STORYMIRROR

Parameswar Ojha

Drama Tragedy

3  

Parameswar Ojha

Drama Tragedy

ସ୍ବୀକାର

ସ୍ବୀକାର

3 mins
252


ଆଠ ଦଶ ଦିନ ହେବ ସନ୍ଦିପ୍ ର ଫୋନ୍ ନାଇଁ, କଥାବାର୍ତ୍ତା କିଛି ନାଇଁ ଆସିବାର ନାହିଁ , ପାମାଲି ମନ ଜମା ଭଲ ନାହିଁ । ଠିକ୍ ସେ ଖିଆ ପିଆ ବି ସେ କରୁନି । 

ତକିଆ ଭିଜଉଛି ଲୁହରେ । ମନକୁ ପାପ ଛୁଉଁଛି ତାର, ତାଙ୍କର କିଛି ଅଘଟଣ ହେଇଯାଇନି ତ ? ଠାକୁର ଙ୍କୁ ପ୍ରାର୍ଥନା କରୁଛି ସେ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ ।

 ଏଇ ଦଶ ଦିନ ତଳେ ନିରୋଳା ସମୟରେ ପାମାଲି ଡାକିଥିଲା ଘରକୁ । ବେଶ୍ କିଛି ସମୟ କଥାବାର୍ତ୍ତା ହୋଇଥିଲେ ହାତ ଧରାଧରି ହୋଇ । ସନ୍ଦିପ୍ ପାମାଲି କୁ ନିଜ ନିଜ ଦେହ ପାଖକୁ ଭିଡ଼ି ଆଣି ତା ଓଠରେ ଗୋଟେ ଜବରଦସ୍ତ ଚୁମା ଦେଇଦେଲା । ପାମାଲି କିଛି ପ୍ରତିବାଦ କଲାନି ଯାହା କୁ ସବୁକିଛି ଦେଇ ସାରିଛି ଏ ଦେହ ସହ ଟିକେ ଖେଳରେ କଣ ଫରକ୍ ପଡୁଛି । ନିଜକୁ ସମର୍ପିତ କରିଦେଲା ସନ୍ଦିପ୍ ପାଖେ । ସନ୍ଦିପ୍ ପାମାଲି କୁ ଖଟ ଉପରକୁ ଟେକି ନେଇଗଲା ତାକୁ ଖଟ ଉପରେ ଶୁଆଇଦେଇ ତା ଉପରେ ଶୋଇ ପଡି ରୋମାନ୍ସ କରିବାକୁ ଲାଗିଲା । ପାମାଲି ବି ଶିହରିତ ହେଉଥିଲା ମନେ ମନେ । ହଠାତ୍ କ'ଣ ହେଲା ସନ୍ଦିପ୍ ଉଠି ଯାଇ ବାଥରୁମ୍ କୁ ପଳେଇଲା ଭିତରପଟୁ କବାଟ ଦେଇଦେଲା କିଛି ସମୟ ପୁଣି ବେସିନ୍ ପାଖକୁ ଆସି ମୁହଁ ରେ ପାଣି ଛାଟିଲା ।

ପାମାଲି ପଚାରିଲା କ'ଣ ହେଲା , ଏମିତି ହଠାତ୍ ଚାଲିଗଲ ଯେ ? 

ସନ୍ଦିପ୍ ସେ ବିଷୟରେ କିଛି ବି କହିନଥିଲା । , ମୁଁ ଆସୁଛି ଏତିକି କହି ଘରୁ ବାହାରି ଗଲା । ସେହିଦିନ ଠୁ ଦେଖା ଦର୍ଶନ କିଛି ନାହିଁ ସନ୍ଦିପ୍ ଙ୍କ ର । 

ପାମାଲି ଭାବୁଛି ତାର କୋଉଠି କିଛି ଭୁଲ୍ ରହିଗଲା କି ଆଉ ? ପ୍ରେମ ଆରମ୍ଭ ରୁ ଶେଷ ଯାଏଁ ଭାବି ବସିଲା ସେ । ସେମିତି କିଛି କଥା ତା ମନକୁ ମୋଟେ ଆସିଲାନି ତାର । 

ମନ ଦୁଃଖ ରେ ନିଜକୁ ସନ୍ତୁଳି ସନ୍ତୁଳି ରଖିଥାଏ । ମୋବାଇଲ ରିଙ୍ଗ ହେଲେ ଚମକିପଡେ କାଳେ ସନ୍ଦିପ୍ ଙ୍କ କଲ୍ ଆସିଲା କି । କିନ୍ତୁ ନା ସନ୍ଦିପ୍ ର କଲ୍ ନଥାଏ । କେହି ଅଜଣା ପିଲା ତାକୁ ଚାହିଁଲେ ସେ ମନେ ମନେ ଭାବେ ସନ୍ଦିପ କିଛି ସନ୍ଦେଶ ପଠେଇଛନ୍ତି କି ତା ହାତରେ ?

ନାଇଁ ପାମାଲି ଭାବିବା ମୁତାବକ ସେମିତି କିଛି ବି ହୁଏନି ।

ତେବେ କ'ଣ ସନ୍ଦିପ୍ ତାକୁ ଧୋକା ଦେଇଦେଲା ? ଏତେ ଦିନ ହେବ କେବଳ ତାର ଫାଇଦା ଉଠଉଥିଲା ? 

ନା ନା ତା ସନ୍ଦିପ୍ ଅନ୍ୟ ମାନଙ୍କ ପରି ବିଲକୁଲ ନୁହେଁ ସେମିତି ତାସହ କେଵେ ବି ସେ କରି ପାରିବେନି ।

ପାମାଲି ର ଜୀବନ ଏବେ ସନ୍ଦିପ୍ ମୟ ହୋଇ ଯାଇଛି । ସେ ଶୋଉଥାଏ ଉଠୁଥାଏ ଖାଉଥାଏ ବସୁଥାଏ ଚାଲୁଥାଏ ହେଲେ ପ୍ରତ୍ୟେକ ମୁହୂର୍ତ୍ତ ରେ ସେ ସନ୍ଦିପ୍ କୁ ଖୋଜୁଥାଏ ।


କିଛି ଘର ସଉଦା ଆଣିବାକୁ ପାମାଲି ପାଖ ମାର୍କେଟ କୁ ଯାଇଥାଏ । ସଉଦା ସାରି ସାଇକେଲ ବୁଲଉଛି ତ ଜଣେ ପିଲା ହଠାତ୍ ତା ସାମ୍ନା କୁ ଆସି କାଗଜଟେ ବଢ଼େଇ ଦେଲା ଆଉ କହିଲା, ସନ୍ଦିପ୍ ଦେଇଛି ।

ପାମାଲି ହଠାତ୍ ଚମକି ପଡ଼ିଲା ସତ କିନ୍ତୁ ତାକୁ ଲାଗିଲା ତା ଦେହରେ ଏଇ ଏବେ ଏବେ ଜୀବନ ପଶିଲା , କାଗଜ ଟିକୁ ସେ ପିଲା ହାତରୁ ନେଇ ବଡ଼ ବିକଳରେ ଚାରି ଆଡକୁ ଚାହିଁଲା ହେଲେ ସନ୍ଦିପ୍ ତାକୁ କୋଉଠି ବି ଦେଖା ଗଲେନି ।

ଆଉ କ'ଣ ସବୁ ଘରକୁ ନେବାର ଥିଲା ତାର ଆଉ ମୋଟେ ମନେ ପଡିଲାନି । କିଛି ବାଟ ଯାଇଛି ଗୋଟେ ନିରୋଳା ଜାଗାରେ ସାଇକେଲ କୁ ଓହ୍ଲେଇ ପଡି କାଗଜ ଟିକୁ ନିଜ ଉପର ଅନ୍ତର୍ବାସ ଭିତରେ ପୁରେଇ ଦେଲା । ତାକୁ ଏବେ ଲାଗୁଥିଲା ସେ ତା ଛାତିରେ କାଗଜଟେ ନୁହେଁ ଯେମିତି ସନ୍ଦିପ୍ ଙ୍କୁ ସାଇତିଛି । 


 ଘରେ ପହଞ୍ଚିଲା ତ କିଛି ସମୟ ପରେ ବୋଉ ଚହଳେଇଲା, ଆଲୋ ତତେ ପରା କହିଥିଲି ଗୋଟେ ଲୁଗା ସଫା ବ୍ରସ୍ ଆଉ ଗୋଟେ ଫିନାଇଲ୍ ଆଣିବା ପାଇଁ କାଇଁ ଆଣିଛୁ ?


ମୋ ମୁଣ୍ଡ ବିନ୍ଧୁଛି ମୋତେ ଏବେ କିଛି ପଚାରେନା , ଏତିକି କହି ପାମାଲି ଭିତର ଘରକୁ ପଳେଇଲା ଲାଇଟ୍ ଅଫ୍ କରି ଖଟ ଉପରେ ଗଡ଼ି ପଡ଼ିଲା । କେବଳ ସ୍କାଏ ଲାଇଟ୍ ଆଲୋକରେ କାଗଜଟି ବାହାର କରି ପଢିବାକୁ ଲାଗିଲା ।


ସନ୍ଦିପ୍ ଲେଖିଥିଲା ,

ପାମାଲି ମୋତେ ଭୁଲ୍ ବୁଝିବନି , ତମେ ମୋତେ ପ୍ରେମ କରୁଥିଲ ହୃଦୟରୁ ତୁମ ସହ ମୁଁ ଛଳନା କରିବାକୁ ଚାହେଁନା । ପାମାଲି ମୁଁ ବିବାହିତ ଘରେ ମୋ ସ୍ତ୍ରୀ ଆଉ ଗୋଟେ ପୁଅ । ତେଣୁ ମୋତେ କ୍ଷମା କରିଦେବ । ସବୁଦିନ ପାଇଁ ମୁଁ ତମ ଜୀବନରୁ ଦୁରେଇ ଯାଉଛି । ତୁମେ ବହୁତ ନିରୀହ ପାମାଲି ଆଗରୁ ଯାହା ସହ ସଂପର୍କ ରଖିବ ଟିକେ ହୁସିଆର ଥିବ ନହେଲେ ତୁମେ ଠକି ଯାଇପାର ସହଜରେ । ମୁଁ ତୁମ ପାଇଁ ବଡ଼ ଅଭିଶାପ ବୋଲି ଭାବି ମୋତେ କ୍ଷମା କରିଦେବ ପାମାଲି ।

  



Rate this content
Log in

Similar oriya story from Drama