The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Abstract Romance Classics

2  

Gangadhar Nanda

Abstract Romance Classics

ରାଣୀ ଓ ଘୋଡାବେପାରୀ କାହାଣୀ ଭାଗ୬

ରାଣୀ ଓ ଘୋଡାବେପାରୀ କାହାଣୀ ଭାଗ୬

2 mins
139


ରାଣୀ ଓ ଘୋଡ଼ାବେପାରୀ କାହାଣୀ (ଭାଗ୬)


         ହେମନ୍ତ ଋତୁର ଏକ ଚମତ୍କାର ଗୋଧୂଳି ସମୟ । ରାଜବାଟୀ ଅନ୍ତର୍ଗତ ଉଦ୍ୟାନରେ ପଦଚାରଣାରତ ମହାରାଣୀ ମନ୍ଦାକିନୀ ଦେବି । ସାଙ୍ଗରେ ପାଦରେ ପାଦ ମିଶାଇ ଚାଲିଛନ୍ତି ବିଖ୍ୟାତ ଅଶ୍ଵ ବ୍ୟାପାରୀ ଶ୍ୱାନକେତୁ । ସରୋବର ଦେଇ ବହି ଆସୁଛି ସୁଶୀତଳ ବାୟୁ । ରାଣୀଙ୍କର ମନ ମଧ୍ୟରେ ରୋମାଞ୍ଚ ଭରି ଦେଉଥାଏ ପକ୍ଷୀମାନଙ୍କର କାକଳୀ ତଥା ପ୍ରକୃତିର ସୌନ୍ଦର୍ଯ୍ୟଭରା ସେ ପରିବେଶ । ରାଣୀ କୌଣସି ଏକ ଗଭୀର ଭାବନାରେ ହଜିଯିବା ଭଳି ମନେହେଉଥାନ୍ତି । ଏକଥା ଶ୍ୱାନକେତୁ ବୁଝିପାରୁଥିଲେ ମଧ୍ଯ କିଛି ପଚାରିବାକୁ ସାହସ କରିପାରୁନଥାନ୍ତି ।

' ଶ୍ଵାନକେତୁ '! ରାଣୀ ନିରବତା ଭଙ୍ଗ କଲେ ; ' ତୁମର ଏ ରହସ୍ୟମୟ ବ୍ୟକ୍ତିତ୍ଵ ମୋତେ ଗତ କିଛିଦିନ ହେଲାଣି ସଂପୂର୍ଣ୍ଣ ସମ୍ମୋହିତ କରି ରଖିଛି । ମୁଁ ଜାଣେ ମହାରାଜା ମୋତେ ଅତ୍ୟନ୍ତ ଭଲ ପା'ନ୍ତି । କିନ୍ତୁ ମୁଁ ତମ ସଂସ୍ପର୍ଷରେ ଆସିବା ଦିନଠାରୁ କ୍ଷଣକ ପାଇଁ ମଧ୍ୟ ମହାରାଜା ମୋ ମନ ମଧ୍ୟକୁ ଆସି ନାହାଁନ୍ତି 'l

'ମୁଁ ଦୁଃଖିତ ମହାରାଣୀ 'Iଶ୍ଵାନକେତୁ ସମବେଦନା ଜଣାଇଲେ ।

'ନା ନା ଶ୍ଵାନକେତୁ , ଏଥିରେ ଦୁଃଖୃତ ହେବାର କାରଣ କିଛି ନାହିଁ । ମୁଁ ମୋର ଦ୍ଵନ୍ଦ ଭାବ ପ୍ରକାଶ କରୁଛି କେବଳ । ଵର୍ତ୍ତମାନ ପ୍ରକୃତ ସମବେଦନା ପାଇବାର ହକଦାର ମହାରାଜା ଅଟନ୍ତି 'Iମୁହଁରେ ମୃଦୁହାସ୍ୟ ଖେଳାଇ ରାଣୀ କହିଲେ ।

'ମୁଁ କିଛି ବୁଝିପାରିଲିନି ମହାରାଣୀ 'I

' ତୁମର ବୁଝିପାରିବାରେ ଆଉ ବିଶେଷ ବିଳମ୍ବ ନାହିଁ । କଥାଟି ହେଉଛି , ମୋ ମନରେ ତୁମ ପ୍ରତି ପ୍ରେମଭାବନା ଆସିସାରିଛି । ଅତଏବ ମୁଁ ଏବେ ମହାରାଜାଙ୍କୁ ତ୍ୟାଗ କରିବାକୁ ପ୍ରସ୍ତୁତ । ତୁମର ସହମତିଟି କେବଳ ଲୋଡ଼ା । ତୁମେ ରାଜି ନ ହୋଇ ଯିବ କୁଆଡେ '?କହିସାରି ରାଣୀ ଖିଲି ଖିଲି ହୋଇ ହସି ଉଠିଲେ । ଶ୍ୱାନକେତୁଙ୍କର ବିସ୍ମୟ ଚକିତ ନେତ୍ରକୁ ଦେଖି ମହାରାଣୀ ଆମୋଦିତ ହୋଇ କହିଲେ , 'ତୁମର ସୌଭାଗ୍ୟରେ ମୋର ଇର୍ଷା ହେଉଛି ଶ୍ୱାନକେତୁ ; ମୋ ଭଳି ସୁନ୍ଦରୀ ନାରୀକୁ ପତ୍ନୀ ରୁପେ ପାଇବା ସହିତ ତୁମେ ଏ ରାଜ୍ୟର ରାଜା ହେବାକୁ ଯାଉଛ ' ।

'ଏହା କିପରି ସମ୍ଭବ ମହାରାଣୀ '?ଶ୍ଵାନକେତୁ ନିଜ ବିସ୍ମୟ ଦମନ କରି ପଚାରିଲେ । ଏ ରାଜ୍ୟର ରାଜା ହେବା , କିଛି ଛୋଟିଆ କଥା ନୁହେଁ 'l

'ସେସବୁ କଥା ମୁଁ ବୁଝିବି । ଏଥିପାଇଁ ଗୋଟିଏ ଯୋଜନା ମୁଁ କରିଛି । ତୁମକୁ କେବଳ ଛୋଟ ସାହାଯ୍ୟଟାଏ କରିବାକୁ ହେବ । ଏଥିପାଇଁ ତମେ ପ୍ରସ୍ତୁତ ତ '?

'ମୁଁ ପ୍ରସ୍ତୁତ ମହାରାଣୀ' । ଶ୍ୱାନକେତୁ ଉତ୍ତର ଦେଲେ ।

'ଖବର ମିଳିଛି ,ଚନ୍ଦ୍ରପୁର ରାଜା ପ୍ରତାପ ଦେବ ଆମ ରାଜ୍ୟ ବିଷ୍ଣପୁରକୁ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା କାଲି ପ୍ରଭାତ ସୁଦ୍ଧା ରାଜା ପ୍ରତାପ ଦେବ ନିଜ ସୈନ୍ୟ ସାମନ୍ତ ସହିତ ଏଠାରେ ପହଞ୍ଚିଯିବେ 'I

'ଯୁଦ୍ଧ ହେଲେ ଆମର ପରାଜୟ ନିଶ୍ଚିତ । ବିଷ୍ଣୁପୁର ତାପରେ ପ୍ରତାପ ଦେବଙ୍କ ଅଧୀନକୁ ଚାଲିଯିବ । ମୁଁ ରାଜା ହେବି କିପରି '? ଶ୍ୱାନକେତୁ ପ୍ରଶ୍ନ କଲେ ।

'ଏହାପରଠାରୁ ଆମର ଯୋଜନା ଆରମ୍ଭ ହେବ 'Iରାଣୀ ନିଜ ସ୍ଵରକୁ ସାମାନ୍ୟ କରି କହିଲେ ।' ରାଜା ପ୍ରତାପ ଦେବ ଆମ ରାଜ୍ୟର ଧନସଂପଦ ପ୍ରତି ଆକୃଷ୍ଟ ହୋଇ ଆକ୍ରମଣ କରୁନାହାଁନ୍ତି 'I

'ତେବେ ତାଙ୍କର ଉଦ୍ଦେଶ୍ୟ କଣ ହୋଇପାରେ '?ଶ୍ଵାନକେତୁ ବିସ୍ମୟରେ ପଚାରିଲେ ।

'ପ୍ରତାପ ଦେବ ବିଷ୍ଣପୁର ଆକ୍ରମଣ କରିବାର କାରଣଟି କେବଳ ମୋତେ ଜ୍ଞାତ ଅଛି । ଏପରିକି ଖୋଦ୍ ମହାରାଜା ରୁଦ୍ରସେନଙ୍କୁ ଏକଥାଟି ଜଣାନାହିଁ ' । କହିସାରି ମହାରାଣୀ ଅଟ୍ଟହାସ୍ୟ କଲେ ।

         ସେ ପର୍ଯ୍ୟନ୍ତ ସେ ମନୋମୁଗ୍ଧକର ସୁନ୍ଦର ଉଦ୍ୟାନଟିର ପରିବେଶ , ବୃକ୍ଷଲତା ଓ ପକ୍ଷୀସମୂହ ଇତ୍ୟାଦି , ମହାରାଣୀଙ୍କର ଅଟ୍ଟହାସ୍ୟ ଭିତରେ ଲୁଚି ରହିଥିବା ପୈଶାଚିକତାକୁ ଅନୁଭବ କରି ସନ୍ତ୍ରସ୍ତ ମନେହେଲେ ।

 


Rate this content
Log in

Similar oriya story from Abstract