ରମା
ରମା
ସ୍ଥାନ କାଳ ପାତ୍ର ଭୁଲି କାମବାଲୀ ରମା ଏବେ ଘରେ ଥିବା ଜିନିଷ ମାଗିଲେ ମଧ୍ୟ ରମାକୁ କାମକୁ ଆସିବାକୁ ମନା କରିହେଉନଥିଲା କାରଣ ଘର ତୋଳା ଯୋଗୁଁ ଜିନିଷପତ୍ର ଓ ଘରଦ୍ୱାର ସବୁ ଅଵ୍ୟବସ୍ଥିତ ଅବସ୍ଥାରେ ପଡି ରହିଥିଲା ଦାଣ୍ଡରୁ ବାଡ଼ି ଯାଏଁ. ଘରର ଚାରିପଟେ ବାଉଣ୍ଡରୀ ବ୍ୟବସ୍ଥା ସୁଦୃଢ ଥିଲା ତ ଜିନିଷ ପତ୍ର ବାରିପଟେ ଖେଳେଇ ପଡିରହିବାରେ ସିନା ବିପଦ ନଥିଲା କିନ୍ତୁ ସେସବୁ ଅଦରକାରୀ ଭାବି କି କଣ କେଜାଣି ରମା କେଵେ ମାଗୁଥିଲା ଗରାଟି ତ କେଵେ ମାଗୁଥିଲା ପିତ୍ତଳ କୁଣ୍ଡଟି. ପ୍ରେସକୁକର, ଥର୍ମୋଫ୍ଲାସ, ବାଲ୍ଟି, ପ୍ଲାଷ୍ଟିକ ଚେୟାର ପାଇଯିବା ପରେ ତାକୁ ମାଗିବାର ନିଶା ଘାରିଥିଲା କି କଣ କେଜାଣି ତା ପ୍ରକୃତି ଛାଡୁନଥିଲା.ବାଧ୍ୟ ହୋଇ ସ୍ୱାମୀଙ୍କୁ ଜଣାଇଲେ ପ୍ରୀତି. ସ୍ୱାମୀ କହିଲେ ଦୁନିଆରେ କେହି କେଵେ ଭଙ୍ଗା ଦ୍ରବ୍ୟଟିଏ ଆପଣେବାକୁ ଚାହେଁ ନାହିଁ. କୌଣସି କୃଷକ ବଢ଼େଇ ଠାରୁ ଭଙ୍ଗା ଲଙ୍ଗଳ ବା କମାର ଠାରୁ ଭଙ୍ଗା ଫାଳଟିଏ କିଣେ ନାହିଁ. ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଦାର୍ଶନିକ ଭାବଧାରା ଠିକ ଏହି କୃଷକ ଭଳି. ସେ ମଧ୍ୟବିତ୍ତ ହେଉ ଅବା ଶିଶୁ. ଛୋଟ ପିଲାଟିଏ ଭଙ୍ଗା ସିଲଟ ବଦଳରେ ନୂଆ ସିଲଟ କିଣିବାକୁ ଅଳି କରିବା ଯେମିତି ଠିକ ଆମ ପୁଅର କାରରେ ଟିକେ ଦାଗ ବସିଗଲେ ତା ମନ କେତେ ଖରାପ ହୁଏ ତାର କାରଣ ମଧ୍ୟ ସେଇ ଅଭଙ୍ଗା ଦୁନିଆଁରେ ଭଙ୍ଗା ମନ ଓ ଯାନଟି ପାଇଁ. ଝିଅ ତୁମକୁ ଠିକ ସମୟରେ ଔଷଧ ଖାଉଛୁ ନା ନାହିଁ ସବୁଦିନ କାହିଁକି ପଚାରି ବୁଝେ ଜାଣିନ!ମାଆର ଭଙ୍ଗା ସ୍ୱାସ୍ଥ୍ୟ ପୁଣି ଫେରିଆସୁ ବୋଲିତ,ତେଣୁ ଭାଙ୍ଗିଯାଇଥିବା ଜିନିଷ କାହାର ପସନ୍ଦ ନୁହେଁ. ସ୍ୱାମୀଙ୍କ ଏତେ ଦର୍ଶନରୁ ପ୍ରୀତି ଏତିକି ବୁଝିଲେ ଯେ ଏଣିକି ରମା ମାଗୁଥିବା ଜିନିଷ ସବୁକୁ କଣା, ଫଟା, ଚିରା, ଦାଗି ବୋଲି କହିବାକୁ ପଡିବ.
