Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Banasmita Panda

Inspirational


2  

Banasmita Panda

Inspirational


ସ୍ୱାଧୀନତା

ସ୍ୱାଧୀନତା

4 mins 3.2K 4 mins 3.2K

ବନସ୍ମିତା ସୁନନ୍ଦା, ସୁନନ୍ଦା ଡାକରେ ଘରେ ସବୁବେଳେ କୋଳାହଳ, ବାପା, ମା, ଜେଜ, ଜେଜେମା ସମସ୍ତଙ୍କର ପ୍ରିୟ ଅଳିଅଳି କନ୍ୟା ସୁନନ୍ଦା, କେମିତି ବା ନ ହବ ବାପା ବିଧାୟକ ମହେନ୍ଦ୍ର ବାବୁଙ୍କର ଗୋଟିଏ ମାତ୍ର କନ୍ୟା. ରୂପରେ ଯେମିତି ଗୁଣରେ ମଧ୍ୟ୍ୟ ସେମିତି. ଯେମିତି ମା ଲଷ୍ମୀ ଆଉ ସରସ୍ବତୀ ମିଶିକି ଅବା ତାକୁ ଗଢିଛନ୍ତି ଗୋଟାଏ ଚାଉଳ ରେ ଗଢ଼ା ଆମ ସୁନନ୍ଦା.ଗୋଟେ ସଉକ ସେ ପାଳି ଥିଲା ଛୋଟ ବେଳୁ ସୁନ୍ଦର ଭାବରେ ସଜ୍ଜ ହବା. ଘରେ ଏତେ ଚକାର ବାକର ଥିଲେ ମଧ୍ୟ୍ୟ ପ୍ରତି ଟି କ୍ଷେତ୍ରରେ ତାର ଆବଶ୍ୟକତା ପଡେ ଘରର ପ୍ରତ୍ୟକ ସଦ୍ୟସଙ୍କୁ.ଘର କାମ ସହ ସୁନନ୍ଦା ପାଠରେ ମଧ୍ୟ୍ୟ ରାଜ୍ୟସ୍ତରୀୟ ରାଜନୀତିବିଜ୍ଞାନ ରେ ସ୍ଵର୍ଣ ପଦକ ରେ ସଂମ୍ମାନନୀତ. ବାପା ମହେନ୍ଦ୍ର ବାବୁଙ୍କ ଇଚ୍ଛା କେମିତି ସୁନନ୍ଦା କୁ ସାଂସଦ ପଦରେ ଦେଖିବେ.ନିଜ ଜୀବନରେ ଯାହା ପାଇ ପାରି ନଥିଲେ ସୁନନ୍ଦା କୁ ସେଠି ଦେଖିବା ତାଙ୍କର ଭାରି ଇଚ୍ଛା ଥିଲା, କିନ୍ତୁ ସୁନନ୍ଦା ର ଇଚ୍ଛା ସମ୍ପୂର୍ଣ ଭିନ୍ନ ଥିଲା ସେ ମନେ ମନେ ତାର ଗୋଟେ ସୁନ୍ଦର ପରିବାର, ଜୀବନଠୁ ଅଧିକା ଭଲ ପାଉଥିବା ସ୍ୱାମୀ ଏବଂ ବାପା, ମା ପରି ଶାଶୁ, ଶଶୁର, ଭାଇ, ଭଉଣୀ ପରି ଦିଅର, ନଣନ୍ଦ ଚାଁହୁ ଥିଲା. ରାଜନୀତି ତାର ସ୍ବପ୍ନ ଠୁଁ ବହୁତ ଦୂରରେ ବାସ କରୁଥିଲା.କହିବାକୁ ଗଲେ ଗୋଟେ ସାଧାରଣ ଝିଅର ଯାହା ସବୁ ସ୍ବପ୍ନ ! ଅପର ପକ୍ଷ୍ୟରେ ସାଂସଦ ପ୍ରତାପ ବାବୁଙ୍କ ପୁତ୍ର ରୁଦ୍ର ବାବୁ ମଧ୍ୟ୍ୟ ବହୁ ଚର୍ଚିତ ଚରିତ୍ର ଥିଲେ.ପୋଲିସ ବିଭାଗର ବଡ କର୍ମଚାରୀ ଥିଲେ. କୋଉ ପ୍ରକାର ବେଆଇନି କାମ ତାଙ୍କ ବିନା ମର୍ଜୀ ରେ ହଉନଥିଲା ବୋଲି ମାନେ ନାହିଁ . ବାପା ଯେମିତି ପୁଅ ତା ଠୁ ବଳି ଲୋକ କୁହନ୍ତି, କିନ୍ତୁ କାହାର ସାହସ ନ ଥାଏ କିଛି କହିବାକୁ, ସାଂସଦ ବାବୁ କ୍ଷମତା ରେ ଥିବାରୁ ଯାହା ସବୁ ରା଼ଜ୍ୟସ୍ତରୀୟ ସରକାରୀ, ବେସରକାରୀ କାର୍ଯ୍ୟ ତାଙ୍କ ଅନୁମତି ଅନୁଯାୟୀ ଚାଲେ, ଏଥିରେ ରୁଦ୍ର ବାବୁଙ୍କ ଭୂମିକା ଜୋରେ. ଗୋଟେ ଦଳ ରେ ଥିବାରୁ ମହେନ୍ଦ୍ର ବାବୁ ଏବଂ ପ୍ରତାପ ବାବୁଙ୍କ କୌଣସି କଥାରେ ପଡ଼େନି. ଦୁଇ ଜଣଙ୍କ ସର୍ବଦା ଭିନ୍ନ ଭିନ୍ନ ମତାମତ, ଏହା ଦ୍ୱାରା ଦଳୀୟ କର୍ମଚାରୀ ଅସନ୍ତୁଷ୍ଟ ହୁଅନ୍ତି କିନ୍ତୁ କାହାକୁ କହିବେ? ଶୁଣିବ କିଏ? ମନାନ୍ତର ବଢ଼ିବାରୁ କିଛି ଦଳ କର୍ମଚାରୀ ସୁନନ୍ଦା ଏବଂ ରୁଦ୍ର ବିଭାଘର ପ୍ରସ୍ତାବ ଉଭୟଙ୍କୁ ଦେଲେ. ଏବଂ ଉଭୟ ଙ୍କ ସହମତି ରେ ବିଭାଘର ସ୍ତିର ହୋଇଗଲା. ସୁନନ୍ଦl ଚାହିଁ କି ଭି କିଛି କହି ପାରିଲାନୀ. ଆଉ ମହେନ୍ଦ୍ର ବାବୁଙ୍କ ସ୍ବପ୍ନ ସୁନନ୍ଦା କୁ କୋଉ ଦିଗକୁ ନେଉଥିଲା ସେ ମଧ୍ୟ୍ୟ ଥରେ ଚିନ୍ତା କରି ପାରିଲେନି. ବିଭାଘରହୋଇଗଲା. ସମସ୍ତେ ଖୁସି. ପ୍ରଥମ ରାତ୍ରି ରେ ରୁଦ୍ର କୁ ଅପେକ୍ଷା କରି କରି ସୁନନ୍ଦା ଥକିଯିବାର, ମଧ୍ୟ୍ୟ ରାତ୍ରି ରେ ରୁଦ୍ର ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥା ରେ ଫେରି ଶୋଇ ପଡିଲା. ସୁନନ୍ଦା କିଛି କହିବା କି ସେ କିଛି ଶୁଣିବl ଅବସ୍ଥା ରେ ସେ ନ ଥିଲା. ବୋଧେ ସେ ଚଉଠି ରାତ୍ରି ତା ଜୀବନର କାଳରାତ୍ରିର ଆରମ୍ଭ ଥିଲା. ଦେଖୁ ଦେଖୁ ବିଭାଘର କୁ ଦୁଇ ବର୍ଷ ହେଲାଣି. କୋଉ ଦିନ ଏମିତି ନ ଥିବ ଯୋଉ ଦିନ ଶାଶୁ, ଶଶୁର, ସ୍ୱାମୀ, ଦିଅର, ନଣନ୍ଦ ଠାରୁ ଗଞ୍ଜଣା ଶୁଣୁ ନଥିବ ସେ, ତଥାପି ଚୁପ କରି ସବୁ ସହେ. କିଛି ବାଦ, ପ୍ରତିବାଦ ନାହିଁ. କିନ୍ତୁ ଆଇନା ଆଗରେ ଯେବେ ବସେ ଭାବେ କି ରଙ୍ଗରେ ସେ ଆଜି ନିଜକୁ ସଜ କରିଛି. ମୁହଁ, ଦେହରେ ଦେଖା ଯାଉଥିବା ଦାଗ ଗୁଡିକ ଲୁଚିବାକୁ ଯଥେଷ୍ଟ ସାହାଯ୍ୟ କରିଛନ୍ତି ଏ ମେକଅପ ବକ୍ସ ଗୁଡିକ. ଏତେ ବର୍ଷ ହେଲେ ଏଇମାନେ ତ ରାତି ପାହିଲେ ଗୋଟେ ସୁନ୍ଦର ବୋହୂ, ସ୍ତ୍ରୀ, ଭାଉଜ, ଝିଅ ର ଆଖ୍ୟା ଦେଉଛନ୍ତି. କେତେ କଷ୍ଟ, କେତେ କୋହ ତା ଭିତରେ. କିନ୍ତୁ କେବେ କାହା ଆଗରେ ରଖିନି ତା କଥା. କହିବ ଭି କାହାକୁ କାରଣ ଭବିଷ୍ୟତର ସେ ଯେ ସାଂସଦ ମହାଶୟl.