Nityananda Sahu

Drama Romance Tragedy

4  

Nityananda Sahu

Drama Romance Tragedy

।। ସ୍ୱପ୍ନର ସୁନ୍ଦରୀ ।।

।। ସ୍ୱପ୍ନର ସୁନ୍ଦରୀ ।।

19 mins
195


ଦେହରେ ବଢି ଚାଲିଛି ଯୌବନ ର ତାତି ଅଧିକ ଦିନକୁ ଦିନ । ଆଖି ଖୋଜୁଛି ଆଜି ଶିକାର କରିବା ପାଇଁ ସୁନ୍ଦରୀର କଅଁଳ ମନ । କାହିଁକି ବା ନଜର ଶିକାରୀ ସାଜିବ ନି । କେଉଁ ଜନ୍ମର ଏ ପାପ କି ପୁଣ୍ୟ ମୁଁ ଜାଣେନା , ମଣିଷ ଜନ୍ମ ପାଇଛି । ଆଉ ଏ ଜନ୍ମରେ ଯଦି ଅଶରୀର ରୂପରେ ଥିବା ପ୍ରେମ ପରି ଯାଦୁ ଟିର ଜର ରେ ଦେହକୁ ଜଳେଇ ନ ପାରିବି , ତା ହେଲେ ମୁଁ କି ମଣିଷ ?

ଏମିତି ପରିସ୍ଥିତି ରେ ସମ୍ପର୍କ" କେବେ ପଡିବ ଜାଣି ନ ଥିଲା । ଗୋଟେ ମଧୁର ବନ୍ଧନ ରେ ବାନ୍ଧି ହେବା ପାଇଁ , ଘର ଲୋକେ ରାଣ ନିୟମ ଦେଲା ପରେ , ଶେଷରେ ରାଜି ହେଇଯାଇଥିଲା । କିନ୍ତୁ ବିସ୍ମୟ ହେଇଯାଇଥିଲା ଜାଣିକି ? ଯାହା କୁ ସେ ବାହା ହେବାକୁ ଯାଉଛି , ସେ ହିଁ ଇଛୁକ ତା" ସହ କଥା ହେବା ପାଇଁ । ଆମ କଥା ବାର୍ତ୍ତା ଶେଷ ହେଲା ପରେ ସେମାନେ ତାଙ୍କର ଶେଷ ନିଷ୍ପତି ଦେବେ । ଆମ ଘର ଆଡୁ ସମସ୍ତେ ରାଜି ହୋଇଯାଇଥିଲେ । ସେଥିପାଇଁ ଝିଅ ଘର ,ଝିଅ ରାଜି ହେଲେ ଯାଇ ଏ ପ୍ରସ୍ତାଵ ଆଗକୁ ବଢିବ , ସିଧା ସିଧା ଆମ ଘର ଲୋକ ଙ୍କୁ ଜଣେଇ ଦେଇଥିଲେ ।

ଏବେ ସବୁଠୁ ଅସମ୍ଭାଳ ଥିଲା ମୋ ପରିସ୍ଥିତି । ମୁଁ ଦେଖିବାକୁ କୋଉ ଫିଲ୍ମ ର ହିରୋ ହୋଇନଥିଲେ ବି ସେମିତି ଏତେ ଖରାପ ଲୂକିଙ୍ଗ ନ ଥିଲା ମୋର । ପେଶା ରେ ସରକାରୀ ଇଞ୍ଜିନିୟର । ଦରମା ବ୍ୟାଙ୍କ ବଲାନ୍ସ ରେ କିଛି ବି ଅଭାବ ନ ଥିଲା। ଘରେ କୋଉ ବି ସୌଖିନ ଜିନିଷ ନାହିଁ ବୋଲି କେହି ଅଭିଯୋଗ କରି ପାରିବେନି । କିନ୍ତୁ କେଜାଣି କାହିଁକି , ଯେତେ ପ୍ରସ୍ତାବ ଆସିଲେ ରାଜଜୋଟକ ନ ଫିଟିଲା ପରି , ମୋର ବାହାଘର ହୋଇ ପାରୁ ନ ଥାଏ ।ତାହା ଆଜି ବି ମୋ ପାଇଁ ଗୋଟେ ବିରାଟ ପ୍ରଶ୍ନ । ବୋଧ ହୁଏ ନିୟତି ର ନିଷ୍ପତି ଆଉ କିଛି ଥାଇ ପାରେ ।

ଘରୁ ସକାଳୁ ଜଗତସିଂହପୁର ପୋଖରିଆପଡା ରୁ ନିଜର ସୁଜୁକି ସ୍ୱିପ୍ଟି କାର ଧରି ଯାତ୍ରା ଆରମ୍ଭ କଲି ଭୁବନେଶ୍ୱର ଅଭିମୁଖେ ।

ଆଜିର ଗୋଟେ ମାତ୍ର ପୋଗ୍ରାମ ଝିଅ ଦେଖା ଥିଲା । ଘରୁ ବାହାରୁ ବାହାରୁ , ନଟିଆ ଅଜା ଦେଖା ହୋଇଗଲେ , କଣ ରେ ଆଜି ଯେମିତି ବାହା ରାଶି ଫିଟେଇ ଆସିବୁ । ମୁଁ ଆଶ୍ଚର୍ଯ୍ୟ ! ସେ କେମିତି ଜାଣିଲେ ? ପଛକୁ ବୁଲେ ଆଈ ହସୁଛି । କଣ ଆଉ କହିବି ତାକୁ । ମୁଁ ଝିଅ ଦେଖି ଯାଉଛି ବୋଲି ଗାଁ ସାରା ବୁଲି ଖବର ବାଣ୍ଟି ଦେଇଛି ।

ଶେଷରେ ମୋ ଆରାଧ୍ୟ ରାମେଶ୍ୱର ଙ୍କୁ ପ୍ରାଣମ କରି ଯାତ୍ରା ଆରମ୍ଭ କଲି ।

ସମୟ ଆସି 12ଟା ବାଜିବ । ଘରୁ ବାହାରିଲା ବେଳକୁ 8ଟା ହୋଇଥିଲା । କିନ୍ତୁ ସମୟ କ୍ରମେ କିଛି ଘଟଣା ଘଟେ ଯାହା ହୁଏ ତ ପୂର୍ବ ରୁ ଆମ କପାଳ ରେ ଲେଖା ସରିଥାଏ ।

ମୋବାଇଲ ରେ ଅଡ୍ରେସ କୁ ଚେକ କଲି । ଆସିବା ଆଗରୁ , ଘରେ ମା' ଝିଅ ର ନାଁ ଆଉ ଆଡ୍ରେସ ବି କହି ଥିଲେ କିନ୍ତୁ ଫୋଟ କେହି ବି ଦେଖେଇ ନ ଥିଲେ ।

ମାୟା" ଓଃ ମାଈ ଗଡ଼ ! ଆଜି ଯାଏ ନାରୀମାୟା ରେ ପଡିବିନି ବୋଲି ନିଜକୁ ସମ୍ଭାଳି କରି ରଖିଥିଲି । ଆଜି ଯେତେବେଳେ ତାର ନାଁ ମାୟା ଜାଣିଲି । ପୁରା ଘାବେରେଇ ଗଲି ।

ଜୀବନ ର ଅତୀତ ଏମିତି ଅନେକ ଶିକ୍ଷା ଦେଇଥାଏ । ସେଥିରୁ ବି କିଛି ସମୟ ମୋର ଏମିତି ଥିଲା .......

ଭୟଭୀତ ହେବାର କାରଣ ବି ଅନେକ ଅଛି । ଜଗନ୍ନାଥ ମହାବିଦ୍ୟାଳୟ କଲେଜରେ ପଡ଼ିଲା ବେଳେ , ସେମିତି ଏକ ମନର ମୟୁରୀ ସହ ଏ ଆଖି ତା' କଜଳ ଲଗା ନୟନ କୁ ଦେଖୁ ଦେଖୁ ହଜିଯାଉଥିଲା । କିଛି ରୋମାଣ୍ଟିକ ଇଂନିସ ପରେ ଭାବିଲି , ହୃଦୟର କବାଟ ଖୋଲି , କହିଦେବି ମୋ ପ୍ରିୟା କୁ ଭଲପାଏ ବୋଲି । ସାଙ୍ଗ ସାଥି ମାନେ ଥିଲେ ପ୍ରେରଣା ର ଉତ୍ସ । ମୋ ହାତରେ ଗୋଟେ ହାପି ନିୟୁର ଗ୍ରୀଟିଂ କାର୍ଡ ଧରି ସମସ୍ତେ ମତେ ଫିଜିକ୍ସ ଟିୟୁସନ ସରିଲା ପରେ କହିଦେବା ପାଇଁ କହିଲେ । ମୁଁ ବି ସେମିତି କଲି । କଲେଜ ଗେଟ ରୁ ବାହାରି ଆସିଥାଏ ମୋ ସାଙ୍ଗ ମାନଙ୍କ ସହ । ସମସ୍ତେ ଇଛୁକ ଥିଲେ ଦେଖିବାକୁ ଦୁହିଁଙ୍କର ପ୍ରେମର ମହାମିଳନ ହେବ ନା , ହତାସିଆ ହୋଇ ଫେରିବ ମୁଁ । ଦେଖିବା ପାଇଁ ମତେ , ଚିଲ ପରି ତୀକ୍ଷ୍ଣ ନଜର ରଖିଥାନ୍ତି ମୋ ଉପରେ ।

କିଛି ବାଟ ମୋ ପ୍ରିୟା ପାଖକୁ ଅଗ୍ରସର ହୋଇଛି କି ନାଇ , ବିଭୁ(ସାଙ୍ଗ) ଆସି କହିଲା , ସବୁ ସରିଗଲା । ମୁଁ କିଛି ପ୍ରଥମେ ବୁଝି ପାରୁ ନ ଥିଲି । କଣ ହୋଇଛି କିରେ ? ମୋ ସାଙ୍ଗ ମାନେ ବି ଦୋୖଡି ଆସିଲେ ।

ତୋ ମାଣ୍ଡୁ ଆଉ କାହାର ହୋଇଗଲା ରେ । ତୁ ଏବେ କୀର୍ତ୍ତନ କରେ ବସି । ଯେଉଁ ସାଙ୍ଗ ମାନେ ପ୍ରେମର ଯୁଧ୍ୟ କୁ ଠେଲି ଥିଲେ ମତେ , ସେ ଶ''.... ମାନେ ମୋ ଦୁଃଖ ସମୟ ରେ ବତୀଶ ଦେଖେଇ ହସୁଥିଲେ । ଯାହା ସହ ଭରସାର ଭାବ ଦିଆ ନିଆ ହେଉଥିଲା , ସେ କେମିତି ଆଉ କାହାର ହୋଇଗଲା ! ମୋ ଷ୍ଟାଇଲ ଆଉ ଫିଗର ଦେଖି ଅନେକ ଥର ସେ ତା ଆଡୁ ମତେ କମେଣ୍ଟ ମାରୁଥିଲା । ଆଜି ସେ ବା କେମିତି..... ????

ମନକୁ ବୁଝେଇ ଫେରି ଆସିଲି । ଦେଖୁ ଦେଖୁ କଲେଜ ସରିଗଲା ଆଉ ସେ ଅତୀତ ବି ଅତୀତ ହୋଇ ରହିଗଲା । ଅବଶ୍ୟ ସେ ଦିନ ଘଟଣା ପାଇଁ ମୁଁ ନିଜେ ନିଜକୁ ଦାୟୀ କରିଥିଲି । ମତେ ଅଧିକ ଦିନ ଧରି ଅପେକ୍ଷା ନ କରି ନିଜ ଆଡୁ ଶୀଘ୍ର ପ୍ରପୋଜ କରିବାର ଥିଲା ଭାବି , ନିଜକୁ ବୁଝାଇ ଦେଇଥିଲି ।

2 ପରେ ଇଂଜିନିୟରିଂ ରେ ଆଡ଼ମିଶନ ମୋର ହେଲା। ମଣିଷ ପକୃତି କ'ଣ ଏତେ ଶୀଘ୍ର ନଷ୍ଟ ହେବ କି ?

କ୍ଲାସ ଆରମ୍ଭର ପ୍ରଥମ ଦିନରୁ ମୋ ଶିକାର ନଜର ଘୁରି ବୁଲୁଥିଲା । ଶେଷ ରେ ଦୀର୍ଘ ଦିନ ର ଗବେଷଣା କଲା ପରେ ଯାଇ , ମନ କୁ ପାଇଲା ପରି ମାୟାବୀ ହରିଣୀ(ପ୍ରିୟା) ସହ ମୋର ଅଧା ଥିବା ପ୍ରେମର ବେମାରି କୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଲି ।

ମୋର ଗୋଟେ ଖରାପ କି ଭଲ ଗୁଣ ମୁଁ ଜାଣିନି ! ଯିଏ ମତେ ଭଲ ଲାଗେ ତା ବିଷୟରେ ପୁଙ୍ଖାନୁପୁଙ୍ଖ ନ ଜାଣି କେବେ ଆଗକୁ ମୁଁ ବଢେ ନାହିଁ । ସେଥିପାଇଁ ଆଜି ଯାଏ ଏକତରଫା ପ୍ରେମରେ ଦିନ ସବୁ ମୋର କାଟି ଦେଇ ଆସିଛି ।

ଏଥର ଟିକେ ସମୟ ନେଇଥିଲି ସତ କିନ୍ତୁ ଆଗ ପ୍ରଚେଷ୍ଟା ଠାରୁ ବହୁତ ପୂର୍ବରୁ । ଗୋଟେ ମାହେନ୍ଦ୍ର ବେଳା ଦେଖି, ଭଲ ପାଉଛି କହିବା ବଦଳେ ଆଉ ପାଦେ ଆଗେଇ ଯାଇ କହିଲି ।

ପ୍ରିୟା, ମୁଁ ତୁମକୁ ବାହା ହେବା ପାଇଁ ଇଛୁକ । ତୁମ ଛଡା ଆଉ କାହାକୁ ମୋ ଜୀବନରେ ରଖି ପାରିବିନି । ଅନେକ କାହାଣୀ ଅନ୍ୟ ପ୍ରେମୀ ମାନଙ୍କ ପରି , ମୁଁ ଢଗ ଢଗ ହୋଇ କହିଦେଲି ।

ଶେଷରେ ଗୋଟେ ପଦରେ ମୋ ଚାଲୁଥିବା ପାଦ ଅଟକି ଗଲା ।

ତୁମେ ଜାଣିନ ସମ୍ପର୍କ ' ମୋ ବାପା ବହୁତ ଷ୍ଟ୍ରିକ୍ଟ । ସେ ଭଲ ପାଇବାକୁ ବିରୋଧ କରନ୍ତି । ସେଥିପାଇଁ ମୁଁ ତାଙ୍କ ପସନ୍ଦର ପିଲାକୁ ହିଁ ବାହା ହେବି ।

ମୁଁ ଏବେ କଣ କହିବି କିଛି ବୁଝି ପାରୁ ନ ଥିଲି । କଣ ଆଉ କହିବି । ପୁରୁଷ ପିଲା ମୁଁ ଆଖିରେ ଲୁହ ଯେତେ ଆସିଲେ ବି , ସବୁ ଚାପି ଦେଲି ମୋ ହୃଦୟ ରେ । ଆଜି ଏ ମୋ ହୃଦୟ କଠୋର ଆଉ ପଥର ହୋଇଯାଇଛି । କିଛି ଝିଅ କୁହନ୍ତି , ପୁଅ ମାନଙ୍କ ର କିଛି ଫିଲିଙ୍ଗସ ନାହିଁ । ଇମୋସନ କିଛି ନାହିଁ । ସେ ବା କେଉଁଠୁ ଜାଣିବେ , ଏମିତି ଅନେକ ଥର ଆମର ମନ କୁ ହଜେଇ , ଯେତେବେଳେ ଭାଙ୍ଗି ଦେଇ କେହି ଯାଏ । ସେ ଗଲା ପରେ ଆଖିର ଅଶ୍ରୁ ଛାତିରେ ଜମି ପଥର ହୋଇ ଯାଇଥାଏ ।

