STORYMIRROR

pawan Mohakul

Abstract Inspirational

4  

pawan Mohakul

Abstract Inspirational

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
245

ଲକଡ଼ାଉନ୍ ସମୟ । ଖାଇବାକୁ ଦି ମୁଠା ଯୋଗାଡ କରିବା କଷ୍ଟ । କିନ୍ତୁ ରାତି ପାହିଲେ ସାବିତ୍ରୀ । "ଗୁଡ଼ି" ପାଇଁ ଖାଲି ଗୋଟେ ଶାଢ଼ୀ ଆଣିବା ପାଇଁ ପଇସା ନାହିଁ "ପୱନ" ପାଖେ । ଆଜି ସେ ବଜାରରେ ଦେଖି ଆସିଛି ସ୍ବାମୀ ମାନେ କେମିତି ନିଜ ସ୍ତ୍ରୀ ପାଇଁ ଶାଢ଼ୀ କିଣି ନେଇ ଯାଉଛନ୍ତି । କିନ୍ତୁ ସେ ଦି ପଟ ଶଙ୍ଖା ଓ ସିନ୍ଦୂର ଛଡ଼ା ଆଉ କିଛି କିଣି ପାରିନି । କଣ କହି ଗୁଡ଼ିକୁ ଏ ସବୁ ଦେବ ବୋଲି ଭାବୁଛି, ଗୁଡ଼ି ଆସି ପହଁଚି ଗଲା । କହିଲା ହେଇଟି ଶୁଣୁଚ ମୋତେ ଦଶ ଟଙ୍କା ଦେବ । ଆରେ ଦଶ ଟି ଟଙ୍କା ଏମିତି କଣ ମାଗୁଚୁ, କଣ କହୁନୁ । କାଲି ପୂଜା ତ ସେଥପାଇଁ ମାଗୁଥିଲି । କିନ୍ତୁ ଦଶ ଟଙ୍କା ରେ କଣ ଆଣିବୁ । ସେଇ ଶଙ୍ଖା ଆଉ ସିନ୍ଦୂର ଆଣି ଥାଆନ୍ତି ତ ସେ ଲାଗି । ଏତିକି କହି ପୱନ୍ ର ବ୍ୟାଗ୍ ଟା ଦେଖେ ତ ଶଙ୍ଖା ସିନ୍ଦୁର ଥୁଆ ହୋଇଛି । ହେଇଟି ତମେ ଆଣିଛ କିନ୍ତୁ ମୋତେ ଦେଇନ ଯେ । ଓହୋ ବୁଝିଲି ତୁମେ ଭୁଲି ଯାଇଛ । ହଉ ଛାଡ଼ ଖାଇବ ଆସ । ଲୁଗା ଖଣ୍ଡେ ଆଣି ପାରିଲିନି ଲୋ ! କି ନିଆଁ ଲଗା ଭାଗ୍ୟ ଟା କହ, ଭାବିଥିଲି ଏଥର ଯେମିତି ହେଲେ...., କହି ଚୁପ୍ ରହିଲା ପୱନ୍ । ଉପହାରଟା ସବୁବେଳେ ଦାମୀ ଜିନିଷ ରେ ଥାଏ ବୋଲି ଭାବନା, ତମ ଭଲ ପାଇବାଠୁ ବଡ଼ ଉପହାର କିଛି ନାହିଁ ମୋ ଜୀବନରେ ଆଉ ସେପଟେ ଓଡ଼ିଆ ଗୀତ ବାଜୁଥିଲା "ତୁମେ ହିଁ ସ୍ବର୍ଗ ମୋର ତୁମେ ଦେବତା ମୋର, ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୂର" । ତୁମେ ମୋ ଜୀବନର ବଡ଼ ଉପହାର କହି ହସି ଦେଇ ଗୁଡ଼ି ଖାଇବା ବଢିବା ପାଇଁ ଚାଲିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract