Parameswar Ojha

Inspirational Others

3  

Parameswar Ojha

Inspirational Others

ରୀତିନୀତି

ରୀତିନୀତି

2 mins
147


ସେଦିନ ରାତିରେ ସମସ୍ତେ ରାତି ଖାଇବା ସାରି ଦେଇ ଥିଲେ । ଘର ବଡ ବୋହୂ ଶେଷକୁ ଥିଲା । ସବୁଦିନର ଅଭ୍ୟାସ ଶାଶୁ ବୋହୂ ସାଙ୍ଗରେ ଖାଆନ୍ତି କିନ୍ତୁ କିଛି କାମରେ ବ୍ୟସ୍ତ ଯୋଗୁଁ ବୋହୂ ଶାଶୁ ଙ୍କୁ ବାଧ୍ୟ କରି କହିଲା - " ବୋଉ ତମର ତ ଗ୍ୟାସ୍ ପେଟ ତମେ ଆଗ ଖାଇଦିଅ । ମୁଁ ଏଇଟା ସାରି ଯାଇକି ଖାଇବି " ବୋଉ ଆସି ଖାଇଲା , ଖାଇବା ରୁ କିଛି ତର୍କାରୀ ଥାଳିରେ ଛାଡ଼ିଲା । ତ ବୋହୂ ବେଳକୁ ଚାରୋଟି ଅଣ୍ଡା ତାଟିଆ ରେ ଥିଲା ‌। ବୋହୂ ତା କାମ ସାରି ଯଥା ସମ୍ଭବ ଖାଇଲା କିନ୍ତୁ ଆଉ ଗୋଟେ ଶେଷ ଅଣ୍ଡା ଖାଇ ପାରିଲାନି  । ତେଣୁ ଦିଅର ପୁନେନ୍ଦ କୁ ବାରମ୍ବାର ଡାକୁଥାଏ -" ଆସିଲ ଗୋଟିଏ ଅଣ୍ଡା ଖାଇ ଦେବ ନହେଲେ ନଷ୍ଟ ହେବ । ମୁଁ ଆଉ ପାରୁନି  ଦିଅର ପୁନେନ୍ଦୁ ଖଟରେ ଶୋଇ ଏମ୍ ଏକ୍ସ୍ ପ୍ଲେୟାର ରୁ ତା ପ୍ରିୟ ଓ୍ବେବସିରିଜ୍ ଦେଖି ବାରେ ବ୍ୟସ୍ତ ଥାଏ ସେତେବେଳ କୁ । ଭାଉଜ ଯେତେଥର ଡାକୁଥାନ୍ତି ସେ ସେତେଥର ଖାଇବନି ବୋଲି ତାଙ୍କୁ ଏଡାଇ ଚାଲି ଥାଏ ।  ଏ ପଟ ଘରେ ବଡ ପୁଅ ବାରମ୍ବାର ସାନ ଭାଇ ର ନାସ୍ତିବାଚକ ବାକ୍ୟ ଆଉ ସ୍ତ୍ରୀ ର ଖାଇବାକୁ ଅନୁରୋଧ କରିବା ଶୁଣି ଶୁଣି ତାକୁ ବି ବିରକ୍ତି ଲାଗିଲା । ସେ ହଠାତ୍ ଉଠିଯାଇ ସେ ଅଣ୍ଡା ତର୍କାରୀ ଉଠେଇ ଆଣି ଖାଇବାକୁ ଉଦ୍ୟତ ହେଉଛି ତ । ବୋଉ ଚିତ୍କାର କଲା  " ଆରେ ଏଇ କଣ କରୁଛୁ ତୁ କ'ଣ ପାଗଳ ହେଲୁ .? 

ମୁଁ ଆଶ୍ଚର୍ଯ୍ୟ ହୋଇ ବୋଉ ମୁହଁ କୁ ଚାହିଁଲି ।

-" ସେଠୁ ଉଠୁଛୁ ନାଁ ପୁଣି ବସିଛୁ ? ରଖ୍ ସେ ତାଟିଆ ତଳେ । ବୋଉ ପୁଣି ବିରକ୍ତି ହୋଇ କହିଲା

ବଡ଼ ପୁଅ କିଛି ବୁଝି ପାରିଲିନି ବୋଉକୁ କହିଲା - " କଣ ହେଲା କି ? ମୁଁ ତ ତର୍କାରୀ ଖାଉଛି ତୋର ଅସୁବିଧା କ'ଣ ହେଲା ?  ତୁ ଏମିତି କାଇଁ ହେଲୁ ? " 

- " ତା' ଅଇଁଠା ତୁ ଖାଇବୁ ? କଣ ନିଜ ଆୟୁଷ କମେଇବାକୁ

-" ମାନେ ?" 

ବୋଉ ବୁଝାଇଲା -" ସ୍ତ୍ରୀ ଅଇଁଠା ସ୍ବାମୀ ଖାଇଲେ ସ୍ବାମୀ ର ଆୟୁଷ କମେ " ବଡ଼ ପୁଅ ଏକଥା ଶୁଣି ପ୍ରଥମେ ଟିକେ ହସି ପକାଇଲା ତା ପରେ  ସେଇ ହସ ଭିଜା ମୁହଁ ରେ ବୋଉ ମୁହଁ କୁ ଚାହିଁ ଉତ୍ତର ଦେଲା 

--" ବୋଉ ଗୋଟେ କଥା କହିବି ନାଁ ରାଗିବୁନି ? ମଣିଷ ଯେତେବେଳେ ଜନ୍ମ ହୋଇ ଆସିଥାଏ ନାଁ ସେତେବେଳେ ହିଁ ତାର ଆୟୁଷ ଏଇ କପାଳରେ ଲେଖା ହୋଇ ଆସିଥାଏ ପ୍ରଥମରୁ । ସ୍ତ୍ରୀ ଅଇଁଠା ଖାଇଦେଲେ ବୟସ କମି ଯାଏନି , କି ତା ଗୋଡ଼ ହାତ ମୋଡି ଘସି ଦେଲେ ସ୍ବାମୀ ଛୋଟ ହୋଇ ଯାଏନି । ଆ‌ହୁରି ପୁଣି ନାଁ ପାଟିରେ ଧରନ୍ତିନି ଏସବୁ କଣ ? ବୋଉ ତୁ ସେ ପୁରୁଣା କାଳିଆ ରୀତିନୀତି କଥା ଛାଡ୍ । ସେ ବେଳ ଆଉ ନାହିଁ । ସ୍ବାମୀ ସ୍ତ୍ରୀ ଉଭୟ ଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଭଲପାଇବା , ସମ୍ମାନ ଆଉ ସମର୍ପଣ ଭାବ ରହିବା ସବୁଠୁ ବଡ଼ କଥା । ସେତିକି ଥିଲେ ଏ ସଂସାର ରଥ ବେଶ୍ ଖୁସିରେ ଆଗେଇ ଚାଲିବ । ବଡ଼ ପୁଅ ଠାରୁ ଏମିତି ଉତ୍ତର ଶୁଣି ବୋଉ ତା ମୁହଁ କୁ ବଲ ବଲ ହୋଇ ଚାହିଁ ରହିଲା କେବଳ ।  ବୋଉ ପାଖରେ ହୁଏତ ସେତେବେଳକୁ ପୁଅ ପାଇଁ ଆଉ କିଛି ପ୍ରଶ୍ନ ହିଁ ନଥିଲା । 


Rate this content
Log in

Similar oriya story from Inspirational