Sanuja Meghamala

Inspirational

4.8  

Sanuja Meghamala

Inspirational

ସ୍ଵାଭିମାନ

ସ୍ଵାଭିମାନ

3 mins
541



ଝରକା ବାଟେ ଆସୁଥିବା ସୁଲୁ ସୁଲିଆ ଥଣ୍ଡା ପବନରେ ଆଖି ବନ୍ଦ କରି କିଛି କ୍ଷଣ ପାଇଁ ନିଜ ଭିତରେ ହଜି ଯାଇଥିଲା ବନାନୀ । କର୍ତ୍ତବ୍ୟ ଓ ଦାୟିତ୍ବ ବୋଧ ଭିତରେ ସେ ଏମିତି ଧାଇଁ ଚାଲିଚି, ମନରେ ଗ୍ଲାନି ନାହିଁ , ନାହିଁ ବି ଦ୍ୱିଧା । ୟା ଭିତରେ କେତେ ବର୍ଷା, ବସନ୍ତ ଓ ବୈଶାଖ ଆସିଚି ଯାଇଚି ତାର ହିସାବ ରଖିନି ବନାନୀ । କିନ୍ତୁ ଆଜି...ୟେ କଳାହାଣ୍ଡିଆ ମେଘ ସହିତ ଝିପି ଝିପି ବର୍ଷା ତା ଭିତରେ ଆଲୋଡନ ସୃଷ୍ଟି କରୁଛି । ପୁରୁଣା ସ୍ମୃତି ଢେଉ ପରି ମଥା ପିଟୁଛନ୍ତି ଟା ଛାତିରେ ।  ଏମିତି ଏକ ବର୍ଷଣ ମୁଖର ସନ୍ଧ୍ୟା । ମେଘ ସହିତ ରହି ରହି ଘଡଘଡି ଓ ବିଜୁଳି ମାରୁଥାଏ । ଅଫିସ ରୁ ଫେରିଲା ବେଳେ ଅନ୍ଧାର ଗଳି ଭିତରେ ଯାଉ ଯାଉ କ୍ଷୀଣ ଶବ୍ଦରେ କୁଆଁ କୁଆଁ କାନ୍ଦ ଶୁଣି ଚାରିଆଡକୁ ଚାହିଁ, ଶବ୍ଦ ଆସୁଥିବା ଦିଗକୁ ଚାଲିଲା । ଇୟେ କଣ!ଅଳିଆ ଗଦା ଭିତରେ ଓଦା ସର ସର କନା ଭିତରେ ଶିଶୁଟି ଯେପରି ମୃତ୍ୟୁ ସହିତ ଲଢେଇ କରୁଥିଲା । କନ୍ୟା ସନ୍ତାନ ନା କାହା ଅଵୈଧ ପାପର ପରିଣତି । କେମିତି ଶିଶୁଟିକୁ ଏମିତି ମରିବାକୁ ଛାଡ଼ିଦେବ । ବନାନୀ ଶିଶୁ ଟିକୁ ହାତରେ ଉଠାଇ ଛାତିରେ ଜାବୁଡ଼ି ଧରିଲା, ଏବଂ ଜୋର ରେ ପାଦ ପକାଇ ,ଘର ପାଖରେ ପହଞ୍ଚି କବାଟ ବାଡେଇଲା । କବାଟ ଖୋଲୁ ଖୋଲୁ ଭିତରର ଆଲୋକ ସହିତ ଯୋଡ଼ା ଯୋଡ଼ା ଦାଉ ଦାଉ ଜଳିଲା ଆଖି ତାକୁ ଘୁରିଗଲେ । ଶାଶୁ କହୁଥିଲେ କି ଅଲାଜୁକ ! ଛୋପରା କଥା । ଜାତି କୁଳ ଜଣା ନାହିଁ ,କାହାର ବୋଲି କାହାର କି ଛୁଆ ଧରିକି ହାଜର, ପିଲା ଖେଳ ହେଇଚି । ଶଶୁର କହିଲେ ଛି .. ଛି ବୋହୂ କାଲି ସକାଳୁ ମୁଣ୍ଡ ଟେକି ସାହି ରେ ଚାଲି ହବ ତ! କଣ କହୁଛ ।


ବାକି ଥିଲେ ମିହିର ସେ କହଲେ ଚାଲ୍ ପୋଲିସ ଷ୍ଟେସନ ରେ ଛୁଆଟିକୁ ଛାଡ଼ି ଆସିବା । ସମସ୍ତଙ୍କୁ ବୁଝାଇବାକୁ ଯାଇ ବନାନୀ କହିଲା ନିଷ୍ପାପ ଶିଶୁ ,ଦ୍ଵିତୀୟ ଈଶ୍ୱର ତାକୁ କିପରି ଏମିତି ମରଣ ମୁହଁକୁ ଠେଲି ଦେବା ବରଂ ଆମ ପରିଚୟ ରେ ମଣିଷ ପରି ବଞ୍ଚିବାର ଅଧିକାର ଦେବା । ଶିଶୁ ଟି ଘର ଭିତରକୁ ଯାଇ ପାରିବ ନାହିଁ, ବୋଲି ତାକୁ ଚରମ ବାଣୀ ଶୁଣାଇ ଦେଲେ ମିହିର । ବୁଝିପାରିଲେ ନାହିଁ ତାର ଅନ୍ତର୍ବେଦନା ।

 ନାରୀ ସବୁ ସହି ପରେ, କିନ୍ତୁ ଥରେ ତାର ସ୍ଵାଭିମାନରେ ଆଞ୍ଚ ଆସିଲେ,ହୋଇଯାଏ ଅହଂକାରୀ, ଭୁଲି ପାରେନା ତାର ଅସ୍ତିତ୍ବ । ଦାଣ୍ଡ ଦୁଆରରୁ ସେ ସେମିତି ଫେରି ଯାଇଥିଲା ଅଭିମାନରେ । ମଣିଷ କେତେ ସ୍ବାର୍ଥପର ସତରେ । କଥା ଆଉ କାମରେ ଅନେକ ଫରକ୍ । ଭାବିଥିଲା ରାଗ କମିଗଲେ ମିହିର ନିଶ୍ଚୟ ଆସିବେ ତାକୁ ଫେରେଇ ନେବାକୁ । ଇହ କାଳ ପର କାଳର ଦେବତା ସାତ ଜନ୍ମର ସାଥୀ । ନା ସେ ଆସିଲେନି । ବିଶ୍ୱାସ ଭାଙ୍ଗିଗଲା ପରେ ତାର ହୋଇଥିଲା ବିରାଟ ପରିବର୍ତ୍ତନ ।


        ଶେଷ ଥର ପାଇଁ ମିହିରଙ୍କ ଘରକୁ ଯାଇଥିଲା ବନାନୀ । ଶାଶୁ କହୁଥିଲେ ଏବେ ମୁଣ୍ଡରେ ବୁଦ୍ଧି ପଶିଲା, ଛୁଆର ଭୂତ ମନରୁ ଛାଡ଼ିଗଲା । ମିହିର କହୁଥିଲେ ତମେ ବ୍ୟସ୍ତ ହୁଅନି ବନାନୀ ଆମେ ଏଥର future ପାଇଁ planning କରିବା । କାହାକୁ କିଛି  ଉତ୍ତର ନ ଦେଇ ଗୋଟେ ଆଟାଚିରେ ଆବଶ୍ୟକୀୟ ଅଫିସ୍ କାଗଜ ପତ୍ର ଓ କିଛି ଲୁଗା ପଟ ପୁରାଇ ସବୁଦିନ ପାଇଁ ସେ ଘରୁ ଗୋଡ଼ କାଢି ବାହାରି ଆସିଲା ବେଳେ କହିଥିଲା, ମୋତେ ସମସ୍ତେ କ୍ଷମା କରିଦେବ । ଏବଂ ଦମ୍ଭର ସହିତ କହିଥିଲା, ମୁଁ ସେ ଛୁଆଟିକୁ ଏକାକୀ ମାଆ ଭାବରେ ମୋ ନିଜସ୍ଵ ପରିଚୟରେ ବଞ୍ଚିବାର ସବୁ ଅଧିକାର ଦେବି ।


              ଆଜି ସେ ଘର ପରିବାର ଆତ୍ମୀୟ ସ୍ଵଜନ ଏମିତିକି ନିଜ ପିଲା ଦିନର ସହରକୁ ଛାଡ଼ି, ଏ ଅପରିଚିତ ସହରକୁ ନିଜର କରି ବଞ୍ଚିଛି କେବଳ "ଅଲିଭା" ର ମା ଭାବରେ । । ସେ ଦେବକୀ ନୁହେଁ ସତ ହେଲେ ଯଶୋଦା ପରି ସବୁ ଅଳି ଅର୍ଦଳି ସହିଛି । ସ୍ନେହର ପ୍ରତିଦାନରେ ବନାନୀର ସବୁ ସ୍ବପ୍ନ ପୂରଣ କରି ଆଜି ଅଲିଭା ହୋଇଛି ଡାକ୍ତର ।

 

ପୁରୁଣା ସ୍ମୃତି ମେଘ ପରି ତା ଦୁଇ ଆଖିରୁ ବହି ଯାଉଥିଲେ ଅବିରତ । ଅଲିଭା ଆଲୁଅ ଟି ଜଳେଇ ଦେଇ ହଲେଇଦେଇ କହିଲା,ଏ କଣ ମାମା  । ତମେ ଝର୍କା ବନ୍ଦ କରିନ , ବର୍ଷାରେ ପୁରା ଭିଜି ଯାଇଚ ଯେ । ବନାନୀର ଓଦା ଦେହଟାକୁ ଟାୱେଲରେ ପୋଛି ନିଜ ଆଡକୁ ଭିଡି ଆଣିଲା । ତା ତାଳରେ ମୁଣ୍ଡ ରଖି ସେ ପୁଣି ହସି ଉଠିଲା କୁନି ଶିଶୁଟେ ପରି ଆନନ୍ଦରେ ।


Rate this content
Log in

Similar oriya story from Inspirational