ସେ ଦିନର ପ୍ରିୟା ର ଉତ୍ତର ଶୁଣି ମୁଁ ବି ପଥର ହୋଇଗଲି । ତୁମେ ଚାହିଁଲେ ମୋ ସହ ସାଙ୍ଗ ହୋଇ ରହି ପାରିବ ସମ୍ପର୍କ । ମୁଁ କଣ ଆଉ କହିବି ! ହୃଦୟ ର ଆବେଗ କୁ ଚାପି ସାଙ୍ଗ ହୋଇ କେମିତି ରହିବି ମୁଁ ? ଶେଷରେ ମନକୁ ବୁଝେଇ , ପ୍ରିୟା କୁ କିଛି ସମୟ ନେଇ ବୁଝେଇ ପାରିବି ବୋଲି ଭାବି ରାଜି ହୋଇଗଲି । ପାଖେ ପାଖେ ରହିଲେ ସିନା , ତାଙ୍କ ମନକୁ ପରିବର୍ତ୍ତନ କରି ପାରିବି । କିଛି ଦିନ ପରେ ହଠାତ ଦିନେ ମୋ ଚିନ୍ତା ଆଉ ଚେତନା କୁ ସେତେବେଳେ ଗୋଟେ ବଡ଼ ଝଟକା ଲାଗିଲା । ଯେତେବେଳେ ପ୍ରିୟା ର ରୁମମେଟ ଠାରୁ ଜାଣିଲି । ସେ ଯାଇ ଆଉ କୋଉ ପୁଅ ସହ oyo ହୋଟେଲ ରେ ରହିକି ଆସିଛି । ଆଉ ତାକୁ ବାହା ହେବା ପାଇଁ ତିନି ଦିନ ହେଲା ଉପବାସ କରିଛି, କିଛି ନ ଖାଇପିଇ । ମୋ ଚାରି ପାଖର ଦୁନିଆଁ ରେ ଯେମିତି ଅଦିନ ଭୂମିକମ୍ପ ଆସିଲା ପରି ଲାଗିଲା । ଭାବିଲି ଯିଏ ଦିନେ କହୁଥିଲା ମୋ ବାପା ଯେଉଁଠି କହିବେ , ସେଠି ବାହା ହେବି , ସେ ଫୁଣି ହୋଟେଲରେ ଆଉ କାହା ସହ, ତା' ସହ ଭଲ ପାଇ ବାହା ହେଉଛି ? ନିଜ ଭିତରେ ଆସୁଥିବା କମ୍ପନ କୁ ରୋକି ଦେଲି ପ୍ରେମୀ ଟିଏ ହୋଇ ।

ମନକୁ ବୁଝେଇ ଦେଲି । ଭଗବାନ ଶ୍ରୀ କୃଷ୍ଣ ବି ଦିନେ ରାଧା ଙ୍କୁ ଛାଡି , ଆଠ ଜଣ ରାଜ କନ୍ୟା ଙ୍କୁ ବାହା ହୋଇଥିଲେ । ବରଂ ସେ ତା ଖୁସିରେ ଥାଉ । ମୁଁ ବା କାହିଁକି କାହା ଭଲ ପାଇବାର ପ୍ରତିବନ୍ଧକ ସାଜିବି । ମିଛି ମିଛିକା ସେ ଯେଉଁ ଭଲ ପାଇବାର ଖେଳ ଖେଳି ଗଲା ତିନି ବର୍ଷ ଯାଏ । ସେ ସବୁ ଭୁଲି ଯିବା ମୋ ପାଇଁ ଭଲ ହେବ। ଶେଷ ଥର ସେ ମତେ ଫୋନରେ କହିଲେ, ସମ୍ପର୍କ, ତୁମେ ଜଣେ ବହୁତ ଭଲ ପିଲା । ମୋ ଠାରୁ ତୁମକୁ ଆହୁରି ଭଲ ସୁନ୍ଦର ଝିଅ ମିଳିବେ ! ସେଥିପାଇଁ ମୋ କଥା ଭାବି ମନ ଦୁଃଖ କରିବ ନାହିଁ। ବାହାଘରକୁ ମୋର ଅବଶ୍ୟ ଆସିବ ।

ଭଲ ଶବ୍ଦଟି ପୁଅ ମାନଙ୍କ ହୃଦୟ ରେ କଣ୍ଟା ଗଳି ଗଲା ପରି କାମ କରେ । ମନେ ମନେ ଭାବୁଥିଲି ଯଦି ମୁଁ ଭଲ ପିଲା ତେବେ ଭଲ ପିଲାଙ୍କୁ କିଏ କଣ ଛାଡିକି ଯାଏ କି ? ସତରେ ତା' ହେଲେ କ'ଣ ମୁଁ ଭଲ ପିଲା ! ସେଥିପାଇଁ ଭଲ ଶବ୍ଦରୁ ନିଜକୁ ଦୂରେଇ ରଖିବା ପାଇଁ ନସେଲି ନିଶା ର ସାଥିରେ ଝୁମିଲି ଅନେକ ଦିନ । ଅଭ୍ୟାସ ବି ହେଇଗଲା ଦେଶୀ ବିଦେଶୀ ନିଶା ପ୍ରେମରେ । ତା ପର ଠାରୁ , ସମ୍ମୋହନ କାରି ନାରୀ ଙ୍କ ନଜର ରୁ ନିଜକୁ ଘାଇଲା କରିବାରୁ ଦୂରେଇ ରଖିଲି । ଏମିତି ଦୂରେଇ ଦେଇଛି ଯେ ଆଜି ଆଉ ଥରେ ଫୁଣି ଦୀର୍ଘ ପାଞ୍ଚ ବର୍ଷ ପରେ ସେ ଘଟଣାର ପୁନରାବୃତି ହେବାର ସମୟ ଆସିଛି । ପ୍ଲାସବ୍ୟକ ରୁ ଫେରି ବର୍ତ୍ତମାନରେ କାରକୁ ପାର୍କିଂ କଲି ମାୟା ରହୁଥିବା ହୋଟେଲ ନିକଟରେ ।


Oyo ହୋଟେଲ କିଙ୍ଗ ଡ଼ଲଫିନ ର ରୁମ ନମ୍ବର 15 ରେ ସୁନ୍ଦରୀ ମତେ ଅପେକ୍ଷା କରିଛି । ଚେକ ଇନ କରି ହୋଟେଲ ର ରୁମ ଭିତରକୁ ଗଲି । ଡୋର ନକ କରିବା ଆଗରୁ କବାଟ ଖୋଲା ଥିଲା । କମ ଇନ ! ଭିତରୁ ସୁନ୍ଦରୀ ମାୟା ର ସୁରିଲା ସ୍ୱର ରେ ବିମୋହର ହୋଇଗଲି । ଭାବିଲି ଆଉ ଥରେ ମୋ ଦେହ ରେ କାହାର ପ୍ରଥମ ଯାଦୁର କାୟା ବିସ୍ତାର କରିବା ଆରମ୍ଭ କରିଦେଲା ।

ରୁମ ଭିତରେ ମାୟା ବସିଥିଲେ ନିଜକୁ ପ୍ରସ୍ତୁତ କରି ଆଗରୁ। ମୋ ଶିକାର ନଜର ପାଦ ଠୁ ମୁହଁ ଯାଏ ସବୁ କିଛି ଦୁଇରୁ ତିନି ଥର ମାୟା ଙ୍କର ଶରୀର କୁ ନିଜ ଦେହରେ ସମ୍ମୋହନ କରି ମିଶେଇବା କୁ ଚେଷ୍ଟା କରି ସାରିଥାଏ । ଦେଖିବା କୁ ବହୁତ ସୁନ୍ଦର , ସ୍ମାର୍ଟ , ମର୍ଡନ ଝିଅ ଥିଲେ ମାୟା । ହାତର କହୁଣୀ ଆଉ ବେକ ର ଟାଟୁ ଯାଏ ସବୁଠି ପହଞ୍ଚି ସାରିଥାଏ ମୋ ଦୁଷ୍ଟାମୀ ନଜର ।

କିଛି ସମୟ ର ଗପସପ ଆଉ ଭାବର ଆଦାନ ପ୍ରଦାନ ପରେ , ଗୋଟେ ଦୃଶ୍ୟ କୁ ମୁଁ ଆଦୌ ଭୁଲି ପାରୁ ନ ଥିଲି ।

ଯେତେବେଳେ ମତେ ମାୟା ପଚାରିଲେ , ମୁଁ କଣ ତୁମର ପସନ୍ଦ ନୁହେଁ କି ? ମୁଁ କଣ ସତରେ ରୂପବତୀ ନୁହେଁ କି ?

ମୋ ପାଟି ରୁ ବାହାରି ଆସିଲା ତୁମେ ବହୁତ ସୁନ୍ଦର ଆଉ ଲୂକିଙ୍ଗ ହଟ ।

ଓଃ ରିୟଲୀ ସମ୍ପର୍କ । କେତେ ହଟ ମୁଁ ଜାଣି ପରେ କି ?

ବହୁତ ଅଧିକ , ମୋ କଳ୍ପନା ଠାରୁ ଅଧିକ ।

ମାୟା" ତୁମକୁ ଏତିକି ହଟନେସ ଦରକାର ନା ଆଉ ଅଧିକ ?

ଅଧିକ ! ମଣିଷ ର ସ୍ଵଭାଵ ଲୋଭରେ ସବୁ ବେଳେ ଥାଏ । ସେଥିପାଇଁ କହିଲି ମାନେ ?

ଜଷ୍ଟ ଏ ମିନିଟ ମାଇଁ ସମ୍ପର୍କ ଡାର୍ଲିଂଗ !!!!!

ନିଜକୁ ମୁଁ ବିଭୋହର କରିଦେଇଥିଲି ମାୟା ର ସୁନ୍ଦର ଆଉ ଆକର୍ଷଣୀୟ ଚେହେରାରେ ।

ଆର ୟୁ ରେଡି ସମ୍ପର୍କ ?

ହଁ ଆଇ ଆମ ଅଲୱେଜ ରେଡି !!!

ସେ ପୂର୍ବ ପ୍ରସ୍ତୁତ ଦେହରୁ ଧୀରେ ଧୀରେ ଶାଢ଼ୀ ଖୋଲି ବା ଭିତରେ , ମୋ ଆଖି ବିନା ନିଶାରେ ବି ନିଶାସକ୍ତ ହୋଇ ଯାଉଥାଏ । ଆଖି ଲାଖି ଯାଇଥିଲା ତାଙ୍କର କମନୀୟ ରୂପ ଦୃଶ୍ୟ କରୁଥିବା ବେଳେ । ମୋ ସମ୍ନା ରେ ସେ ଟୁ ପିସ ପିନ୍ଧି ଠିଆ ହୋଇଥିଲେ ।

ଏବେ କୁହ ମୁଁ କେତେ ହଟ ସମ୍ପର୍କ ?

ନିଶାରେ ଝୁମୁଥିବା ମୋ ଆଖିରେ ଥରୁ ଟିଏ ବି ପଲକ ପଡୁ ନ ଥିଲା । ମୋ ଭାବନା ଠାରୁ ତୁମେ ଆହୁରି ଏକ୍ସଟ୍ରା ହଟ ଆଉ ସେକ୍ସସି ।

ଧେତ ତୁମେ ଭାରି ଦୁଷ୍ଟ ।

ମୋ ପରି ହଟ ବିୟୁଟି କୁ ତୁମ ହୃଦୟରେ ସ୍ଥାନ ଦେଇ ପାରିବ ନା ସମ୍ପର୍କ ! ମନେ ମନେ ଭାବୁଥାଏ ଏମିତି ହଟ ସେକ୍ସି ଝିଅ କୁ କେଉଁ ପୁଅ ବା ମିସ କରିବା କୁ ଚାହିଁବ।

ଆଛା ସମ୍ପର୍କ " ତୁମେ ଭରଜିନ ନା ????

ଏ" ଏମିତି ଏକ ଶବ୍ଦ ବୋଧ ହୁଏ ଆଜି ର ଦୁନିଆରେ ବହୁତ ଦେଖିବା କୁ ବିରଳ ଲାଗେ । ପ୍ରେମ ର କେତେ ଦିନ ପରେ ଭରଜିନ କେତେ ଜଣ ବା ରହିଥାନ୍ତି । ତା ମା ଗଂଗେଇ ଜାଣନ୍ତି। ମୁଁ କିଛି କହିବା ଆଗରୁ । ସେ ହସି ହସି କହିଲେ ତୁମେ ନିଶ୍ଚିତ ଭରଜିନ , ନ ହେଲେ ଏମିତି ହଟ ସେକ୍ସସି ସୁନ୍ଦରୀ କୁ ହୋଟେଲ ର ଗୋଟେ ବନ୍ଦ ରୁମରେ ପାଇ କିଏ କଣ କିସ ଟିଏ ନ କରି ରହି ପାରିବ କି ? ମାନିବା କୁ ପଡିବ ତୁମ ଦେହର କଂଟ୍ରୋଲ କୁ !

କଂଟ୍ରୋଲ ନା ଚୋପା ""!! ମୁଁ ଜାଣେ କେମିତି ମୋ ଦେହର ଅବସ୍ଥା ଏବେ । ନିଜକୁ ରୋକିଛି ଏଥିପାଇଁ ଯେ , କାଳେ ସେ ଏମିତି କିଛି ପରୀକ୍ଷା କରି ମତେ ଭ୍ରମ ରେ ପକେଇ ମୋ ଭଦ୍ରାମି ର ପରିଚୟ ନେଉଥିବେ । ବାହାଘର ଭାଙ୍ଗି ଗଲେ , ମୁଁ କଣ ଆଉ ଏମିତି ହଟ ବିୟୁଟି କୁ ପାଇବି । ତା ପରେ କେମିତି କହିବି ମୁଁ କେତେ କଂଟ୍ରୋଲ କରେ ?? ମନେ ମନେ ଭାବୁଥାଏ।

ତୁମର ଆଗରୁ କେହି ବି ଗାର୍ଲଫ୍ରେଣ୍ଡ ନ ଥିବେ ? ରୋମାଣ୍ଟିକ ଆଉ ରୋମନ୍ସ ର ଏ ବି ସି ଡି ତୁମକୁ ଦେଖି ଲାଗୁଚି କିଛି ଜଣା ନାହିଁ ସମ୍ପର୍କ ? ଦେଖିବା କୁ ତୁମେ ଠିକ ଠାକ କିନ୍ତୁ ଟିକେ ପୁରୁଣା କଲଚର ର ପିଲା ପରି ଲାଗୁଛ । କହିବା କୁ ଗଲେ ତୁମର ଦେଶୀ ଭାଷା ରେ ପୁରା ମଫୁ କୋଉଁଠି କାର ।

ଏତେ ବଡ଼ ଇନ୍ସଲଟର ବଦଲା ନେବା ପାଇଁ କିଛି କହି ପାରୁ ନ ଥିଲେ ବି ! ଯଦି ବାହାଘର ହୋଇଯାଏ ତା ପରେ ସେଇ ମଧୁର ରାତିରେ ଜାଣିବ ଏ ଦେଶୀ ର ପାୱାର କେତେ ?? ଚୁପ ଚାପ ବସି ସବୁ ଶୁଣୁଥାଏ କିନ୍ତୁ କିଛି ବି କହି ପାରୁ ନ ଥାଏ ।

ମୋ ଚୁପ ଚାପ ହେବା ଦେଖି , ତା ପରେ ମାୟା ତାଙ୍କ ମୋବାଇଲ ରେ ନୂଆ ଆଉ ପୁରୁଣା ପ୍ରେମିକ ମାନଙ୍କ ଫୋଟ ଆଉ ନାଁ ପରିଚିତ କରାଉଥାନ୍ତି ମୋ ସହ । ସେ ଏବେ ମୋ ଆଡ଼କୁ ଗୋଟେ ପ୍ରଶ୍ନ ବାଣ ଛାଡିଲେ ? ଏ ସବୁ ଦେଖିଲା ପରେ ତୁମେ ଭାବୁଥିବ ସମ୍ପର୍କ" ମୁଁ ଭରଜିନ କି ନାଇଁ ??

