The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Abstract Drama Classics fantasy romance

3  

Gangadhar Nanda

Abstract Drama Classics fantasy romance

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ-

ରାଣୀ ଓ ଘୋଡ଼ାବେପାରୀ କାହାଣୀ ଭାଗ-

2 mins
473



         'ତାହା ହିଁ ତ କରୁଛି ଶ୍ୱାନକେତୁ ; ଯୋଜନା ବିଷୟରେ ତୁମକୁ ଜଣାଇବା ପାଇଁ ଆମେ ଏ ସ୍ଥାନରେ ଏକାଠି ହୋଇଛେ । ଆମ ହାତରେ ସମୟ ବହୁତ କମ ଅଛି 'I ରାଣୀ ଶ୍ଵାନକେତୁଙ୍କ ଉଦ୍ଦେଶ୍ୟରେ କହିଲେ । '

ମୋତେ କଣ କରିବାକୁ ହେବ '?

'ଆସନ୍ତା କାଲି ସୂର୍ଯ୍ୟୋଦୟ ପଶ୍ଚାତ ରାଜା ପ୍ରତାପ ଦେବ ଆମ ରାଜ୍ୟ ବିଷ୍ଣପୁର ଆକ୍ରମଣ କରିବେ । ପ୍ରତାପ ଦେବ ଏଠାରେ ପହଞ୍ଚିବା ପୂର୍ବରୁ ଆମକୁ ମହାରାଜା ରୁଦ୍ରସେନଙ୍କୁ ହତ୍ୟା କରିବାକୁ ହେବ । ଏ କାର୍ଯ୍ୟ ପାଇଁ ମୁଁ ମୋର କିଛି ବିଶ୍ୱସ୍ତ ଅନୁଚ଼ରଙ୍କୁ ପ୍ରସ୍ତୁତ କରି ରଖିଛି । ରାଜା ଏତେ ଯୁଦ୍ଧକୁଶଳୀ ନୁହଁନ୍ତି । ତେଣୁ ତାଙ୍କୁ ହତ୍ୟା କରିବା ବେଶ ସହଜ ହେବ । ରାଜାଙ୍କ ହତ୍ୟା ପରେ ତାଙ୍କ ମୁଣ୍ଡଟି କାଟି ନେଇ ପ୍ରତାପ ଦେବଙ୍କୁ ଭେଟି ଦିଆଯିବ । ରୁଦ୍ରସେନଙ୍କ ମୁଣ୍ଡଟି ପାଇ ପ୍ରତାପ ଦେବ ନିଜ ରାଜ୍ୟକୁ ଫେରିଯିବେ । ଏହାପରେ ଆଉ ଯୁଦ୍ଧର ଆବଶ୍ୟକତା ପଡ଼ିବ ନାହିଁ । ଏପରିକି ଦୁଇଟି ରାଜ୍ୟର ଧନ ଜନ ମଧ୍ଯ କ୍ଷୟ ହେବ ନାହିଁ 'I କହିସାରି ରାଣୀ ଆତ୍ମତ୍ରୁପ୍ତିର ହସ ହସିଲେ । 'ତୁମେ କେବଳ ମୋ ସଙ୍ଗରେ ରହି ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବ । କାରଣ ରାଜାଙ୍କ ମୃତ୍ୟୁପରେ କିଛି ରାଜଭକ୍ତ ବିଦ୍ରୋହ କରିପାରନ୍ତି 'I 

'ସେ ରାଜଭକ୍ତମାନଙ୍କୁ ଆପଣ ଜାଣିଛନ୍ତି '? ଶ୍ୱାନକେତୁ ପ୍ରଶ୍ନ କଲେ ।

'ହଁ ଅଳ୍ପ କିଛି ବ୍ୟକ୍ତିଙ୍କୁ ଜାଣେ । ସେନାପତି ଭଦ୍ରସେନ, ମନ୍ତ୍ରୀ ସୋମଦେବ ଓ ରାଜାଙ୍କ ଦେହରକ୍ଷୀ ଦୁଇଜଣ । ତେବେ ତମେ ଏମାନଙ୍କୁ ନିଜ ବଶକୁ ଆଣିପାରିବ ବୋଲି ମୋର ଭରସା ଅଛି 'I ରାଣୀ ଉତ୍ତର ଦେଲେ ।

'ଯଥା ଆଜ୍ଞା ମହାରାଣୀ ; କିନ୍ତୁ ମହାରାଜାଙ୍କ ହତ୍ୟାର ସ୍ଥାନ ଓ ସମୟ ମୁଁ ଜାଣିପାରିଲି ନାହିଁ'।

'ମୁଁ ମଧ୍ୟରାତ୍ରରେ ମହାରାଜାଙ୍କୁ ଏଇ ଉଦ୍ୟାନକୁ ବୁଲିବା ବାହାନାରେ ନେଇ ଆସିପାରିବି । ମୋ ସାଙ୍ଗରେ ବୁଲିବା ବେଳେ ରାଜାଙ୍କ ଦେହରକ୍ଷୀ ଦୂରରେ ଥିବେ । ସେଇ ସୁଯୋଗରେ ଆଗରୁ ପ୍ରସ୍ତୁତ ହୋଇ ଲୁଚି ରହିଥିବା ମୋର ଅନୁଚରମାନେ ରାଜାଙ୍କୁ ଆକ୍ରମଣ କରି ହତ୍ୟା କରିବେ 'Iରାଣୀ ଭଲଭାବରେ ନିଜ ଯୋଜନାକୁ ଶ୍ୱାନକେତୁକୁ ବୁଝାଇଦେଲେ ।

           'ବିଚରା ରାଜା ରୁଦ୍ରସେନ ' , ଶ୍ଵାନକେତୁ ମନେ ମନେ ଭାବୁଥିଲେ , ଏପର୍ଯ୍ୟନ୍ତ ଜାଣନ୍ତି ନାହିଁ କି ତାଙ୍କ ପଶ୍ଚାତରେ ତାଙ୍କୁ ହତ୍ୟା କରିବାଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି ତାଙ୍କର ପ୍ରାଣପ୍ରିୟା ରାଣୀ ; ଯେଉଁ ରାଣୀଙ୍କୁ ସେ ନିଜ ଜୀବନଠାରୁ ଅଧିକ ଭଲପାଆନ୍ତି ,ଯେଉଁ ରାଣୀଙ୍କ ସଙ୍ଗଲାଭ ନିମନ୍ତେ ନିଜର ରାଜକାର୍ଯ୍ୟକୁ ସେ ଆଜି ପର୍ଯ୍ୟନ୍ତ ଅବହେଳା କରିଆସିଛନ୍ତି ! ତା ପୁଣି ଘଟିବାକୁ ଯାଉଛି ସାମାନ୍ୟ ଜଣେ ଘୋଡାବେପାରୀର ପ୍ରଣୟ ଲାଭ ନିମନ୍ତେ '!

          ମହାରାଣୀଙ୍କ ଠାରୁ ବିଦାୟ ନେଇ ଶ୍ୱାନକେତୁ ନିଜ ଆବାସକୁ ଫେରିଲେ । ଏବେ ତାଙ୍କ ଉପରେ ବହୁତ ଦାୟିତ୍ୱ । ସେ ଯେଉଁଥିପାଇଁ ଏ ରାଜ୍ୟକୁ ଆସିଛନ୍ତି ,ସେ ଉଦ୍ଦେଶ୍ୟଟି ପୁରଣ ହେବାର ସମୟ ସନ୍ନିକଟ । ଅତଏବ ବାକି ଥିବା କେତେଗୋଟି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ହେବ ।

       ରାଣୀଙ୍କ ନିକଟରୁ ଫେରି ଶ୍ୱାନକେତୁ ଅତ୍ୟନ୍ତ ସନ୍ତର୍ପଣରେ ମହାମନ୍ତ୍ରୀ ସୋମଦେବଙ୍କ ନିକଟକୁ ଚାଲିଲେ । ବୃଦ୍ଧ ମହାମନ୍ତ୍ରୀ ଉଦାସ ମନରେ ବସିରହି ନିଜ ଚିନ୍ତାରେ ମଗ୍ନ ଥିଲେ । ଶ୍ୱାନକେତୁଙ୍କୁ ଦେଖି ମହାମନ୍ତ୍ରୀ ଉଠିପଡି ଅଭିବାଦନ କରିବା ପୂର୍ବକ ଆଶ୍ଚର୍ଯ୍ୟରେ ପଚାରିଲେ , 'ଆପଣ ? ଏ ଅସମୟରେ ଏଠାରେ କିପରି '?

'ନା ନା ମନ୍ତ୍ରୀବର ! ମୋର ପରିଚୟ ଏଠାରେ ଗୁରୁଦେବ ନୁହେଁ ; ମୁଁ ବର୍ତ୍ତମାନ ଘୋଡାବେପାରୀ ଶ୍ୱାନକେତୁ , ଯେଉଁ ଶ୍ୱାନକେତୁ ରାଣୀଙ୍କର ପ୍ରଶୟ ପ୍ରାର୍ଥୀ ହୋଇ ମହାରାଜାଙ୍କ ହତ୍ୟା ଷଡ଼ଯନ୍ତ୍ରରେ ରାଣୀଙ୍କୁ ସାହାଯ୍ୟ କରିବ ବୋଲି ବର୍ତ୍ତମାନ କଥା ଦେଇଆସିଛି 'I ମହାମନ୍ତ୍ରୀ ସୋମଦେବ ନିଜ କର୍ଣ୍ଣକୁ ବିଶ୍ୱାସ କରିପାରୁନଥିଲେ ।

 

 କ୍ରମଶଃ....     

   


Rate this content
Log in

More oriya story from Gangadhar Nanda

Similar oriya story from Abstract