STORYMIRROR

Pratap Chandra Mishra

Inspirational

4  

Pratap Chandra Mishra

Inspirational

ସାରୁ ଭିତରେ ମାରୁ

ସାରୁ ଭିତରେ ମାରୁ

3 mins
257


ନୀଳ ମଉସା ଏବେ ଏବେ ଚାକିରୀରୁ ଅବସର ନେଇଛନ୍ତି। ପୁଳାଏ ଟଙ୍କା ମିଳିଛି। ମନରେ ଫୁର୍ତ୍ତି । ସ୍ତ୍ରୀଙ୍କ ଆଦର କହିଲେ ନ ସରେ। କାରଣ ରୋଜଗାରିଆ ସ୍ବାମୀ ଆଜି ଲକ୍ଷ ପତି। ଟଙ୍କାର ଅଭାବ ନାହିଁ। ଚାକିରୀ କାଳ ରେ ଭଲ ଶାଢୀ କି ମନ ପସନ୍ଦ ର ଗହଣା ପିନ୍ଧି ନାହାନ୍ତି। କାରଣ ତେଲ ଲୁଣ ର ଦୁନିଆ ରେ ଛୁଆ ପିଲା ଙ୍କ ବୋଝ ସମ୍ଭାକୁ ସମ୍ଭାଲୁ କେବେ ଅବସର ଆସିଗଲା ଜଣାପଡ଼ିଲା ନାହିଁ। ଏବେ କିନ୍ତୁ ସବୁ ଠିକ୍ ଠାକ୍ ଚାଲିଛି। ଝିଅ ଭଲ ଘର ଭଲ ବର ପାଇ ଖୁସି ରେ ଅଛି। ପୁଅ ବିଦେଶ ରେ ନାମୀ କମ୍ପାନୀରେ ଉଚ୍ଚ ପାହ୍ୟାର ମର୍ଯ୍ୟାଦା ଜନକ ଭଲ ଦରମା ଥିବା ଚାକିରୀ କରି ବାହାରେ ରହୁଛି।

ତେଣୁ ମାଉସୀ ଓ ନୀଳ ମଉସା ଅବସର ପରେ ବେଶ୍ ହାଲ୍କା ଅନୁଭବ କରି ଟିକେ ଆରାମରେ ଅଛନ୍ତି। ମାଉସୀ ବେଶ୍ ଉତ୍ଫୁଲ୍ ମଉସାଙ୍କ ଅବସର ଟଙ୍କାରେ ମନଲାଖି ଗହଣା କିଣି ପିନ୍ଧିବେ। ଭଲ ଘର ଖଣ୍ଡେ କରି ସୁନା ନାକି ବୋହୂ ଆଣିବେ। କିନ୍ତୁ ମଉସା ବାନପ୍ରସ୍ତ କାଳ ରେ ରୋମାଣ୍ଟିକ ହୋଇ ପଡିଛନ୍ତି। ବୃଦ୍ଧ କାଳେ ବାଲ୍ୟ ଲୀଳା ତାଙ୍କର ଉବୁଟୁବୁ ହେଉଛି। ଚାକିରୀ କାଳ ସରିଗଲା କିନ୍ତୁ ବଳ ପରିପୂର୍ଣ।ଏବଂ ଯେଉଁ କାର୍ଯ୍ୟାଳୟ ରୁ ଅବସର ନେଲେ ସେଠି କର୍ମଚାରୀ ଅଭାବ।ନୀଳ ମଉସା ଙ୍କୁ ପୁଣି ଆଉ ଦୁଇ ବର୍ଷ କାମ କରିବା ପାଇଁ ନିଯୁକ୍ତି ବି ମିଳିଯାଇଛି। ସେ କାର୍ଯ୍ୟାଳୟ ରେ ଅବିବାହିତା ତରୁଣୀ ବି କାମ କରୁଥିବା ନୀଳ ମଉସା ଭୁଲି ନାହାଁନ୍ତି।ଏବଂ ଅବସର ପରେ ମଉସା ବେଶ୍ ହର୍ଷ । ପଇସା ପତ୍ର ର ଅଭାବ ନାହିଁ। ସମୟ ବେଳେ ସବୁ ଅଭାବ ଥିଲା କିନ୍ତୁ ସମୟ ସରିଲା ପରେ ଯେମିତି ନବ ଯୌବନ ଉଛୁଳି ଯାଇଛି। ନୀଳ ମଉସାଙ୍କ ଅବିବାହିତା ତରୁଣୀ ତନ୍ଦ୍ରା କୁ ଦେଖି ଅବସର ପୂର୍ବରୁ ନାଳେଇ ଯାଇଥିଲେ। ତନ୍ଦ୍ରା ପ୍ରତି ଦୁର୍ବଳତା ବଢ଼ି ଯାଇଥିଲା। ଅବସର ପରେ ମନ ଦୁଃଖ ହୋଇଯାଇଥିଲା ତରୁଣୀ ଠାରୁ ଦୂରେଇ ଗଲେ ବୋଲି। କିନ୍ତୁ ପୁନଃ ନିଯୁକ୍ତି ସୁବର୍ଣ୍ଣ ସୁଯୋଗ ଦେଇଥିଲା ତନ୍ଦ୍ରାର ନିକଟ ତର ହେବାକୁ।

