STORYMIRROR

Er. Suchismita Satpathy

Abstract Tragedy Inspirational

3  

Er. Suchismita Satpathy

Abstract Tragedy Inspirational

ସାମ୍ରାଜ୍ଞୀ

ସାମ୍ରାଜ୍ଞୀ

4 mins
214

ସୁଚେତା ଆଜି ସମ୍ପୂର୍ଣ୍ଣ ନିରବ।ସତେ ଯେମିତି ସ୍ଥିର ଜଳରାଶି, ଶବ୍ଦ ହୀନ । ଆନେକ ଡାକ୍ତର ଆସି ତାର ମାନସିକତାକୁ ପରୀକ୍ଷା କରିବା ପାଇଁ ଚେଷ୍ଟାକରି ବିଫଳ।ବୀଣା ଦେବୀ (ସୁଚେତା ର ମାଆ)ଓ ସୁନିଲ ବାବୁ(ସୁଚେତାର ବାପା) ଯାଇ ତା ଶାଶୁ ଘରୁ ତାଙ୍କ ଘରକୁ ଝିଅକୁ ନେଇ ଆସିଛନ୍ତି।ସେଠାରେ ସମସ୍ତ ଙ୍କୁ ପଚାରିବାରେ କିଛି ସନ୍ତୋଷ ଜନକ ଉତ୍ତର ପାଇପାରିଲେ ନାହିଁ। ମନ ଦୁଃଖରେ ଏକ ମାତ୍ର ଅଲିଅଳି ଝିଅକୁ ଧରି ଫେରିଲେ।କେତେ ମନକରି ଜାକଜମକରେ ଝିଅର ବାହାଘର କରିଥିଲେ।ବାପା ମାଆ ଯେତେବେଳେ ଝିଅକୁ ବିଦା କରନ୍ତି ତାଠୁ ବଳି ଦୁଃଖର ମୁହୂର୍ତ୍ତ ବୋଧେ ଆଉ ଜୀବନରେ ଆସେନାହିଁ। ଯଦି ଆସେ ତାହା ଆସେ ବିବାହ ପରବର୍ତ୍ତୀ ଝିଅର ଦୁଃଖ।ଠିକ ସେହି ମୁହୂର୍ତ୍ତ ଆସି ପହଞ୍ଚିଛି ସେମାନଙ୍କ ଜୀବନରେ।

ପରିସ୍ଥିତି ଏପରି ଯେ ଝିଅ ମୁହଁରେ ଭାଷା ନାହିଁ ସେ ମୂକ ପାଲଟି ଯାଇଛି।କଣ ହେଲା ଓ କାହିଁକି ଏପରି ପରିସ୍ଥିତି ହେଲା କିଛି ଜାଣି ପାରୁନାହାନ୍ତି ।

ଯେଉଁ ଝିଅ ଅତି ଖୁସି ମିଜାଜ ର ସବୁବେଳେ ହସୁଥାଏ ତାର ଆଜି ଏ ଅବସ୍ଥା।

ମନେପଡେ ତାଙ୍କର ଯେତେବେଳେ ବାହୁବଲୀ ଚଳଚ୍ଚିତ୍ର ସେ ଦେଖୁଥିଲା ,ସେତେବେଳେ କୁହେ ବାପା ମୋର ବି ଏମିତି ଏକ ସାମ୍ରାଜ୍ୟ ହେବ ,ତାର ରାଣୀ ହେବି ମୁଁ ଠିକ ଯେମିତି ଦେବସେନା ଥିଲା।।ମୋର ପ୍ରଜା ମାନେ ଘରର ଆସବାବ ପତ୍ରମାନେ ମୋ ଇଛାରେ ଧାବମାନ ହେବେ।ଭଲ ଭଲ ଖାଦ୍ୟ ରୋଷେଇଘରର ଶୋଭା ବର୍ଦ୍ଧନ କରିବେ।ଅଳଙ୍କାର ଓ ବିଭିନ୍ନ ରଙ୍ଗର ଶାଢୀ ମୋ ଆଲମାରୀ ର ଶୋଭା ବଢେଇବେ।ମୋର ଯେତେବେଳେ ଯାହା ଇଛା ତାହା କରିବି।ଏମିତି ଅନେକ ଆଲୋକମାଳାରେ ସଜାଏ ତାର ସ୍ୱପ୍ନର ମହିସ୍ମତୀ ସାମ୍ରାଜ୍ୟ କୁ।ସେତେବେଳେ ବାପାମାଆ ଦିଜଣ ହସି ହସି ଗଡି ଯାଆନ୍ତି ଝିଅର ପାଗେଳାମୀ ଦେଖି।ବୀଣା ଦେବୀ କୁହନ୍ତି ରହ ତୋ ଶାଶୁ ଦି ଖୁନ୍ଦା ଦେବଯେ ଏକାଥରେ ଠିକ ହେଇଯିବୁ।

