STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ରଣପୁର_କିଛି କଥା, କିଛି ବ୍ୟଥା

ରଣପୁର_କିଛି କଥା, କିଛି ବ୍ୟଥା

1 min
232


   

ରଣପୁର ଏକ ଗଡଜାତ ଅଞ୍ଚଳ ଯାହା ୦୧,୦୧,୧୯୪୮ ରେ ଓଡିଶା ପ୍ରଦେଶରେ ମିଶ୍ରଣ ହୋଇଥିଲା! ଏହା ପରେ ରଣପୁର ନୟାଗଡ଼ର ଅଂଶ ବିଶେଷ ଭାବେ ପରିଗଣିତ ହୋଇଥିଲା। ଅବିଭାଜିତ ପୁରୀ ଜିଲ୍ଲାର ଜିଲ୍ଲାପାଳ ନିଜ ପଦାଧିକାର ବଳରେ ଏହାର ଜିଲ୍ଲାପାଳ ଦାୟିତ୍ୱତୁଲାଇ ଆସୁଥିଲେ।କ୍ରମେ ନୟାଗଡ଼ ଜିଲ୍ଲାର ଉଛେଦ ଘଟି ଏହା ପୁରୀ ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା। ପରେ ପରେ ରଣପୁର ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇ ଗୋଟିଏ ତହସିଲରେ ରୂପାନ୍ତରିତ ହୋଇଥିଲା।

     ୧୮୮୦ ମସିହାର ପୂର୍ବ କାଳ। ଜନସାଧାରଣଙ୍କ ଠାରୁ କର, ଖଜଣା ବା ରେଭିନ୍ୟୁ ଆଦାୟ କରାଯାଉଥିଲା ଏବଂ ରାଜଦରବାରର ରାଜ କର୍ମଚାରୀଗଣ ଲୋକଙ୍କ ଉପରେ ନାନାଦି ଯନ୍ତ୍ରଣା ଓ ଦୌରାତ୍ମ ସାଧୁଥିଲେ।ଫଳତଃ ଏକ ବନ୍ଦୋବସ୍ତ ବିବରଣୀ (୧୮୭୦-୧୮୭୭)ପ୍ରସ୍ତୁତ ହୋଇଥିଲା। ୧୮୮୦-୧୮୯୦ ଏହି ଅବଧିମଧ୍ୟରେ ପର୍ଯ୍ୟାୟ କ୍ରମେ ଆହୁରି ଦୁଇଗୋଟି ବିବରଣୀ ମଧ୍ୟ ପ୍ରସ୍ତୁତ ହୋଇଥିଲା।ପରବର୍ତ୍ତୀ ବିବରଣୀର ସଂଯୋଗ କାଳ ୧୯୧୯-୧୯୨୦ରେ ଧାର୍ଯ୍ୟ ହୋଇଥିଲେହେଁ ଆବଶ୍ୟକୀୟ ପାଣ୍ଠିର ଅଭାବରୁ ଏହା ସମ୍ଭବ ହୋଇ ନ ଥିଲା।କହିବାକୁ ଗଲେ ୧୯୪୩-୧୯୪୪ ମସିହାରେ ଅର୍ଥାତ୍ ୫୩ବର୍ଷ ବ୍ୟବଧାନରେ ଏହି ବ୍ୟବସ୍ଥା ପୁନଃ ଆରମ୍ଭ ହୋଇଥିଲା।ଅବଶ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କର ସୁପାରିଶ ନେବାକୁ ପଡୁଥିଲ।ଧାର୍ଯ୍ୟ ସମୟର ନଅ ବର୍ଷ ପରେ ଅର୍ଥାତ ୧୯୫୨ରେ ଏହାକୁ ଆରମ୍ଭ କରାଯାଇଥିଲା।ବିଳମ୍ବ ହେବାର ଏକମାତ୍ର କାରଣ ସମ୍ପୃକ୍ତ ବନ୍ଦୋବସ୍ତ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗର ଅଭାବ ରହିଥିଲା  

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics