STORYMIRROR

Sunanda Mohanty

Abstract Tragedy Others

2  

Sunanda Mohanty

Abstract Tragedy Others

ରହସ୍ୟମୟୀ ଝିଅ

ରହସ୍ୟମୟୀ ଝିଅ

1 min
5

ସେଦିନ ହୁରି ପଡିଲା କିଆ ବୁଦା ମୂଳେ ଜିଅନ୍ତା ପିଲାଟେ, ଆଉ ଝିଅଟେ, ସାଉଁଟି ନେଲା କୋଳକୁ ସାବି. ବାବୁ ଘରେ କାମ କରି ପେଟ ପୋଷେ, ହେଲେ ସେଇଦିନ ରାତିରେ ବାବୁଙ୍କ ଅଭିଆଡ଼ି ଝିଅ ଆତ୍ମହତ୍ୟା କଲା, ଆଉ ବାବୁ ଯେବେ ସାବି ପାଖରେ ନେହୁରା ହୋଇଥିଲେ ପାଇଥିବା ପିଲା ଟିକୁ ତାଙ୍କୁ ଦେଇଦେବାକୁ ସାବି ସିନା ରାଜି ହେଇନଥିଲା, ହେଲେ ବାବୁ ପରା ସବୁ ଦାଇତ୍ୱ ନେଇଥିଲେ ମିଳିଥିବା ପିଲାର, ହେଲେ କାହିଁକି ର ଉତ୍ତର ତାଙ୍କ ମଲା ଅଭିଆଡ଼ି ଝିଅ କୁଆଡେ ଜନ୍ମ କରି ଫିଙ୍ଗିଦେଇଥିଲା ବୋଲି କେହି କେହି କହୁଥିଲେ ତ ସାବି ବି କାଠ ହେଇଯାଏ ଝିଅ କୁ ଦେଖି ସତରେ ବଡ ଲୋକ ଘର ଝିଅ ହେଇନଥିଲେ ଏମିତି ନାକ, କାନ, ସୌନ୍ଦର୍ଯ୍ୟ କଣ ସମ୍ଭବ, ଆଉ ସେଇ ଝିଅ ଏଵେ ଡାକ୍ତରାଣୀ, ତାରି ସେବା ଯୋଗୁଁ ବାବୁ ମରଣ ମୁଁହରୁ ବଞ୍ଚିଛନ୍ତି, ହେଲେ ବାବୁ ମାରିବା ଆଗରୁ ସବୁ ସମ୍ପତି ତାରି ନାମରେ, କଥାଟାର ରହସ୍ୟ କିଏ କଣ କହୁଥିଲା ବେଳେ ଝିଅ କୁ ଜାବୁଡି ମାଆ କହେ, ସେ ଆଗେ ମୋ ଝିଅ ହଁ ମାଆ, ମୁଁ ତୁମ ଝିଅ କହି ଡାକ୍ତରାଣୀ ଝିଅ ମାଆ ର ନାଡି ଦେଖି ଔଷଧ ଦେଉଥାଏ ତ ସାବି ଭାବେ, ମୋ ଝିଅ ପରି କିଏସେ ହେବ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract