STORYMIRROR

Aravinda Das

Inspirational

2  

Aravinda Das

Inspirational

ରାମ ନବମୀ(୧)

ରାମ ନବମୀ(୧)

1 min
3.4K


ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ।ଏ ଅଂଚଳର ସବୁଠୁ ପୁରୁଣା ରାମଲୀଳା ମଣ୍ଡଳୀ ବିଗତ ଅନେକ ବର୍ଷ ହେଲାଣି ଏହାକୁ ମଞ୍ଚସ୍ତ କରିଆସୁଛି।

ଏବର୍ଷ ବଡ଼ ନେତା ଜଣେ ବାହାରୁ ଆସିଥିଲେ ମୂଖ୍ୟଅତିଥି ହୋଇ।

  "ଭାଇମାନେ, ଆମ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆପଣ ମାନଙ୍କ ଏ ନିଆରା ପ୍ରୟାସକୁ ଧନ୍ୟବାଦ ଦେଉଛି ।ଆମ ହିନ୍ଦୁ ଧର୍ମର ସବୁ ଲୋକ ଏମିତି ଏକାଠି ହେଲେ ,ସେଇ ଲୋକଗୁଡାଙ୍କୁ ଆମେ ପାନେ ଦେଇପାରିବା । ପ୍ରଭୁ ରାମଚନ୍ଦ୍ରଙ୍କ ନାଁରେ ଆସନ୍ତୁ ଆମେ ସଂକଳ୍ପ ନେବା।"

 ଗାଁ ଲୋକମାନେ କାହିଁକି ତାଳି ମାରିଲେ ନାହିଁ ,ତାହା ନେତା ବୁଝି ପାରିଲେ ନାହିଁ।

କଳାକାର ମାନଙ୍କୁ ସମ୍ଵର୍ଦ୍ଧନା ଦେଲାବେଳେ ନେତା , ରାମ'ଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ଅଭିନୟରେ ମୁଗ୍ଧ ହୋଇ ସ୍ୱତନ୍ତ୍ର ଭାବେ ଦୁଇହଜାର ଟଙ୍କା ପୁରସ୍କାର ଦେଲା ବେଳେ ପଚାରିଲେ " ବହୁତ ନିଖୁଣ ଅଭିନୟ କଲେ । ଆପଣଙ୍କ ନାଁ ?"

 "ବିଶମିଲ୍ଲା"।

ନେତା ଆଶ୍ଚର୍ଯ୍ୟ ହୋଇ ଅନାଇ ଥିଲେ।

*************************

😢(ଅରବିନ୍ଦ ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational