ଉମା ଶଙ୍କର ମାଝୀ

Inspirational

2  

ଉମା ଶଙ୍କର ମାଝୀ

Inspirational

ସୌରଭ ର ନିଷ୍ପତ୍ତି

ସୌରଭ ର ନିଷ୍ପତ୍ତି

3 mins
387


ଜୀବନରେ ଠିକ ସମୟ ରେ ଯଦି ଠିକ ନିଆ ନିଷ୍ପତ୍ତି ନିଆ ନ ଯାଇଥାଏ ,ସେତେବେଳେ ଭବିଷ୍ୟତ ରେ କେବଳ ଦୁଃଖ କରିବା ହିଁ ସାରଥାଏ l


ସୁନ୍ଦର ଅନୁଭୂତି ଟିଏ l 


କଳାହାଣ୍ଡି ଜିଲ୍ଲା ରେ ସୌରଭ ର ଘର l ତାହାର ନାମଲେଖା ଭବାନୀପାଟଣା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ( DIET) ରେ ନାମ ଲେଖା ହୋଇଥିଲା l ଶେଷ ବର୍ଷ ର ପରୀକ୍ଷା ଦେବା ପାଇଁ ତାହାର ପରୀକ୍ଷl କେନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ,କଳାହାଣ୍ଡି ହୋଇଥାଏ l ପରୀକ୍ଷl ପାଇଁ ସବୁଦିନ କଣ କଣ ପରୀକ୍ଷl ହେବ ସେଠି ପାଇଁ ସୌରଭ କଠିନ ପରିଶ୍ରମ କରୁଥାଏ l


ଏହି ଚାରିଟି ବିଷୟ ପରୀକ୍ଷl ଦେଇ ସାରିଲା ପରେ ପଞ୍ଚମ ବିଷୟ ପାଇଁ ପରୀକ୍ଷl ଆଉ ଦୁଇଦିନ ପରେ ଗଣିତ ଥାଏ l ଏହା ହେଉଛି 2006 ର ସତ୍ୟ ଘଟଣା l ଚାରିଟି ବିଷୟ ପରେ ସୌରଭ ନିଜ ଗାଁ କୁ ଗଣେଶ ପୂଜା ଓ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ପାଇଁ ପଳେଇ ଆସିଲା l ନୂଆଁଖାଇ ପରଦିନ ନୂଆଁଖାଇ ବାସି କୁହନ୍ତି l ସେ ଦିନ ପରୀକ୍ଷl ଥାଏ l


ସେ ସମୟରେ ସୌରଭ ଘର ର ଆର୍ଥିକ ସ୍ଥିତି ମଧ୍ୟ ଭଲ ନ ଥିଲା l ଦୁଇଚକିଆ ଯାନ ଛାଡ ପାଖରେ ଚଢ଼ିବାକୁ ସାଇକେଲ ବି ନଥିଲା l ସୌରଭ କୁ ଯେମିତି ହେଲେ ଭବାନୀପାଟଣା ପରୀକ୍ଷl ପାଇଁ ଯିବାକୁ ହେବ l ପରୀକ୍ଷl ଦୁଇ ଟା ରେ ଅଛି l ସେ ସକାଳୁ ରେଡ଼ି ହୋଇ ବସକୁ ଅପେକ୍ଷl କଲା କିନ୍ତୁ ଏହି ଦୁଇଦିନ ନୂଆଁଖାଇ ଓ ନୂଆଁଖାଇ ବାସି ଦିନ କୌଣସି ବସ ଗାଡ଼ି ଚାଲେ ନାହିଁ l


ସକାଳୁ 9 ରୁ ବର୍ଷା ଆରମ୍ଭ ହେଲା l ତାହା ର ଏକ ସପ୍ତାହ ଧରି ବର୍ଷା ହୋଇଥିଲା l ସୌରଭ ଚିନ୍ତିତ ,କଣ କରିବ ?


ସମୟ ଗଡ଼ି ଚାଲିଛି ଇଶ୍ୱର ଙ୍କୁ ଭରସା ଛଡ଼ା ଆଉ ଚାରା ନାହିଁ l


ସୌରଭ ପ୍ରାର୍ଥନା କରୁଛି - "ହେ ଇଶ୍ୱର ଏ ବିପଦ ରୁ ରକ୍ଷlକର ହଠାତ ଦେଖାଗଲା ଟ୍ରକ ଟେ ଆସୁଛି l ସେହି ଟ୍ରକ ଭବାନୀପାଟଣା ଦେଇ କେସିଙ୍ଗା ଯିବ l


ସୌରଭ ନିଜ ସମସ୍ୟା ବିଷୟ ରେ କହିଲା ସେମାନେ ସୌରଭ କୁ ଭବାନୀପାଟଣା କଲେଜ ଛକ ଯାଏ ନେବା ପାଇଁ ରାଜି ହେଲେ l


ଠିକ ଘଣ୍ଟା ଏ ପରେ ଟ୍ରକ ସୌରଭ କୁ ଛାଡ଼ି କେସିଙ୍ଗା ଅଭିମୁଖେ ପଳେଇଲା I


ଟ୍ରକ ର ଚାଲାକ ପଇସା ନେବାକୁ ମନାକଲା କହିଲା ତୁମେ ମୋ ଛୋଟ ଭାଇ ପରି ଭଲ ପଢ଼ ଆଉ ଆମକୁ ବି ମନେ ପକେଇବ l


ଏତିକିରେ କଥା ସରିନି l ￰ଜୋରରେ ବର୍ଷା ହେଉଛି ଓ ଭବାନୀପାଟଣା ପୋଲିସବ୍ରେକ ପାଖ ଯେଉଁ ବ୍ରିଜ ଟି ଥିଲା ସମୁଲେ ଭାଙ୍ଗି ଯାଇଛି l.ସବୁ ଯାତାୟାତ ବନ୍ଦ l ସେଠୁ ପରୀକ୍ଷl କେନ୍ଦ୍ର ପ୍ରାୟ 2.5 କି.ମି l


ସୌରଭ କଣ କରିବ ,ଚିନ୍ତିତ l ବ୍ରିଜ ର ଦୁଇପଟେ ଲୋକ ଙ୍କୁ ପୋଲିସ ପାର କରାଉ ଥାନ୍ତି l ହଠାତ ପାଣି ର ସ୍ରୋତ ବଢୁଥାଏ ପୋଲିସ ବ୍ରିଜ ଦୁଇ ପାଖ ଲୋକ କୁ ମନାକଲା କାହାକୁ ଛାଡ଼ିଲାନି l ସୌରଭ ର ପରୀକ୍ଷl ଆରମ୍ଭ ହେବାକୁ ଆଉ ମାତ୍ର ସାତ ମିନିଟ l 


ସୌରଭ ପୋଲିସ ମାନଙ୍କ କାହାକଥା ନ ମାନି ଏପଟ ରୁ ସେ ପଟ କୁ ପାରହେବା ପାଇଁ ଡେଇଁଲା l ଅଣ୍ଟାରୁ ବେଶୀ ପାଣି ଆସୁଥାଏ ତାହାକୁ ସେହି ଛୋଟ ସ୍ଥାନ ପାର କରିବା ପାଇଁ ପ୍ରାୟ 15 ମିନିଟ ଲାଗିଲା ,ଏ ସମୟେ ଗୋଟିଏ ମୃତ କୁକୁର ବି ଭାସି ଆସୁଥାଏ ତାହାକୁ ହାତରେ ଠେଲିଦେଲା l .


ଏ ପଟ ରୁ ସେ ପଟ ପହଞ୍ଚିବା କ୍ଷଣି ସେ ଦୌଡିବା ଆରମ୍ଭ କଲା l


ସହର ମଧ୍ୟେ ଯେମିତି "କ୍ରିସ" ସିନେମା ର ସୁଟିଂ ର ମତିଭ୍ରମ ସୃଷ୍ଟି କଲା l ସେ ନିଜ ପରୀକ୍ଷl କେନ୍ଦ୍ର ପହଞ୍ଚିଲା ପରେ ଦେଖିଲା ଯେ ପ୍ରାୟ ପଞ୍ଚତିରିଶ ମିନିଟ ଚାଲିଗଲାଣି l ସାର୍ଟ ଓ ପେଣ୍ଟ ଓଦା ସରସର l ସେ ଓଦା ଆଡମିଟକାର୍ଡ ରଖିଲା ,କେଜାଣି କାହିଁକି କେହି ମଧ୍ୟ କିଛି ପଚାରିଲେନି ସୌରଭ ର ଅବସ୍ଥା ଦେଖି ବାସ ସୌରଭ ପରୀକ୍ଷl ଦେଲା ଓ ଦୁଇମାସ ପରେ ପରୀକ୍ଷl ର ଫଳାଫଳ ବାହାରିଲା l ସୌରଭ ଡିଷ୍ଟିନସନ ସହ ପରୀକ୍ଷl ରେ ଉତ୍ତୀର୍ଣ୍ଣ ହେଲା l 

ଆଜି ସେ ଗୋଟିଏ ସ୍କୁଲ ର ଶିକ୍ଷକ l ସୌରଭ ସବୁବେଳେ କୁହେ - "No risk,no gain.


ସଫଳ ହେବା ପାଇଁ କଠୋର ନିଷ୍ପତ୍ତି ନେବା ଜରୁରୀ l "


Rate this content
Log in

Similar oriya story from Inspirational