କଣ ଭାବୁଛ ! ମୁଁ ଚୁପ ଥାଏ , କେମିତି ଜାଣିବି ଏ ପ୍ରଶ୍ନ ର ଉତ୍ତର । ଆଗରୁ ତ ମାୟା ବିଷୟରେ କିଛି ଜାଣିନି । ଫେସବୁକ ଇଂଷ୍ଟା ରେ ଖୋଜିଛି କିନ୍ତୁ କିଛି ମାୟା ନାଁ ରେ ଆକାଉଣ୍ଟ ଥିବାର ପତା ପାଇନି । ଏବେ ଏ ପ୍ରଶ୍ନ ର ଉତ୍ତର ମୁଁ ବା କେମିତି ଦେବି ଯେ ତାଙ୍କର କାହା ସହ ଦୈହିକ ସଂପର୍କ ଅଛି ? ତା ଛଡା ଝିଅ ମାନେ କେବେ କହିବେ କି ଖୋଲା ଖୋଲି ଏ କଥା । ମୋ ନୀରବତା କୁ ଦେଖି ମାୟା କହିଲା ,

ଆଇ ଆମ ନଟ ଭରଜିନ ।

ମୋର ତୁମ ପୂର୍ବରୁ ଅନେକ ପୁଅ ମାନଙ୍କ ସହ ସମ୍ପର୍କ ଅଛି ।

ମୁଁ ବି ଘରୁ ଏ ଭରଜିନ ଆଉ ଭଲ ପାଉ ନ ଥିବା ଝିଅ ଦେଖି ବାହା ହେବା ପାଇଁ ମନ ସ୍ଥିର କରି ଆସି ନ ଥିଲି । ଏ ସବୁ ବିଷୟ ଆଜି କା ଦିନରେ ସାଧାରଣ ଘଟଣା ପୁଅ ଆଉ ଝିଅ ମାନଙ୍କ ପାଇଁ ।

ସମୟ ଆସି ଅପରାହ୍ନ 4ଟା ହୋଇଥାଏ । ମୁଁ ଘଣ୍ଟା ଦେଖିବା ଭିତରେ ମାୟା କହିଲା , ତୁମର ସମୟ ହୋଇ ଆସିଲାଣି ଯିବା ପାଇଁ । କିନ୍ତୁ ମୁଁ ଚାହୁଁଚି ଦୁହେଁ ଆଜି ରାତି ଏଇଠି କାଟିବା । ଆଉ ଟିକେ ବେସି ସମୟ ମିଳିବ ଦୁହେଁ ଦୁହିଁଙ୍କୁ ଜାଣିବା ପାଇଁ । ମୋ ପାଖରେ କିନ୍ତୁ କୌଣସି ପ୍ରଶ୍ନ ନ ଥିଲା ପଚାରିବା ପାଇଁ ମାୟା ଙ୍କୁ ।

ମୋର ଟିକେ କଟକ ରେ ଅଫିସ କାମ ଅଛି ସାରିକି ଯିବା ପାଇଁ ହେବ । ଓକେ । ତୁମେ ତ ମୋ ବିଷୟରେ ସବୁ ଜାଣିଲ । ମୋର ଏବେ ଏବେ ତୁମକୁ ବାହା ହେବା ପାଇଁ ମୋ ବୟଫ୍ରେଣ୍ଡ ସହ ବ୍ରେକଅପ ହୋଇଛି । କିନ୍ତୁ ମୁଁ ତାଙ୍କୁ ଆଜି ବି ଭୁଲି ପାରୁନି ମୋ ମନରୁ , ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ ସମ୍ପର୍କ । କିନ୍ତୁ ସମ୍ପର୍କ ତୁମେ ବହୁତ ଭଲ ପିଲା । ମତେ ତ ବହୁତ ଭଲ ଲାଗିଲ । ଆଣିଥିବା ସପ୍ରାଇଜ ଗିଫ୍ଟ ଦୁହେଁ ଦୁହିଁଙ୍କୁ ଦେଲା ପରେ ବିଦାୟ ନେଇ ଆସିଲା ବେଳେ , ଘର କୁ ଫୋନ କରି ନିଷ୍ପତି ଜଣାଇବେ ବୋଲି ମାୟା କହିଲେ ।

ମୁଁ ନିଜକୁ ଟିକେ ଆଶ୍ୱସ୍ତ କରି କାର ଧରି ଘର ଅଭିମୁଖେ ଯାତ୍ରା ଆରମ୍ଭ କଲି । ବାଟରେ ଆସିଲା ବେଳେ କେବଳ ଏତିକି ଭାବୁ ଥିଲି , ସତରେ କଣ ମାୟା ଙ୍କୁ ମୁଁ ଭଲ ଲାଗିଲି । ସେ ଆଜି ବି ଜଣଙ୍କ ପ୍ରେମରେ ଅଛନ୍ତି । ତାଙ୍କୁ ଭୁଲି ସେ ବା କେମିତି ମତେ ବାହା ହୋଇପାରିବେ ? ଆମେ ପୁଅ ମାନେ କଣ ଖେଳଣା ହେଇଛୁ , ଯିଏ ଯେତେବେଳେ ଆସିବେ ଖେଳି ଦେଇ ଚାଲିଯିବେ ନିଜେ ନିଜର ସୁବିଧା ଦେଖି । ନା ଥାଉ ମୋ ପାଇଁ ଆଉ କାହାର ଜୀବନ କୁ କଷ୍ଟ ଦେଇ ପରିବିନି ??

ଘରେ ପହଞ୍ଚିଲେ ଏ ପ୍ରସ୍ତାବ କୁ ମୋର ପସନ୍ଦ ହେଲା ନି ବୋଲି କହିଦେବି । ତା ଛଡା ଏତେ ମର୍ଡନ ଝିଅ ଗାଁ ରେ ପରିବାର ସହ ଚଳିବା ଭାରି କଷ୍ଟ ହେବ। ତାଙ୍କର ମୋର ଚିନ୍ତା ଧାରା ମିଶିବନି । ଏଇ ମୁହୁର୍ତ୍ତ ରୁ ଆଜିର ଦେଖା କୁ ମୋ ମନ ରୁ ଲିଭେଇ ଦେବା କୁ ପଡିବ । ଏନ ଏଚ ରେ କାର ସାଇଡ କରି ରଘୁନାଥପୁର ପାଖରେ ବିଦେଶୀ ମଦ ଦୋକାନ ରୁ ବିଅର ଦୁଇଟା କିଣି କାର ରେ ପି ସାରିଲା ପରେ , ସିଗରଟେ ଲଗେଇ ଘରକୁ ଫେରିଲି ।

ମୋ ପହଁଚିବା ଦେଖି , ସମସ୍ତେ ପୁରା ଖୁସି ଥିଲେ । ସମ୍ପର୍କ ତୁ ଏମିତି କି କିମିଆ କରିଦେଲୁ , ସେ ଝିଅ ରାଜି ହୋଇଗଲା ରେ । ମୋ ଆଈ ପାଖରେ ଥାଇ କହୁଥାଏ , ଯାହା ହେଉ ମୋ ନାତି ଟୋକା ର ଶେଷରେ ବାହା ରାଶି ଫିଟିଲା ।

ମୁଁ ତ ଆଶ୍ଚର୍ଯ୍ୟ ଥିଲି ! ବୋଉ ପାଖକୁ ଆସି କହିଲା ' ବାପା ତୋ ଶଶୁର ସହ ନିର୍ବନ୍ଧ ତାରିଖ ଠିକ କରିବା କୁ କଥା ହେଉଛନ୍ତି ।

ଠିକ ଏତିକି ବେଳେ ସାନ ଭଉଣୀ ମୋବାଇଲ ଆଣି କହିଲା ମା" ମାୟା ଭାଉଜ ଭିଡିଓ କଲ ଫୋନ ରେ କରିଛନ୍ତି ।

ଆସ ଦେଖିବ !

