ଯେତେବେଳେ ବହି ,ଖାତା ,କଲମକୁ ବନ୍ଧୁ କରି ଶିକ୍ଷା କ୍ଷେତ୍ରେ ଅଗ୍ରସର ହେଲି ସେଇ ଦିନ ଠାରୁ ମନ ହୃଦ ସ୍ପନ୍ଦନ ରେ ଶିକ୍ଷକ ହେବା ପାଇଁ ମନସ୍ଥ କଲି । ନିଜ ଚେଷ୍ଟା ପ୍ରଚେଷ୍ଟା , ଉଦ୍ୟମ ଓ ମାତା ପିତା, ଗୁରୁଜନଙ୍କ ଆଶୀର୍ବାଦରେ ମୁଁ ନିଜ ଲକ୍ଷ୍ୟ ସ୍ଥଳରେ ପହଁଚି ପାରିଲି । ପିଲାଦିନର ଇଚ୍ଛା ,ଆଶା ,ଆକାଂକ୍ଷା ଓ ସ୍ବପ୍ନ ମୋର ବାସ୍ତବରେ ପରିଣତ ହେଲା। ଆଦର୍ଶ ଶିକ୍ଷକ ରୂପେ ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ୍ୟ ଏବେ ବି ଅଛି । ତଥାପି ମୋ ସ୍ବପ୍ନ ସାକାର ହୋଇଛି ।