କିଏ ଶୁଣିବ ତାକୁ. କିନ୍ତୁ ଏଇ କିଛି ବର୍ଷ ଭିତରେ ଘରର କାମବାଲୀ ଉର୍ମି ତାର ଗୋଟେ ଏକ ତରଫା ସଖି ବନି ଯାଇଛି.ଘରର କୌଣସି କାମ ନାହିଁ ଯାହା ସୁନନ୍ଦା ନ ବୁଝେ. ଉର୍ମିର ଭାଷରେ ଭାଉଜ ଆମର ଘରର "ପାଇଖାନା ରୁ ପାର୍ଲିଆମେଣ୍ଟ " ସାଂସଦ, କହି ଜୋରେ ହସେ. ସୁନନ୍ଦା ମଧ୍ୟ୍ୟ କିଛି ଟୋପା ହସର ଵୁନ୍ଦ ତାରି ମଜାଳିଆ କଥାରେ ପାଇଯାଏ. ଉର୍ମି ସୁନନ୍ଦାର ଦୁଃଖ ସବୁ ବୁଝିପାରେ ହେଲେ କଣ କରିପାରିବ ତାର ଅସ୍ତିତ୍ବ ବା କଣ. କାଲି ସ୍ୱାଧୀନତା ଦିବସ.ଆଜିଠୁ ଜୋରସୋର ପ୍ରତାପ ବାବୁଙ୍କ ଘରେ ଭିଡ. ଇଆଡ଼େ ରୁଦ୍ର ବାବୁଙ୍କ ପୋଲିସ ଅଧିକାରୀଙ୍କ ଭିଡ. ଚାରି ଆଡେ ଦଳୀୟ ପତାକା.କାଲି ସୁନନ୍ଦା ସାଂସଦ ଭାବେ ରାଜ୍ୟସ୍ତରୀୟ ଭାବେ ପରିଚିତ କରାଯିବ.ମହେନ୍ଦ୍ର ବାବୁ, ପ୍ରତାପ ବାବୁଙ୍କ ଖୁସି କହିଲେ ନ ସରେ. କିନ୍ତୁ ସୁନନ୍ଦା ଆଜି ଭି ଚୁପ.ବହୁ କଷ୍ଟରେ ବିଚାର କଲା ଆଜି ବାପାଙ୍କୁ ସବୁ କହିଦେବି, ମୁଁ ଏ ବନ୍ଧନରୁ ମୁକ୍ତ ହବାକୁ ଚାହେଁ.ନିହାତି ବାପା ମୋ କଥା ବୁଝି ପାରିବେ, ଏତେ ତ ଚୁପ ରହିଲି ଆଉ କେତେ ଦିନ ମୁଁ ପରାଧୀନ ହୋଇ ରହିବି. ନିଜ କୁ ନିଜେ ବହୁ ପ୍ରଶ୍ନ ଉତ୍ତର କରି ବାପ ଘରେ ପହଁଚିଲା ସୁନନ୍ଦା.ବାପାଙ୍କ ଗୋଡ ଧରି ଛୋଟ ପିଲା ପରି କଇଁ କଇଁ କରି କାନ୍ଦି ଉଠିଲା. କେଜାଣି କେତେ ଦିନର ସେ ଜ୍ୱାଳା ଥିଲା ଭିତରେ.ତା କାନ୍ଦ ଦେଖୀ ଘରର ବାକି ଲୋକ, ଉର୍ମି ଆଖିରୁ ଧାର, ଧାର ଲୁହ ବୋହି ଯାଉଥିଲା. ସବୁ ଶୁଣିଲା ପରେ ମହେନ୍ଦ୍ର ବାବୁ ସୁନନ୍ଦା କୁ କହିଥିଲେ କିଛି ବଡ ପାଇବାକୁ ହେଲେ କିଛି ସହିବାକୁ ପଡେ. ତୁ ଭାଗ୍ୟବାନ ଏପରି ପରିବାର ପାଇଛୁ. ଘର କଥା ଘରେ ରହିବା କଥା. ତୁ ହେଲୁ ଦୁହିତା, ଦୁଇ କୂଳ କୁ ହିତା, ଦୁଇ କୂଳ କୁ ପିତା. ନାରୀ ର ଧର୍ମ ସମର୍ପଣ. କେତେ ଝିଅଙ୍କୁ ଏ ସୁଯଗ ମିଳୁଛି? ତୁ ମୋ ଦେଇଥିବା ସଂସ୍କାର ଭୁଲିଗଲୁଣି. ଯା ସୁନନ୍ଦା ଏଠି