ଘରେ ଘରଣୀ ନୀଳ ମଉସା ଙ୍କୁ ଦେଖିଲେ ପୂର୍ବାପେକ୍ଷା ଆଦର ସମ୍ମାନ ରେ ପୋତି ଦିଅନ୍ତି। ସରାଗ ପ୍ରେମ ବଢେଇ ମନ ପସନ୍ଦ ର ଖାଇବା ପରଷି ଦିଅନ୍ତି। କିନ୍ତୁ ନୀଳ ମଉସା ତନ୍ଦ୍ରା ସହ ଭାବ ବିନିମୟ ରେ ବ୍ୟସ୍ତ। ତନ୍ଦ୍ରା ବି ଜାଣିଛି ନୀଳ ବାବୁଙ୍କ ମୋଟା ଅଙ୍କ ର ଅର୍ଥ ରହିଛି। ସେ ବି ସୁଯୋଗ ହାତ ଛଡ଼ା କରିବାକୁ ଚାହେନି। ତେଣୁ ଯେତେବେଳେ ଯାହା ଆବଶ୍ୟକ ନୀଳ ମଉସାଙ୍କୁ ପ୍ରେମ ଛଳରେ ହାତେଇ ନିଏ। କେବେ ବଡ଼ ବଡ଼ ହୋଟେଲ୍ ରେ ରାତ୍ରୀ ଭୋଜନ ତ କେବେ କେବେ ଦୂର ଯାତ୍ରା ଭ୍ରମଣ। ଆୟେଶ୍ ଆରାମ ରେ ଦୁହେଁ ଦିନ ଅତିବାହିତ କରନ୍ତି। ଘରଣୀ କିନ୍ତୁ ଏ ସବୁ ବିଷୟ ରେ ଅଜ୍ଞ। ଘରଣୀ ଯେତେ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ ପରଷିବା ହୁଅନ୍ତୁ ନୀ ଳ ମଉସା ଆଡ ଆଖି ରେ ଦେଖନ୍ତି ନାହିଁ। ବରଂ ସ୍ତ୍ରୀ ଙ୍କୁ କିଛି ନା କିଛି ଦୋଷ ଦେଇ ଗାଳି ଦେଇ ସ୍ତ୍ରୀଙ୍କ ମନ ଦୁଃଖ କରିଦିଅନ୍ତି। କାରଣ ନୀକ ମଉସା ବାହାରେ ତନ୍ଦ୍ରା ସହ ଖାଇ ବୁଲି ମଉଜ ମସ୍ତିରେ ଦିନ ବିତାଇଥାନ୍ତି। ସେ ଗୋଟିଏ ସ୍ତ୍ରୀ, ସେ ଘର ସେ ପରିବେଶ ଦୀର୍ଘ ପଞ୍ଚତିରିଶି ବର୍ଷ ହେଲା ଦେଖି ନୀଳ ମଉସା ଅତିଷ୍ଠ। ତେଲ ଲୁଣ ଘର ଗୃହତ୍ସ୍ଥି ଛୁଆ ପିଲା ସମ୍ଭାଳି ବିରକ୍ତ। ଘର ବାଲି ସହ ଚାକିରୀ କାଳ ସରିଲା। ଅବସର ପରେ ବାହାର ବାଲି କରିବା ସଉକ ଧୀରେ ଧୀରେ ଲୋକ ଲୋଚନକୁ ଦୃଶ୍ୟମାନ। ଘରଣୀ ବି ବିପରୀତ ଲକ୍ଷଣ ଦେଖି ସନ୍ଦେହ ଘେରରେ । ମଉସା କିନ୍ତୁ ବେଫିକର। କାର୍ଯ୍ୟାଳୟ ନାଆଁ ରେ ରାସ ଲୀଳା ତନ୍ଦ୍ରା ସହ ମଉସାଙ୍କୁ ଟାପରା ଓ ବଦନାମ୍ ଦିଗକୁ ଟାଣି ଲାଣି। ସେ ଦିନ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ। ନୀଳ ବାବୁଙ୍କୁ ଦାୟିତ୍ଵ ମିଳିଛି ସୂଚାରୁ ରୂପେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ। ସବୁ କର୍ମଚାରୀ ନିଜ ପରିବାର ସହ ସବୁ ବର୍ଷ ଭଳି ଯୋଗ ଦେଇ ସମ୍ମାନ ବଢ଼ାଇବାକୁ କୁହାଯାଇଛି। ମାଉସୀ ଖୁବ୍ ତତ୍ପର , ମଉସା ଙ୍କ ସହ କାର୍ଯ୍ୟାଳୟ ଯିବାକୁ। ପୁଣି ଦାମୀ ଶାଢ଼ୀ ଓ ଗହଣା ବରା ତ୍ ହୋଇଛି। ମଉସା ହୁଁ ମାରି ଚୁପ୍। କିନ୍ତୁ ତନ୍ଦ୍ରା ପାଇଁ ଖୁବ୍ ସନ୍ତର୍ପଣ ରେ ତନ୍ଦ୍ରା କହିବା ମୁତାବକ ତା ପସନ୍ଦର ସାମଗ୍ରୀ କିଣି ପଇସା ଉଡ଼ାଇ ଛନ୍ତି। 


