Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Rajesh Kumar Barik

Inspirational


3  

Rajesh Kumar Barik

Inspirational


ସ୍ବାଇଁ ସାର୍

ସ୍ବାଇଁ ସାର୍

3 mins 441 3 mins 441

ସକାଳର ସୂର୍ଯ୍ୟ ସିନା ଆଲୋକ ଆଣେ ଏ ଧରାପୃଷ୍ଠରେ କିନ୍ତୁ ମନରେ ଆଣି ପାରେନି। ମନରେ ଦେହରେ ଆଲୋକ ପାଇଁ ଆବଶ୍ୟକ ଶିକ୍ଷା। ବାସ୍ତବରେ ଜ୍ଞାନ ବିନା ଦୁନିଆ ଦୁନିଆ ଅନ୍ଧାର। ବିରାଟ ଆଶା ଉଚ୍ଚ ଆକାକ୍ଷାଂ ନେଇ ମଣିଷ ଗତିଶୀଳ ହେଲେ ବାସ୍ତବତା ଟକିଆ ଉପରେ ସୋଇଛି। ଜୀବନରେ ଦିନେ ବଡ ହେବାର ସ୍ବପ୍ନ ନେଇ ବାପାଙ୍କ ପାଦ ଛୁଇଁ ସିନା ସପଥ ନେଇଛି କିନ୍ତୁ ସତଟା ପୁରା ଭିନ୍ନ ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡିଲା ସୁଭମ ଗୋଟିଏ ଆଧ୍ୟ୍ୟାମ୍ମିକ ଚ୍ୟାନାଲ୍ ଖୋଲି । ଆପଣଙ୍କୁ କଣ ଲାଗୁଛି ? ସୁଭମ ଗୋଟେ ଆଧ୍ଧ୍ୟାମ୍ମିକବାଦି ପିଲା ! ଜଦି ଆପଣ ଭାବୁଛନ୍ତି ତାହାଲେ ଭୁଲ ଭାବୁଛନ୍ତି। ସେ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ପୁଣି ସ୍କୁଲ୍ ରେ କହିବାରେ ଅଛି। ଘଣ୍ଟାରେ ସମୟ ଦେଖି କରି ଜୋର ଜୋର ସେ ଡାକଛାଡିଲା ସୁଭମ ମାଁ .... ମାଁ... ଓ...ମାଁ କିଛି ଗୁଡ, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଁ, ସ୍କୁଲ୍ ଜିବାପାଇଁ ଡେରି ହେଲାଣି ପରା ତୁମେ ରେଡି କରି ରଖ ମୁଁ ଗାଧେଇ ଆସୁଛି। __ ତୁ ତୋ ସ୍କୁଲ୍ ଯିବୁ ପୁଣି ଏଇ ଦୁବ ଘାସ, ଗୁଡ ନେଇ କଣ କରିବୁ କି? ତୁମେ କଣ ଜାଣିନ କି? ସବୁ ସେଇ ସ୍ବାଇଁ ସାରଙ୍କ ପାଇଁ। ଆଜି ଟିଭିରେ ଜୈତିଷ କହିଛି ପିମ୍ଫୁଡିକୁ ଗୁଡ, ବାଛୁରୀ କୁ ଦୁବ ଘାସ ଖୁଆଇଲେ କୁଆଡେ ସବୁରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ । ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି। ଅଙ୍କା ବଙ୍କା କାଦୁଅ ର ରାସ୍ତା, ବୁଲି ବୁଲି ଗଲେ ପଡେ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏଇ ଗାଡ଼ିଘୋଡା ଦେଖି ଯେତିକି ଡର ଲାଗେନି ତାଠୁ ଅଧିକ ଡର ତ ଆମ ବିଜ୍ଞାନ, ଗଣିତ ଶିକ୍ଷକ ସ୍ବାଇଁ ସାର ଙ୍କୁ ଦେଖିଲେ ଲାଗେ । ଯାହାବି ହେଉ ଆଜି ବହି ଭିତରେ ନିମ ପତ୍ର , ବାଛୁରୀ କୁ ଦୁବ ଘାସ, ପିମ୍ପୁଡିକୁ ଗୁଡ ଦେଇ ବି ଆସିଛି କିନ୍ତୁ ନିଶ୍ଚିତ ଯେ ସାର ଆଜି ମୋତେ ମାରିବେନି । କ୍ଲାସ୍ ଆରମ୍ଭ ହୋଇଗଲା.... କାହିଁକି କେଜାଣି ସାର ପ୍ରଥମରୁ ଆସି ମୋତେ କଳାପଟାରେ ଗଣିତ କରାବାକୁ କହିଲେ, ମୁଁ ଗୋଟାପୁଣି ଥରୁଥାଏ। ମାଡକୁ ମହାଦେବଙ୍କ ଡର ମୁଁ ଛାର ପିଲାଟା, ଆଗ ଧାଡିର ବସିଥିବା କ୍ରିଷ୍ଣା,ଲିପୁ,ଆଉ ଅମର ର ସହାୟତା ନେଇ ଗଣିତ କରିଦେଲି । ଏଥିପାଇଁ କେତେ ମାଁ ମଙ୍ଗଳା, ମାଁ ବ୍ରହ୍ମାଣୀ ଙ୍କୁ ଡାକିଛି , କେତେ ନଡିଆ ମାନସିକ କରିଛି ମୋ ବ୍ୟତିତ କାହାରିକୁ ଜଣାନାହିଁ। ଗଣିତ କ୍ଲାସ୍ ସରିଗଲା ସିନା ବିଜ୍ଞାନ କ୍ଲାସ୍ କୁ ଡର ନଥାଏ । ସାର ଯେଉଁ ପାଠ ସବୁ ପଚାରିବେ ସବୁ ବହି ଦେଖି କହିଦେବି । ବାପୁନି,ମୁନା,ପତି ଆଉ ମୁଁ ଗୋଟିଏ ଧାଡିରେ ବସୁ ପଛପାଖରେ ଯେଉଁ ସବୁ ବଦମାସି କରୁ ତାକୁ ନ କହିବା ଭଲ । ଚାହୁଁ ଚାହୁଁ ବିଜ୍ଞାନ ବହିଧରି ସ୍ବାଇଁ ସାର କ୍ଲାସ୍ ଭିତରକୁ ଆସିଲେ । ଗତକାଲିର ହୋମ୍ଓ୍ବାର୍କ ଖାତାକୁ ଧରି ଆଣିବାକୁ କହିଲେ । ମୁଁ ପାଠ କରିନଥାଏ। ଛାନିଆରେ ଗୋଡ ଦୁଇଟା ଥରୁଥାଏ ....ଛାତିର ହାର୍ଟ ବିଟ୍ ବି ମୋ କାନକୁ ସୁଭୁଥାଏ । ଧାଡି ରେ ଛିଡା ହୋଇଥାଏ ।ମୁଁ ମୋର ରଫ ଖାତାକୁ ଧରି । ଯେଉଁ ରଫ୍ ଖାତାର ଆଗ ପଛ କିଛି ନଥାଏ(ଖାତାର ଦୁଇପାଖ ରୁ ଲେଖାଜାଇଛି) । ସମସ୍ତଙ୍କ ଖାତାରେ ସାଇନ୍ ମାରି ବସିବାକୁ ଦେଉଥାନ୍ତି। ମୋର ଏଇ ଖାତା ଦେଖି ଅତ୍ୟଧିକ ମାତ୍ରାରେ ରାଗିଗଲେ ଆଉ ବେତ ଆଣି ଦୁଇ ଚାରି ପ୍ରହାର କସି ଦେଲେ । ମୁଁ ଉ.....ହୁ...ଆହା... ହେଉ ଥାଏ। କାହିଁକି କେହିଜଣି ସାର୍ ଅଧା କ୍ଲାସ୍ ରୁ ବାହାରକୁ ଚାଲିଗଲେ । କିଛି ବୁଝି ହେଲାନି । ସେଇ ଦିନ ଠାରୁ ଅଭଣା ସ୍କୁଲ୍ ରେ ବାକିତକ ଦିନ ସ୍ବାଇଁ ସାର ତ ଦୂରର କଥା ତାଙ୍କ ଛାଇ କୁ ବି ଦେଖିଲେ ଡର ଲାଗେ । ଯଦି ପଡିଆରେ ଖେଳିବା ସମୟରେ ସାର୍ ସେଇ ରାସ୍ତା ଦେଇ ଚାଲିଯାଅାନ୍ତି ନା ଆମେ ସମସ୍ତେ ଦୈଡି ଯାଇ ଲୁଚିପଡୁ । ମଜାରେ ଯଦି କେହି ସାର୍ ଆସିଗଲେ ବୋଲି ବି କହିଦେଲେ ନା କଥା ସରିଲା । ସେଦିନ ପାଚେରି ଉପରେ ଖେଳ ଦେଖୁଥାଏ ସାରଙ୍କୁ ଦେଖି ଅତର୍କିତ ଭାବେ ଗଡି ପଡିଥିଲି। ମନେପଡିଲେ ହସ ଲାଗେ । ସେଦିନର ମାଡ ପରେ ମନେ ମନେ ସାରଙ୍କୁ ବହୁତ ଗାଳି ଦେଇଥିଲି। କିଛି ଦିନ ପରେ ସାରଙ୍କ ଖରାପ ହୋଇଗଲା। ମୋତେ ଲାଗେ କି ମୋ ଯୋଗୁଁ ସାର ଙ୍କ ଦେହ ଖରାପ ହୋଇଗଲା । କିନ୍ତୁ ପରିକ୍ଷାରେ ଭଲ ମାର୍କ ରେ ପାସ କଲି ଆଉ କଲେଜ ଗଲି । ଆଜି କାଲି ଆଉ ଦୁବ ଘାସ, ଗୁଡ, ନିମ ପତ୍ର କି ସକାଳୁ ସକାଳୁ ରାଶିଫଳ ଦରକାର ପଡୁନି । ଖାଲି ଅବଶୋଷ ଏତିକି ମୋ ପାଖରେ ସ୍ବାଇଁ ସାର ରହନ୍ତେ ନା ଜୀବନର କୋଣସି ବି ପରିକ୍ଷା ବି ସହଜରେ ସଫଳତା ପାଇ ପାରନ୍ତି ।


Rate this content
Log in

More oriya story from Rajesh Kumar Barik

Similar oriya story from Inspirational