ଅନିଲ କୁମାର ଲେଙ୍କା

Inspirational

3.8  

ଅନିଲ କୁମାର ଲେଙ୍କା

Inspirational

ରାମ ରାଜ୍ୟ

ରାମ ରାଜ୍ୟ

2 mins
188



--ବୁଢ଼ା ଲୋକଟି କେତେ ବେଳୁ ହାତ ଠାରି ଅଟୋଗୁଡିକୁ ଡାକୁଥାଏ । କୌଣସି ଅଟୋବାଲା ଅଟୋ ରଖିବାକୁ ନାରାଜ । କାରଣ, ଲୋକଟିର ଅବସ୍ଥା ଦେଖି ଲାଗୁଥିଲା, ସେ ଅଟୋ ଭଡା ଦେଇ ପାରିବନି । ତାର ଅତି ସାଧାରଣ ପରିଧାନ ଆଉ ହାତରେ ଆଶା ବାଡ଼ି ଏକଥା ବର୍ଣ୍ଣନା କରୁ ଥିଲା ।

--ପାଖା ପାଖି ଅଧ ଘଣ୍ଟା ପରେ ଗୋଟିଏ ଅଟୋ ଆସି ଅଟକିଲା । ଅଟୋ ବାଲା ପଚାରିଲା ମଉସା, କୁଆଡେ ଯିବେ ?

--ବୃଦ୍ଧ ବ୍ୟକ୍ତି କହିଲେ, “ଆଗ ଛକ ପାଖରେ ଯୋଉ ବ୍ୟାଙ୍କ ଅଛି, ସେଠାକୁ ଯିବାର ଅଛି । ବ୍ୟାଙ୍କ ବାଲା ଆଧାର କାର୍ଡ ଲିଙ୍କ ପାଇଁ ଗୋଟିଏ ନୋଟିସ ପଠାଇଛନ୍ତି ।"

--ଅଟୋ ବାଲା କହିଲା ବ୍ୟାଙ୍କ ପାଖରେ ଛାଡି ଦେବାକୁ ୧୦୦ ଟଙ୍କା ନେବି । ଲୋକଟି ଉତ୍ତର ଦେଲେ, “ବ୍ୟାଙ୍କ ତ ଏଇ ଆଗ ଛକରେ । ତମେ ଆଉ ଯାତ୍ରୀ ବି ଉଠାଇ ପାରିବ । ଏତେ ଟଙ୍କା କଣ ପାଇଁ?”

--ଅଟୋ ବାଲା କହିଲା, “୧୦୦ରୁ କମ୍ ହବ ନାହିଁ । ” ତା ପରେ ଅଟୋ ଷ୍ଟାର୍ଟ କରି ପଳେଇ ଗଲା ।

--ରୁଦ୍ର ନିଜର ମାର୍କେଟିଂ କାମ ସାରି ଘରକୁ ଫେରି ଆସୁଥାଏ ସେଇ ବାଟରେ । ହଠାତ୍ ବୁଢ଼ା ଲୋକଟିକୁ ଦେଖି ରହିଗଲା । ପାଖରେ ଗାଡି ରଖି ପଚାରିଲା, “ମଉସା, କୁଆଡେ ଯିବେ?”

-- ସେ ସବୁ କଥା କହିଲେ ।

--ରୁଦ୍ର କହିଲା ବସନ୍ତୁ ମଉସା, ମୁଁ ସେଇ ବାଟରେ ଯିବି । ଆପଣଙ୍କୁ ଛାଡି ଦେବି ।

--ବୃଦ୍ଧ ଜଣକ କହିଲେ, “ମତେ ଆଗ ଛକରେ ଛାଡି ଦବ ବାବୁ, ମୁଁ ସେଠୁ ଚାଲି ଚାଲି ପଳେଇବି । ”

--ରୁଦ୍ର କହିଲା, “ମଉସା, ଛକରୁ ବ୍ୟାଙ୍କ ଅନେକ ବାଟ । ଆପଣ ବାଡ଼ି ଧରି ଚାଲି ଚାଲି କେମିତି ଯିବେ !!!! ! ମୁଁ ଆପଣଙ୍କୁ ବ୍ୟାଙ୍କ ପାଖରେ ଛାଡି ଦେବି । ”

