pawan mohakul

Abstract Classics Inspirational

3  

pawan mohakul

Abstract Classics Inspirational

reservation ହଟାଅ ଦେଶ ବଞ୍ଚାଅ

reservation ହଟାଅ ଦେଶ ବଞ୍ଚାଅ

2 mins
335



ସ୍କୁଲ୍ ରେ 

ଗୋଟେ ଷଷ୍ଠ କ୍ଲାସ୍ ର ପିଲା

 ନିଜ ଘର କୁ ଆସି 

ନିଜ ମାଁ କୁ ପଚାରିଲା :- "ମାଁ ଇଏ SC ଆଉ ST କଣ ଅଟେ।"


ମାଁ :- ପୁଅ ରେ, 

ତୁ ଏମିତି କଣ ଜାଣିବାକୁ ଚାହୁଁଚୁ ?


ପୁଅ :- ଆଜି ସର୍ ଆମକୁ ପଚାରିଲେ କିଏ କିଏ SC/ST ଅଛ।


ମାଁ:- ସାର୍ ଏମିତି କାହିଁକି ପଚାରିଲେ, ସେ କଣ କହିଲେନି ?


ପୁଅ :- ଖାଲି ଏତିକି କହିଲେ ଯିଏ ଯିଏ SC/ST ଅଛ ତାଙ୍କ ଆକାଉଣ୍ଟ୍ ନମ୍ୱର୍ ଦେଲେ ଟଙ୍କା ମିଳିବ। 

କିନ୍ତୁ ମାଁ, ସାର୍ ଏମିତି କାହିଁକି କହିଲେ ଯେ ?


ମାଁ :- ପୁଅ

ଆମ ସମ୍ବିଧାନରେ 4ଟି Caste ଅଛି

SC, ST, OBC ଏବଂ General 

ସରକାର ସେହି ଗରିବ ଏବଂ ପଛୁଆ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସୁବିଧା ଗୁଡ଼ିକ ଦେଇଛନ୍ତିି ।


ପୁଅ -: ହେଲେ ମାଁ

କେବଳ ତାଙ୍କୁ କାହିଁକି ମିଳୁଛି ଆଉ 

ମୋ ସାଙ୍ଗ ତ ଗରିବ ନୁହେଁ ପୁଣି ତାକୁ ବି ମିଳିବ ଟଙ୍କା ?

ଏହି ସୁବିଧା ଗରିବଙ୍କ ପାଇଁ ଯଦିି, ହେଲେ ମା ଆମେ ବି ତ ଗରିବ ନା...

ଆମକୁ କାଇଁ ମିଳିବନି ଟଙ୍କା ?


ମାଁ :- ପୁଅ, ଏ ସବୁ ସମ୍ବିଧାନ ରେ ଲେଖା ହୋଇଛି।


ପୁଅ :- କିନ୍ତୁ ମାଁ, ସମ୍ବିଧାନ ରେ ତ ଲେଖା ଅଛି ସମସ୍ତଙ୍କର ସମାନ ଅଧିକାର ଅଛି, ପୁଣି ଏ ସବୁ କ'ଣ ?


ମାଁ :- ପୁଅ 

ଏ ସବୁ ଗୋଟେ ଗୋଟେ ରାଜନିତୀ ର ଚାଲ୍

ଏମାନଙ୍କ ଯୋଗୁଁ ଆଜି 

ଧର୍ମ ଏବଂ ଜାତିର ନାମରେ ଲୋକେ ଏକ ସମାନ ନୁହନ୍ତି।


ପୁଅ :- ତେବେ ମାଁ ଆମେ କଣ ଅଟୁ ? ଯାହା ପାଇଁ ଆମକୁ ପଇସା ମିଳିବନି।  


ମା-ଆମେ ପରା ଉଚ୍ଚ ଜାତି ବ୍ରାହ୍ମଣ (General)

ଆମ ଭାଗ୍ୟ ଖରାପ ରେ ପୁଅ

ସାରା ପୃଥିବୀରେ କୌଣସି ଦେଶରେ ବି ଏମିତି ନିୟମ ନାହିଁ

ଯାହା ଆମ ଭାରତରେ ଲାଗୁ ହୋଇଛି

ଏହି ସୁବିଧା, ସମ୍ବିଧାନ ର ପ୍ରଣୟେତା 10 ବର୍ଷ ପାଇଁ ଲାଗୁ କରିଥିଲେ 

କିନ୍ତୁ ଏହି ଭୋଟ ପିପାସୁ ଲୋକ କ୍ଷମତାର ଲାଳସାରେ ୟାକୁ ପୂର୍ଣ୍ଣ ରୂପରେ ଲାଗୁ କରିଦେଲେ।


ପୁଅ :- ମାଁ କ’ଣ ଆଗକୁ ବି  

ମୋତେ ଏ ସବୁ ଅସୁବିଧା ଭୋଗିବାକୁ ପଡ଼ିବ ?


ମାଁ :- ହଁ ରେ ପୁଅ, 

ଆଗକୁ ତୋତେ ପାଠ ପଢାରେ, 

ଚାକିରି କ୍ଷେତ୍ରରେ, ପ୍ରମୋଶନରେ, 

ସବୁ କ୍ଷେତ୍ରରେ ଅସୁବିଧା ଆସିବ,

ଜାତିବାଦର ବିଷ ତୋତେ ଏତେ ଦୁର୍ବଳ କରିଦେବ ଯେ ତୁ ଯେତେ ବି ସହ,

ଦିନେ ନା ଦିନେ ତୁ କହିବୁ ଏହି କୋଟା ବନ୍ଦ କର।


ପୁଅ :- ମାଁ କ'ଣ ଆମକୁ ସାହାଯ୍ୟ କେହି କରିବେନି ?

 ଭଗବାନ କରିଥାନ୍ତେ ମୁଁ ଭାରତ ଛାଡ଼ି ଅନ୍ୟ କେଉଁ ଦେଶରେ ଜନ୍ମ ହୋଇଥାନ୍ତି।


ମାଁ :- ଏମିତି କୁହନ୍ତିନିରେ ପୁଅ

 ଏଇ ମାଟି ପାଇଁ ଆମ ପୂର୍ବପୁରୁଷ ମାନେ କେତେ ବଳିଦାନ ଦେଇଛନ୍ତି। 

ଆମେ ଗର୍ବ କରିବା ଯେ ଆମେ ଭାରତୀୟ ।


କିନ୍ତୁ ଏହି ଦେଶର ରକ୍ଷକ ଆମ ଗରିବି ଦୂର କରିବା ବଦଳରେ କ୍ଷମତାର ଲାଳସାରେ ସାମାନ୍ୟ ଭୋଟ କୁ ଆଶାରେ ଦେଶ କୁ ବର୍ବାଦ୍ କରିପକାଉଛନ୍ତି।

 

ପୁଅ :- ମାଁ, ମୋ ସାଙ୍ଗ କହୁଚି ପଇସା ମିଳିବା ପରେ ପାର୍ଟି କରିବ।

ମା ଆମକୁ ତ ଦିନକର ଖାଦ୍ୟ ବଡ଼ କଷ୍ଟ ରେ ମିଳୁଛି ଆଉ ମୋ ସାଙ୍ଗ ମାନେ ପାର୍ଟି କରିବେ,, 

ମାଁ ମୁଁ କାଲି ଠୁ ସ୍କୁଲ୍ ଆଉ ଯିବି ନାହିଁ ।


ମାଁ :- ନା ରେ ପୁଅ, 

ତୁ ସବୁବେଳେ ସ୍କୁଲ୍ ଯା ଆଉ ମନ ଦେଇ ପାଠ ପଢ଼ ପାଠ ପଢି କାଳେ ଏହି କୋଟା କୁ ବଦଳେଇ ଦେଇ ପାରୁ।


ପୁଅ :- ହଁ ମାଁ ମୁଁ ବହୁତ୍ ପାଠ ପଢିବି କିନ୍ତୁ

 ଆମ ପାଖରେ ତ ଏତେ ପଇସା ନାହିଁ ଯେ ଆଗକୁ ପଢି ପାରିବି।


ମାଁ :- ତୁ ଚିନ୍ତା କରନା ମୁଁ କାମ କରିବି ତୋ ପାଇଁ ଆଉ ତୋତେ ବହୁତ୍ ପଢେଇବି।


ଏହି Message ଟି ଆମ ରାଜନେତାଙ୍କ ପାଖରେ ପହଂଚୁ ଯେମିତି ସେମାନେ କେବଳ ଗରିବଙ୍କୁ କୋଟା ଦିଅନ୍ତୁ ଆର୍ଥିକ ସମ୍ବଳ ଲୋକଙ୍କୁ ନୁହେଁ।





Rate this content
Log in

Similar oriya story from Abstract