STORYMIRROR

Dr Rashmita Panigrahi

Abstract

2  

Dr Rashmita Panigrahi

Abstract

ରହସ୍ୟ

ରହସ୍ୟ

3 mins
149


   ସେଦିନ ସଭାମଞ୍ଚଟି ଜନତାଙ୍କ ତାଳି ରେ ଫାଟି ପଡୁଥlଏ l ମଞ୍ଚରେ ସମ୍ବର୍ଦ୍ଧିତ ପ୍ରତିଭା କଳ୍ପନା ଦେବୀ l ତାଙ୍କୁ ଏ ମଞ୍ଚରେ ବିଶେଷ ସମ୍ବର୍ଦ୍ଧନା ଦିଆଯାଉଛି ତାଙ୍କ ସୃଜନୀ ର ଅଜସ୍ର ପ୍ରଶଂସକ ଙ୍କ ଉପସ୍ଥିତିରେ l ସୁ ଦୂର ତାମିଲନାଡୁରେ ଓଡ଼ିଆ ଲେଖିକାଙ୍କୁ ସମ୍ବର୍ଦ୍ଧନା l ତହିଁ ପର ଦିନ ଖବର କାଗଜ ଗୁଡିକର ପୃଷ୍ଠାରେ ବଡ଼ ବଡ଼ ଛବି ବାହାରିଗଲା, ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେଲା l କଳ୍ପନା ଦେବୀଙ୍କୁ "କବି ଗୌରବ " ସମ୍ମାନରେ ସମ୍ମାନିତ କରାଯାଇଛି l 

        ଘରଠୁ ବାହାର ଚାରିଆଡୁ ଶୁଭେଚ୍ଛାର ସୂଅ ଛୁଟି ଆସିଲା l କିଏ କହିଲେ "ତୁମେ ମଞ୍ଚ ଉପରେ ସୁନ୍ଦର କହିଲ l" ପୁଣି କିଏ କହିଲେ, "ତୁମେ ଓଡିଶା ମାଟିର ଗର୍ବ l"ତୁମ କବିତା ଭାବ ଗର୍ଭକ, ଭାରି ମନ ଛୁଆଁ, ମୋତେ ବହୁତ ଭଲ ଲାଗେ, ଏମିତି ଅଜସ୍ର କମେଣ୍ଟ ଆଉ ଶୁଭେଚ୍ଛାର ବାର୍ତ୍ତା କଳ୍ପନା ଦେବୀଙ୍କୁ ବେଶ ଉତ୍ସାହିତ କରେ ଆଉ ତାଙ୍କ ଲେଖନୀର ସ୍ରୋତ ବୋହିଚାଲେ l 

       ଦିନେ ସକାଳେ କଲିଙ୍ଗ ବେଲ ର ଶବ୍ଦ ଶୁଣି କଳ୍ପନା ଦେବୀ ବାହାରି ଆସନ୍ତି ତ ଦେଖନ୍ତି କିଛି ବିଶିଷ୍ଟ ସାହିତ୍ୟିକ ତାଙ୍କୁ ଭେଟି ଶୁଭେଚ୍ଛା ଦେବାକୁ ଆସିଛନ୍ତି l କଳ୍ପନା ଦେବୀ ସେମାନଙ୍କୁ ଆଦରରେ ଭିତରକୁ ପାଛୋଟି ନେଲେ, ସାମାନ୍ୟ ଚା ଜଳଖିଆ ର ବନ୍ଦେlବସ୍ତ ନିଜ ହାତରେ କଲେ l କଥା ପ୍ରସଙ୍ଗରେ ବିକାଶ ବାବୁ କହିଲେ ମ୍ୟାଡ଼ାମ ଯଦି ଖରାପ ନ ଭାବିବେ ଗୋଟିଏ କଥା ପଚାରି ଥାନ୍ତି l କଥା କଣ କି ଓଡ଼ିଶାରେ ମାନପତ୍ର ହାତେଇବା ଟା ଆମକୁ ଆସୁଛି, ହେଲେ ଆପଣ ତ ଆମଠୁ ଢେର ଆଗକୁ ଚାଲି ଗଲେ l ଟିକିଏ ଦୟାକରି କୁହନ୍ତେ ନି ଓଡିଶା ବାହାରେ ଏଇଟା କେମିତି ସମ୍ଭବ କଲେ l ଥରକ ରେ କଳ୍ପନା ଦେବୀ କଥା ଟାକୁ ଠଉରେଇ ପାରିଲେନି ବୋଧ ହୁଏ, ସଙ୍ଗେ ସଙ୍ଗେ ରାମବାବୁ କହି ଉଠିଲେ ନାଇଁ କଥା କଣ କି ଆପଣ ଏଇ ନୂଆ ନୂଆ ଘରୁ ଗୋଡ଼ କାଢିଛନ୍ତି, ଏତେ ଶୀଘ୍ର ସୁଦୂର ତାମିଲନାଡୁରେ ପହଞ୍ଚିଗଲେ, ସେ କୌଶଳଟା ଆମକୁ ଟିକିଏ ଶିଖାଇ ଦିଅନ୍ତେ ନି ! ଖାସ ସେଇଥିପାଇଁ ସବୁକାର୍ଯ୍ୟ କୁ ପଛରେ ପକାଇ ଆମେ ଆଜି ଆପଣଙ୍କ ପାଖକୁ ଛୁଟି ଆସିଛୁ l କଳ୍ପନା ଦେବୀଙ୍କ ଆଖିରୁ ଦୁଇ ଟୋପା ଲୁହ ଠସ ଠସ ଝରି ପଡିଲା l 

      ଆପଣମାନେ ମୋତେ ଭୁଲ ବୁଝି ଛନ୍ତି l ଆପଣ ପରିଶ୍ରମ କରନ୍ତୁ ଫଳ ନିଶ୍ଚୟ ପାଇବେ l ଆପଣ ମାନେ ଭାବୁଛନ୍ତି ମୁଁ ତାମିଲନାଡୁର ସେ ସାହିତ୍ୟ ଅନୁଷ୍ଠାନ ରୁ କୌଶଳ କରି ସମ୍ବର୍ଦ୍ଧିତ ହେଇଛି ବୋଲି l କ୍ଷମା କରିବେ, ଯଦି ଏଇ ମାର୍ଗ ଆପଣ ଖୋଜୁଛନ୍ତି ତେବେ ମୁଁ ନାଚାର l ମୁଁ ସାଧା

ରଣ ଜଣେ ଗୃହିଣୀ l ବାହାର ର ଦୁନିଆକୁ ଭଲ କରି ଦେଖି ବି ନାହିଁ l ପୁଅ ଝିଅ ବଡ଼ ହେଲା ପରେ ମୋତେ ବାଧ୍ୟ କରି ମୋର ଲେଖା ସବୁ ନେଇ, ତାକୁ ଏଡିଟିଂ କରି ବିଭିନ୍ନ ଗ୍ରୁପ ରେ ପୋଷ୍ଟ କରୁଛନ୍ତି, ସେଇ ଗ୍ରୁପ ରୁ ମୋର ଲେଖା ବଛା ହୋଇ ମୋତେ ପୁରସ୍କୃତ କରୁଛନ୍ତି l ଆପଣ ମାନେ ଜାଣି ନ ଥିବେ ପ୍ରତିଦିନ ରାତିରେ 2ଟା /3ଟା ପର୍ଯ୍ୟନ୍ତ ମୁଁ ଲେଖେ ଆଉ ତାକୁ ଟାଇପ କରି ଶୋଇଲା ବେଳକୁ ରାତି ପାହି ଆସୁ ଥାଏ l ଘଣ୍ଟାଏ /ଦୁଇ ଘଣ୍ଟା ରୁ ଅଧିକା କେବେ ଶୋଇବା କୁ ପାଏନି l 

