pawan mohakul

Inspirational

4.0  

pawan mohakul

Inspirational

ସାବିତ୍ରୀ ଅମାବାସ୍ୟା

ସାବିତ୍ରୀ ଅମାବାସ୍ୟା

2 mins
204


(କିଛି ମନ ର କଥା)


ଆଜି ସାବିତ୍ରୀ ଅମାବାସ୍ୟା ଓଷା, ଘରେ ଘରେ ମା ମାନେ, ଭଉଣୀ ମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ ପାଇଁ ପୂଜା ଅର୍ଚ୍ଚନା କରି ଓଷା ରଖନ୍ତି । ଏ ପ୍ରଥା ବିଷୟରେ ତ ସମସ୍ତଙ୍କୁ ଜଣା । ଏ ପ୍ରଥା ର ହିଁ ଅଲଗା ଗୋଟିଏ କାହାଣୀ । ଏଇ ସେ କାହାଣୀ ଯାହା ଦର୍ଶାଇ ଦିଏ ସ୍ତ୍ରୀ ଯଦି ଚାହିଁବ ତେବେ ସେ ଯମ ଠୁ ବି ସ୍ବାମୀ ର ଆତ୍ମା କୁ ଫେରାଇ ଆଣି ପାରିବ । ହେଲେ କଣ ଏତିକି ଏହାର ମହତ୍ତ୍ଵ ନା ଆହୁରି କିଛି ଅଛି..? ହଁ, ବହୁତ୍ କିଛି ଅଛପା ଅଛି ମୋ ମତରେ ।ଏଇ କାହାଣୀ ରେ ଅଛି ପ୍ରେମ, ତ୍ୟାଗ, ଏବଂ ଦୃଢ଼ ବିଶ୍ୱାସ । ଜଣେ ରାଜକୁମାରୀ ହୋଇ ମଧ୍ୟ ନିଜର ସବୁ ଭୋଗ ବିଳାସ ତ୍ୟାଗ କରି ସତ୍ୟବାନ୍ ଙ୍କୁ କରିଥିଲେ ବିବାହ । କାରଣ ସେ ସତ୍ୟବାନ୍ ଙ୍କୁ ଭେଟିବା ପର ଠୁ ମନ ଭିତରେ ବରଣ କରି ନେଇଥିଲେ ସ୍ବାମୀ ରୂପେ । ସତ୍ୟବାନ୍ ରାଜା ପୁତ୍ର ହୋଇଥିବା ସତ୍ତ୍ୱେ ସବୁ ହରାଇ ବନ ରେ ବାସ କରୁଥିଲେ । ନିଜ ସ୍ବାମୀଙ୍କର ସବୁ ଦୁଃଖ ଆଉ କଷ୍ଟ କୁ ଆବୋରି ନେଇ ସାବିତ୍ରୀ ସବୁ ହସି ହସି ସଂସାର ଚଳାଉ ଥିଲେ । ଆଉ ଏହା ହିଁ ଥିଲା ତାଙ୍କ ପ୍ରକୃତ ପ୍ରେମ ର ପରିଚୟ । ଏବଂ ତାଙ୍କର ବୁଦ୍ଧିମତା ସହ ଯମ ରାଜା ଙ୍କ ଠୁ ନିଜ ସ୍ବାମୀଙ୍କ ଆୟୁ ବଢାଇ ଆଣିବା ଟା ହିଁ ଥିଲା ତାଙ୍କର ଦୃଢ଼ ବିଶ୍ୱାସ । ଏଥିରେ ହିଁ ସ୍ବାମୀ ଓ ସ୍ତ୍ରୀ ର ପ୍ରକୃତ ପ୍ରେମ, ତ୍ୟାଗ ଏବଂ ବିଶ୍ୱାସ ର ପରିଚୟ ମିଳେ । 

ଏଠି କଥା ନୁହଁ କି ସ୍ତ୍ରୀ କାହିଁକି ପାଳିବ ଓ ସ୍ବାମୀ କାହିଁକି ନୁହଁ..? ଏଠି କଥା ପୁଅ କି ଝିଅ ର ମଧ୍ୟ ନୁହଁ । ଏଠି କଥା ହେଉଛି ପ୍ରଥାର, ସମ୍ମାନର, ଭକ୍ତିର । ପ୍ରଥା ଯାହା କାଳେ କାଳେ ଚାଲି ଆସିଛି, ଆଉ ଏଥିରେ କାହାର କିଛି କ୍ଷତି ବି ନାହିଁ । ସମ୍ମାନ ନିଜ ସଖାର, ନିଜ ଅଧା ଅଙ୍ଗର, ନିଜ ସ୍ବାମୀ ର, ସ୍ବାମୀ ର ଭଲପାଇବା, ସ୍ନେହ ଏବଂ କଷ୍ଟର । ଭକ୍ତି ମା ସାବିତ୍ରୀଙ୍କ ର, ତାଙ୍କ ତ୍ୟାଗ ଓ ବଳିଦାନର । କିଛି ପରମ୍ପରା, କିଛି ମହତ୍ତ୍ୱ ଗଭୀରତା ର । ସବୁ କଥା ହେଉଛି ମାନ୍ୟତା ଓ ବିଶ୍ୱାସ ର । ସେଥିପାଇଁ କଥାରେ ଅଛି.."ମାନିଲେ ଠାକୁର ନ ମାନିଲେ ପଥର" ।


Rate this content
Log in

Similar oriya story from Inspirational