Suresh chandra Padhy

Inspirational

3  

Suresh chandra Padhy

Inspirational

ସାବତ ମାଆ

ସାବତ ମାଆ

3 mins
166


କଥାରେ ଅଛି ଦୁନିଆରେ ମାଆର ବିକଳ୍ପ ନାହିଁ । ପୁଅ ସିନାକୁ ପୁତ୍ର ହୋଇ ଯାଏ ହେଲେ ମାଆ କେବେ କୁମାତା ହୁଏ ନାହିଁ । ମାଆ ସମସ୍ତଙ୍କର ଅତି ନିଜର । ମାଆର ଋଣକୁ କେହି କେବେ ଶୁଝି ପାରିବ ନାହିଁ । କିନ୍ତୁ ସାବତ ମାଆର ନାଆଁ ଶୁଣିଲେ ପିଲାମାନେ ଡରି ଥାଆନ୍ତି । କାରଣ ସେ ନିଷ୍ଠୁର ସ୍ଵଭାବର ହୋଇଥାଏ । 


ଆଜିର ଗଳ୍ପରେ ଥିବା ସାବତ ମାଆ ଏଥିରୁ ସମ୍ପୂର୍ଣ୍ଣ ଭିନ୍ନ । ମୁକୁନ୍ଦପୁର ଶାସନରେ ଶ୍ୟାମ ସୁନ୍ଦର ବାବୁଙ୍କ ଘର । ସେ ଚାକିରୀ କରୁଥିବା ବେଳେ ବିବାହ କଲେ, ବେଶ ହସ ଖୁସିରେ ସଂସାର ଚାଲି ଥାଏ । ତାଙ୍କର ଦୁଇଟି ପୁଅ ଜନ୍ମ ନେଲେ । ଦୁହେଁ ଯାଆଁଳା ପିଲା । ପିଲା ଦୁଇଟିକୁ ଏକ ବର୍ଷ ପୁରିଲା ବେଳକୁ ପିଲାଙ୍କୁ ଛାଡି ଶ୍ୟାମ ବାବୁଙ୍କ ସ୍ତ୍ରୀ ଆର ପାରି ଚାଲି ଗଲେ । 


ଶ୍ୟାମ ବାବୁ ଦୁଃଖରେ ଭାଙ୍ଗିଗଲେ । ଆତ୍ମୀୟ ସ୍ଵଜନମାନେ ବୁଝାଇଲେ । ପୁଣି ବିବାହ କରିବାକୁ, ଶେଷରେ ସେ ମୀରା ନାମକ ଏକ ଗରିବ କନ୍ୟାକୁ ବିବାହ କଲେ । କିନ୍ତୁ ଦୁଃଖର ବିଷୟ ଶ୍ୟାମ ବାବୁ ଏକ ଦୁର୍ଘଟଣାରେ ଚାଲି ଗଲେ । ଘରେ ଥାଏ ଦୁଇଟି ସନ୍ତାନ, ଆଉ ଗର୍ଭରେ ଥାଏ ଆଉ ଏକ ସନ୍ତାନ । କିଛି ଦିନ ପରେ ମୀରା ଏକ ପୁତ୍ରକୁ ଜନ୍ମ ଦେଲେ । ସମୟ ଗଡି ଚାଲିଲା । ମୀରା ନିଜ ପୁଅକୁ ଯେତିକି ସ୍ନେହ କରେ,ସାବତ ପୁଅଙ୍କୁ ସେତିକି ଭଲ ପାଏ । 

ବେଳେ ବେଳେ ନିଜେ ନ ଖାଇ ସବୁ ପିଲାଙ୍କୁ ଦେଇଦିଏ । ଥରେ ବଡ଼ ପୁଅ ଭୀଷଣ ରୋଗରେ ପଡିଲା, ତାର ରକ୍ତ ଦରକାର ହେଲା କାହାରି ରକ୍ତ ତା ସହ ମିଶିଲାନି, କିନ୍ତୁ ମୀରା ତାର ରକ୍ତ ପରୀକ୍ଷା କରି ନିଜ ରକ୍ତ ଦେଇ ବଡ଼ ପୁଅର ଜୀବନ ବଞ୍ଚଇଲା । ଗାଆଁ ଲୋକେ ଏହା ଦେଖି ମୁଗ୍ଧ ହେଲେ । ଦିନେ ସାନ ପୁଅ ପାଇଁ ସେ ତାର ସବୁ ସୁନା ଗହଣା ବିକି ତାକୁ ଡାକ୍ତରୀ ପାଠ ପଢାଇଲା । ନିଜ ପୁଅ ଭଲ ନ ପଢି ଗାଆଁରେ ରହିଲା । ସାବତ ପୁଅକୁ ସେ ନିଜ ପୁଅ ପରି 

ଦେଖେ । ହେଲେ ସେମାନେ ମୀରାକୁ ସାବତ ମାଆ କହି ଗାଳି ଦିଅନ୍ତି । 


ସେମାନେ ନିଜ ମନ ଇଚ୍ଛା ବିବାହ କରିଲେ । ସହର ଯାଇ ଚାକିରୀ କରି ରହିଲେ । ମୀରା ପୁଅମାନଙ୍କ ପାଖରେ ରହିବାକୁ ମନ କରିଲା । ସେମାନେ ମୀରାକୁ ସହର ଆଣିଲେ । ତାର ନିଜ ପୁଅ ଗାଆଁ ଛାଡି ଗଲା ନାହିଁ । ମୀରା ପୁଅମାନଙ୍କ ଘରେ ରହିଲା ହେଲେ ଚାକରାଣୀ ହୋଇ,ପୁଅ ମାନେ ଭାରି କଟୁ କଥା କହି କଷ୍ଟ ଦିଅନ୍ତି । ତଥାପି ସେ ଈଶ୍ୱରଙ୍କୁ କୁହେ, ହେ ମହାପ୍ରଭୁ ମୋ ପିଲାକୁ ଭଲରେ ରଖିଥାଅ । ମୀରା ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା । ନିର୍ଦ୍ଦୟ ପୁଅ ମାନେ ଭାଗ ବାଣ୍ଟି ମିରାକୁ ଘରେ ରଖିଲେ । କିନ୍ତୁ ସାବତ ମାଆ ଭାଵି ଭାରି କଷ୍ଟ ଦିଅନ୍ତି, ଖାଇବାକୁ ବି ଭଲରେ ଦିଅନ୍ତି ନାହିଁ । 

ହେଲେ ମୀରା କାହାକୁ କିଛି କୁହେନି । ଦିନେ ବଡ଼ ପୁଅ ରୋଗରେ ପଡି ଛଟପଟ ହେଲା । ଡାକ୍ତର କହିଲେ, ତାର କିଡ଼ନୀ ଦରକାର । ହେଲେ କିଡ଼ନୀ ଦେବ ? କିଏ କେହି ରାଜି 

ହେଲେନି । କିନ୍ତୁ ଅନାବିଳ ସ୍ନେହ କରୁଥିବା ସାବତ ମାଆ ମୀରା ନିଜ କିଡିନି ଦେବାକୁ ରାଜି ହୋଇଗଲା । 

ଧନ୍ୟ ସେଇ ମାଆ ଯିଏ ନିଜ ଜୀବନକୁ ବି ବାଜିରେ ଲଗାଇଦେଲା । ପୁଅଟି ଭଲ ହେଲା । କିନ୍ତୁ ତାର ହୃଦୟ ବଦଳିଲା ନାହିଁ । ପୁଣି ଦିନେ ବୋହୁର ଆଖି ଅପରେସନ୍ ହେଲା । ଯେଉଁ ବୋହୁ ଖାଇବାକୁ ନ ଦେଇ ଗାଳି ଦିଏ, ସେ ତା ପାଇଁ ନିଜର ଦୁଇ ଆଖି ବି ଦେଇ ଦେଲା । 


ହେଲେ ଶେଷ ଜୀବନରେ ନିର୍ଦ୍ଦୟ ପୁଅ ମାନେ ତାକୁ ଏତେ ପର ଭାବିଲେ ମୁହଁରେ ପାଣି ଟୋପାଏ ବି ଦେଲେନି । ମୀରା ପୁଅଙ୍କୁ ଝୁରି ଝୁରି ଆର ପରି ଚାଲି ଗଲା । ସାବତ ମାଆ ସିନା ଚାଲି ଗଲା ଦୁନିଆକୁ କହିଗଲା ମାଆ କେବେକୁ ମାତା ହେବନି । ସେ ଦେବକୀ ହେଉ ଅବା ଯୋଶଦା ହେଉ,ମାଆର ତ୍ୟାଗ ମହାନ । 

 



Rate this content
Log in

Similar oriya story from Inspirational