ଆଉ ତୋର କେହି ନାହାନ୍ତି, ତୋ ଶାଶୁ ଘର ହିଁ ତୋର ସର୍ବସ୍ବ. ସବୁ ଶୁଣିବା ପରେ ସୁନନ୍ଦା ପାଦ ତଳୁ ମାଟି ଖସି ଯାଇଥିଲା ସତେ ଅବା ଯେମିତି. କିଛି ନ କହି ସନ୍ଧ୍ୟାରେ ଘରେ ପହଂଚିବା ପୂର୍ବରୁ ତା ବାପାଘର ଖବର ତା ଠୁ ଆଗରୁ ପହଂଚି ଯାଇଥିଲା ଆଉ ସେ ଦିନ ପୁଣି ସୁନନ୍ଦା ସଜ୍ଜି ଉଠିଥିଲା ରୁଦ୍ରର ବେଲ୍ଟ ମାଡ଼ରେ. ପୁଣି ଶୁଣି ଉଠିଥିଲା ନିଃଶ୍ବ କାନ୍ଥବlଡ ସୁନନ୍ଦାର ଆର୍ତ୍ତରଣ ଆଉ ରୁଦ୍ରର ଗର୍ଜନରେ. ସକାଳର ସୁଯ୍ୟ କିରଣ ସହ ଉର୍ମି ଆସି ସୁନନ୍ଦା କୁ କହିଲା ଆଜି ସ୍ୱାଧୀନତା ଦିବସ ଭାଉଜ. ତୁମକୁ ଶପଥ ଗ୍ରହଣ ଲାଗି ଦଳୀୟ ମଞ୍ଚକୁ ଯିବାକୁ ପଡିବ. ରୁଦ୍ର ବାବୁ, ତୁମ ବାପା, ଶଶୁର ଡାକୁଛନ୍ତି. ଏତିକି ଭିତରେ ଉର୍ମି ର କୁନି ଝିଅ ଟି ଗୋଟେ କୁନି ଜାତୀୟ ପତକା ଧରାଇ ଦେଇ ସୁନନ୍ଦା କୁ କହିଲା "Happy Independence Day " ବଡ ମା.ଏକ ଲୟ ରେ ଚାହିଁ ଥିଲା ଜାତୀୟ ପତକା କୁ ସୁନନ୍ଦା ଆଉ ମନେ ମନେ ଭାବୁଥିଲା.......... ସତରେ କଣ ସେ ସ୍ୱାଧୀନ? ଆମ ଦେଶର କଣ ସବୁ ସୁନନ୍ଦା ସୁରକ୍ଷିତ? ଆଉ କେତେ ସୁନନ୍ଦା ବାପଘର, ଶାଶୁଘର ଶୂଳି ରେ ଚଢ଼ିବେ? ଆଉ କେତେ ସୁନନ୍ଦା ଧର୍ଷିତା ହେବେ? ଆଉ କେତେ ସୁନନ୍ଦା ଭୃଣରେ ନଷ୍ଟ ହେବେ? ଆଉ କେତେ ସୁନନ୍ଦା ଏସିଡ ମାଡ ଖାଇବେ? ଆଉ କେତେ ଦିନ ଏ ମେକଅପ କିଟ ରେ ତାର ଅସଲ ସୌନ୍ଦର୍ଯ୍ୟ ସେ ଲୁଚାଇବ? ଏହାସବୁ ଭାବି ଭାବି, ନିଜର ନିତ୍ୟକର୍ମ ସାରି ବାହାରକୁ ଆସିଥିଲା ସୁନନ୍ଦା.... ଆଜି ନ ଥିଲା ତାର ସଜବାଜ ର ଶୌକ. ବିନା ମେକଅପ ରେ. ଏକ ନୂତନ ସକାଳର ସୂର୍ଯ୍ୟ ସହିତ. ସୁନନ୍ଦା କୁ ଦେଖି ପ୍ରତ୍ୟକ ଦଳୀୟ କର୍ମଚାରୀ, ମହେନ୍ଦ୍ର ବାବୁ, ପ୍ରତାପ ବାବୁ, ରୁଦ୍ର ର ଆଖି ଲଜ୍ୟା ରେ ନଈ ପଡୁଥିଲା ଏବଂ ସୁନନ୍ଦା ପ୍ରଥମ ଥର ଲାଗି ନିଜକୁ ଦେଶ ସ୍ୱାଧୀନ ର ଏତେ ବର୍ଷ ପରେ ସ୍ୱାଧୀନ ମନେ କରୁଥିଲା.


Rate this content
Log in

More oriya story from Banasmita Panda

Similar oriya story from Inspirational