Rekharani Sahu

Tragedy Action Inspirational

4  

Rekharani Sahu

Tragedy Action Inspirational

ସାରିକା

ସାରିକା

4 mins
158


 ଆକାଶ କେବେ ମାଟିକୁ ଛୁଇଁ ପାରେନା । ଜୀଵନ କେବେ ସ୍ପନ୍ଦନ ବିନା ଜୀବିତ ରହି ପାରେନା । ଠିକ୍ ସେହିପରି ସାରିକା ଆଉ ସୋମେଶ ର ଭଲ ପାଇବା ଛୋଟ ବେଳୁ ପୁରା ପ୍ରଗାଢ଼ ଥିଲା । ଯେପରି ଦୁହେଁ ଦୁହିଁଙ୍କ ବିନା ବଞ୍ଚିବା ଅସମ୍ଭବ । 


  ସାରୀକା ବଡ ଘରର ଝିଅ । ସେ ତା ପାପା ମାମାର ଗୋଟେ ବୋଲି ଝିଅ । ପୁରା ଅଲିଅଳିରେ ବଢ଼ିଛି । ଯେବେ ଯାହା ଚାହିଁଛି ତା ପାଇଛି । ନିଜକୁ କେବେ ସେ ମାଟିରେ ପାଦ ରଖିବାର ସୁଯୋଗ ପାଏନି । କିନ୍ତୁ ସେ ମାଟିକୁ ଭାରି ଭଲ ପାଏ । ବର୍ଷା ପାଣି ଗରମ ରାସ୍ତା ଦେଉପରେ ପଡିଲେ ଯୋଉ ବାସ୍ନା ଆଃ ତା ପେଟ ପୁରିଯାଏ ସେ ମହକରେ । ମାଟି କାନ୍ଥ ର ସେ ମାଟି ଭାରି ପସନ୍ଦ ଖାଇବାକୁ ହେଲେ ସେ ତ ରାଜ ମହଲ ପରି ଘରର ରାଜ କୁମାରୀ । ସେ ବା କାହୁଁ ପାଇବ ମାଟି ଖାଇବାକୁ ।


ସୋମେଶ, ସାରିକା ବାପା ପାଖରେ କାମ କରୁଥିବା ଦିନୁ କକା ପୁଅ । ସେ ସବୁବେଳେ ଦିନୁ କକା ସହ ସାରିକା ଘରକୁ ଆସେ , ସାରିକା ସହ ଖେଳେ । ଧିରେ ଧିରେ ସାରିକା ଲୁଚି ଲୁଚି ସୋମେଶ ସହ ତାଙ୍କ ଘରକୁ ପଳାଏ । ସେଠି ମାଟି କାନ୍ଥ ରୁ ମାଟି ଛଡେଇ ଖାଏ । ତାକୁ ଲାଗେ ସତେ ଯେମିତି ସେ ସ୍ବର୍ଗ ସୁଖ ପାଉଛି । ସାରୀକା ପାପା ଜାଣିପାରନ୍ତି । କିନ୍ତୁ ଛୋଟ ଛୁଆ ଏବେ ଚପଳାମି ବୟସ ଭାବି କିଛି କୁହନ୍ତିନି । ଧିରେ ଧିରେ ସାରିକା ବଡ ହୁଏ । ସୋମେଶ ସହ ତା ବନ୍ଧୁତା ବଢ଼ି ବଢ଼ି ଚାଲେ । ଏହା ନଜରରେ ପଡେ ସାରିକା ପାପାର ସେ କିଛି ନକହି ସାରିକା ର ପାଠ ପଢା ପାଇଁ ସହରରେ କରି ଦିଅନ୍ତି । ବୟସ ଏକ ଭୁଲା ମନ ତଥାପି ସାରିକା ସୋମେଶ କୁ ମନେ ରଖିଥାଏ । ସୋମେଶ ବି ସାରିକା କୁ ଭୁଲି ପାରେନି । କିନ୍ତୁ ସୋମେଶ ତା ବାପା ମୁହଁକୁ ଚାହିଁ କିଛି କହିପାରେନା । କାହିଁକି ନା ଗରିବ ପୁଅର କଷ୍ଟ କଷ୍ଟ ନୁହେଁ , ଆଉ ତା ଲୁହ ନଈର ପାଣି ସେ ସବୁବେଳେ ବହି ଚାଲେ ଅନ୍ୟର ମଙ୍ଗଳ ପାଇଁ । ସେ ଭଲ ପଢ଼େ । କଲେଜରେ ଭଲ ମାର୍କ ରଖି ପାସ୍ କରିଛି ବୋଲି ତାକୁ ବୃତ୍ତି ମିଳେ । ସେ ସେଇ ପଇସା ରେ ଆଗକୁ ପଢ଼େ । ଯିଏ ବଢିବାର ଥିବ ତାକୁ କେହି ରୋକି ପାରିବେନି । ଯିଏ ବଞ୍ଚିବାର ଥିବ ତାକୁ କେହି ମାରି ପାରିବେନି । କିନ୍ତୁ ସଂସାରର ମାୟାଜାଲ କାହାକୁ ଛାଡ଼ିବନି । ସବୁ କୁ ଗୋଡେଇ ଗ୍ରାସ କରିବ । ଠିକ୍ ସେମିତି ସାରିକା ସହ ହେଲା ସେ ଧିରେ ଧିରେ ସୋମେଶ କୁ ଭୁଲିଗଲା । ଆଉ ସୋମେଶ ସାରିକା କୁ ଭାବି ଭାବି ସବୁ ପରୀକ୍ଷା ପାସ୍ କରି ବଡ଼ ଚାକିରି ଟେ ପାଇଲା । ତା ବାପା କୁ ଆଉ ସାରିକା ପାପା ପାଖରେ କାମ କରିବାକୁ ପଡୁନି । ସବୁ ସୁବିଧା ତା ବାପାଙ୍କ ସେ କରିଦେଇଛି । ତାର ଅଗ୍ରଗତି ଦେଖି ସାରିକା ର ବାପା କହିଲେ ଭଲ ହେଲା । ଝିଅର ଏବେ ବାହାଘର ମୁଁ ଆଉ କୋଉଠି କରି ପାରିବି । 


ସାରିକା କଲେଜ୍ ସାରି ସହରରୁ ଘରକୁ ଫେରେ । ସେତିକି ଭିତରେ ବିତି ଗଲାଣି ଦଶ ବର୍ଷ । ଆଉ ବୋଧେ ସୋମେଶ ର ମୁହଁ ସାରିକା ର ମନେ ନାହିଁ। କିନ୍ତୁ ସୋମେଶ ସାରିକା ବିଷୟରେ ସବୁ ଜାଣିଛି । ସେ ସାରିକା ଉପରେ ସବୁବେଳେ ନଜର ରଖିଥାଏ । ହେଲେ ଯେହେତୁ ସେ ତାକୁ ଭୁଲି ଯାଇଛି । ତେଣୁ ସେ ମନେ ପକାଇବାକୁ ଚାହେଁନା । ପ୍ରେମ ପାଇବା ଅପେକ୍ଷା ତା ଖୁସି ପାଇଁ ତାକୁ ମୁକ୍ତ କରିଦେବା ଭଲ । ଯେ ନିଜର ହେଇଥିବ ସେ ବାଟ ହୁଡ଼ିଲେ ବି ପୁଣି ସାଥିରେ ଆସିବ । ନହେଲେ ସେ ଅନ୍ୟ ପଥେ ବାହୁଡ଼ି ଯିବ । 