     ଖାଲି ସେତିକି ନୁହେଁ ବିକାଶ ବାବୁ, ମୋ ଲେଖାକୁ ସେଇ ଗ୍ରୁପରୁ ନେଇ ନେଇ ଜଣେ ପ୍ରକାଶକ ମୋର ଦୁଇ ଖଣ୍ଡ ବହି ପ୍ରକାଶ କରିବାକୁ ମୋର ଅନୁମତି ନେଇ ଛନ୍ତି l ସେଇ ପ୍ରକାଶକ ଙ୍କୁ ବି ମୁଁ ଟଙ୍କା ଟିଏ ଦେଇନି, କି ସେ ମାଗି ନାହାନ୍ତି, ଓଲଟା ବହି ଲାଇବ୍ରେରୀକୁ ଗଲା ପରେ ମୋତେ କିଛି ପାରିଶ୍ରମିକ ଦେବେ ବୋଲି ସେ ପ୍ରତିଶୃତି ବଦ୍ଧ l ଆପଣ ମାନେ ତ ମୋ ଠାରୁ ବହୁତ ଅଭିଜ୍ଞ l ଆଉ ଅଧିକ ଏ ସମ୍ପର୍କରେ ମୁଁ କଣ ବା କହିବି !

       ପ୍ରକାଶ ବାବୁ, ରାମ ବାବୁ ଓ ଅନ୍ୟମାନେ ପରସ୍ପର ଠାରl ଠାରି ହେଇ ଆସୁଛୁ କହି ବିଦାୟ ନେଲେ l ଆସି ଚା ଦୋକାନ ରେ ଏକତ୍ରିତ ଭାବେ ଚା ପାନ କଲେ l ଚା ପାନ ତ ଏକ ବାହାନା, ମୂଳକଥା ହେଲା କିଛି ପରଚର୍ଚ୍ଚା ବାକି ରହି ଯାଉଛି, କିଛି କଥା ପେଟ ଭିତରେ ଆଉଟୁ ପାଉଟୁ ହେଉଛି l ଏ ପର୍ଯ୍ୟନ୍ତ ଚୁପ ଚାପ ଥିବା ରାଜେଶ ବାବୁ ଏବେ ମୁହଁ ଖୋଲିଲେ, କହିଲେ "ବେଶୀ ଦେଖେଇ ହେଉଛି, ଆମେ ଜାଣିନୁ ! ଆମେ ପରା ଗାତର ପୁରୁଣା ମୂଷl l ସେ ଆମକୁ କିଛି କହିଲାନି, କାଳେ ଆମେ ପ୍ରେସ ଵାଲା ଙ୍କୁ କହି ଦେବା l 

       ରାମ ବାବୁ କୋଉ ଛାଡ଼ିବା ଲୋକ l ସଙ୍ଗେ ସଙ୍ଗେ କହି ଉଠିଲେ, ଯାହା ତ ଲେଖୁଛି ଫୁଟାଣି କହିଲେ ନ ସରେ l ସମସ୍ତେ ଖାଲି ତାକୁ ଡାକୁଛନ୍ତି, ଆରେ ନା...., ସେ କାଳେ ଅପ୍ସରୀ.... କହୁ କହୁ ସମସ୍ତେ ହୋ ହୋ ହେଇ ହସି ଉଠିଲେ l ସମସ୍ତଙ୍କ କଥାକୁ ନିରପେକ୍ଷ ଭାବେ ଶୁଣୁ ଥିବା ରାଜ ବାବୁ କହିଲେ, କାହାକୁ ପଛରେ ଏମିତି କହିବାଟା ଆଦୌ ଠିକ ନୁହଁ l ସେ ଲେଖୁ ଛନ୍ତି, ଅଧିକ ଲେଖୁ ଛନ୍ତି, ଅନ୍-ଲାଇନ ପୋଷ୍ଟ କରୁଛନ୍ତି, ଅଧିକ ସଂଖ୍ୟାର ଲୋକଙ୍କ ପାଖରେ ସେଇଟା ପହଁଚୁଛି, ସେଇଟା ହିଁ ତାଙ୍କ ସଫଳତା ର ରହସ୍ୟ l ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ସେ ଓଡିଶାର ନାଁ ଆହୁରି ଆଗକୁ ନିଅନ୍ତୁ l ସମସ୍ତେ ହଠାତ କିନା ଚୁପ ହେଇ ଗଲେ, ସତେ ଯେମିତି କେହି ତାଙ୍କୁ ଜୋରରେ ଚାପୁଡ଼ାଟାଏ କଷି ଦେଲା l 

      


Rate this content
Log in

Similar oriya story from Abstract