STORYMIRROR

Padmalaya Mishra

Comedy

3  

Padmalaya Mishra

Comedy

ସାରୁ ଭିତରେ ମାରୁ

ସାରୁ ଭିତରେ ମାରୁ

3 mins
302


    ମନ ପବନ ଠାରୁ କ୍ଷୀପ୍ର । ବିଜୁଳି ଠାରୁ ଅଧିକ ଚଞ୍ଚଳ । ଭାବନାକୁ ବାଡ଼ ବତା ଦେଇ ହୁଏ ନାହିଁ । ଆଉ ମନୁଷ୍ୟ ମନର ଦାସ.... ଭାବନାର ଚରାଭୂଇଁରେ ଅନବରତ ଘୁରି ବୁଲେ । 


    କଥାରେ ଅଛି ନର ମାୟା ନାରାୟଣଙ୍କୁ ଅଗୋଚର । କଣ କେତେବେଳେ ଭାବୁଥିବ ପୁଣି କଣ କରିଦେବ କିଛି ଜାଣି ହୁଏନି । ସମୟ ଓ କର୍ମ ଭଲ ଥିଲେ ପ୍ରଶଂସା ମିଳେ ନହେଲେ ନିନ୍ଦା । 


   ମଣିଷର କର୍ମ ଓ ସ୍ଵଭାବକୁ ନେଇ ତୁଳନା ମଧ୍ୟ କରାଯାଏ । ଯେମିତି ନାରୀ ଯଦି ଉନ୍ନତିର କାରଣ ହୁଏ ତେବେ ଲକ୍ଷ୍ମୀ ସହ ତୁଳନା । ହସଖୁସିଆ ମେଳାପୀ ଲୋକ ହେଇଥିଲେ ଚିନି ପରି ମିଶି ଯାଉଛି ଆନନ୍ଦ ଦେଉଛି ବୋଲି କୁହାଯାଏ । ଯଦି ମିଳିମିଶି ବିଭେଦ ସୃଷ୍ଟି କରେ ତେବେ ଲୁଣ ସହ ତୁଳନା କରାଯାଏ ।ସେମିତି ନିଜ ସତ୍ତା ହରାଇ ବି ମିଶି ଯାଉଥିବା ମଣିଷକୁ ବାଇଗଣ ସହ ଏବଂ କଥା ଚିକଣ କହି ଭିତରେ ଛେଦୁଥିବା ମଣିଷକୁ ସାରୁ ସହ ତୁଳନା କରାଯାଏ ।


     ମୋ ପିଲାଦିନର ଅନୁଭୂତି ଟିଏ କହୁଛି । ସପ୍ତାହରେ ଦୁଇ ଥର ମଙ୍ଗଳବାର ଓ ଶନିବାର ସାତଶଙ୍ଖ ହାଟ ବସେ । ସେତେବେଳେ ଜେଜେ ବାପା ଯାଇ ହାଟରୁ ପରିବା ଆଣୁଥିଲେ । ଦ୍ଵିତୀୟା ଓଷା ଓ ଘାଣ୍ଟ ତରକାରୀ ଦିନ ଥାଏ । ବାପା ପରିବା ନେଇ ଆସିଲେ । ସାରୁ ତିନି କିଲୋ ଆଣିଥାନ୍ତି । ଜେଜେମା ପାଟି କଲା । ଏତେ ସାରୁ କଣ ହେବ । ଦିଦିନ ଛାଡି ତ ପୁଣି ହାଟ ଅଛି । ବାପା କହିଲେ, ବୁଝିଲୁ.... ଏତିକି ସାରୁ ଆଉ ବଳିଥିଲା । ତେଣୁ ସବୁ ଦେଇ କହିଲା... ସାଆନ୍ତେ, ଭାରି ବଢିଆ ସାରୁ । ଦେଖୁନ ସବୁ ବିକ୍ରୀ ହେଇଗଲା । ଆଉ ଏତିକି ଅଛି ନେଇ ଯାଅ । ଖାଇଲା ବେଳେ ମତେ ନିଶ୍ଚିତ ମନେ ପକେଇବ ଯେ । ସତକୁ ସତ ଖାଇଲା ବେଳେ ମନେ ପଡିଲା । ସେତକ କୁଣ୍ଡିଆ ସାରୁ ଥିଲା । ମା ଓ ବାପାଙ୍କ ଭିତରେ କଳି ହେଲା । ବାପା ରାଗିକି କହୁଥିଲେ.... ଆରେ, ଏ ସାରୁ ଭିତରେ ମାରୁ ଅଛି ବୋଲି କଣ ମୁଁ ଜାଣିଥିଲି ।


     ସାରୁ ନା ଦେଖିକି ଜାଣି ହୁଏ ନା ଚଖା ଯାଇପାରେ । ସିଧା ରୋଷେଇ ପରେ ତାର ଗୁଣ ଜଣାପଡେ । ସେମିତି ପୁଅଟି ଭଲ ପଡିବ କି ନାହିଁ, ବୋହୂ ଟି ଭଲ କି ନାହିଁ ବାହାଘର ପରେ ଜାଣି ହୁଏ । 


   ନାଆଁଟି ସୀତା । ଦେହଟି ଗୋଟିଏ ଚାଉଳରେ ଗଢା । ଯେ ଦେଖିଲେ ପ୍ରେମରେ ପଡିବା ସ୍ଵାଭାବିକ । ପୁରୁଷୋତ୍ତମ ବି ଦେଖିଲା ପରେ ପ୍ରେମରେ ପାଗଳ । ଘରେ ଜିଦି କଲା ବାହା ହେବ ତ ତାକୁଇ । ଦୁଇ ପରିବାରର କଥାବାର୍ତ୍ତା ପରେ ବାହାଘର । କିନ୍ତୁ ତାପରେ ସୀତାର ଅସଲ ସ୍ଵଭାବ ଜଣା ପଡିଲା । ସେ ଥିଲା ଉଦଣ୍ଡୀ, ରଣଚଣ୍ଡୀ, ଘୋଡାମୁହୀଁ । ଉଠ୍ କହିଲେ ପିଢାରେ ଠିଆ । ପୁରୁଷୋତ୍ତମ ଏବେ ସୀତାର ପୋଷା କୁକୁର ପରି ଆଉ ତା ପରିବାର କାକୁସ୍ଥ । କିଛି କହିଲେ ଥାନାରେ କେସ୍ ଠୁଙ୍କିବାର ଧମକ । ଏବେ ସମସ୍ତେ ସୀତାକୁ ଦଣ୍ଡବତ ହୋଇ ଅଛନ୍ତି । 


    ପ୍ରଭାକର ସତରେ ନା ପରି ଉଜ୍ଵଳ, ମିଷ୍ଟଭାଷୀ, ମେଳାପୀ । ଯେମିତି ସୂର୍ଯ୍ୟଙ୍କ ପହିଲି କିରଣ । ମଟରସାଇକେଲ ଧରି ପାଉଡର ଲଗେଇ ଅତର ପକେଇ ମୀରାର ଅଫିସ୍ ଆଗରେ ଦଶଟାରେ ଓ ଚାରିଟାରେ ଚକର କାଟେ । ମୀରା ପାଇଁ ଉପହାର ଭଳିକି ଭଳି ଆଣେ । ଘର ଲୋକଙ୍କ ବାରଣ ସତ୍ତ୍ୱେ ପ୍ରଭାକର ସହ ମନ୍ଦିର ରେ ବିବାହ କରି ଶାଶୁ ଘରକୁ ଗଲା ମୀରା । କିଛି ଦିନ ପରେ ଜାଣି ପାରିଲା, ପ୍ରଭାକର କିଛି କରେନି... ବାପା ପଇସାରେ ଅୟସ କରେ । ଏକୋଇରବଳା ବିଶିକେଶନ ବେକାରିଆ । ମୀରା ଓ ଝିଅ ନନ୍ଦିନୀ କୁ ଚଳେଇବାରେ ଅସମର୍ଥ । ଓଲଟି ମୀରା ଟଙ୍କାରେ ଏବେ ଅୟସ କରୁଛି । ମୀରା ଉପର ଚିକ୍କଣ ଦେଖି ଫସିଯାଇଥିବାରୁ ଏବେ କାନ୍ଦୁଛି । 


    ସୋସିଆଲ ମିଡ଼ିଆ ଜମାନା ଚାଲିଛି । ପିତଳ ଏଠି ଖାଣ୍ଟି ସୁନାର ଭ୍ରମ ସୃଷ୍ଟି କରେ । ବୁଢା ହଡା ବି ଏଥିରେ ନିଜକୁ ହ୍ରିତିକ୍ ରୋସନ୍ ଠାରୁ କମ୍ ଭାବୁ ନାହାନ୍ତି । ଆଉ ଝିଅ ମାନେ ନିଜକୁ ଐଶ୍ୱର୍ଯ୍ୟା । ଆଉ ଆରମ୍ଭ ଏଇ ଖେଳ । ଭାରି ମଜାଦାର । ଏଠି ନା ସାରୁ କୁ ଚିହ୍ନି ହୁଏ ନା ମାରୁ ବିଷୟରେ ଜାଣି ହୁଏ । 


     ସୋସିଆଲ ମିଡିଆରେ ପ୍ରେମରେ ପଡିଲେ ସେକ୍ସି ସାନିଆ ଓ ହଟ୍ ହରିଶ୍ । ରାତି ରାତି ଚାଟିଙ୍ଗ । ଫୋଟୋରେ ଫୋଟୋରେ କିସିଙ୍ଗ୍ । ତାପରେ ଭାବିଲେ କରିବେ ପ୍ରତ୍ୟକ୍ଷ୍ୟରେ ଡେଟିଙ୍ଗ୍ । ଉଭୟଙ୍କ ମନ ଉଚ୍ଛନ୍ନ । ଦେଖିବାକୁ ପରସ୍ପରର ରୂପ ଯୌବନ । ଜରା ତସବିର ସେ ତୁ ନିକଲକେ ସାମନେ ଆ ମେରି ମେହେବୁବା .... ଷ୍ଟାଟସ ଅପଡେଟ ହରିଶ୍ ସେଲ୍ଫ ଏମ୍ପଲଏଡ୍ । ଏକସ୍ପୋର୍ଟିଙ୍ଗ୍ ବିଜିନେସ୍ । ସାନିଆ ମିସ୍ ଭୁବନେଶ୍ୱର ବିଉଟି କୁଇନ୍ । ଯେତେବେଳେ ପରସ୍ପରକୁ ଭେଟିଲେ ବାହାଘର ପ୍ରତିଶ୍ରୁତି ଦିଆ ନିଆ ପଡିଲା ଫିକା । ଦୁହେଁ ବନିଛନ୍ତି ବୋକା । ହଟ୍ ହରିଶ୍ ଟ୍ରଲିରେ ସାମାନ ବୁହେ ଆଉ ସେକ୍ସି ସାନିଆ ବିଉଟି କୁଇନ୍ କଣ... ସେ ତ ଝିଅ ହିଁ ନୁହେଁ ....


   ବାଡିରେ ହେଇଛି ସାରୁ... ଦିଶୁଛି ଚିକଣ ସୁନ୍ଦର... ଖାଇଲେ ପ୍ରଭୁ ଜାଣିହେବ କେତେ ମାରୁ ।।



Rate this content
Log in

Similar oriya story from Comedy