କୁହନ୍ତି ସତ ମାତ୍ର ଝିଅକୁ କଷ୍ଟ ହେବ ବୋଲି ଯାବତୀୟ ସରଞ୍ଜାମ ସବୁ ଦେଇଥିଲେ ବାହାଘର ବେଳେ।ପାଠ ପଢି ଚାକିରୀ କରିବ ବୋଲି ଅନେକ ପାଠ ପଢିଲା ମାତ୍ର ବିବାହ ପରେ କରିବ ବୋଲି ସ୍ଥିରକଲା।ଶାଶୁଘର ମଧ୍ୟ ରାଜି ଥିଲେ।ସମ୍ବିତ ପିଲାଟି ଭାରି ଭଲ।ମାତ୍ର ଏପରି ପରିସ୍ଥିତି ହେଲା ଯେ କଳନା ବାହାରେ।ମୋ ସାମ୍ରାଜ୍ୟର ମୁ ସାମ୍ରାଜ୍ଞୀ କହୁଥିବା ଝିଅ ଆଜି ବାକଶକ୍ତି ହିନ।ଏମିତି ଅନେକ ଦିନ ଗଲା।ମଝିରେ ମଝିରେ ସମ୍ବିତ ଆସି ଦେଖାକରି ଯାଏ।କଣ କଥାହୁଏ ଜଣାନାହିଁ କି ଉତ୍ତର ପାଏ ତାହା ମଧ୍ୟ ଜଣାନାହିଁ।ଏହିପରି ଅନେକ ଦିନ ବିତିଗଲା।ଘରର ପରିବେଶ ପୁରା ଶାନ୍ତ।ହଠାତ ଦିନେ ସୁଚେତାର ପୁରୁଣା ସାଙ୍ଗ ଅନିତା ଆସି ପହଞ୍ଚିଲା। ସୁଚେତାର ଅବସ୍ଥା ଶୁଣି ସିଧାଆସି ତାଙ୍କ ଘରେ।ସୁଚେତାର ବାପାମାଆ ତାକୁ ଦେଖି ଭାବବିହ୍ୱଳ ହୋଇଗଲେ।ତାଙ୍କର ଅବସ୍ଥା ଦେଖି ଅନିତା କହିଲା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଜଣେ ଡାକ୍ତର ଭାବେ ଆପ୍ରାଣ ଉଦ୍ୟମ କରିବି ତାକୁ ଭଲ କରିବାକୁ।

ଏହା କହି ସୁଚେତା ପାଖକୁ ଗଲା।ତାକୁ ଦେଖି ସୁଚେତା ଆଖିରୁ ପ୍ରଥମ ଥର ଦୁଇଟୋପା ଲୁହ ଗଡିଗଲା।ଏହା ଦେଖି ବାପାମାଆ ଦୁହିଁଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହେଲା ପରି ଲାଗିଲା।କିଛି ସମୟ କଣ କଥା ହେଲା ଜଣାନାହିଁ ମାତ୍ର ଫେରିଲା ବେଳକୁ କହିଗଲା ଯେ ସେ ଆସିଥିଲା ବୋଲି ଯେମିତି ସୁଚେତାର ଶାଶୁଘର ନଜାଣନ୍ତି।

ଏହା ଶୁଣି ବୀଣା ଦେବୀ ଓ ସୁନିଲ ବାବୁ ଆଶ୍ଚର୍ଯ୍ୟ ହେବା ସହ ହଁ ଭରିଲେ।

ତା ପରଦିନ ଅନିତା ଆସି ସୁଚେତା ସହ କଥାହେବା ଆରମ୍ଭ କଲା ଓ ତା ସହ କିଛି ଔଷଧ ମଧ୍ୟ ଦେଲା।କିଛି ଦିନ ଭିତରେ ଝିଅର କିଛିଟା ଉନ୍ନତି ପରିଲକ୍ଷିତ ହେଲା।ମାତ୍ର ଅନିତାର କହିବା ଅନୁଯାୟୀ କେବଳ ତାରି ଔଷଧ ହିଁ ଦେଉଥିଲେ।ଶାଶୁଘରୁ ଯେଉଁ ଔଷଧ ଆସିଥିଲା ତାହା ବନ୍ଦ ଥିଲା।