--ଲୋକ ଜଣକ ଆକାଶର ବାଇକର ପଛ ସିଟରେ ବସିଲେ। ରୁଦ୍ର ଗାଡି ଷ୍ଟାର୍ଟ କଲା ଓ ବ୍ୟାଙ୍କ ପାଖରେ ନେଇ ଗାଡି ରଖିଲା । ବୁଢ଼ା ଲୋକଟି ଅତି ଧୀର ସ୍ଥିର ଭାବରେ ଗାଡିରୁ ଓହ୍ଲାଇ ପଡିଲେ ।

--ରୁଦ୍ରକୁ ଚାହିଁ କହିଲେ, “ବାବୁରେ, ଆଜି ତମେ ମୋତେ ବହୁତ ସାହାଯ୍ୟ କଲ । ଆଜି ବ୍ୟାଙ୍କ ନ ଆସି ଥିଲେ ମୋର ଆକାଉଣ୍ଟ୍ ବନ୍ଦ ହେଇ ଯାଇଥାନ୍ତା । ମୋର ପେନସନ ପଇସା ମିଳିପାରି ନଥାନ୍ତା । ମୁଁ ତମକୁ ଆଶୀର୍ବାଦ କରୁଛି, ତମେ ଜୀବନରେ ବହୁତ୍ ଉନ୍ନତି କରିବ । ”

--ରୁଦ୍ର କହିଲା, “ମଉସା, ମୁଁ ଆପଣଙ୍କୁ ସାହାଯ୍ୟ କରିବା ପଛରେ ମୋର ହିଁ ସ୍ୱାର୍ଥ ରହିଛି। ମୁଁ ତ ଏଇ ବାଟରେ ହିଁ ଯିବାର ଥିଲା । ଆପଣଙ୍କୁ ସାଙ୍ଗରେ ଆଣିଲି ବୋଲି ମୋର ଏକୁଟିଆ ପଣ ଦୂର ହେଲା । ମୋତେ ସାଥୀ ଜଣେ ବି ମିଳିଗଲା । ତା ଛଡା ଆପଣଙ୍କ ଆଶୀର୍ବାଦ ବି ମିଳିଲା, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଠାରୁ ବି ଅଧିକ । ଏବେ ଆପଣ କୁହନ୍ତୁ, ମୁଁ କଣ ବା ଅଧିକା କଲି ଅପଣଙ୍କ ପାଇଁ? ”

--ବୃଦ୍ଧ ଜଣଙ୍କ କହିଲେ,”ଯେଉଁ ଦିନ ସବୁ ଲୋକଙ୍କ ଚିନ୍ତାଧାରା ତୁମ ପରି ହେଇ ଯିବ, ସେଦିନ ଆମ ଦେଶ ରାମରାଜ୍ୟରେ ପରିଣତ ହେଇ ଯିବ । ସେଦିନ ଦେଖିବାକୁ ହୁଏ ତ ମୁଁ ନ ଥିବି, କିନ୍ତୁ ତୁମେ ଲାଗି ରୁହ । ସେଦିନ ଜଲଦି ଆସୁ, ଏହାହିଁ ମୋର, ଆମ ସମସ୍ତଙ୍କର ଏକାନ୍ତ କାମ୍ୟ । "

# ଆମେ ଜଣଙ୍କୁ ସାହାଯ୍ୟ କରିଥିଲେ କେହିଜଣେ ଆମକୁ ନିଶ୍ଚିତ ସାହାଯ୍ୟ କରିବ । ଅତଏବ ମାନବିକ ମୂଲ୍ୟବୋଧ ଭିତ୍ତିରେ ମଣିଷ ମାନେ ପରଷ୍ପରକୁ ସାହାଯ୍ୟ ସହଯୋଗ କଲେ ସଂସାର 'ରାମରାଜ୍ୟ'ରେ ପରିଣତ ହୋଇପାରିବ ।


Rate this content
Log in

Similar oriya story from Inspirational