ଗରାଟା ସେଠି ଗଡୁଛି ମାଆ ମତେ ଦେଇଦିଅନ୍ତୁ କହୁଥିଲା ରମା ତ ପ୍ରୀତି କହିଲେ କଣା ଟା ତ ରମା କହୁଥିଲା ହଉ ତାଳି ପକେଇଦେଇ ପାଣି ରଖିବି ନାତି ପାଇଁ. ଖଟ ଉପରେ ପଡ଼ିଥିବା ପ୍ଳାଷ୍ଟିକ ମସିଣା ନାତୁଣୀ ଶୋଇବାକୁ ମାଗୁଥିଲା ରମା ତ ଛିଣ୍ଡା ବୋଲି କହିବାରୁ ପ୍ରୀତି ରମା ତା ସଙ୍ଗେ ଗନ୍ଥା ଖଣ୍ଡେ ଦେବ ଯେ ପକାଇ ନାତୁଣୀକୁ ଶୁଆଇ ଦେବ କହୁଥିଲା ତ ଖୋଜିଲା ବେଳକୁ ଗରା ତା ସ୍ଥାନରେ ନଥିଲା କି ଗୋଟେ ବି ଗନ୍ଥା ଘରୁ ମିଳୁନଥିବା ଦେଖି ସ୍ୱାମୀଙ୍କୁ ପଚାରିବାରୁ ସେ କହିଲେ ସେସବୁ କଥା ଛାଡ଼ ରମା ଆଉ କଣ ମାଗୁଥିଲା କୁହ. ହଁ କହୁଥିଲା ବାବୁତ ଅବସର ପରେ ପିଲାଙ୍କୁ ପଢ଼େଇବେ ବୋଲି ଡୁଆଲ ଡେ଼କ୍ସ ବେଞ୍ଚ କରିଛନ୍ତି ଏତେ. ସେଇଥିରୁ ଗୋଟେ ଦେଲେ ମୋ ନାତି ନାତୁଣୀଙ୍କ ଔଷଧ ପତ୍ର ରଖନ୍ତି. ତା ଆରଦିନ ରମା କାମ ସାରି ଧଡପଡ଼ ହୋଇ ରୁଟି ତରକାରୀ ନଖାଇ କୁଆଡେ ଗଲା ବୋଲି ଦୁଆର ଫିଟାଇ ଦେଖିଲା ବେଳକୁ ରମା ସ୍ୱାମୀ ଦେଇଥିବା ଡୁଆଲ ବେଞ୍ଚଟିକୁ ମୁଣ୍ଡେଇ ଆଗେଇ ଯାଉଛି ରାସ୍ତାରେ. ତା ପରଦିନଠୁ ରମାର ଦେଖା ନଥିଲା. ସ୍ୱାମୀଙ୍କୁ ପଚାରିବାରୁ ସେ କହିଲେ ଦରମା ସାଙ୍ଗକୁ ଡୁଆଲ ଡେ଼କ୍ସ ଫ୍ରିରେ ଦେଇ ମୁଁ ତାକୁ ବିଦା କରିଛି. ଆଉ କହିଲେ ଆସିବୁ କାମ କରିବାକୁ ବୋଲି କହି ଦେଇଛି. ଛୁଟିରେ ପୁଅ ବୋହୁ ଓ ଝିଅ ଜୋଇଁ ସହିତ ଟିକି ନାତି ଓ ନାତୁଣୀ ଆସି କହୁଥିଲେ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟରେ ଆସୁଥିଲା ରମା. ମାଆ ତୁ ତ ନିଜେ କହୁ ଯିଏ କିଛି ମାଗୁଛି ତୁମ ପାଖରେ ଯଦି ଅଛି ତାକୁ ଦେଇଦିଅ. ତେବେ ଅସୁବିଧା କୋଉଠି ରହିଲା!ସ୍ୱାମୀ କହୁଥିଲେ ସେ ରମା ପରା ମାର୍କେଟରେ ଦେଖା ହୋଇଥିଲା ଯେ କେଵେ କାମକୁ ଆସିବ ପଚାରିବାରୁ ଆଉ ଗୋଟେ ଦିନ ଯାଉ କହିବି କହିଲା. ସମସ୍ତେ ଆଁ କରି ସ୍ୱାମୀଙ୍କୁ ଚାହିଁଥିଲା ବେଳେ ସ୍ୱାମୀ କହୁଥିଲେ ନିଜ କାମ ନିଜେ କରିବା ଭଲ. ପୁଅ କହୁଥିଲା ହଁ ମାଗିବାଟା ଗୋଟେ ମାନସିକ ବିକୃତି ବୋଲି ମନସ୍ତତ୍ତ୍ୱବିତ ବୈଜ୍ଞାନିକମାନେ କହିଲେଣି ତ ଝିଅ କହୁଥିଲା ଏଥର ପୂଜାକୁ ମତେ ବାନାରସ ପାଟ ଦେବ ବାପା. ବାପା କହୁଥିଲେ ଆଉ ଗୋଟେ ଦିନ ଯାଉ ଅନେପକାଇ କହିବୁ ତ ପ୍ରୀତି ହସିବେ ନା କାନ୍ଦିବେ ବୁଝିପାରୁନଥିଲା ବେଳେ ଝିଅ କହୁଥିଲା ମୁଁ କଣ ରମା!ତାକୁ ଗରା ନଦେଇ ଡୁଆଲ ଡେ଼କ୍ସ ଦେଇ ବିଦା କରି କହୁଛ କଣ ନା ଆଉ ଗୋଟେ ଦିନ ଯାଉ କହିବୁ!ଏଥର ବାପା ହସୁଥିଲେ ଅର୍ଥପୂର୍ଣ୍ଣ ଭାବେ.ତା ଆରଦିନ ରମା ପହଞ୍ଚିଥିଲା ନାତି ନାତୁଣୀଙ୍କ ସହିତ. ପୁଅ ତା ପୁଅର ଡ୍ରେସ ତା ନାତିକୁ ଦେଇଥିଲା ତ ଝିଅ ତା ଝିଅର ଡ୍ରେସ ରମା ମାଉସୀ ନାତୁଣୀକୁ ଦେଇଥିଲା.ପ୍ରୀତି ରମାକୁ ଏମିତି ଚର୍ଚ୍ଚା କରୁଥିଲେ ଯେ ସ୍ୱାମୀ ପୁଅ ଝିଅ ଫୁସୁଫୁସୁ ହେଉଥିଲେ ଦୂରରେ.