ସାରିକା ଚିହ୍ନି ପାରେନି ସୋମେଶ କୁ । ସୋମେଶ ବି ନିଜର ପରିଚୟ ଦେବାକୁ ଚାହେଁନି । "ଯୋଉଠି ଅଜଣା ହେଇଯାଏ ଜଣା ମଣିଷ , ସେଠି ପରିଚୟ କାଇଁ କରିବ ନିଜର ଉପହାସ ."। ସାରିକା ର ବାହାଘର ଆଉ କୋଉଠି ହେଇଯାଏ , ସେ ଖୁସି ଖୁସି ରେ ସୋମେଶ କୁ ଭୁଲି ଜୀଵନ ବଞ୍ଚେ । ହେଲେ ସୋମେଶ ଯେ ସାରିକା ପାଇଁ ସାରା ଜୀଵନ ଏକୁଟିଆ ରହିଛି , ତା ଭଲ ପାଇବା କଣ ଭଲ ପାଇବା ନୁହଁ । ସେ କଣ ଅଲୋଡ଼ା ,ଅଖୋଜା । ଏତେ ଗୁଣ ଗାରିମା ପାଇଁ ତେବେ ଲାଭ କଣ । ସେ ବା କାହିଁ ରହିବ ଏ ସଂସାରର ମାୟାଜାଲ ରେ । ସେ ବି ମୁକ୍ତି ଚାହେଁ ଏ ମାୟାଜାଲ ରୁ । ସେ ସଂସାରରୁ ସବୁ ଆସକ୍ତି ଛାଡି ବଞ୍ଚିବାକୁ ଚାହେଁ ପ୍ରଭୁଙ୍କ ଶ୍ରୀ ଚରଣ ରେ । 


 ଏକଦା ସେ ସବୁ ଛାଡି କୁଆଡେ ପଳାଏ । କିନ୍ତୁ ଯିବା ପୂର୍ବରୁ ତା ବାପା ପାଇଁ ସବୁ ସୁବିଧା କରି ଦେଇ ଯାଏ ଯେମିତି ସେ ଆଉ ଫେରିବନି । ପୂର୍ଣ୍ଣିମା ଚାନ୍ଦରେ ଯଦି ଜୀଵନ ଅନ୍ଧକାର ହେଇଯାଏ ତେବେ କାହାକୁ ଦୋଷାରୋପ କରିବ । ଆଉ ଦାୟୀ ବା କିଏ ହୋଇବ । ସେ ନିଜକୁ ମୁକ୍ତ କରିବାକୁ ଧ୍ୟାନ ମଗ୍ନ ହୁଏ । ଧିରେ ଧିରେ ଦସ୍ୟୁରତ୍ନାକର ରୁ ବାଲ୍ମୀକି ସାଜିଲା ପରି ସେ ବି ସାଜିଯାଏ ସନ୍ଥ । ଯାହା ପାଖେ ନା ପର ଆପଣା ଅଛି । ନା ଲୋଭ ,ମୋହ । ଆଉ ପାଇବାର ଲାଳସା ନା କାମ ପିପାସୁ । ସେ ନିଜକୁ ମୁକ୍ତ କରି ଦେଇଛି ସବୁ ବନ୍ଧନରୁ , ଏ ସଂସାରର ମାୟାଜାଲ ରୁ । ପ୍ରେମ ଖାଲି ଶାରୀରିକ ନୁହେଁ , ସେ ବି ଆଧ୍ୟାତ୍ମିକ ଅଟେ । ସେ କୋଉ ସାରିକା ପାଇଁ କେବେ ବିଲୁପ୍ତ ହେବନି । ସେଇ ସାରିକା ପାଇଁ ତ ସେ ଜୀବନର ପ୍ରକୃତ ପ୍ରେମ ଯେ ଶାଶ୍ଵତ , ଯେ ପବିତ୍ର , ଯେ ନିରନ୍ତର , ତାଙ୍କ ଶରଣରେ ନିଜକୁ ନିୟୋଜିତ କରିଛି । ଆଉ ଏ ମାୟା ବନ୍ଧନରୁ ନିଜକୁ ମୁକୁଳେଇ ପାରିଛି । 


Rate this content
Log in

Similar oriya story from Tragedy