Lipsa Acharya

Tragedy Thriller

5.0  

Lipsa Acharya

Tragedy Thriller

ରାତିର ଅକୁହା କାହାଣୀ

ରାତିର ଅକୁହା କାହାଣୀ

5 mins
514


ବୟସର ଅପରାହ୍ନରେ ବି, ସେ ସାତଦିନର ଘଟଣା କଥା ମନେ ପଡିଗଲେ ମିଶ୍ର ବୁଢାର ମୋଡି ହେଇଯାଇଥିବା ଚର୍ମ ଭିତରୁ ଲୋମ ଠିଆ ହେଇ ପଡେ । ନିଜ ଛଡା କେହି ବି ଜାଣି ନାହାନ୍ତି । ମିଶ୍ର ବୁଢାର ଜୁଇ ସହିତ ରହସ୍ଯଟା ଦୁନିଆଁରୁ ନିଚିହ୍ନ ହବ । କେମିତି କହିବ ସେ, କହିଲେ ବା କିଏ ବିଶ୍ବାସ କରିବ । ମିଶ୍ର ବୁଢା ଅବିବାହିତ । ମରିଗଲେ କାହାର ଯାଏ ଆସେ ନାହିଁ । କିଏ ଆହା ! ପଦେ କହିବାକୁ ନାହିଁ । ଏତେ ବଡ ଦୁନିଆଁରେ ସେ ଏକା । 


      ନା ନା ବୁଢା ଏକା ନୁହେଁ । ସେ ସାତ ଦିନର ଘଟଣା ତାକୁ କେବେ ଏକା କରେଇ ଦେଇନି । ବସିଲେ ଉଠିଲେ ଶରୀରର ଛାଇ ପରି ଚଳପ୍ରଚଳ କରେ ରହସ୍ଯଟା । ଗାଁ ରେ ସବୁ କୁହନ୍ତୁ , ମିଶ୍ର ବୁଢା , ଯୌବନରେ ବଡ ଚୋର ଥିଲା । ପୋଲିସ୍ କୁ ନାକେଦମ୍ କରିଦେଇଥିଲା । ହଠାତ୍ ବୁଢା ସବୁଛାଡି ଦେଇ ଦସ୍ଯୁରୁ ଋଷି ପାଲଟିଗଲା । ପୋଲିସ୍ ପାଖରେ ଆତ୍ମସର୍ମପଣ କଲା । ପୁରା ସୁଧାର କେମିତି ହେଲା କେଜାଣି ??


         ବୁଢାର ସେ ରହସ୍ଯ ଭରା କଥାକୁ ଜାଣିବା ପାଇଁ ଗାଁ ଲୋକ ପଚାରି ପଚାରି ହାର୍ ମାନିଲେ । ବୁଢାର ସାଙ୍ଗ ମାନେ ଚୁଗୁଲି କରନ୍ତି ;" ତୁ ଆଉ କେଉଁ ମାଇପି ପ୍ରେମରେ ପଡି ସାଧୁ ପାଲଟି ଗଲୁ କି ??" ମିଶ୍ର ବୁଢା ପ୍ରଶ୍ନ ଶୁଣି ନିରବ ରୁହେ । କିଛି କୁହେ ନାହିଁ । 


        ଦିନେ ଗାଁ ଦାଣ୍ଡରେ ଭେଣ୍ଢିଆ ରାମ ଟୋକା ତା ସ୍ତ୍ରୀ କୁ ମାରଧର କରୁଥିଲା । ସବୁ ଚୁପ୍ ଚୁପ୍ ଦେଖୁଥାନ୍ତି ସିନା କେହି ବି ପାଟି ଖୋଲି ରାମକୁ ଆକଟ କରୁନଥିଲେ । ମିଶ୍ର ବୁଢା ରାଗିଯାଇ ବଡ ପାଟିରେ ଗାଳିଦେଇ ରାମକୁ ଚୁପ୍ କଲା । ଗାଁ ଲୋକ ମାନଙ୍କୁ ବି ପଦେଅଧେ ଶୁଣାଇଲା । ସମସ୍ତଙ୍କୁ ନିଜ ନିଜ କାମ କରିବାକୁ ତାଗିତ୍ କରି , ନିଜ ଘର ଆଡକୁ ପାଦ ବଡେଇ ଚାଲିଲା । ତା ମନଟା କିଛି ପରିମାଣରେ ବିଚଳିତ ହେଲା । ବୋଧହୁଏ ମିଶ୍ର ବୁଢୀକୁ ମନେ ପକାଉଥିଲା ।


       ବୁଢା ତ ବାହା ହେଇନି ବୁଢୀ ଆସିଲା କେଉଁଠୁ ? ସେହି ତ ରହସ୍ଯ । ଯାହା ଗାଁ ଲୋକ ଜାଣିବାକୁ ଚାହାନ୍ତି । ଯାହାକୁ ବୁଢା ନିଜ ଛାତିରେ ଲୁଚେଇ କାଳର ଗର୍ଭରେ ହଜିଯିବାକୁ ଚାହେଁ । କିଏ କେତେ ଟାହି ଟାପୁରା କଲେ ବି , ଚୁପ୍ ରୁହେ । ସେ ଅନେକ ଦିନ ତଳର କଥା । କେତେ ବର୍ଷର ବୁଢାର ବି ମନେ ନାହିଁ । ଖାଲି ଯାହା ରହସ୍ଯଟାକୁ କହିବାକୁ ଜଣେ ଆତ୍ମୀୟ ଟିଏ ଖୋଜୁ ଥିଲା ବୁଢା ।କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ବୁଢା ସବୁଠାରୁ ଅଧିକ ବିଚଳିତ ହୁଏ । ଆର ବର୍ଷକୁ ବଞ୍ଚିଥିବ କି ନାହିଁ। ଆଜି ଯେମିତି ହେଲେ ଆତ୍ମୀୟକୁ ଏ ମନର କଥା କହିଦେବ । ବୋଝକୁ ଟିକିଏ ହାଲୁକା କରିବ । 


       କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଦାଣ୍ଡ ଉତ୍ସବରେ ଫାଟି ପଡୁଛି । ବାଡୁଆ ଝିଅ ଚାନ୍ଦପରି ବରପାତ୍ରଟେ ପାଇବା ପାଇଁ ନୁଆ ଲୁଗା ପିନ୍ଧି ସଜେଇ ହେଇ ଲିଆ ଫଳମୂଳ ଧରି ପୂଜା କୁରୁଛନ୍ତି । ପୁଣି ଆଜି ଜହ୍ନିଓଷା ର ଭଷାଣି ଦିନ । ବାଦ୍ଯ ସାଙ୍ଗକୁ ପରବା ନୃତ୍ଯ ସହିତ ତୁଳସୀ ଦେବୀକୁ ମୁଣ୍ଡରେ ଥରି ପଟୁଆରରେ ବାହାରି ପଡିଲେଣି ଝିଅମାନେ । ଚାକଚକ୍ଯ ଭିତରେ ବୁଢା ବାହାରିଲା ଆତ୍ମୀୟ ଟିଏ ଖୋଜି ନିଜ ମନ କଥା କହିବ ।


     ପହଞ୍ଚିଲା ଯାଇ ଗାଁ ଆମ୍ବ ତୋଟାରେ ଥିବା ଶେଷ ଆମ୍ବ ଗଛ ପାଖରେ । କେତେ ଯେ ନିରଳା ମୁହୂର୍ତ୍ତର କାଟିଛି ଏହାରି ମୂଳରେ , ତାହା ମିଶ୍ର ବୁଢା ହଁ ଜାଣେ । ଗଛ ମୂଳରେ ବସି ପଡିଲା ବୁଢା । ପୂର୍ଣ୍ଣିମାର ରୁପେଲି ଜହ୍ନ ଖୁବ୍ ମନହର ଲାଗୁଥାଏ । ଦୂରରୁ ବାଦ୍ଯଯନ୍ତ୍ର ଆଉ ହୁଳହୁଳିର ଶବ୍ଦ ଶୁଣାଯାଉ ଥାଏ । ବୁଢା ଖୋଲି ଦେଲା , ସାତ ଦିନର ରହସ୍ଯ । ଆମ୍ବ ଗଛଟା ମଣିଷ ଶରୀର ଧାରଣ କରି ବୁଢା ପାଖରେ ବସି , ଅନେକ ଦିନର ବ୍ଯଥାକୁ ଶୁଣିବାକୁ ଲାଗିଲା ।


     ମିଶ୍ର ବୁଢାର ଡକାୟତ ଯାଯାବର ଜୀବନରରେ ଯବନିକା ପଡିଗଲା ଯେଉଁ ଦିନ ସେ ସୀତାକୁ ଦେଖିଲା । ସେ କାଳ ରାତ୍ରି ଥିଲା ନା ପୂର୍ଣ୍ଣିମାର ସୁଖ ଥିଲା । ଆଜି ବି ବୁଢା ବୁଝିପାରେ ନି । ଯଦି ପୂର୍ଣ୍ଣିମାର ଜହ୍ନ ଥିଲା, ତାହାହେଲେ ମଉଳି ଗଲା କାହିଁକି ? 


       ମିଶ୍ର ବୁଢା ନିଜ ସାଥି ମାନଙ୍କୁ ନେଇ ପଦ୍ମପୁର ଗ୍ରାମକୁ ଚୋରି କରିବାକୁ ଯାଇଥାଏ । ଚୋରିର ସୁରାଗ ଗାଁ ଲୋକ ମାନେ ଜାଣିବା ପରେ ଥରିବାକୁ ଚେଷ୍ଟା କଲେ । ମିଶ୍ର ବୁଢାର ସାଥି ମାନେ କିଏ କୁଆଡେ ହେଇଗଲେ । ମିଶ୍ର ବୁଢା ନିଜକୁ ବଞ୍ଚେଇବା ପାଇଁ ଗାଁ ଶେଷରେ ଗୋଟିଏ ଚାଳଘରେ ଲୁଚିଗଲା । ସେ ଘରେ କେବଳ ଝିଅଟିଏ ଥିଲା । ଡିବିର ଧିମା ଆଲୁଅରେ ତା ଗୋରା ତକତକ ଡରୁଆ ମୁହଁଟି ମିଶ୍ର ବୁଢାକୁ ଆକର୍ଷିତ କରିଦେଲା । ଆଗରୁ ଏତେ ସୁନ୍ଦର ଝିଅ କେବେ ଦେଖିନଥିଲା । ସମୟ ଟା ସେଠି ଅଟକି ଗଲା । ଝିଅର ନୀରବ ଆଖିରେ ମିଶ୍ର ବୁଢା କୁଆଡେ ହଜିଯାଇଥିଲା । କିଛି ସମୟ ପରେ ସପନର ରାଇଜରୁ ବାସ୍ତବତାକୁ ଓହ୍ଲାଇ ଆସିଲା । ଝିଅଟିକୁ ଛୁରୀ ଦେଖାଇ ଧମକ ଦେଲା, ସେ ଏଠାରେ ଅଛି ବୋଲି ଯେପରି ନ କୁହେ । ଝିଅଟି ବି ଗାଁ ଲୋକଙ୍କୁ କାହାକୁ ଦେଖିନି ବୋଲି କହିଲା । ବଡବଢିଆ ଲୋକ ସୀତାକୁ ଆକଟ କରି ଚାଲିଗଲେ । ଘର ଭିତରକୁ ଫେରି ସୀତା ଦେଖେ , ମିଶ୍ର ଡକାୟତ ଅଚେତ ହେଇପଡିରହିଛି । 

  

   ଚାଳ ଫାଙ୍କ ଦେଇ ସୂର୍ଯ୍ଯ କିରଣ ମିଶ୍ର ଡକାୟତର ମୁହଁରେ ପଡିବାରୁ ତା ନିଦ ଭାଜିଲା। ସୀତା ହାତରେ ଚା'ପକଟେ ଥରି ଠିଆ ହେଇଥାଏ । ମିଶ୍ର ପାଖରେ କିଛି ଅବୁଝା ରହିଲା ନାହିଁ । ସାରାରାତି ଝିଅଟି ତା ସେବା କରିଛି । କିଛି ନ କହି ମିଶ୍ର ଯିବା ପାଇଁ ପ୍ରସ୍ତୁତ ହେବା ମାତ୍ର ସୀତା ସେଥିରେ ବାଧା ଦେଲା । ସମ୍ପୂର୍ଣ୍ଣ ସୁସ୍ଥ ନ ହେଲା ପର୍ଯ୍ଯନ୍ତ ସେ ଛାଡିବ ନାହିଁ । ଝିଅଟିର ଅଝଟରେ ମିଶ୍ର ଅଟକି ଗଲା । କେହି ପ୍ରଥମ ଥର ପାଇଁ ତା ଆଗରେ ଅଳି କରିଥିଲା । ମିଶ୍ର ଯେତେବେଳେ ଜାଣିଲା ଝିଅଟି ର ନାମ ସୀତା ବୋଲି । ସାଙ୍ଗେ ସାଙ୍ଗେ ତା ମନେ ଧରଣା ଆସିଗଲା ନାମ ସହିତ ସ୍ବାଭାବଟା ପୁରା ମିଶି ଯାଉଛି । 


     ବାସ୍ ! ତା ପରେ ଦୁନିଆଁ ଠାରୁ ଲୁଚି ଲୁଚି ଏକ ବେନାମ ସମ୍ପର୍କ ଗଢି ଉଠିଲା । କେହି କାହାକୁ କିଛି କହୁନଥିଲେ ମଧ୍ଯ ନିରବତା ଅନେକ କିଛି ପରସ୍ପରକୁ କହୁଥିଲା । ଅନେକ ପ୍ରତିଶୃତି ପରସ୍ପରକୁ ଦେଇ ପକାଇଲେ। ଅପରିଚିତ ଭବିଷ୍ଯତକୁ ନେଇ ପରିଚିତ ସ୍ବପ୍ନକୁ ଦେଖିଲେ । ସେ ସାତ ଦିନରେ ଦୁନିଆଁର ସବୁ ସୁଖ ଅଜାଡି ହେଇଯାଇଥିଲା ସେମାନଙ୍କ ଉପରେ ।


       ଅଷ୍ଟମ ଦିନି ଦିନ ଆଜି ପରି କୁମାର ପୂର୍ଣ୍ଣିମା ଥିଲା। ପଦ୍ମପୁର ଗାଁ ଉତ୍ସବରେ ମାତିଥିଲା । ସୀତାକୁ ତ ଚାନ୍ଦ ପରି ବରଟେ ମିଳିଯାଇଛି , ପୂଜା କରିବାର ଆବଶ୍ଯକ କଣ ? ବିଡମ୍ବିତ ଭାଗ୍ଯତ ମଣିଷର ସହଜାତ । ଗାଁ ଲୋକ ମାନେ ସବୁ ଜାଣିଗଲେ । ସୀତା ଘର ଆଗରେ ମିଶ୍ର ଡକାୟତକୁ ମାରିବା ପାଇଁ ଗାଁ ଲୋକ ଭିଡ ଜମାଇଲେ । ସେ ଦୁହେଁ ଖସି ପଳେଇବାକୁ ଚେଷ୍ଟା କରିବା ସମୟରେ ସୀତାକୁ ବହୁତ ଜୋରେ କେହି ଫୋପାଡି ଥିବା ପଥରଟା ଆସି ମୁଣ୍ଡରେ ବାଜିଲା ଆଉ ଧାର ଧାର ରକ୍ତ ବୋହିବାକୁ ଲାଗିଲା । ତଥାପି ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପ୍ରବେଶ କଲେ ।  

 

   ଗୋଟିଏ ଗଛ ମୂଳରେ ଆଶ୍ରୟ ନେଲେ । ଦୁହିଁଙ୍କ ମୁହଁରେ ଭାଷା ନ ଥାଏ । ଆଖିରେ ଲୁହର ଝରଣା । ସେଇଠି ମିଶ୍ର ଡକାୟତ କୋଳରେ ସୀତା ସବୁ ଦିନ ପାଇଁ ଶୋଇ ପଡିଲା । ପୂର୍ଣ୍ଣିମାର ତୋଫା କିରଣରେ ସୀତାର ମୁହଁ ଟି ସଦ୍ଯ ଫୁଟିଥିବା କଇଁ ଫୁଲର କଢି ପରି ଦେଖାଯାଉଥିଲା । 


      ମିଶ୍ର ବୁଢା ସୀତାର ହାତରେ ଶଙ୍ଖା ଦୁଇପଟ ପିନ୍ଧେଇନି , କି ମଥାରେ ନାଲି ସିନ୍ଦୂର ଟାଣି ଦେଇନି, ତଥାପି ସୀତା ତା ହୃଦୟରେ ସ୍ତ୍ରୀ ର ଆସନଟେ ମାଡି ବସିଲା ସେଦିନ ଠାରୁ । ଏହି କଥା ମିଶ୍ର ବୁଢାର ଗାଁ ଲୋକ ଜାଣନ୍ତି ନାହିଁ ।


   ଆଜି ବି ପୂର୍ଣ୍ଣିମା , ସେ ତୋଫା ଜହ୍ନ । ଏତେ ଦିନ ତଳରୁ ଛାତି ତଳେ ସାଇତା କଥାକୁ ବୁଡା ସେ ଆମ୍ବ ଗଛକୁ କହିଦେଲା । ବୋଝ ଟିକିଏ ହାଲୁକା ହେଇଗଲା ମିଶ୍ର ବୁଢାର । ଅଣ୍ଟାରୁ ବାନ୍ଧି ଥିବା ଗାମୁଛାକୁ ଖୋଲି ତଳେ ବିଛେଇ ଦେଲା। ତା ଉପରେ ଗଡି ଯାଇ , ପୂର୍ଣ୍ଣିମାର ଜହ୍ନକୁ ଦେଖିବାକୁ ଲାଗିଲା । 


   ତା ପର ଦିନ ବୁଢା ଆଉ........



Rate this content
Log in

Similar oriya story from Tragedy