ରାୟ
ରାୟ
ନିମାଇଁ ର ଅଭିଯୋଗ - " ମୋ ଦୋକାନ କଡ଼ରେ ହୋଇଥିବା ସଜନା ଗଛରୁ ମଙ୍ଗୁଳି ଛୁଇଁ ତୋଳି ନେଇଛି ମୁଁ ନଥିବା ବେଳେ । ମୁଁ ଏ କଥା ତାକୁ ପଚାରିଲାରୁ ତା ପୁଅ ମୋତେ ଖରାପ ଭାଷା ରେ ଶୋଧା ଶୋଧି କରିବା ସହ ଟେକା ମାରି ମୋ ଥାକ କାଚ ଭାଙ୍ଗି ଦେଇଛି ଯାହା ଫଳରେ ମୋର ଦେଢସହ ମିଠା ଆଉ ତିନି ଟଙ୍କା ର ଛେନା ପୋଡ କାଚ ଟୁକୁଡା ପଡି ନଷ୍ଟ ହୋଇ ଯାଇଛି । ସେ ନଷ୍ଟ କରିଥିବା ଜିନିଷ କ୍ଷତିପୂରଣ ମୋତେ ଦେଉ ।
ସରପଞ୍ଚ ବାବୁ ଭିମା ଆଡେ ଚାହିଁ କହିଲେ - ତୁ କ'ଣ କହ?
ଭିମା କହିଲା - " ସରକାରୀ ଜାଗାରେ ଗଛ ହୋଇଛି । ମୋ ବାପା କେତେବେଳେ ଦିଇଟା ଛୁଇଁ ତୋଳି ନେଇ ଯାଇଛନ୍ତି । ତା'ବୋଲି କ'ଣ ସେ ମୋ ବାପାଙ୍କୁ ଲୋକଙ୍କ ଆଗରେ ବେଜିତ୍ କରିବ ? ଗଛ କ'ଣ ତା ବାପା ଅଜା ସଂପତ୍ତି ?
ଉଭୟ ପକ୍ଷ ର ଅଭିଯୋଗ, ଯୁକ୍ତିତର୍କ ଓ ପ
୍ରତିଉତ୍ତର ଶୁଣି ପ୍ରାୟ ଘଣ୍ଟାକ କାଳ ବିଚାର ବିମର୍ଶ ପରେ ସରପଞ୍ଚ ମହୋଦୟ ରାୟ ଦେଲେ
- " ସବୁ ଘଟଣାର ମୂଳ ହେଲା ସେଇ ସଜନା ଗଛ । ଆଜି ମଙ୍ଗୁଳି ଛୁଇଁ ନେଲା ପାଟି ଗୋଳ କାଚ ଭାଙ୍ଗିଲା ଯାହା କ୍ଷୟ କ୍ଷତି ହେଲା କାଲି ଆଉ କିଏ ନେବ ପୁଣି ମୁଣ୍ଡ ଫଟା ଫଟି ନହେବ କିଏ କହିବ ?
ତେଣୁ ନିମାଇଁ ର ନଷ୍ଟ ହୋଇଥିବା ସାମଗ୍ରୀ ପାଇଁ ତାକୁ କ୍ଷତିପୂରଣ ଦିଅନ୍ତୁ ତା ସହିତ ଭବିଷ୍ୟତ ରେ ଆଉ ବିଶୃଙ୍ଖଳା ନ ହେବା ପାଇଁ ସେ ସଜନା ଗଛ ଟିକୁ କାଟି ଦିଆଯାଉ ।"
****************
ରାୟ ର କୋଡ଼ିଏ ମିନିଟ୍ ପରେ ଗଛଟି ଲୋଟିଥିଲା ଭୁଇଁ ଉପରେ । ତା ଦେହରୁ ଝରୁଥିବା ରକ୍ତ କାହା ଆଖିକୁ ଦେଖା ଯାଉ ନଥିଲା ସେତେବେଳେ କାରଣ ସେ ରକ୍ତର ରଙ୍ଗ ଲାଲ୍ ନଥିଲା ।