ସମସ୍ତେ ଆଗରୁ ଫୋଟ ଦେଖିଥିଲେ ରିୟଲ ରେ କେହି ଦେଖି ନ ଥିବା ଜାଣିଥିଲେ । ସମସ୍ତେ ମାୟା ଙ୍କୁ ଭିଡିଓ କଲ ରେ ସୁନ୍ଦରୀ କହି ତାରିଫ କରୁ ଥାନ୍ତି । ବୋଉ କହିଲା ମାୟା ଫୋନ କରିଛି ,ଆଉ ତୁ କଥା ହେବୁ ନାହିଁ କି ? ମୁଁ ହଁ ମାରିଲି । ସମସ୍ତେ ବସିଥିଲେ ଅଗଣାରେ ଚେୟାର ପକେଇ ବୋଉ ଯେତେବେଳେ ମୋବାଇଲ ଟେବୁଲ ଉପରେ ରଖିଦେଲା , ଭିଡିଓ ରେ ଥିବା ଝିଅର ଚେହେରା ଦେଖି ମୁଁ ପୁରା ଆଚମ୍ବିତ ହୋଇଗଲି ।

*****************************************

ମୋ ଜୀବନ ସସପେନ୍ସ ରେ ପଶି ଦଳି ଚକଟି ହେଉଥାଏ । କେମିତି ମୁଁ ଜାଣି ପାରିଲିନି , ଆପଣ ଭାବୁଥିବେ , କଣ ଏମିତି ସସପେନ୍ସ ରହିଲା ଯେ କେଉଁ ସ୍ୱପ୍ନ ସୁନ୍ଦରୀ କୁ ମୋବାଇଲ ରେ ଦେଖି ମୁଁ ଆଚମ୍ବିତ ହୋଇଗଲି । ଘଟଣାଟି ସେ ଦିନର ଥିଲା ଠିକ କିଛି ଏମିତି :-

ମୁଁ ପୂର୍ବ ରୁ କହିଥିଲି ଘରୁ 8 ଟାରେ ବାହାରି ଭୁବନେଶ୍ୱର 12 ଟା ରେ ପହଞ୍ଚିଲି । ଯେଉଁଠି ଘରୁ ଭୁବନେଶ୍ୱର ଦୁଇ ଘଣ୍ଟା ରୁ ଅଢେଇ ଘଣ୍ଟା ଲାଗିବା କଥା , ଚାରି ଘଣ୍ଟା କେମିତି ଲାଗିଲା ?

ମୁଁ ଘରୁ ବାହାରି ମଣିଜଙ୍ଗା ପାଖରେ ଏନଏଚ ଠିକ ପହଁଚିବା ବେଳ କୁ ରାସ୍ତା କଡ଼ ରେ ଜଣେ ସୁନ୍ଦରୀ ହାତ ଦେଖେଇ ଲିପଟ ମାଗିବ ରୁ , ମୋର ଆଗରୁ ଥିବା ଦୁର୍ବଳତା ଝିଅ ମାନଙ୍କ ପ୍ରତି ଆଉ ଥରେ ବାହାରି ଗଲା । ବାହାରିବ ନି ବା କେମିତି । ଏତେ ବାଟ , ଏକେଲା ବୋରିଂ ଲାଗିବ , ପାଖରେ ସୁନ୍ଦରୀ ଝିଅ ଟିଏ ଥିଲେ ଟାଇମ ପାସ ହେଇଯିବ । ସେଥିପାଇଁ ମୋ କାର ରେ ଅଚିହ୍ନା ଝିଅକୁ ନେବା ରେ କିଛି ଆପତ୍ତି ନ ଥିଲା ମୋର । କିଛି ବାଟ ଗଲା ପରେ ଦୁହେଁ ଦୁହିଙ୍କ ର ପରିଚୟ କରାଇ ନେଲୁ । ଯୁବତୀ ଜଣଙ୍କ ତାଙ୍କର ପରିଚୟ ରେ ନାଁ ମାୟା କହିବାରୁ , ପ୍ରଥମେ ମତେ ବିସ୍ମୟ ଲାଗିଥିଲେ ବି ଏହା ଏକ କୋ ଇଂସିଡେଣ୍ଟ ଭାବି ନେଲି। ତା ପରେ କେଉଁ ଆଡେ ଯାଉଛେ ର ବାର୍ତାଳ୍ପରେ , ସେ ଭୁବନେଶ୍ୱର ରେ ପଳାଶୁଣି ପାଖରେ ରହୁଛନ୍ତି ବୋଲି କହିଲେ । ଆଜି ମୋ ସାଙ୍ଗ କୁ ପୁଅ ଘର ଲୋକେ ଦେଖିବା କୁ ଆସିଥିଲେ । ବହୁତ କ୍ଲୋଜ ପ୍ରେଣ୍ଡ ସିଏ ମୋର , ସେଥିପାଇଁ ମୁଁ ଆସିଥିଲି । ମତେ ପଚାରିବା ରୁ ମୁଁ ଝିଅ ଦେଖିବା କୁ ଯାଉଛି ନ କହି ଅଫିସ କାମରେ ଯାଉଛି କହିଦେଲି । ଦେଖିବା କୁ ସୁନ୍ଦର ଥିଲେ , କଥା ବାର୍ତ୍ତା ରେ ଶାଳୀନତା ଆଉ ମଧୁର ସ୍ୱର ରେ ମତେ ବିମୋହିତ କରିଦେଉଥିଲେ । ପଖା ପାଖି ପଚିଶ କିଲୋମିଟର ଆସିଲା ପରେ ଜୟପୁର ଠାରେ ସରକାର ଙ୍କ ଦ୍ଵାରା ନିର୍ମିତ ବିଶ୍ରାମ ଗାର ନିକଟରେ ଗାଡି ଅଟକେଇ , କିଛି ସମୟ ସୁନ୍ଦରୀ ସହ ଟାଇମ ପାସ ପାଇଁ ମନ ବଳେଇଲି । ଭାବିଲି ଯାହାକୁ ଦେଖିବା କୁ ଯାଉଛି , ସେ ଦେଖିବା କୁ କେମିତି ହେଇଥିବେ ?? ମତେ ଗ୍ରହଣ କରିବେ କି ନାହିଁ ଜାଣେନା !! କିଛି ନ ହେଲେ ୟାଙ୍କ ସହ ତ ସମୟ କାଟିଲେ , ଯଦି ଝିଅ ରାଜି ହୋଇଯାଏ , ସେପଟୁ ଚାନ୍ସ ମିସ ହେଲେ , ଏପଟେ ରାଜି କେରେଇବା କୁ ଚେଷ୍ଟା କରିବି । ଆଛା ମିସ , ଟିକେ କଫି ପିଇବା । କଫି ତ ଗୋଟେ ବାହାନା ଥିଲା ।

ଆପଣଙ୍କ ର ଅଫିସ ଲେଟ ହେଇଯିବ ନାହିଁ ତ କାଳେ ?

ସେମିତି କିଛି ଜରୁରୀ କାମ ନାହିଁ , ଗୋଟେ ମିଟିଙ୍ଗ ଅଛି । ଅଟେଣ୍ଡ କରିବା କଥା ଯାହା। ମୋ ପାଇଁ ଆପଣ ହଇରାଣ ହେଉ ନାହାନ୍ତି ନା ?? ସୁନ୍ଦରୀ ର ମନ କଥା ବୁଝିବା ପାଇଁ ଏମିତି ପଚାରିଦେଲି ।

ନୋ ନୋ , ମୋର ଘରେ ସେମିତି କିଛି କାମ ନାହିଁ ।ମତେ ବି ଅଳସୁଆ ଲାଗିବା ସହ ନିଦୁଆ ନିଦୁଆ ଲାଗୁଚି। ଠିକ ଅଛି କଫି ପିଇବା କିନ୍ତୁ ଗୋଟେ ସର୍ତ୍ତ , ଟଙ୍କା ମୁଁ ଦେବି ? ସୁନ୍ଦରୀର କଥା ମତେ ଟିକେ ଭଲ ଲାଗିଲାନି । ପୁଅ ଟା ହୋଇ ଅଜଣା ଝିଅ ର ଟଙ୍କା ରେ କଫି ପିଇବା କଥା ହଜମ ନ ହେଉଥିଲେ ବି , ସମୟ କାଟିବା ବାହାନା ରେ ଗଲି ।

କଫି ପିଇବା ସମୟରେ , ସେ ମତେ ବାହା ହୋଇଛ ନ୍ତି କି ନାଇ ପଚାରିଲେ । ଏ କଥା ବି ଠିକ , ଝିଅ ଟିଏ ବାହା ହୋଇଥିଲେ ମଥାରେ ସିନ୍ଦୁର ଆଉ ହାତର ଶଙ୍ଖା ପ୍ରମାଣ କରେ କିନ୍ତୁ ପୁଅ ଅବାଡୁଆ କି ବାହା ହୋଇଛି , ସେମିତି କିଛି ସାଙ୍କେତିକ ପ୍ରତୀକ ଆମ ପୁରୁଷ ଜାତି ରେ ନାହିଁ । ମୁଁ ମୁଣ୍ଡ ହଲେଇ ହେଇନି ବୋଲି କହିବାରୁ , ସେ ମତେ କହିଲେ , ତା ହେଲେ ଆପଣ ମତେ ଲାଇନ ମାରୁଛନ୍ତି ନାଇ !

