STORYMIRROR

Trilochan Karjee

Inspirational

3  

Trilochan Karjee

Inspirational

ସାକ୍ଷାତକାର ଈଶ୍ବର

ସାକ୍ଷାତକାର ଈଶ୍ବର

1 min
1.0K


ସେଦିନ ଏକ କମ୍ପାନୀରେ ମୋର ସାକ୍ଷାତକାର ଥିଲା । ବ୍ୟକ୍ତି ଜଣକ ମୋ ସହିତ ସମସ୍ତ କଥାବାର୍ତ୍ତା କରି ସାରିବା ପରେ ମୋତେ ପଚାରିଲେ-ଆପଣ କେତେ ଟଙ୍କା ଦରମା ଚାହୁଁଛନ୍ତି।

ମୁଁ କହିଲି-ଆପଣ ଯେତେ ଟଙ୍କା ଦେବେ।

ସେ କହିଲେ-ଆମେ ମାସକୁ ତିନି ହଜାର ଟଙ୍କା ଦେବୁ ଆପଣ ଖୁସି ତ! ପୁଣି ଏ ଟଙ୍କାରେ କଣ କରିବ ତାର ହିସାବ ବି ଦେବାକୁ ପଡିବ।

ମୁଁ କହିଲି - ତିନି ହଜାର ଟଙ୍କାରେ ମୁଁ ନିଜ ଖର୍ଚ୍ଚ ପାଇଁ ହଜାରେ ଟଙ୍କା ରଖି ଘରକୁ ଦୁଇ ହଜାର ପଠାଇଦେବି।

ଏଥର ସେ କହିଲେ-ଯଦି ମାସକୁ ପାଞ୍ଚ ହଜାର ଟଙ୍କା ଦେବୁ ତେବେ କଣ କରିବ।

ମୁଁ କହିଲି - ମୋର ମାସିକ ଖର୍ଛ ବାବଦରେ ଛାଡ଼ି ବାକି ଟଙ୍କା ଘରକୁ ଦେଇଦେବି ।

ବ୍ୟକ୍ତି ଜଣକ ମୋତେ ଆଉ ଥରେ ଚାହିଁ କହିଲେ -ଆପଣ ଭାବୁଛନ୍ତି କି ଆଜିକା ଦିନରେ ଏତିକି ଟଙ୍କାରେ ଚଳିବା।

ମୁଁ କହିଲି-ସାର୍, ଆଜିକା ମାର୍କେଟରେ ଯେତେ ଟଙ୍କା ହେଲେ ବି ଚଳିବା କଷ୍ଟ କିନ୍ତୁ ଖାପ ଖୁଆଇ ଚଳି ପାରିଲେ ସବୁ ସମ୍ଭବ ହୋଇପାରିବ ।

ସେ କହିଲେ- ଆପଣଙ୍କୁ ଆମ କମ୍ପାନୀ ଦଶହଜାର ଟଙ୍କା ଦେବାକୁ ପ୍ରସ୍ତୁତ ଏଥର ଆପଣ ଖୁସି ତ?

ମୁଁ ଟିକେ ହସି କହିଲି - ଧନ୍ୟବାଦ ସାର୍।

ସାକ୍ଷାତକାର ସରି ଗଲା ପରେ ମୋତେ ଲାଗୁଥିଲା ସେଦିନର ସେଇ ବର୍ଦ୍ଧମାନ ସହର ଦୃଶ୍ୟ । ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ବାଳକଟିକୁ ଟଙ୍କାଟିଏ ଦେଇଥିଲ ।

ଆଉ ସେଇ ଏକ ଟଙ୍କାରେ ବାଳକଟି ଗୋଟିଏ ବଡ ଦୋକାନ କରି ତାର ଜୀବିକା ନିର୍ବାହ କରିଥିଲା। ଯାହା କି ଟଙ୍କାଟିର ମୂଲ୍ୟରେ ତା ଜୀବନରେ ବିରାଟ ପରିବର୍ତ୍ତନ ଆଣିବାରେ ଇଶ୍ବର ଚନ୍ଦ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ମୋ ମତରେ ଆଜିକାଲି ଦୁନିଆରେ ଦଶହଜାର ଟଙ୍କା ମିଳିବା ମୋ ପାଇଁ ବହୁତ ବଡ ସୌଭାଗ୍ୟ । ତାଙ୍କୁ କଣ କହି ଧନ୍ୟବାଦ ଦେବି ଭାଷା ନଥିଲା ସତେ ଯେମିତି ମୋ ପାଇଁ ସାକ୍ଷାତକାର ଈଶ୍ବର ପରି ଲାଗୁଥିଲେ ।

ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational