Jasbin sabar

Inspirational Others

3  

Jasbin sabar

Inspirational Others

ସାଧୁ ମାନେ ଯାଦୁକର ନୁହେଁ, ବରଂ ତ୍

ସାଧୁ ମାନେ ଯାଦୁକର ନୁହେଁ, ବରଂ ତ୍

3 mins
127



ଆଜି ଆଲୋଚନା କରୁଛନ୍ତି ପୁଅମାନେ। ଶ୍ରୀଶ୍ରୀପିତୃଦେବ ବୋଧିବ୍ୟାସକୁ ଆଲୋଚନା କରିବାକୁ ଆଦେଶ ଦେଲେ।

     ବୋଧିବ୍ୟାସ

 ଅନେକେ ଅନେକ ସମୟରେ ସାଧୁ ଲୋକମାନଙ୍କୁ ଖରାପ ଭାବନ୍ତି। ମନେ କରନ୍ତି ଯାଦୁକର, କେହି ବା ମନେ କରନ୍ତି ଏମାନେ ଭଣ୍ଡ। କିନ୍ତୁ, ତା' ନୁହେଁ। ସାଧୁ ମାନେ ଯାଦୁକର ନୁହେଁ।

      ଶ୍ରୀଶ୍ରୀପିତୃଦେବ

 ଭଣ୍ଡ ଭାବି ଲାଭ କ'ଣ ? ଠାକୁର ଯା' କହିଛନ୍ତି ତା' ହିଁ ଭଲ।

  ବୋଧିବ୍ୟାସ କିଛି କହୁନି ଦେଖି ସେ ପୁନରାୟ ପ୍ରଶ୍ନ କରିଲେ ଠାକୁର ଯେଉଁ ଉପଦେଶ ଦେଇଛନ୍ତି ତା' ଦ୍ଵାରା ଆମେମାନେ କ'ଣ ବୁଝି ପାରୁଛୁ ?

      ବିଷ୍ଣୁ

 ଯାଦୁକର ଅନେକ ସମୟରେ ଅଲୌକିକ ଘଟଣା ଦେଖାଏ, କିନ୍ତୁ ସାଧୁ ତା' ଦେଖାନ୍ତି ନାହିଁ। ସାଧୁ ସବୁ କିଛି ତ୍ୟାଗ କରେ।

  ଶ୍ରୀଶ୍ରୀପିତୃଦେବ

ତ୍ୟାଗ କରି କ'ଣ ହୋଇଛି ? ବଡ଼ ସାଧୁ କହିଲେ ଆମେମାନେ କ'ଣ ବୁଝୁ ?

 ସୁଝେନ ଯାଦୁକର ମାନେ ଯେଉଁମାନେ ଯାଦୁ ଦେଖାନ୍ତି।

 ଶ୍ରୀଶ୍ରୀପିତୃଦେବ ଏଇଟା କହୁଛନ୍ତି କାହିଁକି ଠାକୁର ?

   -ଆମେମାନେ ସାଧୁମାନଙ୍କୁ ନାନା ପ୍ରକାର ଭାବୁ, ଭଣ୍ଡ ଭାବୁ।

       ଯେଉଁମାନେ ଭଣ୍ଡ ଭାବନ୍ତି, ସେମାନେ ଭାବନ୍ତି। ଆମେମାନେ ତା' ଭାବିବୁ କାହିଁକି ? ଭଣ୍ଡ ଭାବିବାକୁ ଯିବୁ କ'ଣ ପାଇଁ ?

