Priyadarsini Das.PriYa❤️

Inspirational

4.3  

Priyadarsini Das.PriYa❤️

Inspirational

ସଭିଏଁ ହସିବେ

ସଭିଏଁ ହସିବେ

2 mins
754



ସମାଜରେ ଭିନ୍ନ ଧରଣର ଲୋକ ଏବଂ ଭିନ୍ନ ସ୍ତରର ଲୋକ ଅଛନ୍ତି ।ବର୍ତ୍ତମାନର ସ୍ଥିତି ସମସ୍ତଙ୍କ ପାଇଁ ସମାନ ନୁହେଁ । କାହା ପାଖେ ସବୁ ଅଛି କାହା ପାଖେ କିଛି ନାହିଁ । ତଥାପି କି ରାଜା କି ରଙ୍କ ସମସ୍ତେ ମିଶି ଏ ମହାମାରୀର ସାମନା କରୁଛନ୍ତି ।


ସେମିତି ଏକ ଦିନ ମଜୁରିଆ ଭରତ ଆଉ ସ୍ତ୍ରୀ ରାଧା ଯିଏ କି ଲୋକ ଘର କାମ କରି ପଇସା ଆଣେ । ଏ ସମୟରେ ତାଙ୍କ ଅବସ୍ଥା ଶୋଚନୀୟ ।

କାଲି ରାତି ର କଥା .....

ଭରତ ଭାତ ଥାଳି ଧରି ବସି ଥାଏ । ପେଟରେ ପେଟେ ଭୋକ ।ସ୍ତ୍ରୀ ତାର ଘର ଭିତରକୁ ଯାଇ ଥାଏ ଖାଇବା ଆଣିବାକୁ । ଖାଲି ଭାତ ଆଉ ଡାଲି ଆଣି ଦେଲା ଭରତକୁ । ଭରତ ଖାଇ ଦେଲା ।ଶୋଇଗଲା ।ପକ୍କା ମଦୁଆ ଟେ ସେ । ଦିନ ରାତି ମଦ ପିଏ । କିନ୍ତୁ ଲକ ଡାଉନ୍ ପାଇଁ ଆଉ କାମକୁ ଯାଇ ପାରୁନି କି ମଦ ପିଉନି ।ସେଇଥିରେ ତା ସ୍ତ୍ରୀ ରାଧା ବେଶ୍ ଖୁସି । ସ୍ବାମୀକୁ ଖାଇବାକୁ ଦେଇ ସାରି ଦେଖିଲା ହାଣ୍ଡିରେ କିଛି ନାହିଁ ।


କଣ କରିବ .. ?

ପାଣି ପିଇ ଶୋଇଗଲା । ମହାମାରୀ ପାଇଁ ସେ ଆଉ ବାବୁ ଘରକୁ କାମକୁ ଯାଇ ପାରୁନି । ବାବୁଆଣି ସବୁଦିନ କିଛି ତରକାରୀ କି ଖାଇବା ଦିଅନ୍ତି ।ତାକୁ ଆରାମରେ ଖାଏ । ପଇସାକୁ ବାଦ ଏ ସବୁ ପାଏ । କିନ୍ତୁ କାମ ବନ୍ଦ ।ସେ କଣ କରିବ। ବାବୁ ତାର ଯାହା ପଇସା ଆଣି ଦେଇ ଯାନ୍ତି ତାକୁ ନେଇ କିଛି ପରିବା କିଣି ଆଣେ । ହେଲେ ଏବେ ହାତ ଖାଲି । କାନ୍ଦି ଗଡ଼ି ଯିବାକୁ ତା ମନ ହେଉଥାଏ । ଦୁଃଖକୁ ମନରେ ମାରି ପାଣି ପିଇ ଶୋଇଗଲା । ସବୁ ଦୁଃଖରେ ଗୋଟିଏ ସୁଖ ... 


ମରଦଟା ମୋର ଆଉ ମଦ ପି ନାହିଁ କି ତାକୁ ଆଉ ମାରୁ ନାହିଁ । କିନ୍ତୁ ସମାଜ ସତରେ କେତେ ପ୍ରକାରର ଅବସ୍ଥା । କିଏ ଏ ଲକ୍ ଡାଉନ୍ ରେ ସବୁଦିନ ଭଳି କି ଭଳି ଖାଇବା ବନେଇ , ନାଲି , ହଳଦୀ , ମସଲା ରେ ସଜେଇ , master chef ଭଳି ସଜେଇ ନାନା ଖାଇବା ବନାଉ ଥିଲା ବେଳେ ଆଉ କିଛି ଖାଲି ଭାତ ଖାଇ ତ ପୁଣି କିଏ ସେମିତି ଶୋଇ ଯାଉଛି । ଯାହା ବି ହେଉ ସମସ୍ତେ ମିଳି ମିଶି ଆଗକୁ ଆସୁଛନ୍ତି ସେଇଟା ବଡ଼ କଥା । ଭରତ ପରି ନିଶା ଶକ୍ତ ମଣିଷ ନିଶା ଠୁ ଦୂରେଇ ପାରୁଛି , ରାଧା ଭଳି ସ୍ତ୍ରୀ ମାଡ଼ ଖାଇବାରୁ ବଞ୍ଚି ଖୁସିରେ ରହିଛି ।ଉପାସରେ ଶୋଇଯିବ ସେ କାନ୍ତିବନି କିନ୍ତୁ ସ୍ବାମୀର ପରିବର୍ତ୍ତନରେ ହସିବ ।


ଯେଉଁ ସ୍ବାମୀ ତାକୁ ପିଟି ଠେଲି ଥିଲା ସେ ଏବେ ପାଖକୁ ଡାକି ତା ସ୍ତ୍ରୀର ଗାଲକୁ ଆଉଁଶି ଗେହ୍ଲା କରୁଛି । ଭଗବାନଙ୍କ ଆଶିର୍ବାଦରେ ଏ ମହାମାରୀ ଚାଲି ଯାଉ ଆମ ଧରାରୁ ଆଉ ତା ସହ ସବୁ ଅବକାରୀ ଗୁଣକୁ ନେଇ ଯାଉ । ସମସ୍ତଙ୍କ ଥାଳିର ରଙ୍ଗ ସମାନ ନୁହେଁ କିନ୍ତୁ ସମସ୍ତଙ୍କ ଆତ୍ମା ସମାନ ।


ସମୟ ଗଡ଼ିଯିବ ଆଉ ଭଲ ରଙ୍ଗ ଖେଳେଇ ଯିବ ।


ସଭିଏଁ ହସିବେ .......। ଏଇ ଆଶା ମୋର .. ଏ ଆଶା ରାଧାର ଏ ଆଶା ଭରତ ର , ଏ ଆଶା ସମସ୍ତଙ୍କର.......।



రచనకు రేటింగ్ ఇవ్వండి
లాగిన్

Similar oriya story from Inspirational