କାର୍ଯ୍ୟକ୍ରମ ସ୍ଥଳ ଯିବା ଦିନ ମଉସା ବାହାନା କରି ମାଉସୀଙ୍କୁ ସାଥି ରେ କାର୍ଯ୍ୟାଳୟ ନେଲେ ନାହିଁ କି କି କୌଣସି ସାମଗ୍ରୀ ଆଣିଲେ ନାହିଁ। ମାଉସୀ ସନ୍ଦେହ ଦୃଢ଼ କଲେ ପୂର୍ବ ସୂଚନା ଯାହା ଶୁଣିଥିଲେ। ନୀଳ ମଉସା ଗଲା ପରେ ମାଉସୀ ପଛରେ କାର୍ଯ୍ୟାଳୟ ଗଲେ। ସେ ଦେଖିଲେ ତନ୍ଦ୍ରା ଓ ନୀଳ ମଉସା ବେଶ୍ ଉତ୍ଫୁଲ୍ଲ।ତନ୍ଦ୍ରା ନୀଳ ମଉସାଙ୍କ ପ୍ରଶଂସା ରେ ବହୁତ୍ କିଛି କହୁଥାଏ। ମଉସା ତନ୍ଦ୍ରା ପଛରେ ଲସର ପସର ହେଉଥାନ୍ତି।

ଏଭିତରେ ମାଉସୀ ନୀଳ ମଉସା ଙ୍କ ସମ୍ମୁଖ ରେ ନିଜକୁ ଉପସ୍ଥାପନ କରି ପଚାରୁ ଥାଏ ରାସ ଲୀଳା ରହସ୍ୟ ଗୁମର କେତେ ଦିନ ରଖିପାରିବ? ସାରୁ ଭିତରେ ମାରୁ ଅଛି ବୋଲି ମୁଁ ଆଜି ଜାଣିଲି। ଛୁଆ ପିଲା ବଡ଼ ହୋଇ ସେମାନେ ଘର ସଂସାର କରିବେ ନା ତୁମେ ବୃଦ୍ଧ କାଳେ ରାସ ଲୀଳା କରିବ?

ତନ୍ଦ୍ରା ଓ କାର୍ଯ୍ୟାଳୟ ର ଉପସ୍ଥିତ ଲୋକ ମାନେ ରୁଣ୍ଡ ହୋଇ ଥାଆନ୍ତି। ଛି ଛିକାର ଶବ୍ଦ ରେ କାର୍ଯ୍ୟ କ୍ରମ କୋଠା ପ୍ରକମ୍ପିତ ହେଉ ଥାଏ। ତନ୍ଦ୍ରା କେଉଁ ଆଡେ ଅଦୃଶ୍ୟ ହୋଇଯାଇ ଥାଏ। ନୀଳ ମଉସା ଘୋର ଅପମାନ ରେ ହନ୍ତସନ୍ତ ହେଉ ଥାଆନ୍ତି। ମାଉସୀ ସେ ସ୍ଥାନରୁ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟତ। ମଉସା କ୍ଷମା ପାଇଁ ନିବେଦନ ରତ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational