STORYMIRROR

Anuradha Nath

Inspirational

3  

Anuradha Nath

Inspirational

ସ୍ୱାର୍ଥପର ଵୋହୁ

ସ୍ୱାର୍ଥପର ଵୋହୁ

3 mins
251

 

ସେଦିନ ନୀଳିମା ଶାଶୁଘର ଛାଡି ଅଲଗା ଭଡା ଘର ନେଇ ରହିବା, ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କଥା ଥିଲା । ୧୦ ବର୍ଷ ଶାଶୂଘରେ ରହିଲା ପରେ ଥରୁଟିଏ ମଧ୍ୟ କାହାକୁ ଉଚ୍ଚା ସ୍ୱରରେ କହିନି । ନିଜପାଇଁ କେବେ କିଛି ମାଗିନି । କିନ୍ତୁ ସେଦିନ ସେ ଘର ଛାଡି ଯାଉଥିଲା । ସାଇ ପଡିସା ଲୋକ ତାଙ୍କ ଘର ଆଗରେ ଭିଡ ଜମେଇ ଥିଲେ । ସ୍ୱାମୀ ତନ୍ମୟ କହୁଥାନ୍ତି, ଗୋଡ କାଢି ଯାଉଛୁ, ଏ ଘର କବାଟ ଆଜିଠୁ ତମ ପାଇଁ ବନ୍ଦ । ମୋ ଠାରୁ ୧ ଟଙ୍କା ବି ଆଶା କରିବନି, ଦେଖିବି ତମେ କେମିତି ପୁଅକୁ ନେଇ ଚଳୁଛ .....

ନୀଳିମା ସ୍ମିତ ହସଟିଏ ହସି ପୁଅକୁ ନେଇ ଚାଲିଗଲା । ସାଇ ପଡିଶା ଛି ଛାକର କରୁଥାନ୍ତି । ନୂଆ ଘରକୁ ସଜାଡି ବାଲକୋନୀରେ ଦୀର୍ଘନିଃଶ୍ୱାସଟିଏ ପକାଇଲା, ଆଉ କହିଲା ବହୁତ ହେଇଗଲା, ଏ ଜୀବନ ମୋର ତାକୁ ନିଜ ହିସାବରେ ବଞ୍ଚିବାରେ କ୍ଷତି କେଉଁଠି? ଆଉ ମନେ ପଡିଗଲା ଅତୀତର ପୁରୁଣା ପୃଷ୍ଠା ସବୁ.... 

ତିନି ଭଉଣୀ ଆଉ ଗୋଟିଏ ଭାଇ ତା ବାପା ମାଆଙ୍କର । ଛୋଟବେଳୁ ଦେଖିଛି ଭାଇ ଆଉ ଭଉଣୀମାନଙ୍କ ଭିତର ପାତର ଅନ୍ତର ସବୁ, ବେଳେ ବେଳେ ପ୍ରତିବାଦ କରେ, କିନ୍ତୁ ଉତ୍ତର ମିଳେ ଭାଇ ପୁଅ ପିଲା, ଭବିଷ୍ୟର ସାହ ଭରସା।

ସରକାରୀ ସ୍କୁଲ ଆଉ କଲେଜରେ ବିଏ ପାସ କରିଛି ସେ, ଅଧିକା ପଢିବାକୁ ଇଛା ଥିଲା, କିନ୍ତୁ ଯେତିକି ଟଙ୍କା ତା ପାଠରେ ସରିଥାନ୍ତା ସେଇ ଟଙ୍କାରେ ତନ୍ମୟ ପରି ବର ପାତ୍ର ତା ବାପା ମାଆଙ୍କୁ ମିଳିଗଲା । 

ଭାବିଥିଲା ବିବାହ ପରେ ତନ୍ମୟ ତାର ଅକୁହା ବେଦନା ବୁଝିବେ, କିନ୍ତୁ ତନ୍ମୟ ଥିଲେ ମାଆଙ୍କ ଆଜ୍ଞାକାରୀ ପୁଅ ଠିକ ତାଙ୍କ ବଡ ଭାଇ ଉଦୟଙ୍କ ପରି । ନୀଳିମା ଆଗକୁ ପଢିବା କଥା ଶାଶୁଙ୍କୁ କହିଥିଲା, କିନ୍ତୁ ଶାଶୁ ଗୋଟେ ଥରରେ ବୁଝେଇ ଦେଇଥିଲେ ଝିଅ ଜନମ ଚୁଲ୍ଲୀ ମୁଣ୍ଡକୁ । ଏଣୁ ନିଜ ସ୍ୱପ୍ନକୁ ଭୁଲି ଅନ୍ୟ ପାଇଁ ବଞ୍ଚିବା ଶିଖି ଯାଇଥିଲା । ବାହାଘର ଦୁଇ ବର୍ଷ ପରେ ନିତିନ ତାଙ୍କ ଜୀବନକୁ ଆସିଥିଲା।

ଭାବିଥିଲା ପୁଅକୁ ଭଲ ମଣିଷ କରି ଗଢ଼ିବ । ତାକୁ ଶିଖେଇବ ପୁଅ ଆଉ ଝିଅ ସମାନ । କାରଣ ଛୁଆ ନିଜ ପରିବାରରୁ ସଂସ୍କାର ଶିଖେ । ପାଞ୍ଚ ବର୍ଷ ଯାଏଁ ଦୁନିଆର ମାୟା ଠାରୁ ନୀଳିମା ନିତିନକୁ ଦୁରେଇ ରଖି ଥିଲା । କିନ୍ତୁ ଧୀରେ ଧୀରେ ସେ ବାପା ଆଉ ବଡ ବାପାଙ୍କୁ ଅନୁସରଣ କଲା । 

ଛୋଟ ଛୋଟ କଥାରେ ପୁରୁଷମାନେ ସ୍ତ୍ରୀମାନଙ୍କୁ ଗାଳି କରନ୍ତି, ନିଜ ଆଖିରେ ବଡବାପା ବଡମାଆଙ୍କୁ ହାତ ଉଠେଇ ବାଡେଇବା ସେ ଦେଖିଛି କେତେ ଥର । ଏଣୁ ତା ମନରେ ବି ଆସି ସରିଥାଏ ପୁଅ ଝିଅର ଭେଦ ଭାବ । ସେ ମଧ୍ୟ ସେଇମାନଙ୍କ ଶବ୍ଦ କହିବାକୁ ଲାଗିଲା । ଗୋଟିଏ ମାଆ ହିସାବରେ ତାକୁ କଷ୍ଟ ହେଲା, ଆଉ ସେ ଶାଶୂଘର ଛାଡି ଭଡା ଘରେ ରହିଲା । ଭାଗ୍ୟକୁ ଗୋଟିଏ ସ୍କୁଲରେ ତାକୁ ଚାକିରୀ ମିଳିଗଲା, ସେଇ ସ୍କୁଲରେ ନିତିନ ପାଠ ପଢିଲା । ଅନ୍ୟ ଛୁଆଙ୍କ ସହିତ ନିଜ ଛୁଆଙ୍କୁ ମଧ୍ୟ ଶିଖାଇଲା ପୁଅଝିଅ ଭିତରେ ଭେଦଭାବ କରନ୍ତୁ ନାହିଁ, ନିତିନ ଏଇ ଭିତରେ ବଡ ହୋଇ ସାରି ଥାଏ, ନାରୀକୁ ସମ୍ମାନ ଦେବା ଶିଖି ସରିଥାଏ । 

ଏପଟେ ବଡ ଯାଆର ଆତ୍ମହତ୍ୟା ସମସ୍ତଙ୍କୁ ବଦଳେଇ ଦେଇଥାଏ । ସମସ୍ତେ ନିଜକୁ ଦୋଷୀ ମାନୁଥାନ୍ତି । ଯେତେବେଳେ ଘରର କାମ ଶାଶୁଙ୍କ ଉପରେ ପଡିଲା ତାଙ୍କର ନୀଳିମା ମାନେ ପଡିଲା, ଆଉ ସେ ନେବାକୁ ଆସିଲେ । କିନ୍ତୁ ନୀଳିମା ଗଲା ନାହିଁ.... ଶାଶୁ କହୁଥାନ୍ତି ସ୍ୱାର୍ଥପର ବୋହୂ, ଏକୁଟିଆ ରହି କଣ ଆତ୍ମତୃପ୍ତି ମିଳୁଛି ତତେ....

ସେଦିନ ବି ନୀଳିମା ପାଖରେ ସ୍ମିତ ହସଟିଏ ଛଡା ଆଉ କିଛି ଉତ୍ତର ନଥିଲା । ତନ୍ମୟ ଆଉ ଉଦୟ ପତ୍ନୀର ଅଭାବ ଅନୁଭବ କରି ପାରୁଥିଲେ । ଆଉ ବୁଝି ସାରିଥିଲେ ଯଦି ଟିକିଏ ସମ୍ମାନ ସେମାନେ ତାଙ୍କ ପତ୍ନୀମାନଙ୍କୁ ଦେଇ ଥାନ୍ତେ, ତେବେ ଜଣେ ଆତ୍ମହତ୍ୟା କରି ନଥାନ୍ତା ଆଉ ଜଣେ ଘର ଛାଡି ଯାଇ ନଥାନ୍ତା।

ନିତିନ ବଡ ହେଲା, କେଉଁଟା ଠିକ ଆଉ ଭୁଲ ଜାଣି ପାରିଲା, ସେଇ ସମୟରେ ନୀଳିମା ଘରକୁ ଫେରିଲା, ସେତେବେଳେ ସମସ୍ତେ ବଦଳି ସାରିଥାନ୍ତି, ବୁଝି ସାରିଥାନ୍ତି ପୁରୁଷ ଆଉ ନାରୀ ଉଭୟ ସମାନ । ଘର ବାହାର ଅଫିସ ସବୁଠି ନିତିନର ଭୁରି ଭୁରି ପ୍ରଶଂସା ମିଳୁଥାଏ । ଆଉ ସେତେବେଳେ ନୀଳିମାକୁ ଆତ୍ମତୃପ୍ତି ମିଳୁଥାଏ, ଆଉ ସେ ଭାବୁଥାଏ ବୋହୂ ହେବାରେ ଯଦିଓ ସେ ସ୍ୱାର୍ଥପର ପାଲଟି ଥିଲା, କିନ୍ତୁ ଗୋଟିଏ ମାଆ ହେବାରେ ସେ ପ୍ରଶଂସାର ପାତ୍ରୀ ହୋଇ ପାରିଛି।



Rate this content
Log in

Similar oriya story from Inspirational