ସମ୍ବିତ ଦିନେ ଆସିଲା ଦେଖାକରିବାକୁ ମାତ୍ର ତାକୁ ମନାକରି ଦେଲେ ଦେଖାକରିବାକୁ ଶୋଇଛି କହି। ଓ ଔଷଧ ତାଠାରୁ ରଖିନେଲେ। ସେବେଠାରୁ କିଛି ରହସ୍ୟ ରହିଛି ବୋଲି ଜାଣିବାକୁ ପାଇଲେ ସୁନିଲ ବାବୁ ଓ ବୀଣା ଦେବୀ।

ଦିନକର କଥା ଅନିତା ଆସିଥାଏ।ବାହୁବଲୀ ଚଳଚ୍ଚିତ୍ର ଚାଲିଥଥାଏ ।ତାର ଶବ୍ଦ ରେ ବାହାରକୁ ଚାଲି ଆସି ଚଳଚ୍ଚିତ୍ର ଆଡକୁ ହାତ ଦେଖାଇ କାନ୍ଦବାକୁ ଲାଗିଲା ଓ ଚାଲିଲା ଷ୍ଟାକଲା କିଛି କହିବାକୁ।ଏହା ଦେଖି ଅନିତା ତା ପଖକୁ ଯାଇ ତାକୁ ତାର ଅନ୍ତରର ବ୍ୟଥାକୁ ବାହାରକୁ ବାହାର କରିବାରେ ସାହାଯ୍ୟ କଲା।କିଛି ସମୟ ପରେ ଏକ ଅନ୍ତର ଫଟା ଚିତ୍କାର କରି କାନ୍ଦିବାକୁ ଲାଗିଲା ସୁଚେତା।ତାର ଏପରି ଅବସ୍ଥା ଦେଖି ବାପାମାଆ ଉଭୟ ଅଥୟ ଓ ଅଧର୍ଯ୍ୟ ହୋଇପଡିଲେ।ଅନିତା ସମସ୍ତ ଙ୍କୁ ସ୍ଥିର କରାଇ ସୁଚେତା ପାଖରେ ବସି ତାକୁ ସ୍ଥିର କରେଇ ସବୁ ପଚାରିଲା।

ସ୍ଥିର ଅବସ୍ଥା କୁ ଆସି ସୁଚେତା ନିଜର କଥା ଆରମ୍ଭ କଲା।ସମ୍ବିତର ଆଉ ଏକ ସ୍ତ୍ରୀ ଅଛି।ଘରେ ସମସ୍ତେ ଜାଣନ୍ତି।ତାର ଗୋଟିଏ କ ପୁଅଟେ ଅଛି। ଯେତେବେଳେ ବି ସୁଚେତା ନିଜ ଛୁଆପାଇଁ କୁହେ ସମ୍ବିତ ମନାକରି କୁହେ ସମୟ ନାହିଁ।କିଛିଦିନପରେ ତାକୁ କିଛି ଔଷଧ ଆଣି ଖାଇବାକୁ ଦେଲେ।କହିଲେ ଏହା ଦ୍ୱାରା ଶରୀର ସୁସ୍ଥ ରହିବ ଓ ପିଲାପିଲି ହେବାରେ ଅସୁବିଧା ହେବନାହିଁ।ଖୁସିରେ ସେ ଖାଇଲା।ଦିନେ ଘରେ କେହି ନଥିବା ସମୟରେ ସମ୍ବିତର ଦୂର ସମ୍ପର୍କ ର ଜଣେ ମାଉସୀ ଆସିଥିଲେ ।ତାଙ୍କ ଠାରୁ ସମ୍ବିତ ପୂର୍ବରୁ ବିବାହିତ ଓ ପ୍ରଥମ ସ୍ତ୍ରୀର ଏକ ପୁଅ ଅଛି ବୋଲି ଜାଢଣିବାକୁ ପାଇଲା।ମାତ୍ର ସମସ୍ତେ ଜାଣି ଆଉ ମୋ କ ବିବାହର କାରଣ ଜାଣି ପାରିଲା ନାହିଁ।

କିଛି ଦିନପରେ ସେ କଥା ମଧ୍ୟ ସେ ଜାଣିଲା।ସମ୍ବିତର ବାପା ମରିବା ପୂର୍ବରୁ ସବୁ ସମ୍ପତ୍ତି ସମ୍ବିତର ସ୍ତ୍ରୀ ନା ରେ କରିଛନ୍ତି ଏବଂ ଏକଥା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଜାତିର ହୋଇଥିବା ଆବଶ୍ୟକ।କାରଣ ସେ ଜାଣିଥିଲେ ସମ୍ବିତ ଏକ ଅନ୍ୟ ଜାତିର ଝିଅକୁ ବାହା ହେବାକୁ କହୁଛି।ସେ ଚାଲିଗଲାପରେ ସମ୍ବିତ ବିବାହ କରିଥିବା କଥା ତା ମାଆଙ୍କୁ କହିଲା।ସେ ଝିଅ ଘରକୁ ବି ଆସି ରହୁଥିଲା।ମାତ୍ର ଯେଉଁ ଦିନ ତାଙ୍କ ବାପାଙ୍କ ସମ୍ପତ୍ତିର କାଗଜ ଓକିଲ ଆଣିଦେଲେ ସେଦିନ ତାଙ୍କ ଘରେ ଅନେକ ଆଲୋଚନା ହେଲା।ତଙ୍କର ଉଦ୍ଧେଶ୍ୟ ଥିଲା ମତେ ପାଗଳ କରି ଓକିଲ ଦ୍ୱାରା ସବୁ ସମ୍ପତ୍ତି ମୋ ନା ରୁ ସମ୍ବିତ ନା କୁ କରିବାକୁ।ଶେଷରେ ତାଙ୍କ ଚକ୍ରବ୍ୟୁହରେ ମୁଁ ଫସିଗଲି।ମୋର ପିଲା ନହେବେ ବା ପାଇଁ ମତେ ଔଷଧ ଦେଉଥିଲେ ବୋଲି ମଧ୍ୟ ମୁଁ ଜାଣିପାରିଲି।ଯେଉଁ ଦିନ ମୁଁ ଜାଣିଲି ଏ କଥା ପଚାରିଲି ସେହି ମୁହୂର୍ତ୍ତରେ ମତେ ବେହୋସ କରି ଡାକ୍ତରଖାନାକୁ ନେଇଗଲେ ।ତାପରେ କଣ ହେଲା ମୁଁ ଜାଣିନି ।ମାନସିକ ଭାବେ ମୁଁ ଏତେ ଦୁର୍ବଳ ହୋଇଗଲି ଯେ କଥା କହିବା ପାଇଁ ମତେ କଷ୍ଟ ହେଉଥିଲା।

ଏତେ କଥା ଶୁଣିଲାପରେ ସମସ୍ତେ କାନ୍ଦି କାନ୍ଦି ବେଦମ ହୋଇଗଲେ।ଅନିତା ତାର ଡାକ୍ତରି ପରିକ୍ଷା କରି ଜାଣିପାରିଲା ଯେ ତାର ପିଲାପିଲି ନ ହେବା ପାଇଁ ସେମାନେ ଅନେକ ଔଷଧ ଦେଇଛନ୍ତି ଯାହାର ପ୍ରଭାବ ତାର ମସ୍ତିଷ୍କ ଉପରେ ପଡିଛି।ମାତ୍ର ଠିକ ଚିକିତ୍ସା ହେଲେ ତାହା ଧିରେ ଧିରେ ଠିକ ହୋଇଯିବ।

ସୁଚେତା ଭଳି ଝିଅ ଏପରି ଠକ ମାନଙ୍କ ହାବୂଡରେ ନାସ୍ତେଜ ହୋଇଯିବା ଦେଖି ଅନିତା ମନ ଦୁଃଖ କରିବା ସହ ତାର ମନୋବଳକୁ ସୁଦୃଢ କରିବାକୁ ଚେଷ୍ଟା କଲା।

ସେବେଠାରୁ ସମ୍ବିତ ଆସିଲେ ବି ସୁଚେତା ତାକୁ ଦେଖା କରେନାହିଁ।

ଏବେବି ସବୁ ସମ୍ପତ୍ତି ସୁଚେତା ନାଁ ରେ ରହିଛି।ସେ ପୁଣିଥରେ ନିଜ ପ୍ରଚେଷ୍ଟା ରେ ଏକ ଭଲ କମ୍ପାନୀ ପ୍ରତିଷ୍ଠା କରି ନିଜ ସାମ୍ରାଜ୍ୟ ବିସ୍ତାର କରିଛି ତା ସ୍ୱପ୍ନର ସାମ୍ରାଜ୍ୟ ମହିସ୍ମତୀ ପରି । ସେଠାକାର ସାମ୍ରାଜ୍ଞୀ ନିଜକୁ ପ୍ରତିଷ୍ଠା କରିପାରିଛି।


Rate this content
Log in

Similar oriya story from Abstract