ଅଜଣା ଅଚିହ୍ନା ଝିଅ ଟିର ପ୍ରଶ୍ନ ବାଣ ରେ ମୁଁ ଘାଇଲା ହେବା ଆଗରୁ କହିଲି , ଲାଇନ ମାରିବା କଣ ଭୁଲ କି ? ତୁମ ପରି ସୁନ୍ଦରୀ କୁ ପାଖରେ ପାଇ ଯଦି ଲାଇନ ନ ମାରିଲି , ତା ହେଲେ ତୁମ ଦେହର ସୌନ୍ଦର୍ଯ୍ୟ ର ଝଲକ କେତେ କେମିତି ଜାଣିବ ମିସ ମାୟା ??

ହଁ ମୋର କିଛି ଆପତ୍ତି ନାହିଁ , କିନ୍ତୁ ଦେଖନ୍ତୁ ମୋର ଯିଏ ଭାବି ସ୍ୱାମୀ ହେବ , ସେ ମୋ ଡିମାଣ୍ଡ ରେ ହିଁ ଡିଭର୍ସ ଦେଇ ଦେବ ।

ମୁଁ ହସି କି କହିଲି , ସେ ନିଶ୍ଚିତ ପାଗଳ ହେଇଥିବ । ତୁମ ପରି ସୁନ୍ଦରୀ ଯଦି ମତେ ମିଳିଯିବ , ଜୀବନ ସାରା ଦାସ ହୋଇ ରହି ତୁମର ସେବା କରିବି । ଧୂଳି ଟିଏ ବି ତୁମ ଦେହରେ ଲଗେଇକୁ ଦେବି ନି ?

ସତରେ , କେତେ ଫିଙ୍ଗୁଚ ତୁମେ ନାଇ ସମ୍ପର୍କ ! ମୁଁ କହିଲି ଫିଙ୍ଗୁନି ,ଯାହା ସତ ତାହା ହିଁ କହୁଚି । ତୁମେ ରାଜି ହେଲେ ଖାଲି ଯାହା.....?

ଆଛା ଏତେ ସାହସ ତୁମର ! ଏଇ ଏବେ ଏବେ ଦେଖା ହେଲା ଆମର , ମତେ ଡେଟିଂରେ ନେଇ , କଫି ପିଏଇ , ପ୍ରପୋଜ ବି କରି ସାରିଲଣି । ଦେଖୁଚି ବହୁତ ଫାଷ୍ଟ ଅଛ । ଟିକେ ବ୍ରେକ ଦିଅ ଭାବନା ରେ ମିଷ୍ଟର।

ମୁଁ ହସିକି କହିଲି , ତୁମକୁ ଗୋଟେ କଥା ମୁଁ ଲୁଚେଇଛି । ଆଜି ମୁଁ ଝିଅ ଦେଖିବା କୁ ଯାଉଛି । ତାଙ୍କୁ ତ ଦେଖିନି , ତୁମକୁ ଦେଖିଲା ପର ଠାରୁ ମୋ ମନ ହଜେଇ ଦେଇଛି , ତୁମେ ଯଦି ରାଜି ହୋଇଯିବ ମୁଁ ଆଉ ତାଙ୍କୁ ଦେଖିବା କୁ ଯିବା ଉଚିତ ଭାବୁ ନାହିଁ !!!!

ଏହା ଭିତରେ କଫି ପିଆ ସରିଯାଇଥାଏ । ଟଙ୍କା ପେମେଣ୍ଟ କରି ସୁନ୍ଦରୀ ମାୟା ରାଗିକି କାର ରେ ଆସି ବସି ପଡିଲେ ।

ମୁଁ କାର ରେ ବସି ଭୁଲ ହେଇଯାଇଛି କହିବା ରୁ । ସେ ମତେ କହିଲେ , ମିଛ କହୁଥିବା ପୁଅ ମୋର ପସନ୍ଦ ନୁହେଁ । ତୁମ ସହ ଆସିବା ମୋର ଭୁଲ ହେଇଗଲା ।

ମୁଁ ମାଜକ କରୁଛି କହି ଭୁଲ ମାଗିଲା ପରେ ବି , ସେ ଆଉ ମତେ କିଛି କହିଲେ ନାହିଁ । ରାଗ ରେ ମୁହଁ ଫୁଲେଇ ବସିଥିଲେ । ମୁଁ ବି ଚୁପ ରହିବା କୁ ଠିକ ଭାବିଲି । କାର ରେ ମ୍ୟୁଜିକ ଲଗେଇବା ରୁ , ଗରମ ଲାଗୁଥିବା ପାଗଟା ଟିକେ ହଲକା ହେବା ଭଳି ଲାଗିଲା ।

ମୁଁ କିଛି ନ କହି ଗାଡି ଚଲେଇବାରୁ , ସେ ଟିକେ ମନ ବଦଳେଇ କହିଲେ , ଏମିତି ବାଟରେ ଘାଟରେ ଯାହା କୁ ନାଇ ତାକୁ ଲାଇନ ମାରୁଛ , ନିଜକୁ ଖରାପ ଲାଗୁନି ।

ମୁଁ କହିଲି ହଁ ଲାଗେ କିନ୍ତୁ ସବୁ ବେଳେ ନୁହେଁ । ହୁଏତ ଏ ମନ ଆଜି ଯାହା ଖୋଜୁଛି କାଲି କି ନ ପାଇ ପାରେ ?

ଯେମିତି କି କାଲି ସକାଳେ ଯଦି ମୁଁ ବାହା ହୋଇଯାଏ ଆଉ ପରିବାର ଜଞ୍ଜାଳ ଭିତରେ ଛନ୍ଦି ହେଲା ପରେ ଆଉ ନିଜକୁ ନିଜେ ଦୁଷ୍ଟାମୀ କରି ପାରିବି କି ? ଘରର ଦାୟିତ୍ୱ ର ଭାର ପୁଅ ମାନେ ନେଲା ପରେ , ତାଙ୍କର ଜୀବନକୁ ଅଧା ଜଳାଞ୍ଜଳି ଦେଇ ଦିଅନ୍ତି ।

ଗୋଟେ କଥା କହିବି ମିସ ମାୟା । ଜାଣେନା ଏ ଜୀବନ କେତେ ଦିନର ଅତିଥି । ସବୁ ପରେ ଯଦି ମଣିଷ ଖୁସି ରେ ରହି ପାରିବନି , ତା' ହେଲେ ସେ ଜୀବନ ର ମୂଲ୍ୟ ଥାଇ କି ବା କେତେ ?

ଆଜି ତୁମ ସହ ମୋର ଦେଖା ଆଉ ଏ ଥଟା ମାଜକ ପାଇଁ ତୁମେ ଯାହା ଖରାପ କହି ରାଗୁଛ । ଦେଖିବ କାଲି ମୋ କଥା କୁ ହୁଏତ ମନେ ପକେଇ ହସିବ । ଘଟଣା ଆଉ ଦୁର୍ଘଟଣା ଜୀବନ ରେ ଏମିତି ଅନେକ ଥର ହୋଇଥାଏ । ନୂଆ ପୁରୁଣା ଅତିଥି ମାନଙ୍କ ସହ ଜୀବନ କେତେ ବେଳେ ଖୁସି ତ କେତେବେଳେ ଦୁଃଖ ସାଥେ କାଟି ନେଇ ଥାଏ । କିନ୍ତୁ ଯିଏ ଧର୍ଯ୍ୟ ର ସହ ସମ୍ନା କରେ , ସେ ହିଁ ସଫଳତା ପାଏ ।

ମୋ କଥା କୁ ଭୁଲ ବୁଝିବ ନି ପ୍ଲିଜ ? ତୁମେ ଗାଡି ରୁ ଓଲେଇ ଗଲା ପରେ , ତୁମେ ତୁମ ବାଟ ରେ ଆଉ ମୁଁ ମୋ ବାଟରେ । ଏଇ କିଛି ସମୟ ର ଯାତ୍ରା ରେ ତୁମେ ସେତିକି ମତେ ବିଶ୍ୱାସ କଲ ବୋଲି କଫି ପିଇବା କୁ ମୋ ସହ ରାଜି ହୋଇଗଲ ।

ଚାହିଁ ଥିଲେ ତୁମେ ରାଗି କି ସେଠାରେ ଓଲେଇ , ବସ ରେ ଆସି ପାରିଥାନ୍ତ । କିନ୍ତୁ ସେମିତି କଲ ନାହିଁ । ମୋ ଜୀବନ ବାସ ଠିକ ଏମିତି କା , କୌଣସି ବି ମୁହୂର୍ତ୍ତରେ ନିଜକୁ ଖୁସି ରଖିବା କୁ ଚେଷ୍ଟା କରେ , ତୁମକୁ ଦୁଃଖ ଦେବାର ମୋର କୌଣସି ଇଛା ନ ଥିଲା , ସେଥିପାଇଁ ମୁଁ ଦୁଃଖିତ ।

କଥା ବାର୍ତ୍ତା ଭିତରେ କାର ପଳାଶୁଣି ପୋଲ କ୍ରସ କରି ସାରିଥିଲା , ରାସ୍ତା କଡ଼ ରେ ଗାଡି ସାଇଟ କଲି । ଗାଡ଼ିରେ କିଛି ସମୟ ବସି ରହିଲା ପରେ ମିସ ମାୟା ଓଲେଇବା ଆଗରୁ , ମୋ ଫୋନ ନମ୍ବର ଦରକାର ନାହିଁ କି ବୋଲି ପଚାରିବାରୁ , ମୁଁ କହିଲି , ନା ଥାଉ । ତୁମ ସହ ସାକ୍ଷାତ ଏକ ଭଲ ସମୟ ଥିଲା ବୋଲି ଭାବି ନେବି । ମୁଁ ଜାଣେନା ଆମର ଆଉ ଥରେ ଦେଖା ହେବା କି ନାଇ , ଫୋନ ରେ ସମ୍ପର୍କ ଯୋଡିବାର ବୃଥା ପ୍ରୟାସ ମତେ ଭଲ ଲାଗେନି ।

ମୋ ଉତ୍ତର ହୁଏ ତ ଏମିତି ପାଇବେ , ସେ ଆଶା କରି ନ ଥିଲେ ? ତୁମକୁ ଯିଏ ପାଇବ ସେ ବହୁତ ଲକି ହୋଇଥିବ କହି ଗାଡି ରୁ ଓଲେଇ ଗଲେ ମାୟା । ମୁଁ ବି ପଛକୁ ଫେରି ଆଉ ଦେଖିନି । ଗୋଟେ ନିଶ୍ୱାସ ରେ ହୋଟେଲ ରୁମ ଆଡେ ଆଗେଇ ଚାଲିଲି ।

ମୋ ଭାବନା ର ସୀମା ସରିଲା ବେଳ କୁ , ମାୟା ପାଖରେ ଯେଉଁ ଝିଅ ଠିଆ ହୋଇଥିଲା , ତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ।

ଏ କେମିତି ଏଠି କୁ ଆସିଲେ!! ପକୃତ ରେ କିଏ ମାୟା ?? ମୁଁ ପୁରା ଚକିତ ଥିଲି । ମୋର ମନ କଥା ଜାଣି , ହୋଟେଲ ରେ ଦେଖା ହେଉଥିବା ଝିଅ କହିଲା :-

ହାଏ ଜିଜୁ ମୁଁ ମେଘନା , ତୁମର କାର ରେ ଦେଖା ହେଇଥିବା ରିୟଲ ମାୟା ର ସାନ ଭଉଣୀ । ମୋ ମୁଣ୍ଡ ଚକର କାଟୁ ଥିଲା । କେମିତି ଲାଗିଲା ଆମ ସପ୍ରାଇଜ ।

ବହୁତ ଭଲ ଲାଗିଲା ଧୀରେ କହିଲି । ସମସ୍ତେ ପାଖରେ ଥାଇ ଶୁଣି ହସୁଥିଲେ । ମେଘନା ପାଖରେ ଠିଆ ହୋଇ ମଧ୍ୟ ମାୟା ହସୁଥିଲେ ।

ତୁମେ ଝିଅ ମାନଙ୍କୁ ବହୁତ ପରଖ ବୋଲି ଶୁଣିଥିଲି ତୁମ, ମା' ଙ୍କ ଠାରୁ ଆଜି କିନ୍ତୁ ନିଜ ଜାଲ ରେ ନିଜେ ଫଶିଗଲ , ମେଘନା ହସି ହସି କହୁଥାଏ , ଆଉ ସମସ୍ତେ ମୋବାଇଲ ରେ ସବୁ ଶୁଣି ହସୁଥିଲେ ।

ମୁଁ ମୁଣ୍ଡ ପୋତି ତଳକୁ ଲାଜରେ ଛାତ ଉପରକୁ ଚାଲିଗଲି।

କିଛି ସମୟ ପରେ ମୋ ମୋବାଇଲ କୁ ଗୋଟେ ଅଜଣା ନମ୍ବରରୁ ଫୋନ ଆସିଲା ।

ହଲୋ କିଏ କହୁଥିଲେ ? ଏଟା ମୋ ମୋବାଇଲ ନମ୍ବର । ତୁମେ ସିନା ଦେଲ ନାହିଁ ନମ୍ବର , ମୁଁ କିନ୍ତୁ ପାଇଗଲି ଆଉ ମୋ ହୃଦୟ ରେ ସେଭ କରି ନେଲି ।

ମାୟା ର ନମ୍ବର ପାଇଁ ମୁଁ ଯେତିକି ଖୁସି ଥିଲି , ସେ ମତେ ପସନ୍ଦ କରିଛନ୍ତି ଜାଣି ଛାତ ରେ ନାଚୁଥିଲି ।

ଆଛା ତୁମେ ମତେ କେମିତି ପସନ୍ଦ କଲ , ମୁଁ ପଚାରିବାରୁ ।

ମାୟା କହିଲା , କହିବି ପ୍ରଥମେ ତୁମ ଘରକୁ ଆସିବା କୁ ତ ଦିଅ । ତା ପରେ ସବୁ ବସିକି କହିବି ।

ଆରେ ତୁମେ ତ ପ୍ରଥମ ଦେଖାରୁ ମୋ ହୃଦୟ ର ରାଣୀ ସାଜି ସାରିଛ । ଘରକୁ ଆସିବା ଟା ଖାଲି ବାହାନା ଯାହା ।

ଧେତ ତୁମେ କେତେ ଫିଙ୍ଗୁଚ ।ବେସି ଆଉ ପବନ କରନି , ମୁଁ ଜାଣିଚି ତୁମକୁ । ଗଲେ ତୁମ କଥା ବୁଝୁଛି ରୁହ।

ସ୍ୱାଗତମ ମିସ ମାୟା ,

ତୁମ ଅପେକ୍ଷା ରେ ଏ ସପନ ବଣିକ ।

ସେପଟୁ ଫୋନ ରେ ମାୟା ହସୁଥିଲେ । ଆଉ ମୁଁ ଭାବୁଥିଲି , ବଡ଼ ଲୋକମାନେ ଠିକ କହିଛନ୍ତି ,ନାରୀ ମାୟା କୋଇ ନେହି ପାୟା, ଜୋ ପାୟା ପସ୍ଥାୟା , ଜୋ ନେହି ପାୟା ଵୋ ବି ପସ୍ଥାୟା।


Rate this content
Log in

Similar oriya story from Drama