ଏକହିଁ ପ୍ରଶ୍ନ ସେ ନବାନୀକୁ କରିଲେ।

      ନବାନୀ

 ସାଧୁ ମାନେ ଅନେକ ସମୟରେ ଅନେକଙ୍କୁ ଔଷଧ ଦିଅନ୍ତି। ସେଥିରେ ବଡ଼ ବଡ଼ ରୋଗ ଭଲ ହୋଇଯାଏ।

   ଶ୍ରୀଶ୍ରୀପିତୃଦେବ

 ହଁ। ହୁଏତ ଦୀର୍ଘଦିନର ରୋଗ। କୌଣସିମତେ ଭଲ ହେଉ ନାହିଁ। ସାଧୁ ଦେଖି ରୋଗର କଥା ନିବେଦନ କରିଲି। ତାଙ୍କ ଦିଆ ଔଷଧ ଭକ୍ତି ସହକାରେ ବ୍ୟବହାର କରି ମୋର ରୋଗ ଭଲ ହୋଇଗଲା। ପୁଣି ଅନ୍ୟପ୍ରକାର ଘଟଣା ବି ଆଖିରେ ପଡେ। ହୁଏତ, ଜଟାରୁ ଗଙ୍ଗାଜଳ ବାହାର କରିଲା। ଭସ୍ମରୁ ଚାଉଳ ବାହାର କରି ଦେଖାଇଲା। କହିଲା, ଏଇଟା ରଖି ଦେଲେ ଘରେ ଆଉ କେବେବି ଚାଉଳର ଅଭାବ ହେବ ନାହିଁ। ଏହିପରି ଅନେକ କ୍ରିୟାକଳାପ ଦେଖାଯାଏ। ଏସବୁ କାମ ଯାଦୁକର କାମ, magician ର କାମ।

         ଯେଉଁମାନେ ପ୍ରକୃତ ସାଧୁ ସେମାନେ ସେପରି କରନ୍ତିନି। ସେମାନେ କ'ଣ କରନ୍ତି ? କୌଣସି ଦୁଃସ୍ଥ ଯଦି ଭକ୍ତି ସହ ପ୍ରେମସହ ତାଙ୍କ ନିକଟରେ ଆସି ନିବେଦନ କରେ ସେତେବେଳେ ସେ କହନ୍ତି, ଏଇଟା ଖାଅ, କିମ୍ବା ଅମୁକ ଖାଅ -- ଭଲ ହୋଇଯିବ। ସେମାନେ କେଉଁଥିରୁ କରନ୍ତି ? ଭଲପାଇବାରୁ। ଯିଏ କହୁଛି ତା'ର ବ୍ୟଥାରେ ବ୍ୟଥୀ ହୋଇ କହନ୍ତି। ଏମାନେ ହିଁ ପ୍ରକୃତ ତ୍ୟାଗୀ। ତ୍ୟାଗୀ ହେଲେ କିପରି ? ଇଷ୍ଟଙ୍କୁ ଭଲପାଇ । ଇଷ୍ଟଙ୍କୁ ଏତେ ବେଶୀ ଭଲପାଆନ୍ତି ଯେ ତାଙ୍କ ଭଳି ଭଲ ପାଇବାର ପାତ୍ର ତା' ନିକଟରେ ଆଉ ନାହିଁ। ଇଷ୍ଟଙ୍କୁ ଏତେ ବେଶୀ ଭଲପାଆନ୍ତି ଯେ ତାଙ୍କ ଭଳି ଭଲପାଇବାର ପାତ୍ର ତା' ନିକଟରେ ଆଉ ନାହିଁ। ଇଷ୍ଟଙ୍କୁ ଏପରି ଭଲପାଆନ୍ତି ଯେ ଜଗତର ଆଉ ସମସ୍ତ ବିଷୟ ତାଙ୍କ ନିକଟରେ ନଗଣ୍ୟ। ପରମପିତାଙ୍କ ନାମ ଛଡ଼ା, ପରମପିତା ଛଡ଼ା ତାଙ୍କୁ ( ତ୍ୟାଗୀ ବା ସାଧୁ ପୁରୁଷକୁ ) କୌଣସି କିଛିହିଁ ମୁଗ୍ଧ କହିପାରେନା। ସବୁହିଁ ତ ସେ ସବୁହିଁ ପରମପିତାଙ୍କର ସୃଷ୍ଟି। ତେଣୁ, ଦୁଃଖୀ, ପୀଡ଼ିତ ମଣିଷ ଯେତେବେଳେ ବ୍ୟାକୁଳ ଭାବେ ତାଙ୍କର ( ସେଇ ସାଧୁର ) ନିକଟକୁ ଆସେ ସେତେବେଳେ ସେ ଆଉ ସ୍ଥିର ରହିପାରନ୍ତିନି ମଣିଷର ଦୁଃଖ ଦୂର କରିବା ପାଇଁ ସେ ଥାଆନ୍ତି ସଦା ସଚେଷ୍ଟ। ଅସଲରେ, ଏମାନେ ହିଁ ଜଗତର ପରମ ବସ୍ତୁ ଲାଭ କରିଛନ୍ତି। ସେମାନଙ୍କ ନିକଟରେ ଏହାଠାରୁ ପରମ ବସ୍ତୁ ପାଇବାର ଆଉ କିଛି ନାହିଁ। ସେମାନେ ହିଁ ପ୍ରକୃତ ପ୍ରେମୀ। ବ୍ୟାପାରଟା ବୁଝିପାରୁଛ ତ ?

      ଶ୍ରୀଶ୍ରୀପିତୃଦେବ ପୁନରାୟ କହିଲେ ପ୍ରେମୀ କ'ଣ ପାଇଁ ? ପରମପିତାଙ୍କୁ ଖୁବ୍ ଭଲ ପାଆନ୍ତି ମନେ ପ୍ରାଣେ। ତ୍ୟାଗୀ କ'ଣ ପାଇଁ ?  ପରମପିତାଙ୍କୁ ଭଲପାଇବା ପାଇଁ ଆଉ କୋୖଣସି କିଛିହିଁ ସେମାନଙ୍କୁ charm (ମୁଗ୍ଧ) କରିପାରେନା। ପରମପିତା ଏବଂ ତତ୍-ସମ୍ପର୍କିତ ବିଷୟ ଛଡ଼ା ସବୁକିଛିହିଁ ସେମାନେ ତ୍ୟାଗ କରନ୍ତି | ପୁଣି ସେମାନେ ଭାବନ୍ତି, ସବୁହିଁ ପରମପିତାଙ୍କର, ସମସ୍ତେ ତାଙ୍କର ଜୀବ, ସମସ୍ତଙ୍କ ମଧ୍ଯରେ ସେ ଅଛନ୍ତି | ଏହି ଭାବ ନେଇ ସମସ୍ତଙ୍କର ମଙ୍ଗଳ ପାଇଁ ଚେଷ୍ଟା କରନ୍ତି, ସମସ୍ତଙ୍କୁ ଭଲପାଆନ୍ତି | ସମସ୍ତଙ୍କ ପାଇଁ କରନ୍ତି, କିନ୍ତୁ ଲକ୍ଷ୍ୟ ସେଇ ଏକ -- ପରମପିତା | ସେଇ ଯେ ଠାକୁର କହିଛନ୍ତି --

   "You are for the Lord

     Not for others

    You are for the Lord

      And so for others."

ଏଇଟାହିଁ ତାଙ୍କର ପରିଚୟ |

  ପ୍ରଦୀପ ପାଲ ନିର୍ଦ୍ଦେଶ ପାଇ ଆଲୋଚନା କରେ | କହେ

ସାଧୁ ଦେଖି ଅନେକହିଁ କହନ୍ତି ଯାଦୁ ଜାଣନ୍ତି | ମନେ କରନ୍ତି ସାଧୁ ମନ୍ତୁରା ପାଣି ଦେଇପାରେ, ଚାଲ୍ ଖେଳି ଛାଇ କରି ଦେଇପାରେ, ଫୁଙ୍କି ଦେଇ ଭଲ କରିପାରେ | କିନ୍ତୁ ସାଧୁ ତା' ନୁହେଁ | ସେମାନେ ତ୍ୟାଗୀ, ପ୍ରେମୀ | ସବୁ କିଛି ତ୍ୟାଗ କରିଛନ୍ତି |

ଶ୍ରୀଶ୍ରୀପିତୃଦେବ

ସବୁ କିଛି ତ୍ୟାଗ କରିଛନ୍ତି ମାନେ ଇଷ୍ଟଙ୍କ ପାଇଁ ସବୁ କିଛି ତ୍ୟାଗ କରିଛନ୍ତି | ସେ ତା' ନିଜ ପାଇଁ କିଛି କରନ୍ତିନି | ଯା'ର ଇଷ୍ଟଙ୍କ ପ୍ରତି ଖୁବ୍ ଭକ୍ତି ସେହିଁ ପ୍ରେମୀ | ଇଷ୍ଟଙ୍କ ପ୍ରତି, ପରମପିତାଙ୍କ ପ୍ରତି ଯଦି ଖୁବ୍ ଟାଣ ହୁଏ ସେତେବେଳେ ଖାଇବା -ପିଇବା, ନିଦ -ଫିଦସବୁ ଚାଲିଯାଏ | ସେମାନେ ବେଶୀ ସମୟ ଲୋକାଳୟରେ  ତା.



Rate this content
Log in

Similar oriya story from Inspirational