STORYMIRROR

Seetaram Dash

Tragedy

3  

Seetaram Dash

Tragedy

ସ୍ଵାର୍ଥ

ସ୍ଵାର୍ଥ

1 min
801



ଯୋଗିଆର ଅନେକ ଦିନରୁ ବ୍ୟବହାର ହେଉ ନ ଥିବା ଗୁହାଳଟିରେ ବୁଲା କୁତିଟି ପାଞ୍ଚଟିଏ ଛୁଆ ଜନ୍ମ କରିଛି। ଘର ପାଖରେ ଗୁହାଳ। ତା ପାଖରେ ଘଷି ଗଦା, ଜାଳ କୁଟା ଆଉ ଇଟା ପଥର ସବୁ କେଉଁ କାଳରୁ ଅଛି। କୁତିଟା ଗାଈ ଗୋରୁ, ଛେଳି, ମେଣ୍ଢା, ମଣିଷ କାହାକୁ ଛାଡୁ ନାହିଁ ସେ ବାଟରେ। ଯୋଗିଆର ଘରେ ଛୋଟ ପିଲା। ଭାରି ଦୁଷ୍ଟ, ନାଗସାପ ଲାଙ୍ଗୁଡ଼ରେ ହାତ ମାରିବା ବୟସ। ଯୋଗିଆ ଏବେ କିଛି କିଛି ଖାଦ୍ୟ କୁତିକୁ ଦେଉଛି। ଦେବାର ଦୁଇଟି ଉଦ୍ୟଶ। ପ୍ରଥମଟି ପିଲାମାନଙ୍କୁ କୁତିଟି ନ କାମୁଡୁ। ଦ୍ୱିତୀୟଟି ଅନ୍ୟକୁ ନିଜର ଉଦାରତା ଦେଖାଇ ହେବା। ଦିନେ ସକାଳେ ଯୋଗିଆର ପୁଅ ଗୁହାଳ ପାଖରେ କାନ୍ଦୁଛି ଏବଂ କୁତିଟି ତଳେ ଗଡି ବୋବାଉଛି। ଘରେ ସମସ୍ତଙ୍କର ହୋସ ଉଡ଼ିଗଲା। ଘର ଭିତରୁ ଯୋଗିଆ ବଡ଼ ପାଟିରେ କହିଲା, "ଆଜି ସଫା ବାଡେଇ ମରିଦେବି"। ଏକ ସାଙ୍ଗରେ ଧାଇଁଲେ ସମସ୍ତେ। ଦେଖିଲା ବେଳକୁ ପୁଅ ଡରରେ କାନ୍ଦୁଛି, ଅଳ୍ପ ଦୂର ଛାଡ଼ି ପଡିଛି କୁତି ଆଉ କୁତିର ପେଟତଳେ ଅଧା ମରା ତମ୍ପସାପଟିଏ ଛଟପଟ ହେଉଛି। ସମସ୍ତେ ସାପକୁ ବାଡେଇ ମାରିଲେ। ଏବେ ଶୀତ ରାତିରେ କାହାକୁ ଶୁଆଇ ଦେଉ ନାହାନ୍ତି ମା ଛେଉଣ୍ଡ ପାଞ୍ଚଟି କୁକୁର ଛୁଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy