ସୌନ୍ଦର୍ଯ୍ୟ
ସୌନ୍ଦର୍ଯ୍ୟ
କାନ ତଳକୁ ଝୁଲି ପଡିଥିବା ଈଷତ ଧଳା ହେଇ ଆସୁଥିବା ବାଳ କେରାକୁ କାନ ପଛକୁ ଠେଲି ଦେଇ ଟି ଟ୍ରେରୁ ଚା କପଟି ଉଠେଇ ନେଇ ସୋଫାରେ ବସି ପଡିଲେ ମିତା।
" ତୁମ ସୌନ୍ଦର୍ଯ୍ୟର କଣ କେବେ ପରିସୀମା ନାହିଁ କି"ଚା କପରୁ ଥରୁଟେ ଢ଼ୋକି ନେଉ ନେଉ ପ୍ରେମ ପୂର୍ଣ୍ଣ ଆଖିରେ ପତ୍ନୀଙ୍କୁ ଚାହିଁ କହିଲେ ଅର୍ଣ୍ଣବ।
" ନାଁ ...ଯେତେ ଦିନ ଯାଏଁ ତୁମ ଆଖିରେ ମୋ ପାଇଁ ଆଖିଏ ପ୍ରେମ ଅଛି ସେତେ ଦିନ ଯାଏଁ ତ ନୁହେଁ" ଅର୍ଣ୍ଣବ ଆଖିରେ ଆଖି ମିଶେଇ ଦୁଷ୍ଟ ହସଟେ ଛାଟି ଦେଲେ ମିତା।
ବୟସର ଅପରାହ୍ଣରେ ପହଞ୍ଚିଯାଇ ଥିବା କପୋତ କପୋତି ଦୁଇଙ୍କର ସେ ଅଳସ ଅପରାହ୍ନ ଭିଜି ଯାଉଥିଲା ପ୍ରେମ ମିଶା ଚା କପର ବାସ୍ନାରେ । ଲାଜରେ ନାଲି ପଡି ଯାଇ ତର ବର ହେଇ ବୁଡିବାକୁ ଉଦ୍ୟତ ହେଉଥିଲେ ସେଦିନର ସୂର୍ଯ୍ୟ।