Gangadhar Nanda

Abstract Drama Classics

2  

Gangadhar Nanda

Abstract Drama Classics

ରାଣୀ ଓ ଘୋଡ଼ାବେପାରୀ କାହାଣୀ-ଭାଗ୭

ରାଣୀ ଓ ଘୋଡ଼ାବେପାରୀ କାହାଣୀ-ଭାଗ୭

2 mins
2.6K



         'ସେ ରହସ୍ୟଟିକୁ ମୁଁ ଜାଣିବା କଣ ଉଚିତ ହେବନାହିଁ ମହାରାଣୀ'? ରାଣୀଙ୍କର ଅଟ୍ଟହାସ୍ୟରେ କିଛିସମୟ ପାଇଁ ସ୍ତମ୍ଭୀଭୂତ ହୋଇଯାଇଥିବା ଶ୍ୱାନକେତୁ ପ୍ରଶ୍ନ କଲେ ।

'ତୁମକୁ ନେଇ ମୁଁ ଏତେ ସବୁ ଯୋଜନା କରୁଛି । ତୁମେ ନଜାଣିଲେ ଜାଣିବ କିଏ '?ରାଣୀ ନିଜ ହସ ସମ୍ବରଣ କରିି କହିଲେ । 'କଥାଟିର ସୁତ୍ରଟି ଅଛି ଖୋଦ ମହାରାଜା ରୁଦ୍ରସେନଙ୍କର ନିଜ ବଂଶ ଇତିହାସ ମଧ୍ୟରେ । ଅର୍ଥାତ ରୁଦ୍ରସେନଙ୍କର ପ୍ରପିତାମହ ମହାରାଜା ରଣେନ୍ଦ୍ର ପ୍ରତାପ ଜଣେ ଅପରାଜେୟ ଯୋଦ୍ଧା ଥିଲେ । ତାଙ୍କର ଗୁଣ ଓ ପ୍ରତିଭା ତାଙ୍କ ନାମକୁ ସାର୍ଥକ କରୁଥିଲା । ସେ ବାସ୍ତବିକ ରଣରେ ଇନ୍ଦ୍ରଙ୍କ ସମାନ ଶ୍ରେଷ୍ଠ ଥିଲେ । ଯୁଦ୍ଧର ପ୍ରତ୍ୟେକଟି କଳା କୌଶଳ ତାଙ୍କୁ ଜଣାଥିଲା । ରାଜା ରଣେନ୍ଦ୍ର ପ୍ରତାପ ବିଷ୍ଣପୁରର ରାଜା ଥିବାବେଳେ କୌଣସି ଏକ କାରଣରୁ ବିଷ୍ଣପୁର ଓ ଚନ୍ଦ୍ରପୁର ମଧ୍ୟରେ ଯୁଦ୍ଧ ହେଲା । ଯୁଦ୍ଧରେ ଚନ୍ଦ୍ରପୁର କେବଳ ପରାସ୍ତ ହେଲା ନାହିଁ, ଅଧିକନ୍ତୁ ଚନ୍ଦ୍ରପୁରର ରାଜା ନିଜ ମୁଣ୍ଡଟି ହରାଇଲେ । କ୍ରୋଧିତ ମହାରାଜା ରଣେନ୍ଦ୍ର ପ୍ରତାପ ସ୍ଵହସ୍ତରେ ଚନ୍ଦ୍ରପୁର ରାଜାଙ୍କର ଶିରଚ୍ଛେଦନ କରିଥିଲେ 'I ଏତେଗୁଡିଏ କଥା ଏକ ସମୟରେ କହିସାରି ରାଣୀ ସାମାନ୍ୟ ବିଶ୍ରାମ ନେଲେ ।


'କ୍ଷମା କରିବେ ମହାରାଣୀ , ଦୁଇଟି ପ୍ରଶ୍ନ ମନରେ ଆସୁଛି 'Iଶ୍ଵାନକେତୁ କହିଲେ ।


'ପଚାର ' ।


'ବିଷ୍ଣୁପୁର ଓ ଚନ୍ଦ୍ରପୁର ଭିତରେ ଯୁଦ୍ଧ ହେବାର କାରଣ ସଂପର୍କରେ ଆପଣ ଜାଣିଛନ୍ତି '?


'ନା ନା , ମୋତେ ଜଣା ନାହିଁ ' ।


'ଦ୍ଵିତୀୟ ପ୍ରଶ୍ନଟି ହେଲା . ଯୁଦ୍ଧ ସମାପ୍ତ ହେବାପରେ ଚନ୍ଦ୍ରପୁର ରାଜାଙ୍କର ଶିରଚ୍ଛେଦନର କାରଣ କଣ ହୋଇପାରେ '? ଶ୍ୱାନକେତୁ ଦ୍ଵିତୀୟ ପ୍ରଶ୍ନ କଲେ ।


'ସେ କାରଣଟି ମଧ୍ୟ ମୋତେ ଜଣା ନାହିଁ' । ରାଣୀ ଉତ୍ତର ଦେଲେ ।' ଏହା କୌଣସି ଏକ ପ୍ରତିହିଁସା ବଶତଃ ଘଟିଥାଇପାରେ । କିନ୍ତୁ ରାଜା ରଣେନ୍ଦ୍ର ପ୍ରତାପ , ଚନ୍ଦ୍ରପୁରର ରାଜାଙ୍କର ମୁଣ୍ଡ କାଟିଥିଲେ ମଧ୍ୟ ଚନ୍ଦ୍ରପୁରକୁ ଅଧିକାର କରିନଥିଲେ । ବରଂ ଚନ୍ଦ୍ରପୁରର ଯୁବରାଜଙ୍କର ରାଜ୍ଯାଭିଷେକ କରାଇ ସାରି, ତାଙ୍କୁ ଖୁସିରେ ରାଜ୍ୟ ଶାସନ କରିବାର ଅଭୟ ପ୍ରଦାନ ମଧ୍ଯ କରିଥିଲେ । ମୋତେ କେବଳ ଏତିକି ଜ୍ଞାତ ଅଛି 'I


'ତା'ପରେ '? ଶ୍ୱାନକେତୁ କୌତୁହଳ ସହକାରେ ପ୍ରଶ୍ନ କଲେ ।


'ତା'ପରେ ରାଜା ରଣେନ୍ଦ୍ର ପ୍ରତାପଙ୍କର କିଛି ଗୋଟାଏ ମାନସିକ ପରିବର୍ତ୍ତନ ହେଲା । ନିଜର ଏକମାତ୍ର ପୁତ୍ରକୁ ସିଂହାସନରେ ବସାଇ ରାଜା ବାନପ୍ରସ୍ଥରେ ଚାଲିଗଲେ । ତା'ପରେ ତାଙ୍କୁ ଆଉ କେହି ଦେଖିନାହାଁନ୍ତି । ବୋଧହୁଏ ଅନୁତାପରେ ଜର୍ଜ୍ଜରିତ ରାଜା ସଂପୂର୍ଣ୍ଣ ସନ୍ୟାସ ବ୍ରତ ଗ୍ରହଣ କରି ତପସ୍ୟା କରିବା ପାଇଁ ବହୁତ ଦୂରକୁ ଚାଲିଗଲେ । କିନ୍ତୁ ଏମଧ୍ଯରେ ତିନି ପୁରୁଷ ବିତିଯାଇଥିଲେ ମଧ୍ୟ ଚନ୍ଦ୍ରପୁରର ରାଜବଂଶ ସେ ଅପମାନକୁ ଭୁଲି ନାହାଁନ୍ତି । ବର୍ତ୍ତମାନ ଚନ୍ଦ୍ରପୁର ରାଜା ପ୍ରତାପ ଦେବ ବିଷ୍ଣୁପୁର ଆକ୍ରମଣ କରିବାର ଉଦ୍ଦେଶ୍ୟ ହେଉଛି ପୂର୍ବ ଅପମାନର ପ୍ରତିଶୋଧ ନେବା । ବିଷ୍ଣପୁର ରାଜ୍ୟର ରାଜା ରୁଦ୍ରସେନଙ୍କର ମୁଣ୍ଡଟିକୁ କେବଳ ପ୍ରତାପ ଦେବ ଚାହାଁନ୍ତି । ମୋ କଥା ଠିକ ଭାବରେ ବୁଝିପାରୁଛ ଶ୍ୱାନକେତୁ '?ରାଣୀ ପ୍ରଶ୍ନ କଲେ ।

' ହଁ ମହାରାଣୀ .ଆପଣଙ୍କ ଯୋଜନା ସଂପର୍କରେ କୁହନ୍ତୁ ' । ଶ୍ୱାନକେତୁ ଉତ୍ତର ଦେଲେ ।


କ୍ରମଶଃ



Rate this content
Log in

Similar oriya story from Abstract