STORYMIRROR

suchismita Panda

Drama Tragedy Others

3  

suchismita Panda

Drama Tragedy Others

ରାତିଟିଏ

ରାତିଟିଏ

3 mins
164

     ଫେବୃଆରୀ ଚଉଦ । ଭାଲେଣ୍ଟାଇନ ଦିନ ରୂପେ ସାରା ବିଶ୍ବ ପାଳନ କରେ । ନୂଆଁ ବାହା ହୋଇଥିବା ପ୍ରମୋଦ ମଧ୍ୟ ନିଜ ପତ୍ନୀ ସହ ଏଇ ଦିନଟିକୁ ଖୁସିରେ ବିତେଇବାକୁ ଇଚ୍ଛା କରି ଚାକିରୀରୁ ଛୁଟିନେଇ ଘରକୁ ଲେଉଟି ଆସୁଥିଲେ । ଗାଁକୁ ଫେରିବାର ଶେଷ ବସରେ ସେ ବସି ଆସୁଛନ୍ତି । ଏପଟେ କିନ୍ତୁ ସେ ଆସୁଥାଏ କଥା ଘରେ କେହି ଜାଣିନଥିଲେ । ଏମିତିକି ପତ୍ନୀ ମାଧୁରୀ ମଧ୍ୟ ଅଜଣା ଥିଲେ । 

     ସାତ ଆଠ ଘଣ୍ଟାର ଲମ୍ବା ରାସ୍ତା । ବସରେ ଆସୁଥାଏ ପ୍ରମୋଦ । ଅଧା ବାଟରେ ବସ ଗୋଟିଏ ଚା ଦୋକାନ ପାଖେ କିଛି ସମୟ ରଖେ । ଯାତ୍ରା ମାନେ କିଛି ସମୟ ପାଇଁ ବାହାରକୁ ବାହାରିଥିଲେ । ଏଇ ସମୟରେ କାରଟିଏ ମଧ୍ୟ ଆସି ସେଠି ଠିଆ ହୁଏ । ପ୍ରମୋଦର ଆଖି ପଡେ । କାରରୁ ବାହାରି ପଡନ୍ତି ଜଣେ ପୁଅ ସହ ଝିଅ । ବୋଧ ହୁଏ ସେମାନେ ସ୍ବାମୀ ସ୍ତ୍ରୀ ବୋଲି ତାର ଅନୁମାନ ହୁଏ । ଚା ଦୋକାନରୁ କିଛି କିଣିବା ପରେ ସେମାନେ ଯେମିତି କାରରେ ବସିବାକୁ ଯାନ୍ତି ହଠାତ୍ କୌଣସି କାରଣରୁ କାର ଜଳିଉଠେ । କିଛି ବୁଝିବା ପୂର୍ବରୁ ଲୋକମାନଙ୍କର ଚିତ୍କାରରେ ଚାରିଦିଗ ଫାଟିପଡେ । ବସର ଯାତ୍ରୀଗଣଙ୍କ ଭିତରେ ଭୟ ମାଡେ । ବସ ଡ୍ରାଇଭର ମଧ୍ୟ ବସକୁ ପଛକୁ ନେଇଯାଏ । ସଙ୍ଗେ ସଙ୍ଗେ ସେମାନଙ୍କ ସେଇ କାରରୁ ଉଦ୍ଧାର କରିବାକୁ ସମସ୍ତେ ଏକଜୁଟ ହୋଇପଡନ୍ତି । ଏପଟେ ପୋଲିସକୁ ମଧ୍ୟ ଫୋନ୍ କରାଯାଇଥାଏ ।

      କାର ଭିତରୁ ଦୁହିଁଙ୍କୁ ଅସୁସ୍ଥ ଏବଂ ଅର୍ଦ୍ଧ ଦଗ୍ଧ ଅବସ୍ଥା ବାହାରକୁ ଅଣାଯାଏ ତଥାପି ଦୁହିଁଙ୍କ ଚେତା ବୁଡିନଥାଏ । କେବଳ ଛଟପଟରେ ଦୁହେଁ ଭାରି ଡହଳ ବିକଳ ହୋଇପଡୁଥାନ୍ତି । ଦୁହିଁଙ୍କୁ ଖଣ୍ଡେ ଓଦା କପଡା ଘୋଡେଏ ଦିଆଯାଏ ତଥାପି ସେମାନଙ୍କ ଛଟପଟ କହିଲେ ନସରେ । ପ୍ରମୋଦ କାରରେ ଆସିଥିବା ପୁଅଟିର ପାଖୁକୁ ଯାଇ ତାକୁ ସାହାସ ଦେଉଥାଏ । ସେତେବେଳେ ପିଲାଟି ପ୍ରମୋଦଠି ଆଶା ରଖି କହେ ମୋ ପତ୍ନୀକୁ ମୋ ପାଖକୁ ନେଇଆସ ।ସେ ମୋ ପାଖରେ ଥିଲେ ମୋର ଓ ତାର କିଛି ହେବନି । କାଲି ଆଉ ମୁଁ ବଂଚିବି କି ମରିବି ଜାଣିନି ତେଣୁ ଆଜି ତାକୁ ମୋ ଠୁ ଦୂରେଇ ରଖନି । ଦୟାକରି ମୋ ପାଖକୁ ଆଣିଦିଅ । ପ୍ରମୋଦ ଭାରି ମନ ଦୁଃଖରେ ପଡିଯାଏ । ସେ ଜଣେ ପ୍ରେମିକ ହୋଇ ଚିନ୍ତା କରି ଦୁଃଖକୁ ହୃଦୟଙ୍ଗମ କରିପାରେ ଏବଂ ଲୋକଙ୍କୁ କହି ଝିଅଟିକୁ ମଧ୍ୟ ତା ପାଖେ ଆଣି ରଖେ ।

     ପାଖକୁ ଆସିବା ପରେ ଦୁହେଁ ଦୁହିଁଙ୍କ ହାତକୁ ଜାବୁଡି ଧରନ୍ତି । ଝିଅଟି କାନ୍ଦି କାନ୍ଦି କହେ ମୁଁ କହିଲି ବୋଲି ଆମେ ବୁଲି ଆସୁଥିଲା ଏବଂ ଏଇ ଦୁର୍ଘଟଣା ହେଲା । ହେଲେ ପୁଅଟି କହେ ମୁଁ ନ ଚାହିଁଥିଲେ ଆମେ କେମିତି ଆସିଥାନ୍ତା ଯେ । ମୋର ଇଚ୍ଛା ଯାହା ଥିଲା ତମେ ତାହା ହିଁ କହିଥିଲ । ଏତେ ଦୁଃଖରେ ମଧ୍ୟ ସେମାନେ ହସି ଦେଲେ । ପ୍ରମୋଦ ଏସବୁ ଦେଖି ଭାରି କଷ୍ଟ ପାଉଥାଏ । ଠାକୁରଙ୍କ ଆଗେ ସେମାନଙ୍କ ସୁସ୍ଥତା ପାଇଁ କାମନା କରୁଥାଏ । ଏଇ ଭିତରେ ସେମାନେ ମଧ୍ୟ ଦୁହେଁ ଦୁହିଁଙ୍କୁ ଆଇ ଲଭ ୟୁ ଫରଏଭର କହିସାରିଥାଲେ ଏବଂ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ।

    ବସଟି ମଧ୍ୟ ବଢିଲା ଆଗକୁ ହେଲେ ପ୍ରମୋଦର ମନରେ ଗଭୀର ଛାଦ ଦେଇଗଲା। ସାରା ରାତି ଆଉ ତା ଆଖିରେ ନିଦ ନଥାଏ । ବାରମ୍ବାର ସେ ସେଇ ଘଟଣାର ଭୟାବହତାକୁ ଭାବୁଥାଏ । ଯଦି ନିଆଁ ଦୁହିଁଙ୍କୁ ଖାଇଦେଇଥାନ୍ତା ତେବେ କେମିତି କଣ ହୋଇଥାନ୍ତା ଏମିତି ନାନାଦି ଏପଟ ସେପଟ ଭାବନାରେ ତା ମନ ବିଚଳିତ ହେଉଥାଏ । 

      ସକାଳ ହେବା ପରେ ସାମାନ୍ୟ ଡେରିରେ ବସ ଲାଗିଲା ଗାଁ ଛକରେ । ବସରୁ ଓହ୍ଲାଇ ପ୍ରମୋଦ ଆଉ କିଛି ନଦେଖି ଏକମୁହା ହୋଇ ଆସିଲା ଘରକୁ । ବାଟରେ କିଏ କିଛି କହିଲେ ମଧ୍ୟ ତାର ଆଉ କିଛି ଶୁଣିବାର ନଥିଲା । ତା ମନରେ କେବଳ ହିଁ କେବଳ ଭୟ ବସିଥିଲା । ଘର ମୁହଁଏ ପହଞ୍ଚି ସଭିଙ୍କୁ କୁଶଳ ମଙ୍ଗଳ ଦେଖି ତା ମନ ସାମାନ୍ୟ ସ୍ଥିର ତ ହେଲା ହେଲେ ଯେତେବେଳେ ପତ୍ନୀ ମାଧୁରୀକୁ ସେ କୁଣ୍ଢେଇ ଧରି ମନର ଭୟକୁ ଲୁହରେ ବହାଇ ଦେଲା ସେତେବେଳେ ଯାଇ ସଂପୂର୍ଣ୍ଣ ଭାବେ ଶାନ୍ତି ପାଇଲା । ଭୟାବହ ରାତିଟିଏ ତା ଭିତରେ ପତ୍ନୀର ମହତ୍ତ୍ଵ ବେଶ ବୁଝେଇ ଦେଇଥିଲା ଆଉ ସେ ସେଇ କିଛି ଘଣ୍ଟାର ଯାତ୍ରା ଭିତରେ ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ମୃତ୍ୟୁକୁ ଅତି ନିକଟରୁ ଦେଖି ଜୀବନର ମୂଲ୍ୟ ବୁଝିବାକୁ କୌଣସି ଅସୁବିଧା ହୋଇନଥିଲା ତାକୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama