The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଉମା ଶଙ୍କର ମାଝୀ

Drama Tragedy Classics

4  

ଉମା ଶଙ୍କର ମାଝୀ

Drama Tragedy Classics

ସ୍ବାଭିମାନୀ ସତ୍ୟପ୍ରିୟ

ସ୍ବାଭିମାନୀ ସତ୍ୟପ୍ରିୟ

4 mins
23.3K



ଗୋଟିଏ କଥା ସାହୁକାର ନରେନ୍ଦ୍ର ବୁଝିପାରନ୍ତିନି କାହିଁକି ସତ୍ୟପ୍ରିୟକୁ ଗାଁ ସାରା ସମସ୍ତେ ଭଲପାନ୍ତି,କେବଳ ତାଙ୍କୁ ଛାଡ଼ି ! ତାହାର ବ୍ୟବହାର ବି ସେତେ ଭଲ ନୁହେଁ,ତାଙ୍କୁ ଲାଗେ କଥା କହିବାର ତରିକା ସତ୍ୟପ୍ରିୟକୁ ଜଣାନାହିଁ I ମୁହଁରେ ସଦା ସତ୍ୟପ୍ରିୟର ଅହଂକାର ଭାବଟା ଉଙ୍କିମାରୁଥାଏ ,ଯାହା ନରେନ୍ଦ୍ରଙ୍କ ମୋଟେ ପସନ୍ଦ ନୁହଁ I


ସେ ଅନେକ ଥର ଲୋକଙ୍କ ମୁହଁରୁ ସତ୍ୟପ୍ରିୟ ବିଷୟରେ କିଛି ଖରାପ କଥା ଶୁଣିବାକୁ ଚାହାନ୍ତି କିନ୍ତୁ କିଏ ବି କାହିଁକି କେବେ ତା ବିଷୟରେ ପଦିଏ ବି ଅଭିଯୋଗ ଶୁଣି ନାହାନ୍ତି ଅଥଚ ତାଙ୍କୁ ଗାଁର ଲୋକେ ପଛପଟେ ଜଣେ ଲୋଭୀ, ନିଷ୍ଠୁର କହୁଥିବାର ଶୁଣିବାକୁ ମନ ଟାଣ ଟାଣ ହୋଇଯାଏ I


କେଉଁ ଧାତୁରେ ଗଢା ସତ୍ୟପ୍ରିୟ ଅଥଚ ସେ ତାହାର ଭଲ ଗୁଣ ଦେଖିପାରୁନାହାନ୍ତି I 


ଧନ ସମ୍ପତ୍ତିରେ ସେ ବହୁତ ଗୁଣରେ ସତ୍ୟପ୍ରିୟଠୁ ଆଗୁଆ ଏପରିକି ନିଜର ଗୋଟିଏ ବୋଲି ପୁଅ କଲିକତା ସହରରେ ରହୁଥିବା ଧନଶାଳୀ ବ୍ୟକ୍ତିରୁ ଜଣେ କିନ୍ତୁ ପାଖରେ ଧନ ସମ୍ପତ୍ତି ନ ଥାଇ ବି କିପରି ଲୋକ ମାନଙ୍କ ମଧ୍ୟରେ ଏତେ ଜଣାଶୁଣା ସାହୁକାର ନରେନ୍ଦ୍ରଙ୍କ ବୁଝିବା ଶକ୍ତି ବାହାରେ !


ନରେନ୍ଦ୍ର ଭାବନ୍ତି ଯେମିତି ବି ହେଉ ତାହାକୁ ବଦନାମ କରିବାକୁ ହେବ କିନ୍ତୁ କୌଣସି ସୁଯୋଗ ଆସୁନ ଥାଏ I 


ଦିନେ ତାଙ୍କ ମନରେ ଗୋଟିଏ କୂଟ ଚକ୍ରାନ୍ତ ଆସିଲା I ଯାହା ଫଳରେ ସତ୍ୟପ୍ରିୟ ବି ବଦନାମ ହେବ ଆଉ ତାଙ୍କୁ ବି ସାରା ଅଞ୍ଚଳର ଲୋକ ଖାତିର କରିବେ I


ସେ ନିଜ ଘରେ ନିଜ ନାତି ଅଭିଷେକର ଜନ୍ମ ବାର୍ଷିକ ପାଇଁ ଗୋଟିଏ ବଡ଼ ଭୋଜିର ଆୟୋଜନ କଲେ ଓ ଗାଁର ସମସ୍ତଙ୍କୁ ଗୋଟିଏ ସଭା କରି କହିଲେ - ଶୁଣ ତୁମେ ମାନେ ମୋ ନାତି ଜନମବାର୍ଷିକୀ ପାଳନ ହେବ ଆସନ୍ତା ସୋମବାର ନିଶ୍ଚିତତଙ୍କ ପାଇଁ ଗୋଟିଏ ବଡ ଭୋଜିର ଆୟୋଜନ କରୁଛ ଏମିତି ଭୋଜି ଏହି ଖଣ୍ଡମଣ୍ଡଳରେ କେହି କରିନ ଥିବେ ଆଉ ତୁମେ ମାନେ ଖାଇବ ,ଯିଏ ଯାହାର କାମ ଥିଲେ ବି ଏହି ଦିନ ସବୁ କାମ ଛାଡିରହିବ ଏହା ର ସବୁ ଲୋକଙ୍କ ପାଇଁ ଆଦେଶ I ଆଉ ମୁଁ ଯାହା କରିବି ତାହା କରିବ ନ ହେଲେ ମୁଁ ଏ ଗାଁର ସବୁଠାରୁ ଧନୀ ଲୋକ ଯଦି ତୁମ କିଛି ଅସୁବିଧା ହୁଏ ଦୋଷ ଦେବନାହିଁ !


ଏ କଥା ସତ୍ୟପ୍ରିୟ ଶୁଣି - ସାହୁକାର ଆଜ୍ଞା ! ଆପଣ ଆପଣଙ୍କ ନାତି ପାଇଁ ଜନମବାର୍ଷିକୀ ପାଳନ କରୁଛନ୍ତି ବହୁତ ଭଲ କଥା ,ଆମେ ବିକୁନି ପୁଅର ଦୀର୍ଘ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛୁ I


କିନ୍ତୁ !


ନରେନ୍ଦ୍ର - କିନ୍ତୁ ପୁଣି କଣ ?


ସତ୍ୟପ୍ରିୟ-ଆପଣ ଗାଁର ସମସ୍ତଙ୍କୁ ସେହିଦିନ ରହିବା ବାଧ୍ୟତାମୂଳକ କରିବା ଭଲ ଲାଗୁନାହିଁ I କାହାର ବ୍ୟକ୍ତିଗତ କାମ ଥିବ ସେଥିପାଇଁ ଆପଣଙ୍କ ଏ ଆଦେଶ ନିହାତି ଯୁକ୍ତିହୀନ ଏଥିରେ ଆପଣଙ୍କ ଅହଂ ଭାବ ସ୍ପଷ୍ଟ ଦେଖା ଯାଉଛି I


କ୍ଷମା କରିବେ ମୁଁ ସେହିଦିନ ସହରକୁ ଗୋଟିଏ ସ୍ଥାନକୁ କାମ କରିବା ପାଇଁ କଥା ଦେଇସାରିଛି ତେଣୁ ଉପସ୍ଥିତ ହୋଇପାରିବି ନାହିଁ I  


ନରେନ୍ଦ୍ର- ଓହୋ ! କି କାମ ତୁମର ତ ବହୁତ ଗର୍ବ ! ଆରେ ସାରା ଗାଁ କେହି କିଛି କହୁନାହାନ୍ତି ଅଥଚ ତୁମ ଫୁଟାଣି ବେଶୀ !


ସତ୍ୟପ୍ରିୟ- ଦେଖନ୍ତୁ ଆଜ୍ଞା ମୁଁ ମୋ କଥା କହିଲି ବାକି ଆପଣ ମୋତେ ଗର୍ବୀକୁହନ୍ତୁ କି ଯାହାକୁହନ୍ତୁ ମୋର କିଛି କହିବାର ନାହିଁ I


ଏହାକହି ସେ ସ୍ଥାନ ପରିତ୍ୟାଗ କଲା I 


ନରେନ୍ଦ୍ର- ଦେଖ ଦେଖ ଗାଁର ଲୋକେ ତୁମେ ତାହାକୁ 

ଭଲ ଲୋକକୁହ ! ଆରେ ମୁଁ ତ ଜୀବନରେ ଏହାଠାରୁ ବୋଲି 

ଗର୍ବୀ ଜଣେ ବି ଦେଖିନାହିଁ ,କେତେ ଦିନ ଏତେ ଗର୍ବ !


ସାହୁକାର ନରେନ୍ଦ୍ରଙ୍କ ନାତିର ଜନମବାର୍ଷିକୀ ବହୁତ ଧୂମଧାମରେ ହେଲା ଭୋଜି ବି ବହୁତ ସୁନ୍ଦର ହୋଇଥିଲା କିନ୍ତୁ ସତ୍ୟପ୍ରିୟ ବିନା ଉପସ୍ଥିତିରେ !


ସମସ୍ତଙ୍କ ଆଗରେ ସତ୍ୟପ୍ରିୟକୁ ଛୋଟ ଦେଖେଇ ନିଜକୁ ବଡ଼ ବୋଲି ପ୍ରମାଣିତ କରିବା ସୁଯୋଗଟା ହାତଛଡା ହୋଇଗଲା I 


ଗୋଟିଏ ଦିନର କଥା I 


ସାହୁକାର ନରେନ୍ଦ୍ର ସହର ଯାଇଥାନ୍ତି I ତାଙ୍କ ନାତି ଗାଁ ସ୍କୁଲରୁ ଘଫେରିବା ବାଟରେ ଆକ୍ସିଡେଣ୍ଟ ହେଲା I 


ଶରୀର ସାରାରକ୍ତ I ଯଦି ଡାକ୍ତରଖାନା ଶୀଘ୍ରକୁ ନିଆ ନ ଯିବ କିଛି ବି ଅଘଟଣ ଘଟିପାରେ I 


ଗାଡ଼ି ଓ ଡ୍ରାଇଭରକୁ ଧରି ନରେନ୍ଦ୍ର ସହର ଯାଇଛନ୍ତି I କଣ କରାଯିବ I ଗାଁରେ ଆଉ କିଛି ସୁବିଧା ନାହିଁ I 


ସତ୍ୟପ୍ରିୟ ଘରେ ଥିଲେ ତାଙ୍କ ପାଖରେ ଖବର ପହଞ୍ଚିଲା ଯେ ନରେନ୍ଦ୍ର ନାତିଙ୍କ ଆକ୍ସିଡେଣ୍ଟ ହୋଇଛି I ଘରେ ନରେନ୍ଦ୍ର  I ହସ୍ପିଟାଲ ନ ପହଞ୍ଚାଇଲେ ପିଲାଟିର ମୃତ୍ୟୁ ହୋଇପାରେ I

ସେ ସମୟରେ ମୋବାଇଲ ଫୋନ କିମ୍ବା 108 ଗାଡ଼ି ପରି ସୁବିଧା ନ ଥିଲା I.


ସତ୍ୟପ୍ରିୟ କହିଲେ -ଚିନ୍ତାନାହିଁ ଅଧଘ ଭିତରେ ଆମେ ଡାକ୍ତରଖାନାରେ ପହଞ୍ଚିଯିବୁ ! ନରେନ୍ଦ୍ର ଆଜ୍ଞାକୁ କହିବ ସେ ଆମକୁ ସରକାରୀ ଡାକ୍ତରଖାନାରେ ଭେଟିବେ I


ଏହାକହି ଜଣେ ଲୋକ ସହାୟତାରେ ନରେନ୍ଦ୍ର ନାତିକୁ ନିଜ ବାଇକରେ ମଝିରେ ବସେଇ ହସ୍ପିଟାଲ ଅଭିମୁଖେ ଯାତ୍ରା କଲେ I ଠିକ ସମୟରେ ପୁଅଟିକୁ ଆଡମିଟ କରାଗଲା I


ଘରକୁ ଫେରି ନରେନ୍ଦ୍ର ସବୁ କଥା ଶୁଣି ସାଙ୍ଗେ ସାଙ୍ଗେ ହସ୍ପିଟାଲ ଅଭିମୁଖେ ବାହାରିଲେ I ଦେଖିଲେ ବାହାରେ ସତ୍ୟପ୍ରିୟ ଓ ଆଉ ଜଣେ ବ୍ୟକ୍ତି ଜଗିଛନ୍ତି I 


କିଛି ସମୟ ପରେ ଡାକ୍ତର ଅପରେସନରୁମରୁ ବାହାରିଲେ I ତାକୁ ଦେଖି ନରେନ୍ଦ୍ର -ଡାକ୍ତର ମୋ ନାତି କେମିତି ଅଛି ?


ଡାକ୍ତର- ଥେଙ୍କସ ଗଡ଼ ! ହି ଇଜ ସେଫ ! ଆଉ କିଛି ସମୟ ଡେରି ହୋଇଥିଲେ ବଞ୍ଚେଇବା ପିଲାକୁ ମୁସ୍କିଲ ହୋଇଥାନ୍ତା I


ନରେନ୍ଦ୍ର ଡାକ୍ତରଙ୍କୁ - ଧନ୍ୟବାଦ ଡାକ୍ତରବାବୁ !


ଡାକ୍ତର- ଆରେ ନା ନା ନରେନ୍ଦ୍ର ବାବୁ ଆପଣ ଧନ୍ୟବାଦ ମୋତେ ଦିଅନ୍ତୁ ନାହିଁ ବରଂ ଆମ ପ୍ରିୟ ସତ୍ୟପ୍ରିୟ ବାବୁଙ୍କୁ ଦିଅନ୍ତୁ I ଠିକ ସମୟରେ ପୁଅଟିକୁ ଡାକ୍ତରଖାନା ଆଣିଥିଲେ I ପିଲାଟର ଆକ୍ସିଡେଣ୍ଟରେ ବହୁତରକ୍ତ ବହିଯାଇଥିଲା ଯା ହେଉ ସତ୍ୟପ୍ରିୟ ନିଜରକ୍ତ ଡୋନେଟ କରି ତାହାର ଜୀବନ ବଞ୍ଚେଇଦେଲେ I ମୁଁ ବ୍ୟକ୍ତିଗତ ଭାବେ ସତ୍ୟପ୍ରିୟକୁ ଜାଣେ ବହୁତ ସ୍ୱାଭିମାନୀ ମଣିଷ ଟେ ! କୋଟିଏରେ ଜଣେଲୋକ ଏମିତି ମିଳନ୍ତି ! ! !


ସତ୍ୟପ୍ରିୟ- ନାଇଁ ଡାକ୍ତର ଆଜ୍ଞା ! ମୋତେ ପ୍ରଶଂସା କରନ୍ତୁନି I ମୁଁ କେବଳ ଗୋଟିଏ ମଣିଷର କର୍ତ୍ତବ୍ୟ କରିଛି I


ନରେନ୍ଦ୍ର- ସତରେ ମୁଁ କେତେ ଭୁଲ ଥିଲି ! ମୁଁ ସଦା ସର୍ବଦା ସତ୍ୟପ୍ରିୟକୁ ଗର୍ବୀ,ଅହଙ୍କାରୀ ବୋଲି ଜାଣିଥିଲି ଏତେ ସ୍ୱାଭିମାନୀ ଅଟେ ବିରାଟ ହୃଦୟ ଜାଣିନଥିଲି I


ଡାକ୍ତର- ଯେ କୌଣସି ପରିସ୍ଥିତିରେ ନିଜ ସମ୍ମାନକୁ ତଳେ ନ ପକେଇବା ହେଉଛି ସ୍ୱାଭିମାନ ଯାହା ଅହଂକାର,ଗର୍ବ ଆଉ ସ୍ୱାଭିମାନ ମଧ୍ୟରେ ସୂକ୍ଷ୍ମ ପ୍ରଭେଦରହିଛି I ଆଉ ମୁଁ ବହୁତ ଦିନରୁ ଜାଣିଛି ସତ୍ୟପ୍ରିୟ ଗର୍ବୀ ନୁହନ୍ତି ସ୍ୱାଭିମାନୀ ଲୋକଟିଏ ! ! !


ନରେନ୍ଦ୍ର - ସତରେ ଆଜି ମୁଁ ଜାଣୁଛି,ଧନସମ୍ପତ୍ତିରେ ଧନୀ ହେବା ଅପେକ୍ଷI ! ଯେ ହୃଦୟ ଓ ମନରେ ବଡ଼ !


ସେହି ପ୍ରକୃତ ଧନୀ !


ସତରେ ସତ୍ୟପ୍ରିୟ ଗର୍ବୀ ନୁହେଁ ସ୍ୱାଭିମାନୀ I


ଆଜି ମୋ ଆଖି ଖୋଲିଗଲା I 

ମନୁଷ୍ୟର ବାହାରରୂପ ଓ ବ୍ୟବହାରକୁ ଦେଖି ତାହାର ଚରିତ୍ର କଳନା କରିବା କେତେ କଷ୍ଟକର ସତେ ! ! !



Rate this content
Log in