STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

3  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

ସ୍ୱପ୍ନର ସଫଳତା

ସ୍ୱପ୍ନର ସଫଳତା

1 min
481

ଛୋଟ ପିଲାଟିଏ ଲିଙ୍କନ, ପଞ୍ଚମ ଶ୍ରେଣୀରେ ପାଠ ପଢ଼େ, ହେଲେ ପାଠ ଘର ଶୂନ୍। ସେଥିପାଇଁ ବାପାଙ୍କଠାରୁ ଆରମ୍ଭ କରି ଗୁରୁଜୀ, ଗୁରୁମାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ବହେ ଗାଳି ଗୁଲଜ ତାକୁ ଶୁଣିବାକୁ ମିଳେ। ଏମିତିଆ ନିତିଦିନିଆ ଘଟଣା ଗୁଡାକ ତା 'ର ଦେହସୁହା ହୋଇଗଲାଣି। ସେ ଅବା କଅଣ କରିବ, ସେ ତ ପଢ଼େ ହେଲେ ତା' ର ପାଠ ହୁଏନି।

ବିଦ୍ୟାଳୟରେ ଘଟିଥିବା ସେଦିନର ଘଟଣା ତାକୁ ବହୁତ ବାଧିଲା। ନଗେନ୍ଦ୍ର ଗୁରୁଜୀ ତାକୁ ଚାରି, ପାଞ୍ଚଟି ରାଜ୍ୟର ରାଜଧାନୀ ଘୋଷିବାକୁ ଦେଇଥିଲେ, କହି ନପାରିବାରୁ ବାହାରେ ଆଣ୍ଠେଇ ଦେଇଥିଲେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟର ସମସ୍ତେ ତାକୁ "ଗଧ", "ଗଧ" କହି ଚିଡାଇଲେ ।କାହାକୁ କିଛି ନ କହି ବିଦ୍ୟାଳୟ ଛୁଟି ହେଲା ପରେ ଆସି ସେ ଘରେ ମୁହଁ ମାଡ଼ି ଶୋଇଲା, ହେଲେ ତା ଆଖିକୁ ନିଦ ନାହିଁ ଅଜଗର ସାପଟା ପରି ମୋଡ଼ିମାଡ଼ି ହେଉଥାଏ। ଅଚାନକ ଘର କାନ୍ଥର ଗୋଟାଏ ଜାଗାରେ ତା 'ଆଖି ଲାଖିଗଲା। ଗୋଟାଏ ଗୋଡ଼ ଭାଙ୍ଗିଯାଇଥିବା ଝିଟିପିଟିଟିଏ କାନ୍ଥ ଉପରକୁ ଚଢୁଥାଏ, ଯେତେ ଚେଷ୍ଟା କଲେବି ସେ ପଡ଼ିଯାଉଥାଏ। ଏହିପରି ଆଠଥର ଉଠାପଡା ହେଇ ଶେଷରେ ଝିଟିପିଟିଟା କାନ୍ଥ ଉପରକୁ ଉଠିବାରେ ସକ୍ଷମ ହେଲା।

ଲିଙ୍କନ ତ ବଲବଲ କରି ଅପଲକ ନୟନରେ ଏସବୁ ଦେଖୁଥାଏ, ଧଡପଡ ହେଇ ଶେଯରୁ ଉଠି ସଙ୍ଗେ ସଙ୍ଗେ ବହିପତ୍ର ଖୋଲି ବସିଲା। ବୋଉ ଯେତେ ଡାକିଲେ ବି ଖାଇବାକୁ ଆସିଲାନି। ତା'ପରଦିନ ବିଦ୍ୟାଳୟରେ ଚାରି, ପାଞ୍ଚଟା ରାଜ୍ୟର ରାଜଧାନୀ କ'ଣ ପୃଥିବୀର ଅନେକ ଦେଶର ରାଜଧାନୀ ବି ଅନର୍ଗଳ ଭାବେ ଗୁରୁଜୀଙ୍କ ଆଗରେ ବାନ୍ତି କରି ପକେଇଲା। ସେହିବର୍ଷ ତାଙ୍କ ଶ୍ରେଣୀରେ ସେ ପ୍ରଥମରେ ଉତ୍ତୀର୍ଣ୍ଣ ହେଲା, ତାକୁ ଯେଉଁମାନେ ଗାଳିଗୁଲଜ କରୁଥିଲେ ତା 'ପ୍ରସଂଶାରେ ଶତମୁଖ ହେଇ ପଡ଼ୁଥିଲେ ଆଉ ଲିଙ୍କନକୁ ଲାଗୁଥିଲା ଦୁନିଆର ସବୁ ସଫଳତା ଯେମିତି ତା 'ହାତ ପାହାନ୍ତାରେ।

------------------------------------------------------------------------------

ସୌମ୍ଯ ରଞ୍ଜନ ମହାପାତ୍ର, ନରସିଂହପୁର, କଟକ



Rate this content
Log in

Similar oriya story from Inspirational