Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Rashmita Panigrahi

Abstract

2.7  

Dr Rashmita Panigrahi

Abstract

ରିଅା

ରିଅା

2 mins
3.1K


   ରିଆ...... l କପେ ଚା ମିଳିବ ? ଡ୍ରଇଂ ରୁମରେ ଥାଇ ଡାକ ପକାଇଲେ ଓମକାର ବାବୁ, ବିଶିଷ୍ଟ ଆଡ଼ଭୋକେଟ l କୋର୍ଟରୁ ଫେରି କ୍ଲାନ୍ତ ଶରୀର ଟାକୁ ସୋଫା ଉପରେ ଲଦି ଦେଇ ନିୟୁଜ ଉପରେ ଟିକିଏ ଆଖି ପକାଇବେ ବୋଲି, ଏତିକି ବି ସମୟ ତାଙ୍କୁ ମିଳୁନି l ଗୋଟିଏ ପରେ ଗୋଟିଏ ଫୋନ l ଶୁଭେଚ୍ଛାର ସୂଅ ଛୁଟି ଆସୁଛି କାରଣ ସେ ଆଜି ଗୋଟିଏ ବାଜିମାତ କରି ଆସିଛନ୍ତି l ଜଣେ ଆଇନ ଜୀଵୀ ହିସାବରେ 11ଜଣ ରେପିଷ୍ଟଙ୍କୁ ସେ ଫାଶି ଦଣ୍ଡାଦେଶ କରାଇଛନ୍ତି l 

     ନବମ ଶ୍ରେଣୀର ଛାତ୍ରୀ ରିଆ l ନିଛାଟିଆ ରାସ୍ତାରେ ଘରୁ ଖାଇ ଫେରୁଥିବା ସମୟରେ ଏ ବଦମାସ ଗୁଡିକ ତାକୁ ଟେକି ନେଇ ନିଜ କାମ ବାସନାକୁ ଚରିତାର୍ଥ କରିଛନ୍ତି l ସେତିକି ରେ ସେମାନଙ୍କ ମନ ପୂରିନି, ସେ ଝିଅକୁ ନେଇ ଜଣକ ଘରେ ରଖିଛନ୍ତି l ଲଗାତର 21ଦିନର ନିର୍ଯ୍ୟାତନାକୁ ସହି ସାରିବl ପରେ ବିଚରା ଝିଅଟିର ମୃତ୍ୟୁ ହେଇ ଯାଇଛି l ଶବକୁ ବି ଏମାନେ ଛାଡି ନାହାନ୍ତି l ଖିନଭିନ କରି ଖାଇ ସାରିବା ପରେ ବଡି(body)ଟାକୁ ପାର୍ଟ ପାର୍ଟ କରି ଅଲଗା ଅଲଗା ଜାଗାରେ ଫିଙ୍ଗି ଦେଇଛନ୍ତି l

      ସ୍କୁଲକୁ ଇନ ଟାଇମ ରେ ନ ଫେରିବାରୁ ପ୍ରଧାନଶିକ୍ଷକ ଘରକୁ ଜଣାଇ ଛନ୍ତି l ମା'ବାପା ଚାରିଆଡେ ଖୋଜି ସାରିବା ପରେ ଆଇନ ର ଆଶ୍ରୟ ନେଇଛନ୍ତି l ସେଇ କେସ ଆଜକୁ 15 ବର୍ଷ ଧରି ଚାଲି ଆସିଛି, ଆଉ ଆଜି ତା'ର ଦି ଏଣ୍ଡ (the end) କରେଇ ଆସିଛନ୍ତି ଓମକାର ବାବୁ ଅତି ସୁନ୍ଦର ଭାବରେ l

      ଅଦାଲତ ରୁ ଫେରିବା ବାଟରେ ଫେରାର ହେଇ ଯାଇଛନ୍ତି  ଅପରାଧୀ l ସେମାନଙ୍କର ପତ୍ତା ଏ ଯାଏଁ ମିଳିନି l ଖୁବ ଜୋରରେ ତନାଘନା ଚାଲିଛି, କେଜାଣି ପୋଲିସର ହାତକୁ ଆସିବେ କି କେଉଁ ଗଳିବାଟରେ ଲୁଚିଯିବେ !

       ଗରମlଗରମ ଚା'କପ ସହ କିଛି ସ୍ନାକ୍ସ ନେଇ ରିଆ ଆସିଛି ଡ୍ରଇଂ ରୁମକୁ ଆଉ କପଟା ବଢ଼ାଇ ଦେଇଛି ଓମକାର ବାବୁଙ୍କ ହାତକୁ l ରିଆ, ତାଙ୍କ ନୂଆ ମେଡ(maid)ମାସେ ହେଵ ଜଏନ କରିଛି, ଏମିତି ୟା ଆଗରୁ ଅନେକ ଗଲେଣି l ଚା'କପ ଟା ବଢା଼ଉ ବଢା଼ଉ ତା ସାଲୱାର ର ଉତ୍ତରୀ ଟା ଟିକିଏ ଖସିଯାଇଛି l ଓମକାର ବାବୁଙ୍କ ଡାହାଣl ଆଖି ଦୁଇଟା ସେଇଠି ପୂରା ଅଟକି ଯାଇଛି l ହାତରେ ଗରମ ଚା ଟିକିଏ ଚହଲି ପଡି ଯିବାରୁ ସେ ପ୍ରକୃତିସ୍ଥ ହେଇଛନ୍ତି, ଆଉ ମ୍ୟାଡ଼ାମ କଣ କରୁଛନ୍ତି ଜାଣିବାକୁ ଚାହିଁଛନ୍ତି l" ମ୍ୟାଡ଼ାମ ଆପଣଙ୍କୁ ଫୋନ କରିଥିଲେ, ଆଉ ମେସେଜ ବି, କିନ୍ତୁ ଆପଣ ରିପ୍ଲାଇ ନ ଦେବାରୁ ସେ ଏକା ଯାଇଛନ୍ତି ସୁଜାତା ମ୍ୟାମଙ୍କ ଆନିଭର୍ସରୀ ପାର୍ଟିକୁ l ତାଙ୍କର ଫେରିବାକୁ ଲେଟ ହେଵ l ମୁଁ ରାତିର ରୋଷେଇ ସାରି ଦେଇଛି, ଆପଣ ଖାଇ ନେବେ l ମ୍ୟାଡ଼ାମ ସେଇଠୁ ଡ଼ିନର କରି ଫେରିବେ କହିଛନ୍ତି l "

        ଏତକ କହି ଖାଲି ଚା'କପଟା ଉଠାଇ ନେଇ ଧୋଇ ରଖି ଦେବା ପରେ ସେ ତା'ସ୍କୁଟିର ଚାବିଟା ନେବାକୁ ରୋଷେଇଘର ଭିତରକୁ ଗଲା l ସେଇଠି ସବୁଦିନ ସେ ତା'ପର୍ସ ରଖେ l ପର୍ସ ଟା ଉଠେଇ ଆଣି, ରୋଷେଇ ଘର ଲାଇଟ ଅଫ କରି ବାହାରି ଆସିଛି, ଦେଖେ ତ ଓମକାର ବାବୁ ତା'ପଛେ ପଛେ l ଆଉ ସେ କିଛି କହିବା ଆଗରୁ ତା'ପାଟିକୁ ହାତରେ ବନ୍ଦ କରି ତାଙ୍କ ବେଡ଼ରୁମକୁ ଟାଣି ନେଇଯାଇଛନ୍ତି ରିଆକୁ l ନିଜକୁ ମୁକୁଳେଇବାର ଶତ ଚେଷ୍ଟା କରିଛି, ତଥାପି ମହାବଳ ବାଘର ପଞ୍ଝାରୁ ମୁକୁଳିବା ହୁଏତ ସହଜ, ହେଲେ ଜଣେ ନାରୀମାଂସ ଲୋଭୀ ର ପଞ୍ଝାରୁ ମୁକୁଳି ପାରିନି ରିଆ l


Rate this content
Log in

More oriya story from Dr Rashmita Panigrahi

Similar oriya story from Abstract